Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ୱପ୍ନ
ସ୍ୱପ୍ନ
★★★★★

© ଵଳରାମ ତରାଈ

Romance

5 Minutes   347    29


Content Ranking

ହଠାତ୍ ଦୁହେଁ ଦୁହିଁକୁ ଦେଖି କିଛି କ୍ଷଣ ପାଇଁ ସ୍ତମ୍ଭୀଭୂତ ହୋଇଗଲେ । ଆଖିରେ ଆଖିରେ ଦୁହେଁ ଦୁହିଁକୁ ଚିହ୍ନିବାକୁ ଚେଷ୍ଟା କଲେ । ଆଗକୁ ଆଗକୁ ମାଡି ଯାଉଥିବା ପାଦ ଦୁଇଟି ଅଚାନକ ଅଟକି ଯାଇଥିଲା ଦୁହିଁକର । ଜନଗହଳି ପୁର୍ଣ୍ଣ ପରିବେଶ ମଧ୍ୟରେ ଏକ ଶାନ୍ତ ବାତାବରଣ କିଛି କ୍ଷଣ ପାଇଁ ଖେଳି ଯାଇଥିଲା । ଶାନ୍ତ ବାତାବରଣକୁ ଭଙ୍ଗ କରିଥିଲା ଦକ୍ଷୀଣା ଦିଗରୁ ବହି ଆସିଥିବା ହାଲୁକାଏ ପବନ । ସୋମ୍ୟାର ଓଢଣୀ ହାଲୁକାଏ ପବନରେ ଉଡି ଆସି ସ୍ପର୍ଷ କରିଥିଲା ସମର ଦେହକୁ । ସମର ଏକ ଲମ୍ବା ନିଶ୍ବାସ ନେଇଥିଲା । ଆଜି ପର୍ଯ୍ୟନ୍ତ ସୋମ୍ୟା ଓଢଣୀର ବାସ୍ନା ତାର ମନେ ଅଛି । ସେହି ଗୋଲାପି ପରଫ୍ୟମ୍ ର ବାସ୍ନା । ଦିନେ ଯେଉଁ ବାସ୍ନାରେ ସେ ବଶୀଭୂତ ହୋଇ ସୋମ୍ୟାକୁ ପାଇବା ପାଇଁ ସ୍ବପ୍ନ ଦେଖୁଥିଲା । କିନ୍ତୁ ସେଦିନ ସମର କହି ପାରିନଥିଲା ନିଜ ମନକଥା । ଆଜି ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ହଠାତ୍ ସୋମ୍ୟାକୁ ଦେଖି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲା । ସେହି ରୁପ, ସେହି ଚେହେରା ଆଜି ବି ମତୁଆଲା କରି ଦେଉଥିଲା ତାର ମନ ପ୍ରାଣକୁ । ସୁପ୍ତ ପ୍ରେମଟି ମୁଣ୍ଡ ଟେକି ଅଙ୍କୁରିତ ହେବା ପାଇଁ ସପ୍ରାଣ ଚେଷ୍ଟା କରୁଥିଲା ।

ସୋମ୍ୟା ତାର ଓଢଣୀକୁ ନିଜ ଆୟତରେ ରଖିବାକୁ ଚେଷ୍ଟା କରି ବାରମ୍ବାର ପରାଜୟର ସାମନା କରିଥିଲା । ଦକ୍ଷିଣା ପବନ ତା ସହିତ ଲୁଚକାଳି ଖେଳୁଥିଲା । ସରି, ସୋମ୍ୟା ତାର ଓଢଣୀକୁ ଦୁଇ ହାତରେ ଏକାଠି କରୁଥିବା ସମୟରେ କହିଥିଲା । ସୋମ୍ୟାର କଣ୍ଠ ସ୍ବର ଶୁଣି ସମର ନିଦ୍ରାରୁ ଜାଗ୍ରତ ହେବା ପରି ଭାବନା ଦୁନିଆରୁ ଫେରି ଆସିଲା । ସେ ଚିହିଁକି ଯାଇ କହିଲା

ସୋମ୍ୟା ତୁମେ ଏଠି ?

କିପରି ଅଛ ?

