Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ଏଣ୍ଡୁଅ

ଏଣ୍ଡୁଅ

7 mins
382



ଏଇ ମିଷ୍ଟର ମାନଙ୍କର ଟୁର୍ ସର୍ଭିସ୍ ରେ ରିକ୍ସ ଅଧିକ । ପୁଣି ଯଦି ମହିଳା ପି ଏ ଥିବେ ଆଉ ଟିକେ ସୁନ୍ଦରୀ ହୋଇଥିବେ ତ କଥା ସରିଲା । ଟୁର୍ କାମ ସରିଲେ ବି ବାବୁ ସବୁଦିନ ଖାଉଥିବା ଘର ସ୍ଵାଦକୁ ମନେ ପକେଇବେ ନାହିଁ । କିଛି ଗୋଟେ ବାହାନା ଦେଖାଇ ବ୍ୟସ୍ତତା ପ୍ରକଟ କରି ଧୁମ୍ ମଜା ମାରିବେ ହାତ ପୁରା ଦିନେ ଦୁଇ ଦିନ ଛୁଟି ନେଇ । ଘରେ କିନ୍ତୁ ସ୍ତ୍ରୀ ଟି ଭଲରେ ଭଲରେ ଫେରି ଆସନ୍ତୁ ବୋଲି ମୁଣ୍ଡିଆ ମାରୁଥିବ ଠାକୁର ଘରେ ।


   ଚିନାର ଅବସ୍ଥା ବି ମାସକୁ ଥରେ ଅଧେ ଏମିତି ହୁଏ । ଅସୀମ୍ ଙ୍କ ଟୁର୍ ଜବ୍ । ସେଥିରେ ପୁଣି ମହିଳା ସହକର୍ମୀ ସହ । ଭାରି ପ୍ରମାଦ ଗଣେ ଚିନା ।  ଅସୀମ୍ ଖୁବ୍ ଗମ୍ଭୀର ପ୍ରକୃତିର ମଣିଷ । କାହା ସଙ୍ଗେ ହେଁ ହେଁ ଫେଁ ଫେଁ ହେବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ହଟା କଟା ସୁନ୍ଦର ଯୁବକ । ଯେ କୌଣସି ନାରୀ ସେ ଝିଅ କି ମହିଳା ହେଉ ଆକର୍ଷିତ ହେବା ଅସୀମ୍ ଙ୍କ ପ୍ରତି କିଛି ବଡ଼ କଥା ହେବ ନାହିଁ । ସୁନ୍ଦର ପୁରୁଷ ସବୁ ନାରୀଙ୍କ ଇପ୍ସିତ । ସୁଯୋଗ ପାଇଲେ ଏଇ ବଦମାସୀ ଅଳ୍ପ ବୟସର ଝିଅ ଗୁଡା ବି ଉପରେ ପଡନ୍ତି । ସତରେ ମହିଳା ମାନେ ମଇଳା ହୋଇଗଲେଣି ନିଜେ ନିଜେ । କେତେବେଳେ କେଉଁ କଥା । ଚିନା ଅସୀମ୍ ଟୁର୍ ରୁ ନ ଫେରିବା ଯାଏ ଶାନ୍ତିରେ ରହି ପାରେନି । ପଲକ ନ ପକାଇ ଅନେଇ ଥାଏ ଅସୀମ୍ ଙ୍କ ଫୋନ୍ କଲ୍ ଓ ଫେରିବା ବାଟକୁ । ପୁରୁଷ ପୁଅ ମନ । କେତେବେଳେ କେଉଁ କଥା । ପ୍ରମାଦ ଗଣେ ଚିନା ।

 

