Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଝିଅ ଦେଖା
ଝିଅ ଦେଖା
★★★★★

© Ashok kumar Sethi

Others

5 Minutes   7.4K    13


Content Ranking

ନାଁ, ଏଇ ଡ୍ରେସଟା ମାନୁନି , ଦର୍ପଣ ଆଗରେ ଠିଆ ହୋଇ ତାଳୁରୁ ତଳିପା ଘେରାଟେ ପରଖି ନେଇ ଏମିତି ଖାରଜ ହେଉଥିବା ଡ୍ରେସ ମାନେ ଖଟ ଉପରେ ପଡି ରହନ୍ତି ତା ଉପରେ ତା ଉପରେ | ହଁ, ନିର୍ଦ୍ଧିଷ୍ଟ ଡ୍ରେସ ଉପରେ କିଛି ସମୟ ଦୃଷ୍ଟି ନିବିଦ୍ଧ ହେବା ଉତ୍ତାରୁ ସେଇଟି ଚୂଡାନ୍ତ ହେଲା | ଠିକ ସମୟକୁ ଟ୍ରିମରରୁ ଚାର୍ଜ ସରି ଯାଇଛି ତଥାପି ଠିକ ଅଛି ଥାଉ ଏମିତି ଟିକେ ଟିକେ ଦାଢ଼ି ଥିଲେ ତ ଷ୍ଟାଇଲ୍‌ | ବେଳ ଗଡି ଗଡି ଯାଉଥାଏ | ତରତରକୁ ବା ତର କାଇଁ ତଥାପି ଏକ ଆତୁର ଆବେଗ ଦେଖା ଦେଇ ଧାଉଁଥାଏ ଏଣେ ତେଣେ | ସବୁ ଓକେ ଉପରେ ମୋହର ଲାଗିଲା ପରେ ଗନ୍ତବ୍ୟ ଅଭିମୁଖେ ଗାଡିକୁ ଇପ୍ସିତ ଇଚ୍ଛାଟି ବାଟ କଡେଇ ଆଗେ ଆଗେ ଚାଲୁଥାଏ | ମନ ର ମନଟି ପବନ କୁ ବାଜି ଲଗେଇ ଛୁଟି ଚାଲୁଥାଏ ଆଗରେ ଆଗରେ ...!

ହେଇତ, କାଠଯୋଡ଼ି, ଫୁଲନଖରା, ହଂସପାଳ ଡେଇଁଲା ...ଆଖି ପଲକରେ କୁଆଖାଇ କୋ' ପଛରେ ରହିଲାଣି...! ଭୁବନେଶ୍ଵର ବା ଏଇ ଅନେଇଲେ ଦେଖା ଯାଉଛି | ସମୟ ମୁତାବକ ନିର୍ଦ୍ଧିଷ୍ଟ ସମୟର ଅବ୍ୟବହିତ ପୂର୍ବରୁ ପହଞ୍ଚି ଗଲେ ବା' କଣ ହେବ ..? ଏଠି ସେଠି ମିଛଟାରେ ସମୟକୁ ବାଆଁରେଇବାକୁ ପଡିଲା |

ନାଁ, ଏମିତି ହବା କଥା ତ ନୁହଁ ?

ଆକଳନର କଳନା କଣ କୋ'କୂଳକୁ ହେବନି ନା କଣ..?ଏକ ଅସମାହିତ ପ୍ରଶ୍ନ ଆନ୍ଦୋଳିତ କରି ପୁଣି ଶୋଇ ଯାଉଥାଏ ଆପଣା ଭିତରେ ...

ଏଇତ ସମୟ ଗଡ଼ିବା ଗଡ଼ିବା ହେଉଛି | ଉଛୁର ହେବାର ବେଳକୁ ବେଳୁ ଦୁଇ କୂଳ ଡେଇଁ ଉଛୁଳିଲାଣି |

ହଉ ତେବେ, ..!

କଣ ଫେରିଯିବା ?