ପ୍ରଶ୍ନ ପରେ ପ୍ରଶ୍ନର ପାହାଡ ଠିଆ କରିଦେଇଥିଲା ସୋମ୍ୟା ସମ୍ମୁଖରେ ।

ଏସବୁ ପ୍ରଶ୍ନର କିଛି କୌଣସି ଉତ୍ତର ନଦେଇ ସେହି ପିଲାଳିଆମି ଢଙ୍ଗରେ ସୋମ୍ୟା ପଚାରିଥିଲା

ମୁଁ ସୁନ୍ଦର ଦେଖା ଯାଉଛି ନା ?

ପୂର୍ବ ପରି ବହୁତ ସୁନ୍ଦର ଦେଖା ଯାଉଛ କହିବାକୁ ଚାହୁଁଥିଲେ ମଧ୍ୟ କିଛି କହି ପାରିନଥିଲା ସମର ।

ମଧ୍ୟାହ୍ନର ସମୟ ଥିଲା, ସୋମ୍ୟା କହିଥିଲା Listen, its time to take lunch. ଆସ ହୋଟେଲ୍ ରେ କିଛି ଖାଇନେବା । ସମରର ଅନେକ କାମ ଥିଲେ ମଧ୍ୟ ସେ ସୋମ୍ୟା କଥାରେ ହଁ ଭରିଥିଲା । ଦୁହେଁ ପାଖ ହୋଟେଲ୍ ରେ ପହଞ୍ଚି ଥିଲେ । ଦୁହେଁ ଦୁହିଁକ ଠାରୁ କିଛି ଦୂରତା ରଖି ହୋଟେଲ ର ଏକ କୋଣ ଟେବୁଲ ନିକଟରେ ପହଞ୍ଚି ନିଜ ନିଜ ଚେୟାର ଅକ୍ତିଆର କଲେ । ସୋମ୍ୟା ମେନୁ କାର୍ଡ ସମର ହାତରେ ଧରାଇ ନିଜ ଅସଜଡା ବାଳକୁ ସଜାଡିବାରେ ବ୍ୟସ୍ତ ହୋଇଗଲା । ସମର ନଜର ମେନୁ କାର୍ଡ ଉପରେ ଯେତିକି ଥିଲା, ତା ଠାରୁ କିଛି ଅଧିକ ସେ ଚୋରା ଚାହାଣୀରେ ସୋମ୍ୟାକୁ ଦେଖୁଥିଲା । ସମର ମେନୁ କାର୍ଡ ସୋମ୍ୟାକୁ ଦେଇ କହିଲା ତୁମେ ଅର୍ଡର କର । ଓ୍ବେଟର କିଛି ସମୟ ପୂର୍ବରୁ ପହଞ୍ଚି ଅର୍ଡର ଉବ୍ଦେଶ୍ୟରେ ଅପେକ୍ଷା କରିଥିଲା । ସୋମ୍ୟା ଡାଲି, ମାଛ, ପନିର ଓ ପାମ୍ପଡ ଅର୍ଡର ଦେଇ ଚୁପ୍ ରହିଲା ।

ଓ୍ବେଟର ଯିବା ପରେ ସୋମ୍ୟା ପଚାରିଥିଲା କଣ ଆଜି ବି ତୁମେ ପୂର୍ବ ପରି ଶାନ୍ତ ଓ ନୀରବ ରହୁଛ ? ସମର ନିଜ ମନୋଭାବକୁ ଅଟକାଇବାକୁ ଚେଷ୍ଟା କରି ମଧ୍ୟ ପାରିନଥିଲା, ସେ ପଚାରିଥିଲା ଏବେ ବି ମୋ ପସନ୍ଦର ଖାଦ୍ୟ ତୁମର ମନେ ଅଛି ?

