Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Inspirational

2  

Prasant Kumar Senapati

Inspirational

ମନ୍ କି ବାତ୍

ମନ୍ କି ବାତ୍

1 min
7.3K


 "ମ୍ୟାଡାମ, ମ୍ୟାଡାମ....ମୋ ବାପାଙ୍କୁ ପ୍ରଥମେ ଛାଡନ୍ତୁ....ତାଙ୍କ ଦେହ ବହୁତ ଅସୁସ୍ଥ ଅଛି....ପ୍ଲିଜ୍ପ...ଥମେ ଛାଡନ୍ତୁ ନା" !

"ଆରେ,ନାହିଁ ମ୍ୟାଡାମ୍...ମୋ ଶାଶୁମାଆକୁ ପ୍ରଥମେ ଛାଡି ଦିଅନ୍ତୁ, ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଛି" !

"ମୋ ବାପାଙ୍କ ନାମ ବାସୁଦେବ ମହାପାତ୍ର,ତାଙ୍କୁ ପ୍ରଥମେ ରିଲିଜ୍ କରନ୍ତୁ ନା....ସ୍ପେସିଆଲି ସାର୍ ମୁଁ ତାଙ୍କୁ ନେବା ପାଇଁ ଆଜି ଅଫିସିରୁ ଛୁଟି ନେଇଛି" !

"ସାର,ସାର, ସାର୍ ...ଏ ଦୁଇ ହଜାର ଟଙ୍କା ନିଅନ୍ତୁ....ପ୍ଲିଜ୍ ମୋ ମାଆକୁ ସାଇଡ୍ କରି ନେଇ ଆସନ୍ତୁ......"!

"ମାଆ, ମାଆ....ସାର୍ ଦେଖନ୍ତୁ ନା ସେଠି ମୋର ମାଆ ଠିଆ ହୋଇଛି, ତାଙ୍କୁ ଡାକି ଦିଅନ୍ତୁ ନା" !

"ଡକ୍ଟର ରାମ ନାରାୟଣ ବୃଦ୍ଧାଶ୍ରମ...ଯେଉଁଠି ସର୍ବଦା ଶାନ୍ତ ନିର୍ମଳ ପରିବେଶ, ଶୁନଶାନ୍ ରହୁଥିଲା,,,,ଆଜି ଗେଟ୍ ପାଖରେ ଏତେ ଭିଡ କାହିଁକି ?

ଘଟଣା ଏହା ଯେ ଆମ ସମ୍ମାନୀୟ ପ୍ରଧାନମନ୍ତ୍ରୀ ସାହେବ୍...ରେ ଆମ....ମନ୍ କି ବାତ୍ ପି.ଏମ୍ ସାହେବ....ଗତକାଲି ରାତି ଆଠଟାରେ ପୁଣି ଏକ ଅଦ୍ଭୁତ କିସମର ଟ୍ୟାକ୍ସ ଘୋଷଣା କରିଛନ୍ତି । ଉକ୍ତ ଟ୍ୟାକ୍ସ ଅନ୍ତର୍ଗତ ଯେଉଁମାନେ ନିଜ ବୃଦ୍ଧ ପିତାମାତାଙ୍କୁ ଜୀବନର ଅନ୍ତିମ ଘଡିରେ ବୃଦ୍ଧାଶ୍ରମରେ ଛାଡି ଯାଉଛନ୍ତି....ସେମାନେ ନିଜ ରୋଜଗାର'ର ୩୦% ଟ୍ୟାକ୍ସ ରୁପରେ ବୃଦ୍ଧାଶ୍ରମର କଲ୍ୟାଣକୋଷକୁ ଦାନ କରିବେ । ଏହି ଟ୍ୟାକ୍ସ ଦ୍ବାରା ଆୟ ହେଉଥିବା ଧନରାଶିରେ ସମସ୍ତ ବୃଦ୍ଧାଶ୍ରମ, ବାଳାଶ୍ରମ ଓ ଅନାଥଶ୍ରମର ପୁନରୁଦ୍ଧାର ସହ ନବୀକରଣ କରାଯିବ ।

ବାସ୍ ଏହା ପର ଠାରୁ ବୃଦ୍ଧାଶ୍ରମ ବାହାରେ

ମୋ ମାଆ, ମୋ ବାପା,ମୋ ଡାଡି, ମୋ.......ଭିଡ ଲାଗି ରହିଛି ।।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Inspirational