Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

1  

Neelima Nivedita Behera

Others

କିଛି ସତ କଥା - ୨

କିଛି ସତ କଥା - ୨

1 min
1.7K


ପାଦରେ ଚାଲୁଥିବା ଲୋକ ଯେତେବେଳେ ସାଇକେଲ ଧରି ଯାଉଥିବା ଲୋକକୁ ଦେଖେ, ନିଜକୁ ଛୋଟ ମନେ କରେ । ନଚେତ୍ ସାଇକେଲ ଧରି ଯାଉଥିବା ଲୋକଟି ପାଦରେ ଚାଲି ଯାଉଥିବା ଲୋକକୁ ଛୋଟ ଲୋକ ଭାବେ । ଏଇ ସୂତ୍ରରେ, ସାଇକେଲ ବାଲା, ଦୁଇ ଚକିଆ ମଟର-ସାଇକେଲକୁ ନତୁବା ବିପରୀତ । ଆଉ ଚାରି ଚକିଆ ମଟର, ଦୁଇ କଚିଆକୁ ଅଥବା ବିପରୀତ । ହେଲେ ଆଜି ଗୋଟାଏ ଅଜବ ଘଟଣା ଆଖିରେ ପଡ଼ିଲା । ଠିକ୍ ଏଗାରତାଲା ଛକ ସାମ୍ନାରେ ।

ଦୁଇ ଜଣ ବୃଦ୍ଧ (ବୟସ ପାଖାପାଖି ୬୫ରୁ ୭୦ ହେବ) । ନିଜ ଭିତରେ ଝଗଡା କରୁଥିଲେ । ଦୁଇଟି କାର ଠିଆ ହେଇଥିଲା ରାସ୍ତା ମଝିରେ । ବୋଧେ କେହି କାହା ଚିକ୍ ଚିକ୍ କରୁଥିବା ଦାମିକା କାରକୁ ବାଡେଇ ଦେଇଛି । ସ୍କ୍ରାଚ୍ ଟିକିଏ ହେଇଯାଇଛି ବୋଧେ କି ରଙ୍ଗ ଛାଡ଼ିଛି, କେଜାଣି ? ତାଙ୍କ ଗଣ୍ଡଗୋଳକୁ କିନ୍ତୁ ତୁଟାଉଥିଲେ ଜଣେ ଯିଏ ସେମାନଙ୍କଠାରୁ କମ୍ ବୟସ୍କ ଓ ଛୋଟ ଲୋକ ବି । ମାନେ ଜଣେ ମଟରସାଇକେଲ ବାଲା । ସେ ଦୃଶ୍ୟ ଦେଖିଲାପରେ ଆପେ ଆପେ ଓଠରେ ହସଟିଏ ଖେଳିଗଲା ଓ ସେତେବେଳକୁ ଟ୍ରାଫିକ୍ ସିଗନ୍ଯାଲ୍ ଗ୍ରୀନ୍ ହେଲାଣି । ମୁଁ ବସିଥିବା ଅଟୋ ରିକ୍ସା ବି ପୁନଃ ତା' ଗତି ଧରିଲାଣି । ଧରୁ ନଥିଲା ଯାହା ସେଇଟା ଥିଲା ମୋ ମଗଜ କେବଳ ।

ଆଜ୍ଞା ହଁ ! ବୋଉ କୁହେ, ମୁଁ କାଳେ ପରବୁଦ୍ଧିଆ । ଯିଏ ଯାହା କହିଲା ସେଇଥିରେ ଚାଲେ । ନିଜର ବୁଦ୍ଧି ବୋଲି କିଛି ନାହିଁ । କେମିତି ହେବିନି ଯେ ! ଭଗବାନ ଗଢିଲାବେଳେ କେବଳ ହୃଦୟଟେ ଲଗେଇଦେଲେ ଓ ଖର୍ଚ୍ଚ କରିବାକୁ ମୁଣ୍ଡ ଦେବାକୁ ହିଁ ଭୁଲିଗଲେ । ଏଥିରେ ମୋର କ'ଣ ଭୁଲ ରହିଲା ଯେ ? ସେଇଥିପାଇଁ ତ ଲାଭକ୍ଷତି ହିସାବ କରିପାରେନି । ସାଉଁଟେ ବସନ୍ତରେ ଝଡ଼ି ଯାଇଥିବା କେତୋଟି ପତ୍ର, ନହେଲେ ଆଘ୍ରାଣେ ଫୁଟି ସାରିଥିବା କେତେଟା ଫୁଲର ମହକ !!!


Rate this content
Log in