Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Laxman Kumar Behera

Others

3  

Laxman Kumar Behera

Others

ବିଶ୍ବାସ

ବିଶ୍ବାସ

8 mins
1.9K


■ ରୋମାଣ୍ଟିକ୍ ଗଳ୍ପ- " ବିଶ୍ବାସ "

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ମୁଁ ପାଠ ପଢିବା ପାଇଁ ଚାହୁଁଥିଲି । ସ୍ନାତକ ଦ୍ବିତୀୟ ବର୍ଷ ପଢୁଥିଲି ତୁମ ସହ ବିବାହ ହେଇଗଲା । ସ୍ନାତକ ସରି ଯାଇଥିଲେ ଭଲ ହୋଇଥାନ୍ତା । ସବୁ ତୁମ ପାଇଁ । ତୁମେ ମୋ ଜୀବନରେ ଆସି ନଥାନ୍ତ ଆଉ ମୁଁ ପାଠ ପଢା ଛାଡି ନଥାନ୍ତି । ଛଅ ବର୍ଷ ବିତି ଗଲାଣି; ତଥାପି ପାଠ ପଢି ନିଜ ଗୋଡରେ ନିଜେ ଛିଡା ହେଇ ପାରିଲିନି । ଏବେ ମୋର ଏମ୍.ଏ. ସରି ବି.ଇଡି. ମଧ୍ୟ ସରି ଥାଆନ୍ତାଣି । ମୋ ସାଙ୍ଗମାନେ ସବୁ ଅଧ୍ଯାପିକା, ଶିକ୍ଷୟିତ୍ରୀ, କିରାଣୀ, ରାଜସ୍ବ ଅଧିକାରୀ, ଗ୍ରାମ ସେବକ ••• ଆଉ ମୁଁ ••• । ମୁଁ ମୋର ଜୀବନର ସବୁକିଛି ହରାଇଲି । ନା ପଢି ପାରିଲି, ନା ଚାକିରି କରି ପାରିଲି । ସବୁ ସାଙ୍ଗ ମାନଙ୍କଠାରୁ ପଛରେ ରହିଗଲି ।

ଏକଥା ଦୟାରାମ୍ ମିଶ୍ର ସବୁ ନିରବରେ ଶୁଣୁଥାନ୍ତି । ପଦେ କିଛି ବି କହୁ ନଥାନ୍ତି ।

- ମୋ ପୁଅ ଓମ୍ କୁ ସହରରେ ପଢାଇବା ପାଇଁ ଚାହୁଁଛି । ତୁମେ କ'ଣ କହୁଛ କୁହ ?

- ମୋ ସହ ଯିବନି କି, ମୋ ଚାକିରି ପଟେ ।

- ନା ନା ମୁଁ ଯିବିନି । ଜାମ୍ମୁ ଓ କାଶ୍ମୀରରେ ସବୁଦିନେ ଥଣ୍ଡା । ସେଠାରେ ଚଳିବାଟା ବଡ ମୁସ୍କିଲ୍ ହେଇ ଯିବ ମୋ ପାଇଁ । ପୁଣି ମୋର ସ୍ନାତକ ପଢିବା ଆଶାଟା ବି ମଉଳି ଯିବ ।

ମୁଁ ମୋ ଛୁଆ କଥା ବୁଝିବି ନା ତମ ବାପା ବୋଉ କଥା ବୁଝିବି, କହିଲ ? ଘରେ ଗାଈ - ବଳଦ ମିଶିକି ସାତ ହଳ, କୁକୁଡା ଆଉ ଚିଆଁ ଛୁଆ ମିଶି ପଚିଶ୍ ଟା । ଖତ ଆଉ ନେଣ୍ଡି ପକାଇ ପକାଇ ମୁଁ ଥକି ଯାଉଛି । ବିଲ ଜମି ସାତ ଏକର । ଚାଷ କଥା ଭାବିଲେ ଜର ଆସେ । ଧାନ ବୁଣା, ରୁଆ, ବିହିଡା, କାଟି ଅମଳ କରିବା ଯାଏଁ ମୋତେ ସବୁଠିକି ଦୌଡିବାକୁ ପଡୁଛି । ସହଜରେ ଶ୍ରମିକ, ମଜୁରିଆ ମିଳୁ ନାହାଁନ୍ତି ଗାଆଁରେ । ଆଉ ଘରେ ଯେଉଁ ହଳିଆ ବାଜି ଲୁହୁରା ଅଛି ସେ ମଧ୍ୟ କୌଣସି କାମକୁ ନୁହଁ । ଯେଉଁ ଦିନ ସକାଳୁ ମଦ ପିଇଲା ସେ ଦିନ ତା'ର ସବୁ କାମ ବନ୍ଦ । ମୁଁ ଥକି ପଡୁଛି ଆଉ ପାରୁନି । ତମେ ଯେତେ କହିଲେବି ତମ ସହ ଚାକିରି ପଟେ ଯିବି ନାହିଁ । ଭାବୁଛି ଦେବଗଡ ସହରରେ ଘରଭଡା କରି ରହିବି । ମୋ ପୁଅ ପାଠ ପଢିବା ସହିତ ମୁଁ ମଧ୍ୟ ସ୍ନାତକ ପଢିବି । ମୋ ପୁଅ ତମ ମଫସଲ ଗାଆଁ ବିଦ୍ୟାଳୟରେ ପାଠ ପଢିଲେ ମୁର୍ଖ ହେଇଯିବ ।