      ବହୁତ କଥା ବି ସେ କଳ୍ପନା କରେ । ତାକୁ ତାକୁ ଦିଶିଯାଏ ଗୋଟିଏ ବେଡ୍  । ନାଇଟ୍ ଡ୍ରେସ୍ ରେ ଉଭୟେ ଅସୀମ ଓ ତାଙ୍କ ସହ କର୍ମୀ, ସହ ଯାତ୍ରୀ ମହିଳା । ହୋଟେଲ ରୁମର୍ ସବୁ ଲାଇଟ୍ ବନ୍ଦ । ଧୀମା ନୀଳ ଲାଇଟ୍ ରୁମ ରେ ସୃଷ୍ଟି କରୁଥିବ ଦୁଇଟି ଶୋଷିଲା ପ୍ରାଣ ଏକ ହେବାର ଉନ୍ମାଦନା । ଚାରିଟି ହାତ ବୁଲୁଥିବେ ଏଣେ ତେଣେ  । ଶବ୍ଦ ଥିବ କିନ୍ତୁ ନଥିବ ସ୍ୱର । ବେଡ଼ ଘଣ୍ଟା ଚକଟା ସହ ଅସୀମ ମହିଳାଙ୍କ ବେକରେ ଆଙ୍କି ଦେଉଥିବେ ଚୁମା । ମହିଳାଟି ମାତାଲ ହେବା ପାଇଁ ଏତିକି ଯଥେଷ୍ଟ  । ତାପରେ ଓଃ...ତେଣିକି ଭାବି ପାରେନି । ମୁଣ୍ଡ କୁ ଚାପି ଧରି ଉଠି ପଡେ ଓ ଫୋନ୍ ଲଗାଏ ଅସୀମ୍ ଙ୍କ ପାଖକୁ ।

        ରାତି ଦୁଇଟା ତିନିଟା ହୋଇଥିବ । ଡୁଓ କଲ ଚିନାର!ଅସୀମ୍ ବ୍ୟସ୍ତ ହୋଇ ନିଦ ବାଉଳାରେ କହିବେ ହାଲୋ ବାବୁ କଣ ହେଲା!ଅନ୍ଧାର ଥୁବ କିନ୍ତୁ ଘର । ଅସୀମ୍ ଙ୍କ ମୁହଁ ବି ଦୁଶୁ ନଥିବ, କହିବେ ବାବୁ ଶୋଇବାକୁ ତ ଦିଅ । କାଲି ଅନେକ କାମ ବାବୁ" ।

 

      ଦାମ୍ପତ୍ୟ ଜୀବନରବିଶ୍ୱାସ,ଭରସା ତ ସମ୍ପର୍କର ମୁଲୁଦୁଆ । ସେ କେମିତି ଅବିଶ୍ୱାସ କରୁଛି ଅସୀମ୍ ଙ୍କୁ । ଅସୀମ୍ ଯଦି ଏ କଥା ଜାଣିବେ କଣ ଭାବିବେ!!ନିଜ ମନର ଭାଵ ଗୋପନ ରଖି ଚିନା କୁହେ "ବାବୁ ତୁମକୁ ଛାଡି ରହି ହେଉନି ମ୍ । ସ୍ୱପ୍ନରେ ଆସିଥିଲ ଓ ମୋ ସଂଗେ ଖୁଳୁଥିଲ ତ ସେଇ କଥା ଭାବି ଶୋଇ ପାରୁନି । ଅସହ୍ୟ ଗରମ ପୁଣି ତୁମେ ନାହଁ । ଶୀଘ୍ର ଫେରି ଆସିବ,ବାବୁ" ।

       ଆଛା ଏମିତି କି!ଦେଖି ଦେଖି ବାବୁ ଦେଲ ଦେଲ ମୋ ଗାଲରେ ଗୋଟେ କିସ୍ କୁହନ୍ତି ଅସୀମ  । ଘଣ୍ଟାଏ ପର୍ଯ୍ୟନ୍ତ ଫୋନ୍ ରେ ରୋମାନ୍ସ ଚାଲେ ଦୁହିଁଙ୍କର । ଅସୀମ୍ ଚିନାକୁ ଡାକନ୍ତି ବାବୁ । ଚିନା ବି ଅସୀମ ଙ୍କୁ ଡାକେ ବାବୁ । ଏଇ ପୁରୁଷ ଗୁଡା ନାରୀକୁ ଭୁଆଁ ଭୁଲେଇବାରେ ଓସ୍ତାତ୍ କିନ୍ତୁ ।  ବୋକି ନାରୀ ଗୁଡା ଟିକେ ପ୍ରେମ ପାଇଲେ ବାଘରୁ ବିଲେଇ ହୋଇଯିବେ ଛାଁ କୁ ଛାଁ । ସବୁ ରାଗ ରୁଷା ବାଟ ବଣା ହୋଇଯିବେ ଆପାଣା ଛାଏଁ ।