ଆମ ଚାରିପାଖ ଗଛ ପତ୍ର ଆମ ପରି ବିଲକୁଲ ହଲଚଲ ହଉନାହାନ୍ତି |ଏଇ ସମୟକୁ ବାପୁଡ଼ା ପବନଟା ଆଉ କୋ ମୁହାଁ ହେଇଛି କେଜାଣି !! ଖାଁ ଖାଁ ନିସ୍ତବ୍ଧ ନିଥର ବହଳ ହେବାକୁ ଲାଗୁଥାଏ | ସେମିତି ଗଛ ମୂଳେ ପ୍ରତୀକ୍ଷା ସେତେ ବେଳୁ କିଛି ପବନ ଓ ପବନ ର ଆବେଗ କୁ |

ଫେରି ଯିବାର ନିଷ୍ପତି ବେଳୁ ବେଳ ଘନୀଭୂତ ହୋଇ ଘର ମୁହାଁ ହେଲା ବେଳକୁ | ହଠାତ ଦଲକାଏ ଅଶାର ପବନ ଧସି ପଶି ନିଷ୍ପତି କୁ ବଦଳାଇ ଦେବାକୁ ଉଦ୍ୟତ ପ୍ରାୟ ..

ମୁଁ ବା କେତେବେଳୁ ଏଇଠି ଠିଆ ହୋଇଛି | ହଁ, ଟ୍ରାଫିକ ଛକ ଟିକେ ଆଗକୁ କଳିଙ୍ଗ ଷ୍ଟାଡିୟମ ତାକୁ ଲାଗିକି ବାଁ କଡ଼କୁ ଯଉ ନୂଆ ରେସ୍ତୋରାଁ ଖୋଲିଛି ତା’ର ଠିକ ଆଗରେ | ଫୋନ ରେ କଥା ନସରୁଣୁ ଆମେ ଠିକଣା ଜାଗାରେ ପହଞ୍ଚି ସାରିଥିଲୁ |

ଉଡି ଯାଉଥିବା ଆଶା ମାନେ ପୁଣି ବସା ବାନ୍ଧିବାକୁ ଲାଗିଲେ | ଅଦୃଶ୍ୟ ପରସେ ସତେ ଅବା କିଏ ବୋଧ ଦେଇ ଚାଲିଗଲା | ମୁହୂର୍ତ୍ତ ମାନେ ବେଵାକ କଡ଼ ଲେଉଟାଉଥାନ୍ତି ଆପଣା ଗତିରେ | ହେଇ ଯାଉଛୁ, ତମେ ଯାଇ ଭିତରେ ବସିଥାଅ | ଜନୈକ ବ୍ୟକ୍ତି ଜଣକ ଆମକୁ ପାଛୋଟି ବାଟ କଢେଇ ନେଇଗଲେ ଭୂତଳ ଶୀତ ତାପ ନିୟନ୍ତ୍ରିତ ଏକ ନାମକରା ହୋଟେଲ ମଧ୍ୟକୁ |

ସେମାନେ ଆସିବାର ଆଶୁ ସୂଚନା ସ୍ପଷ୍ଟ ନହେଉଣୁ ହୃଦ ସ୍ପନ୍ଦନର ଗତି ସ୍ପଷ୍ଟ ଭାବେ ବାରି ହୋଇ ପଡୁଥାଏ | ଧୀରେ ଧୀରେ କାହାର ଅସ୍ପଷ୍ଟ ପାଦ ଶବ୍ଦ ସହଜରେ ବାରି ହେଉଛି | ଏଇତ ସଚରାଚର ସେମାନଙ୍କ ଉପସ୍ଥିତି |

ହଉ ହେଲା ହେଲା, ପ୍ରଣାମ କରିବା କଣ ଲୋଡ଼ା ଯେ ! ଖୁବ ହସ ହସ କଥା ପଦିଏ ଯେମିତି ସାହସ ସଞ୍ଚାର କରିଗଲା | ଚାହୁଁ ଚାହୁଁ ଆଉ ଦି ଜଣ ସମ୍ପର୍କୀୟ ଆସି ପହଁଚିଲେ ଆଉ କିଛି ଅନ୍ତରରେ ଆଉ ଦି ଜଣ | ଏମିତି ମୋଟ ୮ଜଣ ହେବେ କି କଣ ? ସେମିତି ମୁହଁକୁ ପୋତି ବସିଥାଉ ; ତା ମାନେ ନୁହଁ ଆମେ ମୁହଁ ଟେକି କଥା କହିବାକୁ ଚେଷ୍ଟା କରିନୁ ...!