ଏକଥା ଶୁଣି ଦୟାରାମ୍ ଙ୍କୁ ଭଲ ଲାଗିଲା ନାହିଁ । ସେ ସଙ୍ଗେ ସଙ୍ଗେ କହିଲେ,

- ହଁ, ତୁମର ଭାବନା ଯେ' ମୋ ଗାଆଁ ବିଦ୍ୟାଳୟରେ ପାଠ ପଢିଲେ ପୁଅ ମୁର୍ଖ ହେଇଯିବ, ଏ କଥା ଭାବିବା ତମର ଭୁଲ୍ ଧାରଣା । ତୁମେ ଓମ୍ କୁ ଗାଆଁ ରେ ପଢାଇ ନପାର । ହେଲେ କେବେ କହିବ ନାହିଁ ମୋ ଗାଆଁ ବିଦ୍ୟାଳୟରେ ଭଲ ପାଠ ପଢା ହୁଏ ନାହିଁ ବୋଲି ।

ତୁମେ ଜାଣିଛ ରାଧା, ମୋ ଗାଆଁ ସ୍କୁଲରେ ପଢି ମୁଁ ସେନାରେ ନିଯୁକ୍ତି ପାଇଲି । ମୋ ବଡ ଭଉଣୀ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ । ଆଉ ତୁମେ କହୁଛ ତୁମ ପୁଅ ମୁର୍ଖ ହେଇଯିବ । ଠିକ୍ ଅଛି ତୁମ ଇଚ୍ଛା । ଟିକିଏ ମଉନ ରହି ••• ଆସନ୍ତା କାଲି ଦେବଗଡ ସହରକୁ ଭଡା ଘର ଠିକ୍ କରି ଯିବା ।

▪▪▪▪▪▪▪▪▪▪▪▪▪▪▪▪▪▪▪▪

- ଏ ଘରଟି ତୁମର ପସନ୍ଦ ହେଲା କି ରାଧା ?

- ନା ନା ଏ ଘର ମୋର ପସନ୍ଦ ନାହିଁ । ଏତିକି ବେଳେ ମୋନାଲିସାର ଫୋନ୍ ଆସିଛି ।

- ହଁ ମୋନା କହ ।

- ଗତ କାଲି ମୋତେ ତୁ ଯେଉଁ ଘର ଠିକ୍ କରି ଦେବା କଥା କହୁଥିଲୁ, ଠିକ୍ କରି ଦେଇଛି ଘର । ମାସକୁ ତିନି ହଜାର ଟଙ୍କା । ଚଳିବ ତ ।

- ହଁ, ଚଳିବ । ସବୁ ସୁବିଧା ଅଛି ତ ?

- ହଁ ଅଛି ।

- ଘରଟା କେଉଁ ଠାରେ ଅଛି ?

- ତୁ +୨ ପଢିଲା ବେଳେ ଯେଉଁ ହଷ୍ଟେଲ୍ ରେ ରହୁଥିଲୁ । ସେଇ ପାଖରେ । ଓହୋଃ । ହଉ ହଉ ଠିକ୍ ଅଛି । ତୁ ଏବେ କେଉଁଠାରେ ଅଛୁ ?

