Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗୋଟିଏ ଭୟଙ୍କର ରାତିର ଇତିକଥା
ଗୋଟିଏ ଭୟଙ୍କର ରାତିର ଇତିକଥା
★★★★★

© Dibyajyoti Mohanty

Romance Others

4 Minutes   7.5K    13


Content Ranking

          ସଂନ୍ଧ୍ୟା ଯାଇ ରାତି ଘଡିଏ ହେବାକୁ ବସିଲାଣି । ସେପଟେ ଆଲୋକ ରାତ୍ରି ଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତି କରୁଛି । ଆଜି ଅପର୍ଣ୍ଣାର ଜନ୍ମ ଦିନ । ତା ମନପସନ୍ଦର ସବୁକିଛି ବ୍ୟଞ୍ଜନ ପ୍ରସ୍ତୁତି କରିବାରେ ସେ ବ୍ୟସ୍ତ । ଯେପରି କେଉଁଥିରେ କିଛି କମି ନ ରହିଯାଏ । ସେଥିପାଇଁ ସବୁ ଦିଗ ପ୍ରତି ବେଶ୍ ଭଲଭାବରେ ସେ ଧ୍ୟାନ ଦେଉଥାଏ । ମାତ୍ର ଏପଟେ ଅପର୍ଣ୍ଣା ଖୋଲା ଆକାଶ ତଳେ ବସି ଦୂରଦିଗନ୍ତ ବିସ୍ତାରିତ ଆକାଶମାଳାକୁ ଲକ୍ଷ୍ୟ କରି କଣ ସବୁ ଯେ ଭାବୁଥାଏ ତାକୁ ତାହା ଜଣା ନାହିଁ । 

    ଶୀତୁଆ ଚନ୍ଦ୍ରମା ରାତିଟାରେ ଶୀତଳ ଜ୍ୟୋସ୍ନାର ଆଲୋକ ଚାରିଆଡେ ବିଚ୍ଛୁରିତ ହୋଇ ପଡିଥାଏ । ଲନ୍ରେ ପଡିଥିବା ଚୌକି ଉପରେ ବସିଥାଏ ଅପର୍ଣ୍ଣା । ଆକାଶର ତାରାମାନଙ୍କୁ ଲକ୍ଷ୍ୟ କରି ଭାବୁଥାଏ ସତରେ ତୁମେମାନେ ଏ ମଣିଷ ମାନଙ୍କ ଭଳି କେତେ ଅସହାୟ । ରାତି ପାହିଯିବା ସଙ୍ଗେ ସଙ୍ଗେ ତୁମେମାନେ ବି କେଉଁଆଡେ ହଜିଯାଇ ତୁମ ସତା ହରାଇ ବସିବ । ଯେପରି ଦିନର ସୂର୍ଯ୍ୟାଲୋକରେ ତୁମେମାନେ ଜଳିପୋଡି ପାଉଁଶ ହୋଇଯିବ କିମ୍ବା ଦିନର ବ୍ୟସ୍ତ ବହୁଳତା ଭିତରେ ତୁମେମାନେ ଅଣନିଶ୍ୱାସୀ ହୋଇଯିବ । ରାତିର ଘନକଳା ଅନ୍ଧକାରକୁ ଆଡେଇ ଆକାଶର ଛାତିରେ ଫୁଟି ଉଠିବା ଛଡା ତୁମ ମାନଙ୍କର ଉପାୟ ଅବା କଣ ? ଦିନରେ ତ ତୁମମାନଙ୍କର ଅସ୍ତିତ୍ୱ ହିଁ ହଜିଯାଏ । 

