Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Others

2.5  

Sisir Panda

Others

ଭୋଳା ବାବା

ଭୋଳା ବାବା

3 mins
7.4K


ରାତି ବାରଟା । ଚେମେଣା ଖଟିଆ ଉପରେ ଗଡ଼ୁଥାଏ । ତା' ମନରେ ଆଜି ଆନନ୍ଦ ଓ କ୍ଷୋଭ ମିଶା ଭାବ । ସେ ମନେ ମନେ ଚିନ୍ତା କରୁଥାଏ 'ଦେଖୁ ଦେଖୁ ଆଜିଠାରୁ ଶ୍ରାବଣ ମାସ ହୋଇଗଲା । ଲଗାତାର ତିନି ବର୍ଷ ମୁଁ ତିନିଟା ଶିବ ପୀଠ ଯାଇଛି,ପ୍ରଥମ ବର୍ଷ ଯାଇଥିଲି ଲଡ଼ୁ ବାବା,ତା ପର ବର୍ଷ ଗଲି କପିଳାସ ବାବା ଓ ଗତ ବର୍ଷ ଗଲି ଲୋକନାଥ ବାବା । କିନ୍ତୁ ଅଦ୍ୟପି ମୋ ଇଚ୍ଛା ପୂରଣ ହେଲାନି । ବି.ଏ.ପାସ କରି ଘରେ ବସିବା ପାଞ୍ଚ ବର୍ଷ ହୋଇଗଲା,ଗୋଟେ ଚାକିରି ମିଳିଲାନି । ଭୋଲେ ବାବାଙ୍କ ଦୟା ହେଉନି ମୋ ଉପରେ କି ଭୁଲି ଯାଉଥିବେ ବୋଧେ । ଯାହା ହେଲେବି ଏ ବର୍ଷ ଧବଳେଶ୍ବର ବାବାଙ୍କ ପାଖକୁ ଯିବି ଯଦି ଶିବଶଙ୍କରଜୀ ମୋ କଥା ଶୁଣିବେ ତ ପ୍ରତି ବର୍ଷ ଯିବି ପାଣି ଢାଳିବି ନଚେତ୍ ବିଲକୁଲ ବାବାଙ୍କ ନାଁ ଧରିବିନି ।