       ଏମିତି ବରାବର ଘଟେ ଚିନା ସହ ଅସୀମ ଟୁର୍ ରେ ଗଲେ । ସନ୍ଦେହ,ଅବିଶ୍ୱାସ କରିବାକୁ ଚିନା ଇଚ୍ଛା କରେ ନାହିଁ । କିନ୍ତୁ ଅସୀମ୍ ଙ୍କ ଅନୁପସ୍ଥିତ ପୁଣି ଝିଅ ମାନଙ୍କ ସହ ବାରମ୍ବାର ଟୁର ଯିବା ତାକୁ ଏସବୁ ଭାବିବାକୁ ସୁଯୋଗ ସୃଷ୍ଟି କରନ୍ତି । ସେ ଏତେ ଅସୀମ୍ ଙ୍କୁ ଭଲ ପାଏ ଯେ କାହା ସହ ବାଣ୍ଟି ପାରେନି ତାଙ୍କୁ ।


       ବାହାଘର ପାଞ୍ଚ ବର୍ଷ ହୋଇଯାଇଥିଲା କେତେବେଳେ । ଚିନାକୁ ଲାଗୁଥିଲା ପାଞ୍ଚ ଦିନ । ଅସୀମ୍ ତ ସବୁବେଳେ ବାହାରେ,ଟୁର୍ ରେ । ମନ ଭରି ଉଭୟେ ରହିଲେ କେତେବେଳେ ଯେ!ଅସୀମ୍ ଙ୍କୁ ଅଧିକ ପରିଶ୍ରମ କରିବାକୁ ପଡେ,ଅର୍ଥ ଉପାର୍ଜନ ପାଇଁ । ଭାଇ ଓ ଭଉଣୀ ଦୁଇଟି ବାହାରେ ରହି ପାଠ ପଢୁଛନ୍ତି । ବାବା ନାହାନ୍ତି ତାଙ୍କ ଚାକିରୀ କରିବା ପୂର୍ବରୁ ମରି ଯାଇଛନ୍ତି । ମା,ହୃଦ ଘାତ ପେସେଣ୍ଟ । ଦିଟା ଷ୍ଟ୍ରୋକ୍ ହୋଗଲାଣି । ବହୁତ ଜଗି ରଖି ଚଳି ବାକୁ ପଡେ ମାଙ୍କ ସହ । କିଛି ଟେନସନ୍ କି ଦୁଃସମ୍ବାଦ ତାଙ୍କୁ ଦିଆ ଯାଏନା । ଅସୀମ୍ ଉପରେ ଅନେକ ବୋଝ । ଫ୍ଲାଟ କିଣା କିସ୍ତି ସୁଝା ଯାଇନି ଏ ଯାଏ । ଏଣୁ ଅସୀମ୍ ଅହରହ ଖଟୁଥାଏ ତା ସଂସାର ସୁଖ ଟିକେ ପାଇଁ । ଅସୀମ୍ ନିଶ୍ଚିନ୍ତ ଭଲ ଭାଇ,ପୁଅ ଓ ପତିର ଦୃଢ ଧାରଣା ଚିନାକୁ ପତ୍ନୀ ହିସାବରେ ମେଞ୍ଚେ ଖୁସି ଦିଅନ୍ତି ଯେ ସେ ଯାହାକୁ ବିବାହ କରିଛି କୋଟିଏରେ ଗୋଟିଏ ଭଲ ମଣିଷ,ଚରିତ୍ରବାନ୍ ।

     ସରଳ ନାରୀ ଟିଏ ଜୀବନରେ ଏମିତି ପତି ଟିଏ ମାଗିଥିବ ନିଶ୍ଚୟ ଉପାସ ବ୍ରତ କରି । ଯେ ପରିବାର ବାପମା ଭାଇ ଭଉଣୀ ପ୍ରତି ଏତେ ଯତ୍ନବାନ । ଭଲ ମଣିଷର ହୃଦୟ ଥିବା ପୁରୁଷ ।


