Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan barik

Romance Tragedy

2  

Jyotiranjan barik

Romance Tragedy

ଭଙ୍ଗା ବାଲିଘର

ଭଙ୍ଗା ବାଲିଘର

5 mins
323



ଯେତେଥର ଭାଙ୍ଗେ ସେତେଥର ତୋଳା ହଉଥିବା ଘରଟିଏ ବାଲିଘର , ଅନେକ ଦିନ ତଳୁ ସେ ହୃଦୟର ପଡୋଶୀ ସମ୍ପର୍କୀୟ ହେଇ ରହି ଆସିଛି । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଆନ୍ତି । ଆଉ ସେଇ ମାନେ ପ୍ରେମ କରୁଥିବା ପ୍ରେମିକ ପ୍ରେମିକା ମାନଙ୍କୁ ମଧ୍ୟ ଖୁବ୍ ଭଲ ପାଆନ୍ତି । ହସାନ୍ତି , କନ୍ଦାନ୍ତି ପୁଣି ଅଭିମାନ ବି କରାନ୍ତି , ଖାଲି ସେତିକି ନୁହେଁ ସଚା ବନ୍ଧୁତ୍ୱ ର ପ୍ରତୀକ ଟିଏ ମଧ୍ୟ କହିଲେ ଅଚୁକ୍ତି ହେବ ନାହିଁ । ମୋଟା ମୋଟି ଭାବେ କହିବାକୁ ଗଲେ ପ୍ରେମ କରୁଥିବା ପ୍ରେମିକ ପ୍ରେମିକା ଓ ପ୍ରକୃତ ବନ୍ଧୁତ୍ୱ ର  ସୁଖ ଦୁଃଖର ସାଥି ସେଇ ବାଲିଘର । 


ସବୁ ପ୍ରେମିକ ପ୍ରେମିକା ମାନଙ୍କ ପରି ମୁଁ ମଧ୍ୟ ମୋ ଜୀବନରେ ଗଢିଥିଲି ଗୋଟେ ଛୋଟ ବାଲିଘର ଚନ୍ଦ୍ର ଭାଗାର ଛାତି ଉପରେ । ତାହା ପୁଣି ବ୍ରିଟେସ୍ ଅମଳର ବିଶ୍ଵ ଚର୍ଚ୍ଚିତ ଭଗ୍ନ କୋଣାର୍କକୁ ସାକ୍ଷୀ ରଖି । ଆଉ ହଁ , କୁଳଠୁ ଟିକେ ଦୂରରେ । କାରଣ ,ମୋ ଭୟଥିଲା ଉତ୍ ପାତ୍ ହେଉଥିବା ସେ ଅମାନିଆ ଢେଉଟା କାଳେ ମୋ ବାଲି ଘର ଭାଙ୍ଗିଦେବ କି ? 


