Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children Comedy

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children Comedy

ଅଜା ନାତିଙ୍କ ଥଟ୍ଟାମଜା

ଅଜା ନାତିଙ୍କ ଥଟ୍ଟାମଜା

3 mins
7.1K


ମଲିକ୍ ଶ୍ରୀ ପ୍ରାଣକୃଷ୍ଣ

ଖଡ଼ ଖଡ଼ ଶବ୍ଦ ଶୁଣି ଧଡ଼ଧଡିଆ ଥୁରଥୁରିଆ ଛାତିଟା ଉଠ୍ ପଡ଼ ହେଲା l ସେ ଭୀମା ରଡିପରି ଚିହିଡା ଛାଡିଲା l ପାହାଡ ଚଢା ହଡାପରି ନିଶ୍ଵାସ ଛାଡି କଚାଡି ପଡିଲା l ଆଖିରୁ ତା’ର ଚଡ଼ ଚଡ଼ି ପରିକା ଆଲୁଅ ବାହାରିଲା l ତା’ ପଛକୁ ଉଆଁସ ରାତିର ଅନ୍ଧାର ମାଡି ଆସିଲା l ବିଚରା ଗୋଡ଼ ଫାଡି ଧୁଡ଼୍ ଧାଡ଼୍ କି ପଡିଗଲା l ସେ ଧରିଥିବା ଲୁଗା ଶୁଖା ତଡାଟା ମଡମାଡିକି ଭାଙ୍ଗିଗଲା l ତା’ ପରେ ଆଉ ସୁଡ୍ ସାଡ୍ କି ଖଡ୍ ଖାଡ୍ କିଛି ଶୁଭିଲା ନାହିଁ l ସେ ପାଖଦେଈ ସୁଡୂକା ସାଉ ଯାଉଥିଲା l ଚିହିଡା ଶୁଣି ସେ ଧଡପଡ ହୋଇ ମାଡି ଆସିଲା l କବାଟର ହୁଡୁକା ପଡି ଯାଇଥିଲା l ସେ ଖଡଖଡ କଲା l କବାଟ ଭିଡିଲା l ଖିଡିକି ପାଖକୁ ଦୌଡିଗଲା l ତାକୁ ସବୁ ଆଶା ଛାଡିବାକୁ ପଡିଲା l

ସେ ଭୟଛାଡି ଗାଆଁ ଆଡେ ମାଡିଗଲା l ରଡି ଛାଡିଲା l ତା’ ରଡି ଶୁଣି ଗାଆଁ ଲୋକେ ଭଡ଼ ଭାଡିକି ଦୌଡି ଆସିଲେ l ସବୁକଥା ଶୁଣି ଭଦ ଭାଡିଆ ନାଇକ ନିଶ ମୋଡିଲା l କବାଟକୁ ଯେତେ ଭିଡ଼ିଲା କିନ୍ତୁ ହୁଡୁକା ତାକୁ ଛାଡିଲା ନାହିଁ l ଭଡ଼ଭାଡିଆର ପାରିଲା ପଣ ଜଣା ପଡିଲା l ତା’ ବଳୁଆ ଦେହ ଝାଳୁଆ ବଢିରେ ବୁଡିଗଲା l ସେ କବାଟ ଭିଡାଭିଡି ଛାଡି ଆମ୍ବଗଛ ଆଡେ ଦହଡି ଗଲା l ଆଖି କାଢି ଧଇଁ ଛାଡିଲା l ଭଡ଼ ଭାଡିଆର ମଡ଼ମଡ଼ିଆ ଆଡେ ଦହଡି ଗଲା l ଆଖି କାଢି ଧଇଁ ଛାଡିଲା l ଭଡ଼ ଭାଡ଼ିଆ ହାଲ ଦେଖି ଲୋକେ ନାଗାଡି ନାଗାଡି ମୁଡୁକେଇଲେ l ଭଡଭାଡିଆ ମୁହଁ ମୋଦୀ ସେ ଜାଗା ଛାଡି ଚାଲିଗଲା l ପଛଆଡେ ଆଉ କଡେଇକି ଚାହିଁଲାନି l ନାଡୁଆ ଅଜା ଆଖି କାଢି ପକେଇଲେ l ଡେବିରି ହାତରେ ନିଶ ମୋଡ଼ି କହିଲେ,-‘’ଦୁଆର ବନ୍ଧଟା ତାଡ଼ି ଦିଅରେ l ‘’ ଅଜା ନଡ଼ ନଡ଼ିଆ ହାତରେ ଶାବଳଟା ବଢେଇ ଦେଲେ l ଦୁଆର ବନ୍ଧ ତଡାଗଲା l କବାଟ ହୁଡ଼କା ତେଢେଈ ଦେଲେ l ଧାଡିଧାଡି ଲୋକ କାମଛାଡି ପିମ୍ପୁଡି ପରି ଛୁଟିଲେ l