      ଅଭାବ ସହ ଲଢୁ ଲଢୁ ଅସୀମ୍ ଆସ୍ତେ ଆସ୍ତେ ମଣିଷରୁ ମେସିନ୍ ପାଲଟି ଯାଉଥିବାର ଲକ୍ଷ୍ୟ କରେ ଚିନା । ଭାଵ ମରି ମରି ଯାଏ । ଖାଲି କାମ ଓ କାମ । ଅର୍ଥ ରୋଜଗାର କରିବା ନିଶା ।  ଭାଇ,ଭଉଣୀ ବାହା ହେବେ । ତାଙ୍କର ଭବିଷ୍ୟତ,ଘର କିସ୍ତି ଅଧା ସୁଝା ଯାଇନି ଇତ୍ୟାଦି ।


       ଚିନା କିନ୍ତୁ ଝାଉଁଳୁ ଥିଲା । ଗୁମୁରୁ ଥିଲା । ପ୍ରିୟ ମଣିଷ ଅସୀମ୍ ତାର ତା ଠୁ ଦୁରେଇ ଯାଉଛି । ଟିକେ ସମୟ, ପ୍ରେମ କି ସହବାସ ପାଇଁ ପାରୁନି ସେ ଅସୀମ୍ ଙ୍କ ଠାରୁ । କେତେ ଥର କହିଲାଣି" ଅସୀମ୍ ଆମର ଗୋଟେ ପିଲା ହେଲେ କେମିତି ହୁଅନ୍ତା" । ଅସୀମ ହସି କୁହନ୍ତି ଓଃ ତୁମେ ବୁଢ଼ୀ ନା ମୁଁ ବୁଢା ହୋଇ ଗଲେଣି । ଥମି ଯାଉ ଟିକେ ସମସ୍ୟା । ଏ ଅଭାବ ଭିତରେ ଆମେ ପିଲାଟିଏ ଆଣିଲେ ଦେଇ ପାରିବା ଏବେକାର ସମସ୍ତ ଖୁସି ତାକୁ!!କୁହନ୍ତି ଅସୀମ । ଚିନା ଚୁପ୍ ହୋଇଯାଏ । କିନ୍ତୁ ମା ହେବା ଇଚ୍ଛା ତା ଭିତରେ କୁହୁଳନ୍ତି ।


    ଦିନେ ଚିନା ପ୍ରସ୍ତାବ ଦେଲା "ମୋ ପାଇଁ ଗୋଟେ ଚାକିରୀ ବୁଝିଦିଅ । ଦୁଇ ଜଣ ରୋଜଗାର କଲେ ଋଣ ଶୁଝିଯିବ ଅର୍ଥ ବି କିଛି ଆସିବ ହାତକୁ । ତେବେ ତ ଯାଇ ମୁଁ ମା ହେବି । ଝିଅଟିଏ ମା ହେବାକୁ ବିବାହ ପରେ କେତେ ଆତୁର ହୁଏ ତା ମୁଁ ବିଝି ଯାଇଥିଲି । ଅସୀମ୍ ପ୍ରଥମେ ଅମଙ୍ଗ ହେଉଥିଲେ । ଚିନା ଜିଦ୍ କରିବାରୁ ତାକୁ ଅସୀମ୍ ତା ସାଂଗ ନୀଳିମା ଅଫିସ୍ ରେ ଚାକିରିଟିଏ କରେଇ ଦେଲେ । କମ୍ପ୍ୟୁଟରରେ ଡାଟା ଲୋଡ଼ କରିବା ଓ ହିସାବ ପତ୍ର କାମ । କାରଣ ଚିନା କମ୍ପ୍ୟୁଟର ସାଇଁନ୍ସ ସ୍ନାତକ ପରେ କରିଥିଲା ।


     ଗୋଟିଏ କଥା ଚିନାକୁ ପୁଣି ସନ୍ଦେହ ଅବିଶ୍ୱାସ ଘେର ଭିତରକୁ ଟାଣି ନେଲା । ଅସୀମ୍ କହିଲେ, "ଭଲ ଅଫିସ୍ ଟିଏ ଅଛି । ମୁଁ କହିଲେ ଭଲ ପୋଷ୍ଟଟିଏ ମିଳିବ । କିନ୍ତୁ ତୁମେ ମୋ ମିସେସ୍ ଏ ପରିଚୟ ଦେବନି ସେଠି । ମୋ ମିସେସ୍ ଜାଣିଲେ ଚାକିରି ମିଳିବା ମୁସ୍କିଲ ହେବ " ।