କଲେଜ୍ ର ଫାଷ୍ଟ ଡେ ଫାଷ୍ଟ କ୍ଲାସ୍ ରେ ହିଁ ରାଧା ସହିତ ମୋର ପରିଚୟ ହେଇଥିଲା । ଏକା ସବ୍ଜେକ୍ଟ ସହ ଏକା କମ୍ବିନେସନ ବି ଥିଲା ଆମ ଦୁହିଁଙ୍କର । ଆପଣା ଛାଏଁ ରାଧା ଆଉ ମୁଁ ଦୁହେଁ ଭଲ ସାଙ୍ଗ ହେଇଗଲୁ "ବେଷ୍ଟ ଫ୍ରେଣ୍ଡ" । ସବୁଦିନ କଲେଜ୍ ଆସି କ୍ଲାସ୍ ଅନୁସାରେ କ୍ଲାସ୍ କରି ଲିଜର ସମୟ ତକ ଲାଇବ୍ରେରୀ ରେ କାଟିବା ଥିବା ଆମ ପ୍ରତିଦିନର ହବି , ଏମିତି କୌଣସି ଦିନ ନଥିଲା ଯୋଉଦିନ ଆମେ କଲେଜ୍ ଯାଇଛୁ ଅଥଚ ଲାଇବ୍ରେରୀ କୁ ଯାଇନୁ , କାରଣ ଆମ ଦୁହିଁଙ୍କର ସୁଖ ଦୁଃଖର ସାଥି ଲାଇବ୍ରେରୀ କହିବାକୁ ଗଲେ ଚଳେ । ନିଜ ନିଜର ଟାକ୍ସ କରିବା ସହ ଧୁମ୍ ଗପ୍ ସପ୍ କରି ମଜା କରୁ । ପାଠ ପଢା ଠୁ ଲଗେଇ ବାହାରର କଥା ଯାଏ , ଏମିତି କେତେ କଣ ଗପୁ । ସେଇଥି ପାଇଁ ଆମକୁ ଆମ କଲେଜ୍ ଲାଇବ୍ରେରୀ ର ରାଜୁ ଅଙ୍କଲ୍ "ଗ ପ୍ ସ ପ୍" ବୋଲି ଡାକନ୍ତି । 

ରାଧା ଯେତିକି ସୁନ୍ଦର ଥିଲା, ତା ଠୁ ତା ଗୁଣ ଗାରିମା ଅଧିକ ସୁନ୍ଦର ଥିଲା , ବଡମାନଙ୍କୁ ସମ୍ମାନ ଦେବା , କୁନି କୁନି ପିଲାମାନଙ୍କୁ ସ୍ନେହ ଦେଇ ସଂସ୍କାର ଶିଖାଇବାରେ ସେ ଥିଲା ମାହୀର୍ । ଏମିତିକି କଲେଜ୍ ରେ ସବୁ ସାର୍ ମ୍ୟାଡ଼ମ୍ ମାନଙ୍କୁ ନିଜର ଆଦର୍ଶ ବୋଲି ଭାବି ସେମାନଙ୍କ ପାଇଁ ସେ ଗୋଟେ ଉଦାହରଣ ହେଇ ରହିଥିଲା । କାରଣ ତାର ବୁଝିବାର ଶକ୍ତି ଯେତିକି ଥିଲା ତା ଠୁ ଅଧିକା ତାର ବୁଝେଇବାର ଶକ୍ତି ଥିଲା , ତା ଭଳି ସାଙ୍ଗ ଟେ ପାଇ ମୁଁ ଖୁବ୍ ଖୁସିଥିଲି , ନିଜକୁ ଅହୋ ମନେ କରୁଥିଲି । 

ରାଧା ସହ କେମିତି ଯେ ଦୁଇ ବର୍ଷ କଟି ଯାଇଥିଲା ମୁଁ ଜାଣିପାରିନଥିଲି , ମଜା ,ମସ୍ତି , ରାଗ ରୁଷା ,ଅଭିମାନରେ ଦିନ ଗୁଡାକ ଚଳନ୍ତି ଟ୍ରେନ ଭଳି ଚାଲିଯାଇଥିଲା । ସେଇ ଦୁଇ ବର୍ଷ ଭିତରେ ରାଧାର ଅଜାଣତରେ ମୁଁ ମୋ ବନ୍ଧୁତ୍ୱକୁ ବଳି ଦେଇ ରାଧାକୁ ଭଲ ପାଇ ସାରିଥିଲି । କିନ୍ତୁ କେବେ ତାକୁ କହିବାକୁ ସତ୍ ସାହସ କରିନଥିଲି । 


