Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀରବ ପ୍ରତିବାଦ
ନୀରବ ପ୍ରତିବାଦ
★★★★★

© Tapaswini Dash

Others

4 Minutes   7.2K    8


Content Ranking

ରାଜଧାନୀ ଜନତା ମୈଦାନ ପଡିଆରେ ଏକ ବିରାଟ ଚିତ୍ରକଳାର ଆୟୋଜନ ।

ଆୟୋଜକ ଅନେକ ଟଙ୍କା ଖର୍ଚ୍ଚ କରି ସଂଗ୍ରହ କରଉଥାନ୍ତି ବହୁତ ବଡ଼ ବଡ଼ ଚିତ୍ରକରଙ୍କ ଚିତ୍ରକଳା ।ଅନେକ ବଡ଼ ବଡ଼ ଅତିଥି ଅଭ୍ୟାଗତ ନିମନ୍ତ୍ରିତ ହୋଇ ଆସିଥାନ୍ତି ।ସମସ୍ତଙ୍କ ମୁହଁରେ ଆୟୋଜକ, ଚିତ୍ରକରଙ୍କ ନିମନ୍ତେ ଭୂରୀଭୂରି ପ୍ରଶଂସା ।

ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ସଭାପତି ନିଜେ ଆୟୋଜକ ।

ହଠାତ ଚିତ୍ରକଳା ପ୍ରଦର୍ଶନୀର ଶେଷ ଚିତ୍ର ନିକଟରେ ହଟ୍ଟଗୋଳ ଶୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ।କାହିଁକି ଏତେ ହୋ ହଲ୍ଲା ଶୁଣି ଆୟୋଜକ ନିଜେ ମଧ୍ୟରେ ଚିତ୍ରଟି ନିକଟକୁ ଗଲେ ।ଏବଂ କେମିତି ଏ ଚିତ୍ର ଏଠାକୁ ଆସିଲା ବୋଲି ପ୍ରଶ୍ନ କରିଥିଲେ ।

ଯୋଉ ଚିତ୍ରକୁ ସେ ଆଦୌ ସମ୍ମତି ପ୍ରଦାନ କରି ନ ଥିଲେ ଏତେ ବଡ ପ୍ରଦର୍ଶନୀ ସ୍ଥାନିତ କରିବାକୁ ,ପୁଣି କିଏ କେମିତି ଏଠାରେ ଟାଙ୍ଗିଛି ।ହତବାକ ହୋଇଯାଇଥିଲେ ।କିନ୍ତୁ କେମିତି କାହିଁକି ତାଙ୍କ ମୁହଁ ଏକଦମ ଶେଫାଳିଆ ହୋଇଯାଇଥିଲା ,ତାହା ମୁହଁରୁ ହିଁ ବାରି ହୋଇଯାଉଥିଲା ।

ଚୁପ୍ ରହିଥିଲେ ।ସମସ୍ତଙ୍କ ଅଲକ୍ଷ୍ୟରେ ମୁହଁରୁ ଝାଳ ପୋଛି ଦେଇଥିଲେ ।ଯେମିତି କାହା ନଜରରେ ନ ପଡୁ। ଏତେ ସତର୍କତା ସତ୍ତ୍ଵେ ସେ ଚିତ୍ର ସମସ୍ତେ ଦେଖିଥିଲେ ।ଏମିତି ଏକ ରାଜକୀୟ ଗମ୍ଭୀର ଭରପୁର ସଭାରେ ନଗ୍ନ ଚିତ୍ରକୁ କିଏ କାହିଁକି ଦେଲା ,କେଉଁ ଉଦ୍ଦେଶ୍ୟରେ ଏଠାରେ ଶତ ବିରୋଧ ସତ୍ତ୍ୱେ ସ୍ଥାନିତ କରିଛି କେହି ବୁଝି ପାରୁ ନ ଥିଲେ ।