କେତେ ବଦଳି ଗଲଣି ତୁମେ ? କଣ ଆଜି ବି ଝିଅମାନେ ପ୍ରେମର ସାନ୍ନିଧ୍ୟ ଟିକେ ପାଇବା ପାଇଁ ତୁମ ପଛରେ ଧାଉଁଛନ୍ତି କି ? ସୋମ୍ୟା ପଚାରିଲା ।

ହଁ, ବହୁତ ଝିଅ ମୋ ପାଇଁ ସାରା ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ୍ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ତୁମ ପରି ନୁହଁନ୍ତି । କେବଳ ତୁମେ ହିଁ ଥିଲ ମୋ ପାଇଁ ସବୁକିଛି । ହେଲେ ତୁମେ ବୁଝିଲ ନାହିଁ ।

ତୁମେ ମୋତେ ବୁଝାଇଲ କେତେବେଳେ ଯେ ମୁଁ ବୁଝିଥାନ୍ତି । କେବେ ବି ମୁହଁ ଖୋଲି କିଛି କହିଥିଲ କି ? ସୋମ୍ୟା କହିଥିଲା ।

କଣ ମୁହଁ ଖୋଲି କହିବା ନିହାତି ଆବଶ୍ୟକ । ମୋ ଆଖିର ଭାଷା କଣ ତୁମେ ବୁଝି ପାରୁନଥିଲ । ମୁଁ ଜାଣି ଜାଣି ତୁମ ଘରକୁ ଲକ୍ଷ କରି କ୍ରୀକେଟ୍ ସଟ୍ ମାରୁଥିଲି ଓ ସେହି ବାହାନାରେ ତୁମ ବାଉଣ୍ଡାରି ଭିତରୁ ବଲ୍ ଆଣିବା ବାହାନାରେ ତୁମକୁ ଚୋରା ଚାହାଣୀରେ ଦେଖୁଥିଲି । ଏସବୁର କଣ କିଛି ମାନେ ନଥିଲା । ତୁମକୁ ଥରେ ଦେଖିବା ପାଇଁ ଜଗା ଭାଇ ଦୋକାନରେ ଘଣ୍ଟା ଘଣ୍ଟା ବସି ଅନାବଶ୍ୟକ କେତେ କପ୍ ଚା ପିଇ ଯାଉଥିଲି ଓ ତୁମେ କଲେଜ୍ ରୁ ଫେରି ମୋତେ ଦେଖି ହସି ଦେଉଥିଲ, ଏସବୁର କିଛି ମାନେ ନଥିଲା । ସେଦିନ ତୁମକୁ ଦୂରରୁ ଆସୁଥିବାର ଦେଖି ମୁଁ ଚା ଦୋକାନ ପଛପଟେ ଲୁଚି ଯାଇଥିଲି ଓ ତୁମେ ମୋତେ ସେଠାରେ ନପାଇ ଦଶ ମିନିଟ୍ ପର୍ଯ୍ୟନ୍ତ ଏପଟ ସେପଟକୁ ଚାହିଁ ମନକୁ ମନ ଖୋଜିବାରେ ଲାଗିଲ, ଏସବୁର କଣ କିଛି ମାନେ ନଥିଲା ।

ସୋମ୍ୟା କିଛି କହିବା ପୂର୍ବରୁ ଓ୍ବେଟର ଆସି ସାରିଥିଲା । ଦୁହେଁ ନୀରବରେ ଖାଇବାକୁ ଲାଗିଲେ । ଦୁହିଁକ ନୀରବତା ଓ ଆଖିର ଭାଷା ଅନେକ କଥା କହି ଚାଲିଥିଲା । ଦୁହେଁ ଖାଇସାରି ହୋଟେଲ୍ ବାହାରକୁ ଆସିଲେ । ରାସ୍ତା ଅତିକ୍ରମ କରିବାକୁ ଯାଇ ସମର ଧରିଥିଲା ସୋମ୍ୟାର ହାତକୁ । ସୋମ୍ୟାକୁ କୋଟି ରଙ୍କନିଧି ମିଳି ଯାଇଥିଲା ସମର ହାତ ସ୍ପର୍ଷ ପାଇ । ତାର ହୃତସ୍ପନ୍ଦନ ତିବ୍ର ଗତିରେ ଚାଲୁଥିଲା । ସେ ଶେଷଥର ପାଇଁ ସମର ହାତକୁ ଜାବୁଡି ଧରି ରାସ୍ତା ଅତିକ୍ରମ କରିଥିଲା । ଦୁହେଁ ଆଖିରେ ଆଖିରେ ଅନେକ କିଛି କହୁଥିଲେ ମୁଁ ଆଜି ବି ତୁମକୁ ଅପେକ୍ଷା କରିଛି ।