     କିନ୍ତୁ କାହିଁକି??ଚିନାର ଆଶ୍ଚର୍ଯ୍ୟ ପ୍ରଶ୍ନ । "ମୋ ମିସେସ୍ ନୀଳିମା ତଳିଆ କର୍ମଚାରୀ ହେବ ଏଇଟା ନୀଳିମାକୁ ଭଲ ଲାଗିବନି । ମୋତେ ବି" । କହିଲେ ଅସୀମ୍  । ଚାକିରୀ ର ଆବଶ୍ୟକତା ଥିଲା ଏଣୁ ଅସୀମ୍ ଙ୍କ ଜଣେ ନିକଟ ବନ୍ଧୁର ମିସେସ୍ ପରିଚୟ ନେଇ ଅଫିସ୍ ଜଏନ୍ କଲା ଚିନା ।

     ନୀଳିମା ହିପି ଜୀବନ ଜୀଉଁ ଥିବା ଗୋଟେ ଉଗ୍ର ଆଧୁନିକା ମହିଳା । ବିବାହିତ । ଭଲ ପଡେନି ତା ମିଷ୍ଟରଙ୍କ ସହ ।  ପୁଅଟିଏ ଅଛି ତାର ।  ବାପା ପୁଅ ଗୋଟିଏ ଜାଗାରେ ଓ ନୀଳିମା ଅଲଗା ଅନ୍ୟ ଜାଗାରେ ରୁହନ୍ତି । କେହି କେହି କୁହନ୍ତି ତାଙ୍କ ପ୍ରେମିକ୍ ସଂଗେ ସମ୍ପର୍କ ଅଛି ଏବେବି । ସେଇଥି ପାଇଁ ସ୍ୱାମୀ ସ୍ତ୍ରୀ ଙ୍କ ପଡେନି । ଯେଝା ଯେଝା ବାଟରେ । । ଏମିତି କୁହନ୍ତି ଅଫିସ୍ ଷ୍ଟାଫ ।

  

    ନୀଳିମା ଆଖିରେ ଅସୀମ ଙ୍କ ପ୍ରତି ବନ୍ଧୁତ୍ୱ କମ୍ ନିବିଡ଼ତା ବେଶୀ ଦେଖି ପାରିଥିଲା ଚିନା । ନୀଳିମା ବ୍ୟବହାର କେମିତି ସନ୍ଦେହ ମୂଲକ ଲାଗୁଥିଲା । ଅଫିସ୍ ରେ ଥିବାବେଳେ ଅସୀମ୍ ଆସିଲେ ଚିନା ଖୁସି ପ୍ରକଟ କରି ପାରେନି । କିନ୍ତୁ ନିଳିମା କ୍ୟାବିନ୍ ଭିତରେ ଘଣ୍ଟା ଘଣ୍ଟା ବିତେଇ ଦିଅନ୍ତି ଅସୀମ୍ । ଷ୍ଟାଫଙ୍କ ଆଖିରେ ବି ଫୁଟି ଉଠେ କେମିତି ଗୋଟେ ରହସ୍ୟ ମୟ ହସ । ଚିନା ଫସିଯାଏ ଗୋଲକ ଧନ୍ଦାରେ ।

ଦିନେ ପିଅନ ଦିନା ମଉସା ମୁହଁ ବିକୃତ କରି କହିଲେ ଛିଃ ଛିଃ ଏଗୁଡାଙ୍କୁ ଧର୍ମ ସହିବ । ଦୁହେଁ ବିବାହିତା । କିନ୍ତୁ ଦୁହିଁଙ୍କ ରାସ ଲୀଳା କି ଦେଖିବ!