ଧଡଧଡିଆର ସୁଡ଼ସାଡ଼୍ ନ ଥିଲା l ପାଣି ମାଡରେ ସେ ଧଡପଡକି ଉଠିଲା l ଲୋକଙ୍କୁ ଭିଡିନେଇ ଅମାର ଘର ଆଡେ ଗଲା l ସେ ଯାଏ ତାକୁ ଭୁତ ଡର ଛାଡି ନଥିଲା l ସେ ନଡୁଆ ଅଜାଙ୍କ ବଙ୍କୁଲି ବାଡିକୁ କଡ଼େଇ କଡ଼େଇ ଚାହୁଁ ଥାଏ l ଅମାର ଘରେ ଭୁତ ଆଡ୍ ଡା କରିଛି ବୋଲି ଧଡ଼ଧଡ଼ିଆ ଘଡ଼ି ଘଡ଼ି ରଡୁଥାଏ l ନଡୁଆ ଅଜା କବାଟ ଭିଡ଼ି ଦେଲେ l

ଆମ ବଡ଼ବଡଡ଼ିଆ ଯାହା କହନ୍ତି ଶ୍ରୀରାମ ମହାପୁରୁଷଙ୍କ ବଡ ଭକ୍ତ ଗୁଣ୍ଡୁଚି l କବାଟ ଖଡ଼ଖାଡ଼ ସୂନୀ ସେ ଘରସାରା ଚିହିଡା ଛାଡି ଦହଡ଼ିଲା l ଶେଷକୁ ଇଆଡ଼େ ସିଆଡ଼େ ହୋଇ ଭଡ଼ଭାଡ଼ିକି ପିଢାକୁ ଚଢିଗଲା l ଏତେବଡ଼ ଭୁତ ଘର ଭିତରୁ ଦୌଡି ଆସିବାର ଦେଖି ଲୋକେ ତାଳି ମାରିଲେ l ନିଶ ମୋଡ଼ିଲେ l ଲୋକଙ୍କର ହସ-ବଢି ଆସିବା ଦେଖି ଧଡ଼ଧଡ଼ିଆର ଛାତିଟା ହିମାଳୟ ପରି ଛିଡା ହୋଇଗଲା l ସେ ଅଜାଙ୍କ ପାଖ ଛାଡି ଭୁରୁଡ଼ି ମାରିଲା l ନଡ଼ୁଆ ଅଜା ଦାନ୍ତଛଡା ହଡାପରି ମାଢି ଦେଖେଇଲେ l କହିଲେ,-‘’ ହଇରେ ଧଡ଼ଧଡ଼ିଆ ! ତୁ ଏଡୁଟିଏ ହେଲୁଣୀ ତୋ’ପିଲାବୁଦ୍ଧି ଗଲାନି l କୁଆଡେ କିଛି ନାହିଁ l ତୁ ଶୂନୁଟାରେ ଝଡ଼ ଉଠେଇ ଦେଲୁ l ଏଡ଼ିକି ଟିକେ ଗୁଣ୍ଡୁଚିକୁ ମସ୍ତବଡ ଭୁତ ଭାବି ଆମ ସମସ୍ତଙ୍କ ଅମଡା ମଡ଼େଇ ଦେଲୁ l ତୁ ଯଦି ଏମିତି ଘଡ଼ି ଘଡ଼ି ରଡ଼ି ଛାଡ଼ି ଆମ ମିଞ୍ଜାସକୁ ବିଗାଡ଼ି ଦେବୁ ନା ତେବେ ଏ କାନମୋଡ଼ି ହାତ ଛିଞ୍ଚାଡ଼ି କହୁଛି ଆଉ ଦିନେ ତୋ’ ବାଡ଼ିମାଟି ମାଡ଼ିବି ନାହିଁ l ଅଯଥାରେ ମୋ’ ଦୁଆରକୁ ତଡ଼େଇ ଦେଲୁରେ !’’