ସୋମ୍ୟା ନିଜ ହାତ ଘଡି ଦେଖି କହିଥିଲା ମୋତେ ଯିବାକୁ ହେବ । ପୁନଶ୍ଚ ମୁଁ ଭୁବେନଶ୍ବର ଫେରିଯିବି ଓ ଆସନ୍ତା କାଲି ସକାଳୁ ନୂଆ ଦିଲ୍ଲି ପାଇଁ ଫ୍ଲାଇଟ । ପୁଣି ଦୀଲ୍ଲିରୁ ଲଣ୍ଡନ ।

ସମର ତାର ହାତକୁ ଛାଡିବାକୁ ଇଛା ନଥିଲେ ମଧ୍ୟ ମୁଣ୍ଡ ହଲାଇ ନୀରବରେ ହଁ ମାରିଥିଲା । କିଛିକ୍ଷଣ ଚୁପ୍ ରହି ମଉଳା ଫୁଲ ପରି ସମର କହିଥିଲା ଠିକ୍ ଅଛି ।

ସୋମ୍ୟା ବୁଝି ପାରୁନଥିଲା, ସମର ତାକୁ ଯିବାକୁ କହୁଛି ନା ରହିବାକୁ ? ଯାହା ବି ହେଉ ତାକୁ ଯିବାକୁ ହେବ । ସେ ବାୟ କହି ସମର ଠାରୁ ନିଜ ହାତକୁ ଅଲଗା କରି ବସି ପଡିଥିଲା ଏକ ଅଟୋରେ । ସମର ନୀର୍ବିକାର ଓ ସ୍ଥାଣୁ ସଦୃଶ ଚୁପଚାପ୍ ଠିଆ ହୋଇ ରହିଥାଏ । କିଛି ସମୟ ପୂର୍ବରୁ ସୋମ୍ୟାର ଉପସ୍ଥିତିର ଖୁସି, ତାର ଚେହେରାରୁ ଗାୟବ ହୋଇ ସାରିଥିଲା । ଚାଲି ଯାଇଥିଲା ସୋମ୍ୟା । ଛୋଟ ପିଲାଙ୍କ ପରି ସମର ରାସ୍ତାର ମଧ୍ୟ ଭାଗରେ ବସିପଡି କଇଁ କଇଁ କାନ୍ଦିବାକୁ ଲାଗିଲା । ହଠାତ୍ କାହାର ନରମ ହାତ ସ୍ପର୍ଷ ଅନୁଭବ କରି ସେ ଚମକି ପଡିଲା ଓ ପଛକୁ ବୁଲି ଚାହିଁଲା ତ ସୋମ୍ୟା ଠିଆ ହୋଇଛି । ସୋମ୍ୟା କହିଲା ବୁଦ୍ଦୁ, ପାଗଳ ଏତିକି ବି ସାହଶ ନାହିଁ ମୋତେ ଭଲପାଅ କହିବାକୁ ? ପୁଣି ମୋତେ ଭଲପାଉଛ କାହିଁକି । ସୋମ୍ୟାକୁ ଦେଖିବା ମାତ୍ରେ ଜନଗହଳି ପୁର୍ଣ୍ଣ ରାସ୍ତା ମଝିରେ ସମର ତାକୁ ଭିଡି ଧରିଥିଲା । କିଛିକ୍ଷଣ ପାଇଁ ଦୁହେଁ ହଜିଗଲେ ବାହୁ ବନ୍ଧନରେ । ଦୁହିଁକ ଆଖିରେ ଖୁସିର ବନ୍ୟା ବହୁଥିଲା । ଗାଡି ହର୍ଣ୍ଣରେ ଦୁହେଁ ଅଲଗା ହୋଇ ରାସ୍ତାର ପାର୍ଶ୍ବକୁ ଆସିଲେ । ସୋମ୍ୟା କହିଲା ମୁଁ ତୁମକୁ ଦେଖା କରିବା ପାଇଁ ରାଉଲକେଲା ଆସିଥିଲି । କିନ୍ତୁ ତୁମେ ଆଜି ବି ସେହି ବୁଦ୍ଦୁ କୁ ବୁଦ୍ଦୁ ହୋଇ ରହିଗଲ ।