ଚିନା ପଚାରିଲା ମଉସା କେଉଁ ଦୁହିଁଙ୍କ କଥା କହୁଛନ୍ତି । ଏଇ ଆମ ମେମ୍ ସାହେବା ନିଳିମା ଚୌଧୁରୀ ଆଉ ଏ ବେହିଆ ଅସୀମ୍ ଦେଓ । କି ଦିନ କି ରାତି ୟାଙ୍କୁ ମାଲୁମ ନଥାଏ । ମାମ୍ ଫୋନ୍ କରିବେ ତ ଅସୀମ୍ ସାର୍ ହାଜର । ମେମ୍ ଭଲ ନଚାନ୍ତି ଓ ଖେଳାନ୍ତି ଅସୀମ୍ ସାରଙ୍କୁ । ଶୁଣୁଛୁ ଅସୀମ୍ ସାର୍ କୁଆଡେ ସାଦି ସୁଦା । ନିଜ ସଂସାର ଥାଇ ଏ ବଜାରୁଣୀ ଟା ପାଖକୁ କାଇଁ ଆସନ୍ତି କେଜାଣି!!ପୁଣି ମାସକୁ ଥରେ ଅଧେ ବାହାରକୁ ଟୁର୍ ନାଁ ରେ ମଜା ନେବାକୁ ଯିବା ଥୟ ଏ ଦୁହିଁଙ୍କର । ଏ ଦୁଇ ଜଣ ଭାବନ୍ତି ଏ କଥା କେହି ଜାଣନ୍ତିନି । ମୁଁ ବା ଆଖିରେ ନିତି ଦେଖୁଛି ପେଗ୍ ପରେ ପେଗ୍ ହାତକୁ ବଢ଼ାଇ ଦେଲା ବେଳେ ଦୁହିଁଙ୍କୁ ।


   ଚିନା ମୁଣ୍ଡ ଘାଏଁ ଘାଏଁ ବୁଲେଇ ଦେଲା । ସେ ନଥ୍ କରି ପଡିଗଲା ତଳେ । ଆଖି ଖୋଲିଲା ବେଳକୁ ହସ୍ପିଟାଲରେ ଅସୀମ୍ ବସିଥିଲେ ଚିନା ପାଖରେ ଆଉ କହୁଥିଲେ" ମୁଁ ଜାଣି ଥିଲି ବାବୁ ତୁମେ କାମ ପ୍ରେସର୍ ନେଇ ପାରିବ ନାହିଁ । ଜିଦ୍ କଲ ଚାକିରୀ ପାଇଁ । ଏବେ ଦେଖିଲ ଅବସ୍ଥା କଣ ହେଲା"?

  

ଘୃଣାରେ ମୁହଁ ବୁଲେଇ ନେଲା ଚିନା । କଣ କହିବି ଏ ଏଣ୍ଡୁଅ ପରି ରଙ୍ଗ ବଦଲେଉ ଥିବା ଅସୀମ୍ ପରି ପଶୁ ଗୁଡାଙ୍କୁ!ଖୋଜିଲା କିନ୍ତୁ ବାଟ ।

     କିଛି ନଜାଣିଲା ପରି ରହି ଗଲା ଚିନା । ସ୍ୱାଭାବିକ ଭାବେ ଅଫିସ୍ ଯିବା ଆସିବା କଲା । ଯେଉଁଦିନ ଅସୀମ୍ ନୀଳିମା କ୍ୟାବିନ୍ କୁ ଆସିଲା ସେଦିନ ଯୋଗକୁ ଦିନା ମଉସା ଛୁଟିରେ ଥିଲେ । ଆଉ ତିନି ଜଣ ପିଅନ ଅଫିସ୍ କାମରେ ବାହାରକୁ ଯାଇଥିଲେ । କଲିଂ ବେଲ୍ ବାଜି ଉଠିଲା ପେଗ୍ ନେବାର ସଂକେତ ବହି ।  କେହି ପେଗ୍ ନେବାକୁ ରାଜି ନଥିଲେ । ଶେଷରେ ଚିନା ହିଁ ଗଲା । ଏମିତି ସୁଯୋଗ ଅପେକ୍ଷାରେ ଥିଲା ସେ ।