ଚିତ୍ରଟି ଥିଲା ଏହିପରି ।ଜଣେ ଉନ୍ମୁକ୍ତ ବକ୍ଷୋଜା ସଂପନ୍ନ ନାରୀ ।

ଗୋଟିଏ ସ୍ତନ୍ୟରେ ଏକ ଶିଶୁଟିର ସ୍ତନ୍ୟପାନର ଚିତ୍ର, ମାତୃତ୍ଵର ପରିତୃପ୍ତି, ବାରି ହୋଇଯାଉଥିଲା ବାମ ପାଖ ନୟନରୁ । କୌଣସି ନୂତନତା ନ ଥିଲା କହିଲେ ଚଳେ । ଅଥଚ ଡାହାଣ ଛାତିରେ ଲାଖିଥିଲା ଏକ କର୍କଶ ପୁରୁଷର ହାତ, ତାହା ପୁଣି ଏତେ ନୃଶଂସ ଯେ ବହିଯାଉଥିଲା ଧାର ଧାର ରକ୍ତ ।ଚାହିଁ ହେଉ ନ ଥିଲା । ଆର ଆଖିରୁ ଧାର ଧାର ରକ୍ତ ଝରି ଯାଉଥିଲା । ଉଦ୍ଭଟ ଚିତ୍ର ।ନଗ୍ନ, ଅଶ୍ଶ୍ଲିଳ ,ବିଭତ୍ସ କହି ସଭିଏଁ ମୁହଁ ବୁଲାଇ ଆୟୋ ଜକଙ୍କୁ ବହେ ଗାଳି ଦେଇ ଆଗେଇ ଯାଉଥାନ୍ତି ।

କିଛି ସମୟ ମଧ୍ୟରେ ସେଠାରେ ଘଟିଗଲା ଏକ ତୁମୁଳ କାଣ୍ଡ ।ଆଗକୁ ମାଡି ଆସିଲେ ଚାରି ଜଣ ପାଞ୍ଚ ଫୁଟିଆ ମର୍ଦ ।ଫଡଫଡ ଫାଡି ପକାଇଲେ ଗୁଡାଏ ମୂଲ୍ୟବାନ ଚିତ୍ର । ଉଚ୍ଚାରଣ କରୁ ଥାଆନ୍ତି କଅଣ ଝିଅ ବୋହୂଙ୍କୁ ଚଲାଇ ଦେବନାହିଁ କି ।

ମଥା ତଳକୁ କରି ବସି ଥାଆନ୍ତି ଆୟୋଜକ, ଏତେ ବଡ଼ ସଭାଟି ଭଣ୍ଡୁର ହେବା ଦେଖି ।କୋଳାହଳ ଥମି ଗଲା ।ଧୁସଧାସ ଆଗେଇ ଗଲେ ସେ ମାନ୍ୟଗଣ୍ୟ ତଥାକଥିତ ବ୍ୟକ୍ତି ବିଶେଷ ।

ଧୀରେ ଧୀରେ ଆଗେଇ ଆସିଲା ତୂରୁଣୀଟି ଗୋଟାଏ କୋଣରୁ ଯିଏ ଏ ଯାବତ୍ ଠିଆ ହୋଇ ଥିଲା ମଂଚର ଏକଦମ ପଛ ବେଞ୍ଚରେ ।ଚିତ୍ରଟି ପାଖକୁ

ଆସିଲା ।ଆଉଁଷିଲା ।ଟୁକୁଡ଼ା ଟୁକୁଡ଼ା କୀୟଦଂଶ ହାତରେ ।ବାଜିଲା କେଇ ଖଣ୍ଡ କଣ୍ଟା। ପୁଣି ଝରିଲ ହାତରୁ ଧରେ ରକ୍ତ ।ଆର ହାତରେ ନିଜ ଛାତିକୁ ଛୁଇଁଲା ।ଯୋଉଠୁ ଏ ଯାଏ ଶୁଖି ନ ଥିଲା କ୍ଷତ ।କ୍ଷଣିକ ଆଗରୁ ଭାଷଣ ଦେଉଥିବା ତଥାକଥିତ ମଂଚାସୀନ ଅତିଥି ମାନଙ୍କର ଭାଷଣ ।