କାଲି ଭଳି ମନେ ହେଉଛି ସେଦିନ ଥିଲା "ଡିସେମ୍ବର 25" (mery Christmas ) ରାଧାର ଜନ୍ମଦିନ । ରାଧାର ଜନ୍ମ ଦିନ ସେଲିବ୍ରେସନ କରିବା ପାଇଁ ରାଧାକୁ ନିମନ୍ତ୍ରଣ କରିଥିଲି କଲେଜ୍ କ୍ୟାମ୍ପସ୍ କୁ , ଠିକ୍ 4ଟା ବେଳେ । କିନ୍ତୁ ତା ପାଇଁ ଉପହାର କିଛି ଆଣିନଥିଲି । କାରଣ ତା ଜନ୍ମ ଦିନରେ ମୁଁ ନିଜେ ତା ପାଇଁ ଉପହାର ଥିଲି । 


ଜନ୍ମ ଦିନ ସେଲିବ୍ରେସନ ସରିଗଲା , ପାଖା ପାଖି ସନ୍ଧ୍ୟା 6ଟା ହବ । 

ରାଧା ଯିବାକୁ ବାହାରିଲା , ତାକୁ ଆଉ ଟିକେ ବସିବା ପାଇଁ କହିଲି ,ସେ ଆଉ କିଛି ସମୟ ବସିଲା , ପୁଣି ଯିବାକୁ ବାହାରିଲା , ପୁଣି ତାକୁ ଆଉ କିଛି ସମୟ ବସିବାକୁ କହିଲି , ସେ ବସିଲା ଆଉ ପ୍ରଶ୍ନ ଟିଏ କଲା । 


ସେଲିବ୍ରେସନ ତ ସରିଲା ପୁଣି ବସିବା କଣ ପାଇଁ ?? 


ମୁଁ କହିଲି ତୋ ପାଇଁ କିଛି ଉପହାର ଆଣିଥିଲି , ଆଉ ତତେ ଦେବାକୁ ଚାହୁଁଚି , ତୁ ଗ୍ରହଣ କରିବୁ ନା ?? 

ସେ କହିଲା ... ନିଶ୍ଚୟ କରିବି , ତୁ ଆଣିଛୁ ଆଉ ମୁଁ ଗ୍ରହଣ ନକଲେ ତୋ ମନ କଷ୍ଟ ହବନି ? ଦେ କୋଉ ଉପହାର ଆଣିଛୁ ଶୀଘ୍ର ଦେ , ନିଶ୍ଚୟ ଭଲ ଉପହାରଟିଏ ହେଇଥିବ । 


ଉପହାର ଆକାରରେ ନିଜକୁ ସମର୍ପଣ କରି ତାକୁ ପ୍ରେମ ନିବେଦନ କଲି  ,     "ଆଇ ଲଭ୍ ୟୁ" .....


ତା ପରେ ରାଧା ଚୁପ୍ ହେଇଗଲା ଆଉ କିଛି ବି କହିଲାନି , କିଛି ସମୟ ଲୁହ ଝରେଇ ଚୁପ୍ ଚାପ୍ ଚାଲିଗଲା । ସେବେଠୁ କଲେଜ୍ ବି ଆଉ ଆସିଲାନି । ଭାବିଲି ପରୀକ୍ଷା ଆଉ ଅଳ୍ପ ଦିନ ଅଛି । ବୋଧେ ଘରେ ରହି ପଢା ପଢି କରୁଛି । ଦିନେ ଦୁଇଦିନ ଏମିତିରେ ଚାଲିଗଲା , ତଥାପି ରାଧା କଲେଜ୍ ଆସିଲାନି । ଫୋନ୍ କଲି , କିନ୍ତୁ ତା ନମ୍ବର ସୁଇଚିଅଫ୍ ଦେଖେଇଲା । କୌଣସି ମତେ ରାଧା ସହ କଣ୍ଟାକ୍ଟ କରିପାରିଲିନି । 


ବନ୍ଧୁତ୍ୱକୁ ବଳିଚଢ଼େଇ ରାଧାକୁ ପ୍ରେମ ନିବେଦନ କରି ଭୁଲ କରିଛି ବୋଲି ଭାବି ନିଜକୁ ଅପରାଧୀ ସଜେଇଦେଇଥିଲି ନିଜ ପାଖରେ । 