କ୍ୟାରମ ଖେଳର ନିଷ୍ଫଳ ରିବାଉଣ୍ଡ ପରି ସବୁ ଥର ସଞ୍ଚିତ ସାହସ ଫେରି ଆସେ |

କୁଆଡୁ କେମିତି ସମୟକୁ ତ ବାଆଁରେଇବାକୁ ପଡିବ ଭାବି,ମୋବାଇଲଟା କେଞ୍ଚିଲେ କାଳେ ସମୟ ଅତିବାହିତ ହୋଇଯିବ ଭାବି ପରତେ ଦେଖେ ତ ଦଗାଦିଆ ନେଟୱାର୍କ ଏଇ ସମୟକୁ ବଇରୀ ସାଜିଲା | ନିରୁପାୟ ହୋଇ ହାତ ଆଙ୍ଗୁଠି ଏକ ରୁ ଦଶ ପୁଣି ଦଶ ରୁ ଏକ ଏମିତି ଗଣି ଚାଲୁଥାଏ ମନେ ମନେ | ଜାଣତରେ କି ଅଜାଣତରେ ଏ କଥା ମୁଁ ଜାଣିନି ..!! ମୁଣ୍ଡ ନୁଆଇଁ ନୁଆଇଁ ରଟ ରଟ ଡାକୁଥାଏ | ସଳଖିଲା ବେଳକୁ କେହି ଯେମିତି ପୁଣି ମାଡି ଦେଉଥାଏ |

କଣ ନେବ ଆଇଟମ୍ ଚୁଜ କର ? ସମ୍ପର୍କୀୟ ଜଣେ ଆମ ହାତକୁ କାଟଲଗଟି ବଢ଼େଇଦେଲେ | ଅକ୍ଷର ତ ସବୁ ପଢି ହେଉଛି ସମ୍ବଳିତ ଶବ୍ଦଟି କାହାକୁ ସୂଚିତ କରୁଛି ; ବୁଝି ଯୁଝିଲା ବେଳକୁ ସବୁ ଅବୁଝା ରହିଯାଉଥାଏ | ୟା’ ଭିତରେ ୱେଟର ଦି ଥର ପଚାରି ସରିଥାଏ କଣ ସିଲେକ୍ଟ୍ କଲେ ସାର ?

ବୋଧହୁଏ ସମ୍ପର୍କୀୟ ଭାଇ ଜଣକ ଆମ ନିରୁତ୍ତରର ଉତ୍ତର ସେ ପାଇଗଲେ | ସେ ୱେଟରକୁ ୯ଟା ଭେଜ ସୁପ ଆଣିବାକୁ ପ୍ରଥମେ ବରାଦ କଲେ |

ହେଲେ ;୯ଟା..??

ଓଃ,ସେ ଯୋ’ ଆସି ନାହାନ୍ତି ଏ ଯାଏଁ ..!!

ସମ୍ମୁଖରେ ପାଞ୍ଚ ପାଞ୍ଚ ଜଣ, ଏ ପାଖେ ସେ ପାଖେ ଜଣେ ଜଣେ | ଅବ୍ୟବହିତ ପୂର୍ବରୁ ଯେମିତି ଚାକିରୀ ପାଇଁ ମୌଖିକ ପରୀକ୍ଷା ଦେବାକୁ ହୁଏ | ସମୁଖରେ ବୋର୍ଡ ମେମ୍ବର ବାଁ ପଟକୁ ଜଣେ ମନସ୍ତତ୍ବବିତ ନୀରବରେ ସବୁ ଆବଭାବ ନିରୀକ୍ଷଣ କରୁଛନ୍ତି |

ସମ୍ପର୍କୀୟ ଭାଇ ଜଣକ ଜଣ ଜଣ କରି ସଭିଁଙ୍କ ପରିଚୟ କରାଇଦେଲେ | ତା ପରେ ତା ପରେ ନାନା ବ୍ୟଞ୍ଜନ ସବୁ ଟେବୁଲରେ ବଞ୍ଚିଥିବା ଜାଗା ସବୁ ଧୀରେ ଧୀରେ ଆବୋରି ବସୁଥାନ୍ତି |

ଆଛା, ତୁମ ଡାକ ନାଁ କଣ ?