ଭାବୁଥିଲା ଗତ କାଳ ରାତ୍ରିର ବିଭତ୍ସ ଘଟଣା । ମୁହଁ ସଞ୍ଜ । କଅଁଳା ପିଲାଟାକୁ କାଖରେ ଜାକି ହାତରେ ବାଡ଼ି ଖଣ୍ଡେ ଧରି ଗାଁ ମୁଣ୍ଡ ହରଡ ବାଡ଼ି ଆଡେ ଆସିଥିଲା ଛୋଟ ହଜିଲା ଛେଳିଟିକୁ ଖୋଜି ଖୋଜି । ଆଦିବାସୀ ନବ ବିବାହିତା ।ହାଲିହାଲି ମା ହୋଇଛି । ଛାତିରେ ଧରିଛି ଛୁଆ ର ପେଟ ଭର୍ତ୍ତି ଆହାର । କାହୁଁ ମାଡି ଆଇଲେ ପଂଝେ ନଖରା ଟୋକା ।

ଯେଉଁମାନେ ଏଇ ଟିକେ ଆଗରୁ ମଂଚରେ ବସି ଝିଅ ବୋହୁଙ୍କ ସୁରକ୍ଷା ବାବଦରେ ଲମ୍ବା ଭାଷଣ ଦେଉଥିଲେ ।ଆଖି ପିଛୁଡ଼ାକେ ଭିଡି ନେଇ ଗଲେ ପାଖ ଅପରିତ୍ୱକ୍ତ ଭି.ଏଲ.ଡବ୍ଲୁ ବଙ୍ଗଳା ଆଡେ ।ଅନେକ କାକୁତି ମିନତି କଲା ।ହେ ବାବୁ ମାନେ ମୋ କଅଁଳା ପିଲାଟା ମରିଯିବ ।ମୋତେ ଛାଡିଦିଅ । ପିଲାଟାର ମୁହଁ ଚିଂଛାଡି ଦେବାକୁ ଚଳାଇଲେ ଆପ୍ରାଣ ଉଦ୍ୟମ ।କିନ୍ତୁ ପିଲାଟା ବି ଯେମିତିଟା ଅଧିକାରରୁ କାଣିଚାଏ ବି ନ ଛାଡିବାକୁ ନେଇଛି ବଜ୍ର ଶପଥ । କ୍ଷତାକ୍ତ କରି ପକାଇଲେ ଗୋଟିଏ ମୁହୂର୍ତ୍ତରେ ।

ଆଃ କି ଯନ୍ତ୍ରଣା ।ତେଣେ ପିଲାଟା ବି ଛାଡିଯିବା ଭୟରେ ଆହୁରି ଜୋରରେ ଦାନ୍ତରେ ରେକଟି ଚାଲିଥାଏ ।

ମହାଶୂନ୍ୟରେ ମିଳେଇ ଗଲା ତା କାକୁତି ମିନତି , ପିଲାଟାର ମୁହଁ ସେମିତି ଲାଖିଥାଏ ତା ଥନରେ ।

ବାସ, ସରିଗଲା ଖେଳା ।ଅନ୍ଧାରରେ ମିଶିଗଲେ ସେ ଜହ୍ଲାଦ ।ଶକ୍ତି ନ ଥିଲେ ବି ଉଠିଲା ପିଲାଟା ମୁହଁକୁ ଚାହିଁ।

ବାତ୍ସଲ୍ୟ ମମତା ଜାଗିଲା କି କଅଣ ।ଛାଡି ଦେଲେ ଶିଶୁଟିକୁ । ବା ଶିଶୁ ପୁତ୍ର ସନ୍ତାନ ହେତୁ ଭାଗ୍ୟ ଜୋରରେ ବର୍ତ୍ତିଗଲା ସେଇ ଗୋଟାଏ କାରଣରୁ ।

