Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମିଠେଇ

ମିଠେଇ

2 mins
7.6K


ପବତ୍ରି କମାରୁ ଗୌଡ଼

ମର୍ଣ୍ଣିଂ ୱାକରୁ ଫେରି ସୋଫାରେ ବସପଡ଼ିଲେ ରମାକାନ୍ତ। ଖବରକାଗଜ ଉପେର ଟିକିଏ ଆଖି ପକେଇ ଆଣିଲା ବେଳକୁ କପେ ଚା’ ଥୋଇ ଦେଇଗଲା ଝିଅ । ଏତକିବେଳକୁ କିଏ କବାଟ ବାଡ଼େଇଲା । ଏତେ ସକାଳୁ କିଏ ହୋଇପାରେ ? କ୍ଷୀରବାଲା ତ ଆଉ ଟିକେ ଡେରିରେ କ୍ଷୀର ଦିଏ । ଖବରକାଗଜବାଲା ତ କାଲିଠୁ ମାସକର ଟଙ୍କା ନେଇସାରଛି । ପଡ଼ୋଶୀ ବ୍ରଜବାବୁତ ତାଙ୍କ ସାଙ୍ଗରେ ମର୍ଣ୍ଣିଂୱାକ୍‌ ସାରି ଏଇନେ ଫେରିଲେ । ସେ ବି ଚା’ ପିଇପିଇ ଖବରକାଗଜ ଓଲଟଉ ଥିବେ । କିଏ ତା ’ ହେଲେ ? ଅନ୍ୟମନସ୍କ ଭାବେ ସେ କବାଟ ଖୋଲିଦେଲେ । ସାମ୍ନାରେ ତିନିଜଣ ପୁଲିସ୍‌ ।

ଏତେ ସକାଳୁ ତାଙ୍କ ଘରେ ପୁଲିସ୍‌ ? ସେ ଟିକିଏ ଶଙ୍କିଗଲେ । ପୁଲିସ ତାଙ୍କୁ ଖୋଜିଖୋଜି ଆସିବା ଭଳି କିଛି ତ ସେ କରିନାହାନ୍ତି । ତା’ ହେଲେ ? ଜଣେ ପୁଲିସ ଜେରା କଲା ଭଳି ପଚାରିଲେ - ‘ତମେ ରମାକାନ୍ତ ? ’

‘ ହଁ...... ଅ ହେଲେ... ?’ ଥତମତ ହେଲେ ରମାକାନ୍ତ ବାବୁ । ‘ତମର ଗାଡ଼ି ମିଳିଛି ।’ ହଠାତ୍‌ ବୁଝିପାରିଲେନି ରମାକାନ୍ତ । ପଚାରିଲେ - ‘ଗାଡ଼ି...? ’ ‘ ଚୋରି ହୋଇଥିଲା ବୋଲି କମ୍ପ୍ଲେନ୍ ଦେଇଥିଲେଟି ? ’ ‘ ଓଃ...ହଁ..... ହଁ.... ତିନି ବର୍ଷ ତଳେ ଚୋରି ହେଇଥିଲା ଖଣ୍ଡଗରି ଛକରୁ.... । ଆଚ୍ଛା କୋଉଠୁ ମିଳିଲା ? ’ ‘କଣ୍ଟିଲୋ ପାଖରୁ । ’ ଉତ୍ତର ଦେଲେ ଜଣେ ପୁଲିସ୍ ବାବୁ ଓ ତାଗିଦ‌୍ କଲା ଭଳି କହିଲେ – କାଗଜପତ୍ର ନେଇକି ଆସ ।’ ‘ଧନ୍ୟବାଦ । ଆପଣ ଯାଆନ୍ତୁ । ମୁଁ ଅଳ୍ପ ସମୟ ଭିତରେ ପହଞ୍ଚୁଛି’ ରମାକାନ୍ତ ଖୁସିରେ ଉତ୍ତର ଦେଲେ । ‘ଆଃ...ଶୁଖିଲା ଧନ୍ୟବାଦରେ ଚଳେଇଦବ ? ମିଠେଇ ଖୁଏଇବ ନା... । ରମାକାନ୍ତ ଆଉ ଟିକେ ଖୁସି ହେଇ ପତ୍ନୀଙ୍କ ଉଦ୍ଦେଶ୍ୟରେ ଡାକିଲେ - ‘ଶୁଭୁଛି ? ଫି॒ଜରୁ କିଛି ମିଠେଇ ରସଗୋଲା ନେଇକି ଆସ ।’ ହୋ ହୋ ହେଇ ହସିଲେ ପୁଲିସ ବାବୁମାନେ । ‘ଆଉ ଜାଣୁନ କ’ଣ ? ଖୋଜିଖୋଜି କି ତମ ଗାଡ଼ି ଧଇଲୁ । ପୁଣି ଏମିତିଆ ଜାଗାରେ ଅଛି ଯେ ଘର ପାଇବାକୁ ଝାଳନାଳ ହେଲୁଣି ସେଥିରେ ପୁଣି କ’ଣ ନା ରସଗୋଲା ? ’ ‘ତା’ ହେଲେ...?’ ପ୍ରଶ୍ନ ପଚାରିବା ଭଙ୍ଗୀରେ ପୁଲିସ ବାବୁଙ୍କୁ ଚାହିଁଲେ ରମାକାନ୍ତ । ‘ଗାନ୍ଧୀମୁଣ୍ଡ ମିଠେଇ । ସେଥିରୁ ଗୋଲାପୀ ରଙ୍ଗର ତିନିଟା ନେଇ ଆସେମ । ଏତେ ରୋଲ୍‌ ଆଉ ଦେଖାନି । ’ ଧମକେଇବା ଭଙ୍ଗୀରେ କହିଲେ ଜଣେ ପୁଲିସ ବାବୁ । ରମାକାନ୍ତ ହତବାକ ହେଇ ଘର ଭିତର ଆଡ଼କୁ ଚାହିଁବା ବେଳକୁ ହାତରେ ତିନିଖଣ୍ଡ ଦୁଇହଜାର ଟଙ୍କିଆ ଧରି ଠଆି ହୋଇଥିଲେ ଧର୍ମପତ୍ନୀ ।


Rate this content
Log in

Similar oriya story from Classics