- ପ୍ରଧାନପାଟ ରାସ୍ତାରେ ଅଛି ।

- ମୁଁ ପାଞ୍ଚ ମିନିଟ୍ ଭିତରେ ପହଞ୍ଚୁ ଅଛି ।

ମୋନାଲିସା ଓ ରାଧା ପରସ୍ପର ସହ ମିଶି ସେଦିନ ଦୁହେଁ ଭାରି ଖୁସି । ଦୀର୍ଘ ଛଅ ବର୍ଷ ପରେ ଦେଖା ସାକ୍ଷାତ୍ । ଘର ପସନ୍ଦ ହେଲା ବୋଲି ରାଧା ଜଣାଇଲା । ସେ ଘରେ ତିନି ବର୍ଷ ହେଲା କେହି ରହୁ ନାହାଁନ୍ତି । ଘର ମାଲିକ ଅନନ୍ତ ମହାପାତ୍ର ମୋ ନିଜ ମାମୁଁ । ସେ କଲିକତାରେ ଚାକିରି କରୁଥିବାରୁ ପରିବାର ସହ ସେଠାରେ ରହୁଛନ୍ତି । ଘରର ସମସ୍ତ ଦାୟିତ୍ବ ମୋ ହାତରେ ବୋଲି ମୋନାଲିସା ଏକ ଲୟରେ ବଖାଣି ଚାଲିଥାଏ ।

ଆଉ ମାତ୍ର ଚାରି ଦିନ ଅଛି ଛୁଟି । ଟ୍ରେନ୍ ଟିକେଟ୍ ବୁକିଙ୍ଗ୍ କଲେ ଯାଇ । ତୁମ ସହ ବାପା ଆଉ ବୋଉ ମଧ୍ୟ ରହିବେ । ସେମାନେ ଗାଉଁଲି ମଣିଷ ରାଧା । ଯତ୍ନ ଟିକିଏ ନେଉଥିବ ।

- ଯଦି ମୋ ସହ ତୁମ ବାପା ବୋଉ ରହିବେ, ତାହାହେଲେ ଗାଈ,ଛେଳି, କୁକୁଡା, ଚାଷ କଥା ବୁଝିବ କିଏ ?

- ଓହୋଃ ସେଇ କଥା କି, ଗାଈ,ଛେଳି, କୁକୁଡା ସବୁ ବିକି ଦେବା । ଜମି ଗୁଡିକ ଭାଗ ଚାଷରେ ଲଗେଇ ଦେବା ।

- ଘର ତ ତାଲା ପଡିଯିବ ।

- ହଁ ପଡୁ । ଆଉ କ'ଣ କରିବା କହିଲ । ପୁଅ ଆଉ ତୁମେ ପଢିବ । ତୁମର ସ୍ବପ୍ନ ସବୁକୁ ସାକାର କରିବା ପାଇଁ ଏସବୁ ତ କରିବା ପାଇଁ ପଡିବ ।

ଦେବଗଡ ସହରରେ ଘରଭଡା କରି ଦୟାରାମ୍ ନିଜ ସ୍ତ୍ରୀ, ପୁଅ ଓ ବାପା ବୋଉଙ୍କୁ ଛାଡି କାଶ୍ମୀର ଚାଲିଗଲା ।

ଦିନେ ରାଧା ତା'ର ପୁରୁଣା ପ୍ରେମିକ କୃଷ୍ଣାର୍ଜୁନକୁ କଲେଜ୍ ଯିବା ବାଟରେ ହଠାତ୍ ଭେଟିଛି । ରାଧା କେବେ ଭାବି ନଥିଲା କୃଷ୍ଣାର୍ଜୁନ ସହିତ ଜୀବନରେ ପୁଣି କେବେ ଭେଟ ହେବ ବୋଲି । ଦୁହେଁ ପରସ୍ପରକୁ ଅନାଇଁ ରହି ନିରବ ଥାନ୍ତି । କିଛି ସମୟ ଚୁପ୍ ରହିଲା ପରେ କୃଷ୍ଣାର୍ଜୁନ ପଚାରିଲା,

- ଆରେ ରାଧା ତୁମେ କଲେଜ୍ ରେ ପଢୁଛ କି?

- ହଁ, ସ୍ନାତକ ପ୍ରଥମ ବର୍ଷ ।

- ବସ୍ ରେ ଘରୁ ଯିବା ଆସିବା କରୁଛ ନା ହଷ୍ଟେଲ୍ ରେ ରହୁଛ ?