କାହାକୁ କହିବ ,କାହାକୁ ମାଗିବ ନ୍ୟାୟ,

ଏଇମାନେ ତ ସମାଜର ବଡ଼ ପଣ୍ଡା ।ହାଲିହାଲି ଦେଖିଛି ସେ କୁନ୍ଦୁଲି ପୀଡିତାର ନ୍ୟାୟ ମାଗିବାର ଶେଷ ପୃଷ୍ଠା ।

ସ୍ୱାମୀକୁ କହିବ, ପାଦରୁ ଲିଭିନି ଅଳତା।

ମନରୁ ସରାଗ, ବଂଚି ପାରିବେ ତ ସେ ।

ଏ ତଥାକଥିତ ବଡ ପଣ୍ଡା ମାନଙ୍କ ସହ ଯୁଝି ପାରିବେ ନା ତାଙ୍କୁ ପ୍ରାଣ ବଳି ଦେବାକୁ ପଡିବ । ଦିଶିଲା କଅଁଳା ଶିଶୁଟାର ଛନ ଛନିଆ ମୁହଁ । ଵୋକ ଦେଲା ।

ଧରିଲା ତୂଳୀ,ଆଙ୍କିଲା କ୍ୟାନଭସ ଉପରେ ନିଜେ ନିଜର ନଗ୍ନ ଚିତ୍ର ।ଗତ ରାତିର ଘଟିଯାଇଥିବା କରୁଣ ଚିତ୍ର ।ବାରବାର ଦେଖିଲା ।ଥରିଲା କଦଳି ପତ୍ର ପରି ।ତଥାପି ଚୁପଚାପ ଆଣି ଥୋଇ ଦେଲା ଚିତ୍ରକଳା ପ୍ରଦର୍ଶନୀ ର ଗୋଟାଏ କୋଣରେ ।ଯାହାକୁ ନେଇ ଏ ତୁମୁଳ କାଣ୍ଡ । ସେ ଠିକ ଚିହ୍ନି ପାରୁଥିଲା ସେ ଜହ୍ଲାଦ ମୁଖ୍ୟ ଅତିଥିଙ୍କ ମୁହଁ ।

ହସିଲା ଏକ ତୃପ୍ତିର ହସ ।ବାଃ ବାଃ, କି ସୁନ୍ଦର ଭଦ୍ର ମୁଖା । ସତରେ ଏଇମାନେ

ନ୍ୟାୟ ପାଇଁ ରାସ୍ତାରେ ମହମବତୀ ଶୋଭା ଯାତ୍ରା କରନ୍ତି, ଅନଶନ ,

ହରତାଳ କରନ୍ତି ।ନ୍ୟାୟାଳୟରେ ନ୍ୟାୟ ପାଇଁ ଦଙ୍ଗା ଘଟାନ୍ତି । ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପୂଜା ହୁଅନ୍ତି ।ମାଳ ପକାଇ

ସଗର୍ବେ କହନ୍ତି 'ନାରୀ ଜାଗିଲେ ଦେଶ ଜାଗିବ, ନାରୀ ସଶକ୍ତିକରଣ ଅନିବାର୍ଯ୍ୟ ।

ଥମି ଯାଇଥିଲା କୋଳାହଳ ।

କ୍ଷତାକ୍ତ ,ଘର୍ମାକ୍ତ ଶରୀର ରୁ ପୋଛିଲା ଝାଳ। ସେ ବଞ୍ଚିବ ପିଲାଟା ପାଇଁ ନିଜ ରକ୍ତ ପାଇଁ ଏକ ଅଲଣା ଜୀବନ କୁ ନେଇ।

ତପସ୍ୱିନୀ ଦାଶ ,

ବୁଢ଼ୀ ଖମାରୀ ଶାସନ

ଭଂଜପୁର,ବାରିପଦା-2

ମୟୁର ଭଞ୍ଜ।

ରାଜଧାନୀ ପଡିଆ ଆୟୋଜନ

Rate the content


Originality
Flow
Language
Cover design

Comments

Post

Some text some message..