ଧଡ଼ଧଡ଼ିଆ ଉପରେ ପଡ଼ି ଭଡ଼ଭାଡ଼କି କହିଲା,-‘’ ଥାଉ ଅଜା, ଏଡ଼େବଡ଼ ଗରମ ହୋଇ ବଡ଼େଇ କର ନା l ଟିକେ ଥଣ୍ଡା ପଡ଼ି ଯାଅ ମ ସତରେ କ’ଣ ମୁଁ ଭୂତ ଭାବି ଡ଼ରିଥିଲିକି ? ସେଦିନ ମଜାରେ ମଜାରେ ହଜାରଥର ଭୂତ କଥା କହି ମୋ ହଂସା ଉଡେଇ ଦେଇଥିଲ ପରା ! ସେଇ ଭୂତଟା ସେଦିନରୁ ମୋ’ଗୋଡ଼ଠାରୁ ମୁଣ୍ଡ ପର୍ଯ୍ଯନ୍ତ ସଇତାନ ପରି ଚଢି ରହିଥିଲା l ତାକୁ ଛଡ଼େଇବାକୁ ଯାଇ ଆଜି ତମ ଦୁଆରକୁ ଥଟ୍ଟାରେ ତଡ଼େଈ ଦେଲି l ଗୁଣ୍ଡିଚିକୁ ଘରେ ଛାଡ଼ି ମୁଁ ଯଦି ଚିହିଡା ଛାଡ଼ି ନ ଥାନ୍ତି କି ହୁଡୁକା ପକାଇ ନ ଥା’ନ୍ତି ତେବେ ଏଠି ଏ ଆଖଡା ଲାଗି ଥାଆନ୍ତା କିପରି ? ‘’ ତା’କଥା ଶୁଣି ନଡୁଆ ଅଜା ତାଙ୍କ ବଙ୍କୁଲି ବାଡ଼ିକୁ ଜାବୁଡି ଧରିଲେ l ଧଡ଼ଧଡ଼ିଆକୁ ବାଡେଈବାକୁ ଦହଡି ଗଲେ l

ସେ ଆବଡା ଖାବଡା ଜାଗାରେ ଯାଉ ଯାଉ ମୁହଁମାଡ଼ି କଚାଡ଼ି ପଡ଼ିଲା l ଭେଁଭେଁ କି ରଡି ଛାଡ଼ିଲା l ତାକୁ ପଡ଼ିଯିବାର ଦେଖି ନଡୁଆ ଅଜା ଆଉ ବାଡେଇବେ କ’ଣ ? ସେ କାଠଗଡ଼ ପରି ଛିଡା ହୋଇଗଲେ l ଅଜାନାତିଙ୍କ ଫାର୍ଶ ଦେଖି ଲୋକେ ମୁହଁମୋଡି ବଡ଼ପାଟିରେ କହୁଥିବାର ଶୁଣାଗଲା ଆଃ ଆଃ !

ଭୂତ ତାଡ଼ି ଦେଲା ଦୁଆର ବନ୍ଧ

ଅଜା ନାତିଙ୍କର ଚାଲିଛି ଖେଳ

ଆଖିଥାଇ ଆମେ ହେଲୁରେ ଅନ୍ଧ l ‘’


Rate this content
Log in

Similar oriya story from Children