ଏମିତି ନାନା କଥା ଚିନ୍ତା କରୁ କରୁ ଚେମେଣା ହଠାତ୍ ଦେଖିଲା ତା'ସାମନାରେ ସ୍ଵୟଂ ଭୋଲେବାବା ତ୍ରିଶୁଳ ଧରି ଆବିର୍ଭାବ । ସେ ଆଶ୍ଚର୍ଯ୍ୟରେ କ'ଣ କରିବ ଚିନ୍ତା କରି ନ ପାରି ସଙ୍ଗେ ସଙ୍ଗେ ଭୂମିରେ ଲୋଟିଗଲା ପ୍ରଭୁଙ୍କ ପାଦ ତଳେ । ଭୋଲେବାବା ମୁରୁକି ହସି କହିଲେ,"ଉଠ୍ ବାବୁ । କ'ଣ ମୋ ଉପରେ ଭାରି ରାଗୁଛୁ । "ଚେମେଣା ଜାଣିଚି ବାବାଙ୍କ ଗୁଣ କ୍ରୋଧ ଆସିଗଲେ,କଥା ସରିଲା । ଡରି ଡରି କହିଲା,"ନାଇଁ ପ୍ରଭୁ,ମୁଁ ରାଗି ନାହିଁ,ମନ ଦୁଃଖ ହେଉଚି ମୋ ବାପା ଚାଷ କାମ କରି ଆଉ କେତେ ଦିନ ଆମ ପାଞ୍ଚ ଜଣଙ୍କୁ ଚଳେଇବେ । ଯଦି ଗୋଟାଏ ଚାକିରି ପାଇଯାନ୍ତି ତ ଆମ ଦୁଃଖ ଦୂର ହୋଇଯାନ୍ତା । "ତା'ଠାରୁ ସବୁ ଶୁଣି ସାରି ପ୍ରଭୁ ଶଙ୍କର ଗମ୍ଭୀର କଣ୍ଠରେ କହିଲେ,"ତୋ କଥା ମୁଁ ମନ ଦେଇ ଶୁଣିଲି । ତୁ ମୋ କଥା ଧ୍ୟାନ ଦେଇ ଶୁଣୁ । ତୋତେ ମୁଁ କହିଥିଲି-ତୁ ଯା ଲଡ଼ୁବାବା,ଲୋକନାଥ ବାବା ଓ କପିଳାସ ବାବା ପାଖକୁ ତାଙ୍କ ଉପରେ ପାଣି ଢାଳି ଆସିବୁ,ତୋ ଚାକିରି ହେଇଯିବ । ଆଜିକାଲି ତୁମେମାନେ ନଦୀ ପାଣିକୁ ଏତେ ପ୍ରଦୁଷିତ କରି ରଖିଛ ଯେ ତୁମରି ମଣିଷ ମାନେ ଗାଧୋଇବାକୁ ଡରିଲେଣି । ସେହି ଅସନା ମଇଳା ପାଣି ନେଇ ମୋ ଉପରେ ଢାଳୁଛ । ତୁମେ ଭାବୁଛ ଏଥିରେ ମୁଁ ଖୁସି ହୋଇ ତୁମମାନଙ୍କ ଇଚ୍ଛା ପୂରଣ କରିବି । ଆରେ ବାଃ ନିଜକୁ ବହୁତ ସିଆଣା ଭାବୁଛ । ହଉ ଛାଡ଼ ସେ କଥା । ଏଥର କହ ମୋତେ ତୋ ଗାଁରେ ଯେଉଁ ଶିବ ମନ୍ଦିରଟା ଅଛି, ଗାଁକୁ ବିପଦ ଆପଦ ଆସିଲେ ସେଠି ମୋତେ ଆସି ଗୁହାରି କରୁଛ । ତୁ ସେଠାକୁ କାହିଁକି ଯାଉନୁ?ସେଠି କ'ଣ ମୁଁ ନାହିଁ । "ଚେମେଣା ଛାନିଆରେ ହାତ ଯୋଡ଼ି କହିଲା,"ନାଇଁ,ମହାପ୍ରଭୁ! ଆପଣ ତ ସବୁ ଠାରେ ଅଛନ୍ତି । ଆମେ ଭାବୁଛୁ କଷ୍ଟ କରି ଗଲେ,ଦୟାକରି ଆପଣ ଆମ ମନସ୍କାମନା ପୂରଣ କରିବେ । "