   ଡିନର୍ ପାଇଁ ଡାକିଲେଣି ଆଲୋକ ତାକୁ ଯିବାକୁ ହେବ ତା’ର ଏ ଭାବନାର ଅନ୍ତ ଘଟାଇ । ସେ ଉଠିଲା ଚୌକିରୁ, ଆକାଶର ଛାତିରେ ଫୁଟି ଉଠିଥିବା ଅଂସଖ୍ୟ ତାରା ମାନଙ୍କ ଅଭିମୁଖେ ଏକ ସ୍ମିତହାସ୍ୟ ଦେଇ ସେମାନଙ୍କଠୁ ବିଦାୟ ନେଲା । ଡାଇନିଙ୍ଗ୍ ଟେବୁଲ ପାଖରେ ତାକୁ ଅପେକ୍ଷା କରିଛନ୍ତି ଆଲୋକ । ଥାଳିରେ ପରସି ଦେଇଛନ୍ତି ତା ମନପସନ୍ଦର ସମସ୍ତ ସୁସ୍ୱାଦୁ ବ୍ୟଞ୍ଜନମାନ । ସେ ଯାଇ ଡାଇନିଙ୍ଗ୍ ଟେବୁଲ୍ ପାଖରେ ବସିଲା । ଖାଇବା ଥାଳିରେ ଟିକିଏ ଖାଇବାକୁ ଉଦ୍ୟତ କରିଛିକି ନାହିଁ ସେପଟୁ ତାକୁ ଅଟକାଇ ଦେଲା ଆଲୋକ । କହିଲା ଉଁ ହୁଁ ଆଜି ପରା ତୁମର ଜନ୍ମ ଦିନ ସେଥିପାଇଁ ତୁମକୁ ହାତରେ ଖାଇବା ମନା । ମୁଁ ଆଜି ତୁମକୁ ମୋ ନିଜ ହାତରେ ଖୁଆଇଦେବି । ଏହା କହି ଚାମଚରେ କିଛି ଖାଦ୍ୟ ବଢାଇଦେଲା ତା ଆଡକୁ । ସେ କିଛି ନ କହି ନୀରବତାର ସହକାରେ ଖାଇବାକୁ ଲାଗିଲା । ଏହାରି ଭିତରେ ଆଲୋକ ନଜର ଆଢୁଆଳରେ ତା ଆଖିରୁ ଦୁଇଧାର ଲୋତକ ବୁନ୍ଦା ବହିଯାଇ ମାଟି ସ୍ପର୍ଶ କରିସାରିଥିଲା । ସେ ମନେ ମନେ ଭାବୁଥିଲା ସତରେ ତା ପାଇଁ ଏଇ ଦିନଟି କେଡେ ମହାନ୍ ଅଟେ । ଏହି ଦିନ ଆଲୋକ ତାଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଆସନ୍ତି । ଏହି ଗୋଟିଏ ଦିନ ପାଇଁ ସେ ଭୁଲିଯାଆନ୍ତି ତାଙ୍କ ଫ୍ୟାମିଲି ବିଜ୍ନେସ୍, କ୍ଲାଏଂଟ୍, ଡେଲିଗେଟ୍ସ, ଟୁର୍ ସବୁକିଛି । କେବଳ ତା’ ପାଇଁ ଉଦିଷ୍ଟ ଥାଏ ତାଙ୍କର ଏ ଦିନଟି । ଆଉ ସେ ବି ବଡଘର ବୋହୁ ହେବାର ଅଭିନୟରୁ ବାହାରି ଆସେ । ବାହାରିଆସେ କ୍ଲବ, ପାର୍ଟି, ଫ୍ରେଣ୍ଡସ୍, ଫ୍ୟାମିଲି ଫଙ୍କସନ୍ ସବୁକିଛିରୁ । ସେଥିପାଇଁ ସେ ଦୁହେଁ ସହରଠୁ ଅନତି ଦୂରରେ ଥିବା ଏହି ଗେଷ୍ଟ ହାଉସ୍ ରେ ବିତାଇଥାନ୍ତି ବର୍ଷର ଗୋଟିଏ ଦିନ । 