- ନା ନା ଘର ଭଡା କରି ରହୁଛୁ । ମୋ ପୁଅ ଆଉ ମୋ ଶାଶୁ - ଶ୍ବଶୁର । ତୁମେ କ'ଣ କରୁଅଛ ଯେ ଏବେ ?

- ଶିଶୁ ମନ୍ଦିରରେ ପାଠ ପଢାଇବା ସହିତ ଘର ଘର ବୁଲି ଟିଉସନ୍ କରୁଛି ।

- ଭଲ ତା'ହେଲେ । ମୋ ଛୁଆର ଟିଉସନ୍ ଶିକ୍ଷକ ମିଳିଗଲେ । ମୁଁ ଭାରି ବ୍ଯସ୍ତ ଥିଲି । ମୋ ପୁଅ ଓମ୍ କୁ ପଢାଇ ଦେବ କୃଷ୍ଣାର୍ଜୁନ ।

- ହଁ ହଁ ନିଶ୍ଚିତ । କେଉଁ ଠାରେ ରହୁଛ କି ରାଧା ?

- ମୁଁ +୨ ବେଳେ ଯେଉଁ ହଷ୍ଟେଲ୍ ରେ ରହୁଥିଲି ସେଇ ପାଖରେ ରହୁଛି । ମୋ ଫୋନ୍ ନଂ ଟା ରଖିଥାଅ ।

ଫୋନ୍ ନଂ ଦିଆ ନିଆ ହେବା ପରେ ପରସ୍ପର ସହ କଥା ହେବାରେ ମସଗୁଲ୍ ହେଇଗଲେ । ସେଦିନ ସଂନ୍ଧ୍ଯାରୁ ଓମ୍ ର ଟିଉସନ୍ ଆରମ୍ଭ ହେଇଗଲା । ରାଧା ଭାରି ଖୁସି । ମଝିରେ ମଝିରେ କୃଷ୍ଣାର୍ଜୁନ ବଜାର ସଉଦା ମଧ୍ୟ କରି ସହଯୋଗ କରୁଥାଏ ।

▪▪▪▪▪▪▪▪▪▪▪▪▪▪▪▪▪▪▪▪

କୃଷ୍ଣାର୍ଜୁନ ଦିନେ ରାଧାର ଶାଶୁ ଶ୍ବଶୁରର ଅନୁପସ୍ଥିତିରେ ରାଧାକୁ ପ୍ରେମ ନିବେଦନ କରିଛି । ଏକଥା ଶୁଣି ରାଧା କହିଲା, ମୁଁ ତମ ରାଧା ଥିଲି, କୃଷ୍ଣାର୍ଜୁନ । ମୁଁ ଏବେ ବିବାହିତା । ଦୟାରାମ୍ ମୋର ଶଙ୍ଖା ଆଉ ସିନ୍ଦୁର । ମୁଁ ତମକୁ ବହୁତ୍ ଭଲ ପାଉଥିଲି । ମୋର ପ୍ରତିଟି ଶ୍ବାସ ପ୍ରଶ୍ବାସରେ ତୁମେ ଥିଲ । ସବୁ ଦିନେ ରହିବ । ମୁଁ କେବେବି ତୁମ ରୂପ ଯୌବନକୁ ପ୍ରାପ୍ତ ହେବାର ଆଶା ରଖି ନଥିଲି କି ଆଜି ମଧ୍ୟ ସେ ଲାଳସା ମୋର ନାହିଁ । ମୁଁ ଯେବେ ଦୟାରାମ୍ ଙ୍କୁ ବିବାହ କଲି ସେଇଦିନ ଠାରୁ ହିଁ ତୁମ ଠାରୁ ସବୁକିଛି ପାଇବା ଆଶା ସବୁକୁ କବର ଦେଇ ଦେଇଛି ହୃଦୟର ନିଭୃତ ଇଲାକାରେ । ତୁମ ସହ ଦେହ ସଂପର୍କ ରଖିବା ପାଇଁ କହିଲ, ଏ କଥା ମୋ ନିଃସ୍ବାର୍ଥ ଭଲ ପାଇବାରେ ଶକ୍ତ ଆଘାତ ଦେଲା । ମୁଁ ତୁମର ଭଲ ଗୁଣକୁ ହିଁ ଭଲ ପାଉଥିଲି କଲେଜ୍ ରେ ପଢିଲା ବେଳେ । ତୁମେ ସଂପୂର୍ଣ୍ଣ ବଦଳି ଯାଇଛ କୃଷ୍ଣାର୍ଜୁନ ।