ତୁମ ପ୍ରେମକୁ ମୁଁ ସେଦିନ ବୁଝି ପାରିଥିଲି ଓ ଘରେ ତୁମ ବିଷୟରେ କହିବାରୁ ବାପା ବିରକ୍ତ ହୋଇ ତୁମ ଗରିବ ଓ ପିତୃମାତୃ ହୀନର ଦ୍ବାହି ଦେଇ ବାପା ମୋତେ ବିରୋଧ କରିଥିଲେ । ଆଉ ପରଦିନ ଶୁଣିବାକୁ ପାଇଲି ଭାଇ ତୁମକୁ ମାଡ ମାରିଥିବାରୁ ତୁମେ ଭୁବେନେଶ୍ବର ଛାଡି କୁଆଡେ ଚାଲି ଯାଇଛ । ସେଦିନ ଠାରୁ ମୁଁ ହାରିବାକୁ ପସନ୍ଦ କଲି ନାହିଁ, ତୁମକୁ ବହୁତ ଖୋଜିଲି ଓ ବାପାଙ୍କୁ ମନାଇବାକୁ ଚେଷ୍ଟା କଲି । ବାପା ମୋ ବାହାଘର ଲଣ୍ଡନରେ ରହୁଥିବା ଅଜୟ ସହିତ ସ୍ଥିର କଲେ । ସେ ମୋତେ ଦେଖିବାକୁ ଆସିଲେ ଓ ମୁଁ ତାଙ୍କୁ ସବୁକଥା ଖୋଲି କହିଥିଲି । ଅଜୟ ନିଜ ତରଫରୁ ବାପା ଓ ଭାଇଙ୍କୁ ଡକାଇ ସବୁ ବୁଝାଇଲେ ଓ ପରେ ବାପା ବି ବୁଝିଗଲେ ହେଲେ ତୁମ ଖବର ନଥାଏ । ଚାରିଦିନ ପୂର୍ବର ମୋ ସାଙ୍ଗ ରାଉଲକେଲାରେ ଅଛ କହି ଖବର ଦେଲା । ମୁଁ ତୁମର ସବୁ ଟିକିନିଖ୍ ଖବର ବୁଝି ଏଠାକୁ ଆସିଲି । ତୁମକୁ ଚମକାଇ ଦେବା ପାଇଁ । ମୁଁ କାଲି ଅଜୟର ବାହାଘରରେ ଯୋଗ ଦେବାକୁ ଲଣ୍ଡନ ଯିବି ଓ ସେଠାରୁ ଫେରିବା ପରେ....। ଏତିକି କହି ଚୁପ୍ ହୋଇଥିଲା ସୋମ୍ୟା । ଚୁପଚାପ୍ ଶାନ୍ତ ସରଳ ସ୍ବଭାବର ସମର ସୋମ୍ୟାକୁ ନିଜ ପାଖକୁ ଟାଣି ନେଇ ତାର ଚିବୁକ୍ ରେ ଏକ ଚୁମ୍ବନ ଆଙ୍କି ଦେଇଥିଲା । ସୋମ୍ୟା ଲାଜରେ ଆଖି ବନ୍ଦ କରି କହିଥିଲା ତୁମ ବହୁତ ଦୁଷ୍ଟ । ପୁନଶ୍ଚ ଦୁହେଁ କିଛି ମୁହୁର୍ତ୍ତ ପାଇଁ ଏକତ୍ର ହୋଇଗଲେ । ସୋମ୍ୟା ସମର ଠାରୁ ବିଦାୟ ନେଇ ଓ ଆଖିରେ ହଜାରେ ସପନ ଭରି ଭୁବେନେଶ୍ବର ଫେରିଥିଲା । ସମର ଆଖିରେ ଥିଲା ଖୁସିର ଝରଣା ଓ ମନରେ ଭବିଷ୍ୟତର ଅନେକ ଅସରନ୍ତି ସୁଖଦ ବୈବାହିକ ଜିବନର ସ୍ବପ୍ନ ।

ଚେହେରା ଅଙ୍କୁରିତ ସୁନ୍ଦର

Rate the content


Originality
Flow
Language
Cover design

Comments

Post

Some text some message..