ପପୁ !

ପ୍ରଶ୍ନ ବାଣ ସବୁ ଆଗରୁ ଭିଡ଼ା ହୋଇଥିଲା ନା କଣ ...! ତୁହାକୁ ତୁହା ବର୍ଷି ଚାଲିଲା ପ୍ରଶ୍ନ ସବୁ | ବର୍ତ୍ତିବାକୁ ନାହିଁ ଜୁ...!! ହସ ହସ ଢାଲ ଭେଦି ସାଇଁ ସାଇଁ ଶୁଭୁଥାଏ କାନ ପାଖ ଦେଇ ଛୁଇଁ ନଛୁଇଁଲା ଭଳି ପ୍ରଶ୍ନ ସବୁ ଚାଲି ଯାଉଥାଏ ଯେତେବେଳେ | ତୀର୍ଯକ ତୀର ସବୁ ପ୍ରହେଳିକା ଭରା ବୁମେରା ପରି ପୁଣି ବୁଲି ପୁଣି ଭେଦ କରିବାକୁ ଉଦ୍ୟତ ପ୍ରାୟ | ଗଦା ଗଦା ପାହାଡର ପ୍ରଶ୍ନ ଟାଳିଟୁଳି ଉପରକୁ ଉଠିଲା ବେଳକୁ ତା କଳେବର ବେଳୁ ବେଳ ଭୀମକାୟ ରୂପ ଧାରଣ କରୁଥାଏ..

ଯଦିଓ ସବୁ ପ୍ରଶ୍ନ ଖୁବ ସରଳ ଥିଲା କିନ୍ତୁ ତା ଭିତର ଗୁଢ କଥା ସବୁକୁ ନିରୀକ୍ଷଣ କରୁଥିଲେ ବୋଧେ..! ସଭିଏଁ ଉଚ୍ଚ ଶିକ୍ଷିତ ଓ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ | ସେମାନଙ୍କ ବୁଦ୍ଧି ବିବେକ ଯେପରି ଆଦର ବ୍ୟବହାର ସେପରି ମନକୁ ବେଶ ଛୁଉଁଥାଏ |

ତା ପରେ ତା ପରେ ନାନା ବ୍ୟଞ୍ଜନ ସବୁ ଟେବୁଲ ରେ ବଞ୍ଚିଥିବା ଜାଗା ସବୁ ଧୀରେ ଧୀରେ ଆବୋରି ବସୁଥାନ୍ତି | ଭୋକ ଥିଲେ ସୁଦ୍ଧା କୋ' ଖାଇ ହଉଛି ..! ଚାମଚ ରେ ଭାତ ଆଉ ଡାଲି ସହ ଓଲଟ ପାଲଟ କରି ଖେଳିବା କଥା ସମୟକୁ ବାଟ ଛାଡି ଦେଇ | ଗାଉଁ ଗାଉଁ କରି ଦି ଗୁଣ୍ଡାରେ ବା' ଏ ଥାଳିକ ଭାତ ନିଅଣ୍ଟ ଗୋଟେ କଳକୁ..!!

ଏମିତି କଥା ପ୍ରସଙ୍ଗରେ ଗୋଟେ ପ୍ରଶ୍ନ ଏମିତି ଉବୁକି ଉଠିଲା | ଆଛା, ପପୁ ...! ଯଦି କୌଣସି କାରଣ ବଶତଃ ତୁମ ସ୍ତ୍ରୀ ତୁମ ଉପରକୁ ହାତ ଉଠେଇ ଦେଲା, ତେବେ ତୁମ ପ୍ରତିକ୍ରିୟା କେମିତି ରହିବ ?