ଆଜି ମୁଁ ଜଣେ ଦେଶ ରକ୍ଷକର ଧର୍ମ ପତ୍ନୀ । ଦେଶର ସର୍ବୋଚ୍ଚ ଗିରି ଶୀଖରରେ ରହି ମାତୃଭୂମି ପାଇଁ ଶତ୍ରୁ ସହ ଦିନରାତି ଲଢେଇ କରୁଥିବା ଯବାନର ପ୍ରେମୀକା । ବିଶ୍ବାସ ଆଉ ଅମୃତଭରା ଅମ୍ଳାନମୟୀ ନିଷ୍କଳଙ୍କ ସୁଚରିତ୍ରା ତଥା କ୍ଷତ୍ରିୟ ନାରୀ ମୁଁ । ମୋ ସ୍ବାମୀ ହିଁ ମୋ ଦେବତା । ସେହି ଦେବତାଙ୍କ ବିଶ୍ବାସରେ ବିଷ ଦେବାର ନିଚ୍ଚ ଭାବନା ମୋ ଠାରେ କେବେବି ଉଦ୍ରେକ ହେବ ନାହିଁ ।

ମୋ ପୁଅକୁ ତୁମେ ପାଠ ପଢେଇ ନପାର । ମୁଁ ନିଜେ ପଢାଇବା ପାଇଁ ଚେଷ୍ଟା କରିବି କିମ୍ବା ଅନ୍ଯ କାହାକୁ କହିବି । ହେଲେ ମୋତେ ଯେ' ସୁଦୂରେ ରହି ବିଶ୍ବାସ ଆଉ ଭରସା ରଖିଛି ତାକୁ ଜମା ଜହର ଦେବି ପାରିବିନି । ସିଏ ହିଁ ମୋ ପ୍ରାଣ, ମୋ ଈଶ୍ଵର । ମୋ ସୁଖ ଦୁଃଖ ସଂସାରର ସାଥୀ । ହଁ ସେ ଦୂରରେ ଥାଇ ପାରନ୍ତି । ହେଲେ ମୋ ହୃଦୟଠାରୁ ନୁହେଁ । ମୋ ବିଶ୍ବାସର ପ୍ରତିଟି ଶ୍ଵାସ ପ୍ରଶ୍ବାସରେ ମୋ ସ୍ବାମୀ ଅଛନ୍ତି । ସେ ମୋତେ ପ୍ରଚୁର ଭଲ ପାଆନ୍ତି ••• । ତୁମେ ଏବେ ଯାଇପାର ।

ଦୟାରାମ୍ ମିଶ୍ର ବି•ଏସ୍• ଏଫ୍• ରେ ନିଯୁକ୍ତି ପାଇଲା ଦିନଠାରୁ କାହାରି ବିବାହ, ବ୍ରତ, ଭଲମନ୍ଦରେ କେବେ ପରିବାର ସହ ମିଶି ଖୁସି ମନାଇ ପାରି ନାହିଁ । ସବୁଠାକୁ ରାଧା ହିଁ ପହଞ୍ଚି ଥାଏ । ରାଧାକୁ ସମସ୍ତେ ଭଲ ବୋଲି କହନ୍ତି । ନିଜେ ପାଠ ପଢୁଛି, ପୁଅକୁ ପଢାଉଛି, ଘର କଥା ବୁଝୁଛି, ଶାଶୁ ଶ୍ବଶୁରଙ୍କର ସେବା କରୁଛି । ବାଃ••• ବହୁତ ବଢିଆ ରାଧା । ଯେଉଁଠିକୁ ଗଲେ ରାଧାର ଚର୍ଚ୍ଚା ଜୋର୍ ସୋର୍ ରେ ଚାଲେ । କାହାରି ଭଲମନ୍ଦ କାର୍ଯ୍ଯରେ ଯୋଗ ଦେଉ ନଥିବାରୁ ସମସ୍ତେ ଦୟାରାମ୍ କୁ ରାଗନ୍ତି ।