ସେଦିନ ସେମିତି ଲାଇବ୍ରେରୀ ରେ ବସି ରାଧାର ଶୂନ୍ୟତାକୁ ଅନୁଭବ କରୁଥିଲି , ରାଜୁ ଅଙ୍କଲ୍ ହଠାତ ମୋ ହାତକୁ ଲଫାପାଟେ ବଢ଼େଇ ଦେଲେ ଆଉ କହିଲେ ରାଧା ପଠେଇଛି କଲେଜ୍ ଠିକଣାରେ । ଖୁବ୍ ଖୁସି ହେଲି ଆଉ ଲଫାପା କୁ ଚିରି ଚିଠିଟେ ପଢ଼ିଲି , ।


ଚିଠିଟି ରାଧାର ନିଜ ହସ୍ତାକ୍ଷର ଥିଲା , ତା ହସ୍ତାକ୍ଷର ବି ତା ଠୁ ସୁନ୍ଦର ଥିଲା । 

ରାଧା ଲେଖିଥିଲା ,, 


ମୋର ଅନେକ ସ୍ନେହ ନବୁ , 

ତୁ ମୋ ଜନ୍ମ ଦିନରେ ମତେ ତୋ ନିଜକୁ ଉପହାର ଦେଇଥିଲୁ , ଯୋଉ ଉପହାର ଖୁବ୍ କମ୍ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଦିଅନ୍ତି । କିନ୍ତୁ ମୁଁ ତାକୁ ଗ୍ରହଣ ନକରି ତତେ ଅନେକ କଷ୍ଟ ଦେଇଛି , "ମତେ କ୍ଷମା କରିବୁ" । 

ତୋ ଭଳି ଉପହାର ଭାଗ୍ୟରେ ଥିଲେ ମିଳେ , କିନ୍ତୁ ସେ ଭାଗ୍ୟ ମୋର ନାହିଁ । କାରଣ ତୁ ମତେ ନିଜକୁ ଉପହାର ଦବା ପୂର୍ବରୁ ଈଶ୍ଵର ମତେ କ୍ୟାନ୍ସର୍ ଭଳି ରୋଗକୁ ଉପହାର ଦେଇ ସାରିଥିଲେ । ତୁ ମନ କଷ୍ଟ କରିବୁ ବୋଲି ତତେ ମୁଁ ଆଜି ଯାଏ କହିନଥିଲି । କାରଣ ମୁଁ ଚାହୁଁଥିଲି ମୁଁ ଆଉ ଯେତିକି ଦିନ ବଞ୍ଚିବି ତୋ ସହ ଏମିତି ହସି ହସି ବଞ୍ଚିଯିବି । କିନ୍ତୁ ତୋର ଏମିତି ନିଃସ୍ୱାର୍ଥ ଉପହାରକୁ ପାଇଁ ମୁଁ ଦୁନିଆ ଛାଡିଯିବା ପାଇଁ ଚାହୁଁନି । ସରାଜୀବନ ତୋ ସହ ତୋ ସାଥିରେ ରହିବା ପାଇଁ ବହୁତ ଇଛା ହଉଛି । କିନ୍ତୁ ସେ ସବୁ ସମ୍ଭବ ନୁହେଁ , ଡକ୍ଟର କହୁଛନ୍ତି ମୁଁ ଆଉ ମାତ୍ର କେଇଟା ସମୟ ବଞ୍ଚିବି । ତା ପରେ ସବୁଦିନ ପାଇଁ ସୋଇଯିବି । ବୋଧହୁଏ ଆଉ ଏ ଜନ୍ମରେ କେବେ ଉଠିବିନି , 


ଏ.... ହେ..  ଏଇ ଦେଖୁନୁ ପାଗେଳି ଙ୍କ ଭଳି ତତେ ଏତେ କଥା କହିସାରିଲାଣି କିନ୍ତୁ ମୁଁ ପୁରା ଭୁଲିଯାଇଥିଲି , ଆଜି ତୋ ଜନ୍ମଦିନ ବୋଲି .. 