  ଡିନର୍ ସରିଲାଣି । ସେ ବସିଛି କିଛି ସମୟ ପୂର୍ବରୁ ଆଲୋକ ନିଜ ହାତରେ ସଜାଇଥିବା ମଧୁମାଳତୀ, ରଜନୀଗନ୍ଧା, ଗୋଲାପର ପାଖୁଡାରେ ସୁସଜ୍ଜିତ ବେଡ୍ ଉପରେ । ରୁମ୍ ଟା ସାରା କ୍ୟାଣ୍ଡେଲ୍ ଲାଇଟର ମିଞ୍ଜି ମିଞ୍ଜି ଆଲୁଅ । କ୍ୟାଣ୍ଡେଲ୍ ଲାଇଟର ଉଷ୍ମତା ସହ ରୁମରେ ପଡିଥିବା ଅତରର ଭିଜା ଭିଜା ବାସ୍ନା ତାକୁ ଆହୁରି ଆମୋଦିତ କରି ତୋଳୁଥିଲା । ସେ ଅପେକ୍ଷା କରିଥିଲା ବେଡ୍ ଉପରକୁ କେତେବେଳେ ଆସିବେ ଆଲୋକ । 

     ଆଲୋକ କିନ୍ତୁ ସେପଟେ ଶୀତର ମଜ୍ଜା ନେବା ପାଇଁ ପ୍ରସ୍ତୁତି କରିବାରେ ଲାଗିଥିଲା ହ୍ୟୁସ୍କିର ମନମତାଣିଆ ପ୍ୟାକ୍ । ତା’ ହାତକୁ ଗୋଟିଏ ପ୍ୟାକ୍ ବଢାଇଦେଇ ଆଲୋକ ବସିଲା ତା’ ପାଖରେ । ତାକୁ ନିଜ କୋଳକୁ ଭିଡି ନେଇ ତା ମଥାରେ ଆଙ୍କିଦେଲା ମିଠା ଚୁମ୍ବନଟିଏ । ପ୍ରୀତି ଫଗୁଣର ଏ ପିଆଲା ପରସରେ ସେ ପାଗଳିପ୍ରାୟ ହୋଇ ଉଠିଲା । ଆଲୋକକୁ ଭିଡିଧରି ତା’ କୋଳରେ ନିଜକୁ ସମର୍ପି ଦେଲା ଏବଂ ତା’ ଛାତିରେ ମୁଣ୍ଡ ରଖି ସପନ ଦେଖିବାକୁ ଲାଗିଲା । ମଦର ନିଶାଟା ଧୀରେ ଧୀରେ ଚଢିବାକୁ ଲାଗିଥାଏ । ସେ ଆଲୋକ ମୁଣ୍ଡର କେଶରାଜି ସହ ଖେଳୁ ଖେଳୁ ତାକୁ କହିଲା, ‘ଆଲୋକ ସବୁ ରାତିର ଇତିହେବା କଣ ନିହାତି ଆବଶ୍ୟକ? କିଛି ରାତି ଏମିତି ରହିଗଲେ ହୁଅନ୍ତାନି ।’ ଏହା ଶୁଣି ଆଲୋକ ତାକୁ ଆଉଟିକେ ତା ଛାତିରେ ଭିଡିଧରି କହିଲା ପାଗେଳିଟା । କଣ ସବୁ ଇଆଡୁ ସିଆଡୁ ଗପୁଛ । କ’ଣ ନିଶା ହୋଇଗଲା ନା କ’ଣ । ହଁ ଆଲୋକ ଏମିତି କିଛି ରାତି ରହିଗଲେ କେତେ ଭଲ ହୁଅନ୍ତା । ତୁମ ବାହୁ ବନ୍ଧନରେ ମୁଁ ଏମିତି ନିତି ରୁହନ୍ତି । ତୁମେ ଆଙ୍କି ଦିଅନ୍ତ ମୋ ମଥାରେ, ମୋ ଓଠରେ ଓ ମୋ ଦେହର ପ୍ରତ୍ୟେକଟି ଶିରା ପ୍ରସିରାରେ ଅନେକ ମିଠା ମିଠା ଚୁମ୍ବନର ବର୍ଷା । ମୁଁ ତୁମ କେଶ ସହ କେତେ ଖେଳନ୍ତି । ତୁମ ଛାତିରେ ମୁଣ୍ଡ ରଖି ଶୋଇଯାଆନ୍ତି ଆଉ ଅନେକ ଗହନ ରାଇଜର ସପନ ଦେଖନ୍ତି ।    ମଦର ନିଶାଟା ତା କାମ କରିବା ଆରମ୍ଭ କରିଦେଇଥିଲା । ଦୁହେଁ ଦୁହିଁଙ୍କ ବାହୁ ବନ୍ଧନରେ ଶୋଇଯାଇଥିଲେ ନିସ୍ତେଜ ଓ ନିଶବ୍ଦ ହୋଇ । ରୁମଟାସାରା ପୁରା ଶୂନଶାନ । ଏହି ସମୟରେ ହଠାତ୍ ଜଳି ଉଠିଲା ରୁମଟା । ରୁମଟାସାରା ପ୍ରଚଣ୍ଡ ଗର୍ଜନ କରି ଏ ଦିଗରୁ ସେ ଦିଗକୁ ନିଆଁଟା ମାଡିଚାଲିଥିଲା । ରୁମରେ ଜଳାଯାଇଥିବା କ୍ୟାଣ୍ଡେଲ୍ ଲାଇଟ୍ ଗୁଡିକୁ କିଛି ସମୟ ପୂର୍ବରୁ ବିଲେଇଟେ ପକେଇ ଦେଇଥିବା ପ୍ରଭାବରୁ ରୁମଟାସାରା ଏ ଭୟଙ୍କର ନିଆଁ କିନ୍ତୁ ଆଲୋକ ଓ ଅପର୍ଣ୍ଣାକୁ ଏହା ଅଜଣା । ଏ ଭୟଙ୍କର ନିଆଁରୁ ବର୍ତ୍ତିବା ଅସମ୍ଭବ । ସେମାନେ ବି ମଦର ନିଶାରେ ମତୁଆଲା । ଏ ଭୟଙ୍କର ନିଆଁରୁ ବର୍ତିବେ ଅବା କିପରି । ନିଆଁଟା ଯେପରି ଜିହ୍ୱା ଲହ ଲହ କରି ତାଙ୍କରି ଆଡକୁ ମାଡିଯାଉଥିଲା । ସେ ଦୁହେଁ ବୁଝିପାରୁନଥିଲେ କ’ଣ କରିବେ । 