ସମଗ୍ର ଭାରତର ସେବା - ରକ୍ଷା କରୁଥିବା ମଣିଷ ଯେ' ନିଜ ପରିବାରର ସେବାରେ ଆସି ପାରିବନି ଏକଥା ଭାବିବା ହିଁ ଭୁଲ୍ । ନିଜକୁ ତଥା ନିଜ ପରିବାରକୁ ଯେ' ଭଲପାଏ ସେ ହିଁ ସମସ୍ତଙ୍କୁ ଭଲ ପାଇପାରେ । ଏହା ହିଁ ତ ବାସ୍ତବ କଥା । ଅନ୍ଯମାନେ କେମିତି ଜାଣିବେ ଯେ' କେତେ ସରଳ - କୋମଳ ଆଉ ଚରିତ୍ରରେ କୋଠର ଦୟାରାମ୍ ଙ୍କର ହୃଦୟ । ବାହାରେ ରହେ, ଘରଠାରୁ ମାଇଲ୍ ମାଇଲ୍ ବାଟ ସୁଦୂର ଜାମ୍ମୁ ଓ କାଶ୍ମୀରର ବୋର୍ଡରରେ । ଦେଶବାସୀଙ୍କ ସେବାରେ ଯେ' ନିଜକୁ ଉତ୍ସର୍ଗ କରିଛି ସେ କେତେ ଯେ' ଭଲପାଏ ନିଜ ପରିବାରକୁ ଏହା କେବଳ ଜଣେ ଅନୁଭବୀ ହିଁ ଠଉରେଇ ପାରିବ । ପରିବାର, ଗାଆଁ, ସାଙ୍ଗସାଥୀ, ବନ୍ଧୁ ବାନ୍ଧବ ମାନଙ୍କ କଥା ମନେ ପଡିଲେ ସେ ନିଜ ଭାରତ ଦେଶର ସୁରକ୍ଷା କଥା ଭାବି ଲୁହ ସବୁକୁ ଆଖିରେ ଆଉ କୋହ ସବୁକୁ ହୃଦୟରେ ଲୁଚେଇ ରଖିନିଏ । ବାସ୍ତବରେ ଦୟାରାମ୍ ହିଁ ଅସଲ ପ୍ରେମୀ ଯେ' ନିଜ ପରିବାର ସହ ସଂପୂର୍ଣ୍ଣ ଭାରତ ବର୍ଷକୁ ଏକା ବେଳେ ସମାନ ଭାବରେ ଭଲ ପାଇ ପାରୁଛି ।

ନିଜ ପରିବାର ତଥା ଭାରତର ମଙ୍ଗଳ କଥା ଭାବି ଦୟାରାମ୍ ଦିନ - ପକ୍ଷ -ମାସ - ବର୍ଷ ବିତେଇ ଚାଲିଥାଏ । ପ୍ରତିଦିନ ଫୋନ୍ ରେ କଥା ହେଇ ପରିବାରର ଭଲମନ୍ଦ ବୁଝିନିଏ । ପରିବାର ସହ କଥା ଦୁଇପଦ ଲାଗିଦେଲେ ସେ ସ୍ବର୍ଗ ସୁଖ ଅନୁଭବ କରୁଥାଏ ।

▪▪▪▪▪▪▪▪▪▪▪▪▪▪▪▪▪▪▪▪

ସେଦିନ ଶୁକ୍ରବାର ଥିଲା । କଲେଜ୍ ଯିବା ବାଟରେ କେହି ଜଣେ ମଦୁଆ ବାଇକ୍ ଚାଳକ ରାଧାକୁ ଦୁର୍ଘଟଣା ଘଟାଇ ଫେରାର୍ ହେଇଗଲା । ସାଙ୍ଗସାଥି ମାନେ ମିଶି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଧାକୁ ଦେବଗଡ ଡାକ୍ତରଖାନାକୁ ନେଉଥିବା ବେଳେ ତା'ର ମୃତ୍ୟୁ ହେଲା ।