      କ୍ୟାବିନ୍ ଭିତରେ ଅସଂଯତ ଅବସ୍ଥାରେ ପାଇଲା ନିଜ ପତି ଦେବ ଯାହାଙ୍କୁ ସେ ଦେବତା ଭାବୁଥିଲା ।  କଲର୍ ଧରି ଟାଣି ଆଣିଲା ଅସୀମ୍ ଙ୍କୁ ବାହାରକୁ ଚିନା । ନୀଳିମା ଭୟଙ୍କର ଭାବେ ରାଗି କହୁଥିଲା ହାଓ ଡେୟାର ୟୁ । ଗେଟ୍ ଆଉଟ ।


    ଲଜ୍ଜାରେ ଥରୁଥିଲା ଚିନା । ସବୁ ଷ୍ଟାଫ ଥର ହର । କି ଅଜବ ଝିଅ । ପାଇଥିଲା ଭଲ ପୋଷ୍ଟର ଚାକିରୀଟିଏ । ମାସେ ନ ପୁରୁଣୁ ଏ କି କାଣ୍ଡ । ସେମାନେ ପଇସା ବାଲା, ବଡ଼ ଲୋକ । ତାଙ୍କର ସେ ଯାହା ମନ କଲେ ଆମର କଣ ଅଛି!ଏପରି ଟିପ୍ପଣୀ ଦେଉଥିଲେ ଜଣେ ବୟସ୍କ ଷ୍ଟାଫ ।


      ମୋର କିନ୍ତୁ ଅଛି । ଆପଣ ଜାଣନ୍ତି ଏ ଅସୀମ୍ ଦେଓ କିଏ??ଏ ମୋ ମିଷ୍ଟର, ପତି ଦେବ । ମୋ ଶଙ୍ଖା, ସିନ୍ଦୂର,ସଂସାର । ଯାହାଙ୍କୁ ପାଇଁ ମୁଁ ଗର୍ବ ଅନୁଭବ କରୁଥିଲି । ୟାଙ୍କ ପାଖେ ଏପରି କୃଷ୍ଣ କଳା ଅଛି ଏ କି ସୁନ୍ଦର ରାସ ଲୀଳା ରଚି ପାରନ୍ତି, ବିନା ଯମୁନା ବିନା କୁଞ୍ଜରେ!!!


     ଅସୀମ୍ କହୁଥିଲେ ଆରେ ଶୁଣ ବାବୁ ବାହାରେ ଏମିତି...

 

    କାହିଁକି ଲାଜ ଲାଗୁଛି କି । ହେଇ ଲୋ ଅଲାଜୁକି ନୀଳିମା ଚୌଧୁରୀ ପୁଅ ସ୍ୱାମୀ ଛାଡି!କି ରାସ ଲୀଳା କରୁଛୁ ଲୋ । ଯାହା ସାଙ୍ଗେ ଟୁର୍ ଯାଉଛୁ ଯାହାକୁ ନେଇ ଛିଃ ବିକୃତ ମନର ଭୋକ ମେଣ୍ଟେଉଛୁ ସେ କିଏ?ମୋ ପତି । କେମିତି ସାହସ ହେଲା ମୋ ପତିକୁ କଣ୍ଢେଇ କରିବାକୁ!!ମୁଁ ଭାବୁଥିଲି ପତି ମୋର ସତିଆ ସଚରିତ୍ର ପୁରୁଷ । କିନ୍ତୁ ଛେପ ଲଣ୍ଡାଏ ଦୁଇ ଜଣଙ୍କ ମୁହଁକୁ ପକାଇ ଗୋଖର ପରି ଫଁ ଫଁ ହୋଇ ଅଫିସ୍ କୁ ପିଠି କରି ସବୁଦିନ ଚାଲି ଆସିଲେ ଚିନା ।


     ପଛେ ପଛେ ଅସୀମ୍ ଡାକୁ ଥିଲେ ଚିନାକୁ ବାବୁ ଶୁଣ ,ପ୍ଲିଜ଼ । ପ୍ରତି ମୁହୂର୍ତ୍ତରେ ଅସୀମ୍ ମାନଙ୍କ ପରି ପୁରୁଷ କି ଭୟଙ୍କର ରଙ୍ଗ ବଦଳାନ୍ତି!!


     ସେବେଠୁ ଚିନା ଦେଖିନି ଏଣ୍ଡୁଅ ଅସୀମ୍ ମୁହଁ ।


Rate this content
Log in