ଏଇ ଦେଖ୍ .. ଆଜି ଜାନୁଆରୀ ୧ (happy new year) ତୋ ଜନ୍ମ ଦିନ । ଆଉ ହଁ ତୋ ସାମ୍ନାରେ ଥାଇ ତତେ କିଛି ଉପହାର ଦେଇପାରୁନି , କିନ୍ତୁ ତିନୋଟି ଉପହାର ତତେ ମୋର ଦବାର ଅଛି ... ଗ୍ରହଣ କରିବୁ ନା .. ??


ପ୍ରଥମ ଉପହାର .. ତୋ ପସନ୍ଦ ର ବ୍ଲୁ ଟି ସାର୍ଟ ... ଯେତେବେଳେ ମୋ କଥା ମନେ ପଡିବ ସେଇ ବ୍ଲୁ ଟି ସାର୍ଟ ପିନ୍ଧି ଛାତ ଉପରକୁ ଆସି ମତେ ଚାହିଁବୁ .. ଆଉ ମୁଁ ତତେ ଦେଖୁଥିବି .. ତୁ ସେଥିରେ ବହୁତ ସୁନ୍ଦର ଦିଶୁ ,

 ●HAPPY BIRTHDAY●


ଦ୍ୱିତୀୟ ଉପହାର .. ତୋ ବ୍ଲୁ ଫାଇଲ୍ , ଯାହାକୁ ମୁଁ ସାଇତି ରଖିଥିଲି , ଆଉ ହଁ , ସେ ବ୍ଲୁ ଫାଇଲ୍ କୁ କାହାରିକୁ ଦବୁନି , ସେଥିରେ ତୋର ସବୁତକ ସ୍ମୃତି ଅଛି , ତୋ ମନ କଥା ଅଛି , ତୋ ହୃଦୟର କଥା ଅଛି , ଏମିତିକି ସେ ବ୍ଲୁ ଫାଇଲ୍ ରେ ତୁ ନିଜେ ଅଛୁ ଆଉ ତୋ ସାଥିରେ ମୁଁ ମଧ୍ୟ , 

●HAPPY BIRTHDAY●


ଆଉ ଶେଷ ଉପହାର ..ପୂର୍ବ ଦୁଇଟି ଉପହାର ଥିଲା ତୋ ପସନ୍ଦର ଆଉ ତୋ ନିଜର , କିନ୍ତୁ ଏ ଶେଷ ଉପହାର ମୋ ପସନ୍ଦର । 

ଆଶା କରେ ତତେ ନିଶ୍ଚୟ ଭଲ ଲାଗିବ , .. ଆଉ ସେଇ ଉପହାର "ମୁଁ ନିଜେ "  

     "ଆଇ ଲଭ୍ ୟୁ "  ●HAPPY BIRTHDAY●


ଆଉ କିଛି ସମୟ ପରେ ସବୁଦିନ ପାଇଁ ଦୁନିଆ ଛାଡି ଯିବା ପୂର୍ବରୁ ଥରୁଟିଏ ହଉ ପଛେ ମତେ ତୋ ନିଜର କରିବୁ .. ଏତିକିରେ ମୁଁ ବହୁତ ଖୁସି ହେବି ..  

          ଇତି ତୋ .. 

          ଗ ପ୍ ସ ପ୍ 【 ରାଧା 】


ମୁଁ ଖାଲି ଏତିକି ଭାବୁଥିଲି ମୁଁ ଗଢିଥିବା ବାଲିଘରକୁ ଆଉ ସେ ଜୁଆରିଆ ଢେଉଟା ଭାଙ୍ଗି ଦେଇନି ତ .. ?? 

               

           


Rate this content
Log in

Similar oriya story from Romance