ରାଧା ଦୁନିଆରୁ ଚାଲିଯିବା ପରେ ବିଭିନ୍ନ ସ୍ଥାନରେ ଧାରଣା ଦିଆଗଲା, ପ୍ରତି ଛକ ଜାଗାରେ ଗାଡିର ଗତି ଧିର ହେବା ପାଇଁ ହୋମ୍ସ କରାଗଲା । ସହର ସାରା ' ମଦ ପିଇ ଗାଡି ଚଳାଅ ନାହିଁ ' ସ୍ବର ପ୍ରଚାର କରାଗଲା । ପତ୍ରପତ୍ରିକା, ବ୍ଯାନର୍, ଆତସବାଜି ଦ୍ବାରା ସଚେତନତା ବାର୍ତ୍ତା ପ୍ରସାର କରାଗଲା । ତଥାପି ମଧ୍ଯ ଆଜି ପ୍ରାଇଭେଟ୍ ବସ୍ ଷ୍ଟାଣ୍ଡ୍ ରେ ବିଦେଶୀ ମଦ ବିକ୍ରି ହେବା ସହ ବିଭିନ୍ନ ଗଳିରେ ଚାଖ୍ ଣା ସହିତ ଦେଶୀ ବିଦେଶୀ ମଦ ଖୁଲମ୍ ଖୁଲା ବିକ୍ରି ଚାଲିଛି । ଏହା କେବେ ମଧ୍ୟ ବନ୍ଦ ହେବ ନାହିଁ କି କେହି ମଧ୍ୟ ବନ୍ଦ କରି ପାରିବେ ନାହିଁ । ଏହା ସମସ୍ତେ ଜାଣିଛନ୍ତି । ବିଷ ମଦମୃତ୍ୟୁ ହେଉ ଅବା ମଦୁଆ ଚାଳକର ଦୁର୍ଘଟଣାରେ କାହାରି ମୃତ୍ୟୁ ହେଉ ପ୍ରଶାସନ ତରଫରୁ ଶାନ୍ତ୍ବନା ମୂଳକ ପ୍ରୋତ୍ସାହନ ରାଶି କିଛି ମିଳିଗଲେ ସମସ୍ତେ ଚୁପ୍ । ଏହା ହିଁ ମୋ ଗାଆଁ - ଜିଲ୍ଲା - ରାଜ୍ୟ ଆଉ ଦେଶର ସ୍ଥିତି । ଏମିତି କହି କହି ଦୟାରାମ୍ କାନ୍ଦୁଥାଏ ।

ଶବ ସତ୍କାର ସମୟରେ ପୋଲିସ୍ ଅଧିକାରୀ ଦୟାରାମ୍ ଙ୍କୁ ଏକ ନୀଳ ଡାଏରୀ ଟିଏ ବଢାଇ କହିଲେ, ଆଜ୍ଞା ଏହା ଆପଣଙ୍କ ଧର୍ମ ପତ୍ନୀଙ୍କର । ଆପଣଙ୍କ କଥା କେବଳ ଲେଖା ହୋଇଛି । ଆପଣଙ୍କୁ ମାଡାମ୍ ବହୁତ ଭଲ ପାଉଥିଲେ ବୋଧେ ।

ଏକଥା ଶୁଣି ଦୟାରାମ୍ ର ଆଖିରୁ ଲୁହ ଖସି ପଡିଲା । ଲୁହ ଆଉ କୋହକୁ ସମ୍ଭାଳି ନପାରି ନିଜ ପୁଅକୁ ଜାବୁଡି ଧରି ଜୋର୍ ସେ କାନ୍ଦିବାକୁ ଲାଗିଲେ ।

ସେଇ ଦିନ ଠାରୁ ଦୟାରାମ୍ ରାଧାର ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ନିଜ ପୁଅର ନାମ ପରିବର୍ତ୍ତନ କରି ନୂଆ ନାମକରଣ କଲେ ' ରାଧେୟ ' ।

▪▪▪▪▪▪▪▪▪▪▪▪▪▪▪▪▪▪▪▪

ଦୟାରାମ୍ ଆଉ ଦ୍ବିତୀୟ ବିବାହ ନକରି ନିଜ ପୁଅ ସହିତ କାଶ୍ମୀରରେ ଏବେ ଖୁବ୍ ଖୁସିରେ ତପସ୍ବୀ ଜୀବନ ବିତାଉ ଅଛି ।

■ ■ ■ ■ ■ ■ ■ ■ ■ ■ ■ ■

● ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ

ପ୍ରେମ

ଏକ ପରିବର୍ତ୍ତନର ସ୍ବର •••

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍- ୭୬୮୧୦୮

ଭ୍ରାମ୍ଯଭାଷ- 09668242720


Rate this content
Log in