ଭୋଳାନାଥ ଚିଡ଼ି ଚିଡ଼ା ଗଳାରେ କହିଲେ,"ବାଃ କି ଲଜିକ୍ । ହଉ ଶୁଣ୍ ମୋ ପାଖରେ ସମୟ ବହୁତ କମ । ଯାହା କହୁଛି ନିଜେ ବୁଝ ଅନ୍ୟଙ୍କୁ ବୁଝା । "ଚେମେଣା ଆଜ୍ଞାଧୀନ ଛାତ୍ର ପରି କହିଲା,"କୁହନ୍ତୁ ମହାଦେବ ପ୍ରଭୁ! ମୁଁ ନିଶ୍ଚୟ କରିବି । " ପ୍ରଭୁ ତା'ର ପିଠି ଥାପୁଡ଼ାଇ କହିଲେ,"ସାବାସ୍ ବେଟା । ମାନିଲେ ଫଳ ପାଇବୁ । ଏବେ ଶୁଣୁ ମୋ ପାଖକୁ ଅଯଥା କଷ୍ଟ କରି ଯାଇ ପାଣି ଢାଳିବା ଆବଶ୍ୟକ ନାହିଁ । ବରଂ ପ୍ରତି ବର୍ଷ କିଛି ନା କିଛି ଗଛ ଲଗାଇ ସେମାନଙ୍କ ଯତ୍ନ ନେବୁ,ମୋ ସେବା କରୁଛୁ ଭାବି ପାଣି ଦେବୁ । ଆଉ ଶୁଣୁ ତୁ ବି.ଏ.ପାସ କରି ଚାକିରି ଖୋଜୁଛୁ । ହଜାର ହଜାର ଇଂଜିନିୟର,ଡାକ୍ତର ଆଦି ପାଠ ପଢ଼ି ବେକାର ବସିଛନ୍ତି । ଚାକିରି କେଉଁଠୁ ଆସିବ । ଚାକିରି ନିଶା ଛାଡ଼,ନିଜେ ଛୋଟ ଛୋଟ ବେପାର କର,ପରିଶ୍ରମ କରି ରୋଜଗାର କର । ସେଥିରେ ଯାହାବି ରୋଜଗାର କରିବୁ ତୁ ତୋ ପରିବାର ସାଧାରଣ ଭାରତୀୟ ନାଗରିକ ପରି ଜୀବନଯାପନ କରିବାରେ କିଛି ଅସୁବିଧା ହେବନି । ଏଥିରେ ତୁ ଦିବ୍ୟ ଶାନ୍ତି ପାଇବୁ । ଆମେ ଦେବତା ମାନେ ଏପରି ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାଉ । ଯିଏ ସତ୍ୟରେ ରହି ନିଜ କର୍ମମାନ ସୁଚାରୁ ରୂପେ କରି ଚାଲୁଥାନ୍ତି,ସେମାନଙ୍କୁ ସର୍ବଦା ଦୈବୀ ଅନୁକମ୍ପା ମିଳୁଥାଏ ।

ଶେଷରେ ମୁଁ ଏତିକି କହିବି ମନେ ରଖିଥିବୁ,ତୋ ଠାରୁ ଯେଉଁମାନେ ସବୁ ସ୍ତରରେ କମଯୋର ସେମାନଙ୍କୁ ସବୁବେଳେ ସାହାଯ୍ୟ କରିବୁ । ପୃଥିବୀ ଏବଂ ପରିବେଶର ସୁରକ୍ଷା କରିବୁ । ଏତିକି କରି ପାରିଲେ ମୁଁ ସବୁବେଳେ ତୁମମାନଙ୍କ ପାଖରେ ରହି ଅନାଇ ଥିବି । ତୁମମାନଙ୍କର କିଛି ବି ଅସୁବିଧା ହେବ ନାହିଁ । "ଏତିକି କହି ପ୍ରଭୁ ଆଶୀର୍ବାଦ ମୁଦ୍ରାରେ ଅନ୍ତର୍ଦ୍ଧାନ ହୋଇଗଲେ । ଚେମେଣାର ନିଦ ହଠାତ୍ ଭାଙ୍ଗିଗଲା । ବିଶ୍ବାସ କରି ପାରୁ ନ ଥାଏ ଯାହା ସବୁ ଘଟିଗଲା ସତ ନା ସ୍ବପ୍ନ । ସେଠାରେ ପ୍ରଭୁ ଶିବ ଶଙ୍କରଙ୍କୁ ପ୍ରଣାମ ଜଣାଇ,ତାଙ୍କ କଥା ମାନିବ ଓ ଅନ୍ୟ ମାନଙ୍କୁ କହିବ ବୋଲି ଶପଥ କରି ଘଣ୍ଟାକୁ ଦେଖେ ତ ରାତି ତିନିଟା । ଆଉ ନିଦ ନ ହେବାରୁ ବସି ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା ।

ଶିଶିର କୁମାର ପଣ୍ଡା,କଟକ


Rate this content
Log in