Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Inspirational

3  

Amiya Bej

Inspirational

ପ୍ରବୃତ୍ତି

ପ୍ରବୃତ୍ତି

1 min
7.2K


 ରାସ୍ତା ଉପରେ ଜୀବନଟିଏ ମରିପଡିଥିଲା । ଗତରାତିରୁ ଯିବାଆସିବା ଗାଡି ସବୁ , ତଥାପି ତା'ଉପରେ ଚଢି ଖୁସି ହେଉଥିଲେ। ଶେଷକୁ ଜୀବନର ଅବଶେଷ ଯାହାକିଛି ବଳିପଡିଥିଲା । କୁକୁରଟେ ବୋଲି କାହାର କିଛି ଗୁରୁତ୍ୱ ନଥିଲା। କେବଳ ନାକଟେକି ଅଣଦେଖା କରିଦେଉଥିଲା ମଣିଷ।

ଯେ' କିନ୍ତୁ ଛାଡିପାରୁ ନଥିଲା , ସେ ହେଉଛି ' ମା କୁକୁର' ! ରାସ୍ତା ଫାଙ୍କା ହୋଇଗଲେ , ସେଠାକୁ ଧାଇଁ ଯାଉଥିଲା। ଲୁହଧାରେ ଗଡାଇ ସେଇ ଅବଶେଷ ଭିତରୁ ଜୀବନଟିଏ ଖୋଜୁଥିଲା ।

ଦୁଇଦିନ ପରେ ଠିକ୍ ସେଇଜାଗାରେ , କେଉଁ ଏକ ଅସତର୍କ ଗାଡି ତଳେ ମା'କୁକୁର ଟିର ଜୀବନ ବି ଚାଲିଗଲା । ଅବଶ୍ୟ ଲୁହ ଗଡାଇବା ପାଇଁ , ମା'କୁକୁରର "ମା" ଟିଏ ଆଉ ନଥିଲା ।

★★★

( ସି ସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଏକ ଅଭାବନୀୟ ଦୃଶ୍ୟ )

ରାସ୍ତା ଏପାଖରେ ମା' ଟିଏ । ଦୁଇହାତରେ ସ୍କୁଲ ପ୍ରସ୍ତୁତ ଦୁଇ ଛୁଆ । ଜନ ଗହଳିପୂର୍ଣ୍ଣ ଛକ । ରାସ୍ତା ସେପାଖରେ ହର୍ଣ୍ଣ ବଜାଉଛି ସ୍କୁଲବସ୍ ।

ହଠାତ୍ ମା' ର ହାତଛାଟି ବସ୍ ଆଡକୁ ଧାଇଁଗଲା କୁନିପୁଅ । ସାମ୍ନାପଟୁ ଆସୁଥିଲା ଏକ ଦ୍ରୁତଗତି ସମ୍ପର୍ଣ୍ଣ ଜୀବନଖିଆ ଯାନ ।

ତତକ୍ଷଣାତ୍ ଛକଟି ଲୋକାରଣ୍ୟ ହୋଇଯିବାରୁ ଅସ୍ପଷ୍ଟ ହୋଇଗଲା ଚିତ୍ର ।

★★★

ଆମେ ଚାଳକ ମାନେ , କୁକୁରଟିଏକୁ ଅତି ତୁଚ୍ଛ ନୀଚ୍ଚ ମନେକରିଥାଉ। ପ୍ରକୃତିବସତଃ , ଆମ ପ୍ରବୃତ୍ତି ବି ପରୋକ୍ଷରେ ହତ୍ୟାକାରୀ ସାଜିଯାଇଥାଏ। ଶେଷକୁ ଆମେ ମଣିଷ ମାରିବା ବି ସାଧାରଣ ବୋଲି ବିଚାରକୁ ନେଇଯାଉ !!!!!

( ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ )

■ ଅମୀୟ ବେଜ୍ ■


Rate this content
Log in

Similar oriya story from Inspirational