ସହସା ମୁହଁରେ କେବଳ ହସଟିକୁ ଉତ୍ତର ବୋଲି ସେମାନଙ୍କ ଆଗେ ରଖିଦେଲେ ଗଲା ..

ଯଦିଓ ରସଗୋଲା ଭଳି ଉତ୍ତରଟେ ଆତୁରିଆ ଭାବେ ଭିତରେ ଭିତରେ ଉବକେଇ ହଉଥାଏ | କଥାରେ ଅଛି ପା'..

" ରସିକ ଝରା ଗୁଡ଼,

ମିଠା ***** ମାଡ଼...!!"

ଆଛା, ଆଉ କିଏ କଣ ପଚାରିବାର ଅଛି ; ନା, ଉଠିବା ..? କେହି ଜଣେ ପଚାରି ବୁଝିଲେ |

ଓଃ..! ମଣିଷ ନିସ୍ତାର ପାଇଲା ..!!

ହେଲେ; ଅଦ୍ୟାବଧି ଇପ୍ସିତ ଆଶାଟି କାଇଁ ଆଖି ପାଆନ୍ତାରେ ପରିଲକ୍ଷିତ ହେଉନି ? ୟା ଭିତରେ ଖୋଜିଲା ଖୋଜିଲା ଆଖି କେତେ ଥର ଏକୁଳ ସେ କୁଳ ପହଁରି ସାରିଥାଏ ସଭିଁଙ୍କ ଆଢୁଆଳରେ !!

ଚାଲ ଘର ଆଡେ ଟିକେ ବୁଲି ଆସିବା ? ଏଇତ ଦି' ପାହୁଣ୍ଡର ବାଟ ..ମନେ ମନେ ଭାବୁଥାଏ ପୁଣି କିଛି ଉତ୍ତର ର ବଳି ଯୋଗ ଅଛି ନା କଣ ! ବୋଧ ହୁଏ ଇପ୍ସିତ ଆଶା ସହ ସେଇଠି ଭେଟ ହୋଇ ପାରେ (?) | ହଁ, ନାଇଁ ଭିତରେ ଗାଡି ସବୁ ଘର ମୁହାଁ ଧରିଲେ | ସେତେବେଳକୁ ଯଦିଓ ଲାଜର ବଳୟଟି ଅପସରି ଯାଇଥିଲା କିଛି ମାତ୍ରାରେ | ଡ୍ରଇଂ ରୁମରେ ବସିଥାଉ | ଆଶଙ୍କା ଥାଏ ପୁଣି କିଛି ତୀର ଛୁଟି ପାରେ...କଥା ନ ସରୁଣୁ ଜଣେ କିଏ ପଚାରି ବସିଲେ, ଭାବିଲ କି ଟିକେ ଦେଖି ଦେଇ ଚାଲି ଯିବ ବୋଲି...? ମନେ ମନେ ଖୁବ ହସ ଲାଗିଲା(ହସର ହେତୁଟା ସେମିତି ଊହ୍ୟ ଥାଉ) ପୁଣି କିଛି ସମୟ ଅତିକ୍ରାନ୍ତ ଥଟ୍ଟା ମଜାରେ | ଶେଷରେ ଯିବାକୁ ବାହାରିଲୁ |

ଅବଶେଷରେ ଅଭିଳଷିତ ଆଶାଟି କାନ୍ଥ ସେପାଖେ ଅବଶୋଷ ହୋଇ ରହିଗଲା ...!!

ପରିଶେଷ ରେ ମୁଁ ନିଶ୍ଚିତ ହେଲି ଯେ ଏଇଟା "ଝିଅ ଦେଖା" ନୁହେଁ "ପୁଅ ଦେଖା ବୋଲି ...!"

ଆଉ ସେ ପୁଅଟି ମୁଁ ନୁହେଁ, ସେ ମୋ ଅନ୍ତରଙ୍ଗ ବନ୍ଧୁ ଥିଲା ...

©ଅଶୋକ ପବି

ଦର୍ପଣ ପ୍ରତୀକ୍ଷା ରସିକ

Rate the content


Originality
Flow
Language
Cover design

Comments

Post

Some text some message..