  ତା’ ପରଦିନ ସକାଳୁ ସେ ଦୁହେଁ ଥିଲେ ମେଡିକାଲର ବେଡରେ । ଶରୀରର କିଛି ଅଂଶ ପୋଡିଯାଇଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ସେଇ ପାଖକୁ ପିକନିକ ଆସିଥିବା କିଛି କଲେଜ୍ ପଢୁଆ ଛାତ୍ରଛାତ୍ରୀ । ମେଡିକାଲର ବେଡରେ ଶୋଇଥିବା ଆଲୋକ ଓ ଅପର୍ଣ୍ଣାର ଚେତା ଫେରିନଥିଲା ସତ କିନ୍ତୁ ସେମାନେ ବଂଚି ଯାଇଥିଲେ ସେ ଭୟଙ୍କର ନିଆଁର ଆଁରୁ । ତା’ ସହିତ ସେମାନଙ୍କ ପାଇଁ ବିତିଯାଇଥିଲା ଗୋଟିଏ ଅଭିଶପ୍ତ ରାତି । ଘଟିଯାଇଥିଲା ଗୋଟିଏ ରାତିର ଇତି । ସେ ଦୁହିଁଙ୍କ ଜୀବନରେ ଆସିଥିଲା ଗୋଟିଏ ଅଭିଶପ୍ତ ରାତିର ଏକ ନୂତନ ପାହାନ୍ତି ।     

                

 ଦିବ୍ୟଜ୍ୟୋତି ମହାନ୍ତି

 ph.no-7377510254

 Email-mikunmohanty63@gmail.com

ଆଲୋକ ଅପର୍ଣ୍ଣା ରାତି

Rate the content


Originality
Flow
Language
Cover design

Comments

Post

Some text some message..