Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବାଉଁଶ ରାଣୀ

ବାଉଁଶ ରାଣୀ

2 mins
7.4K


ପ୍ରତିବର୍ଷ ରଥଯାତ୍ରା ସମୟରେ ବାଉଁଶ ରାଣୀ ଖେଳ ଦେଖାଇବାକୁ ବାପାଙ୍କ ସହ ଆସେ ରାଧିକା । ଦୁଇଟି ବାଉଁଶ ଦଣ୍ଡରେ ବନ୍ଧାଯାଇଥିବା ଦଉଡିରେ ଚାଲିବା, ବାଉଁଶର ଅଗ୍ରଭାଗରେ ପେଟରଖି ବୁଲିବା ଇତ୍ୟାଦି ଚତ୍ମକାର ଖେଳ ଦେଖାଏ ରାଧିକା । ଭଲ ଦି ପଇସା ବି ରୋଜଗାର ହୁଏ । ଏମିତିକା ଯାନିଯାତ୍ରା ସମୟରେ ରାଧିକା ତାର ବାପାଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ବାଉଁଶ ରାଣୀ ଖେଳ ଦେଖାଏ । ଏହି ଖେଳ ଦେଖାଉଥିବା ସମୟରେ ବାବୁଲା ସେହି ବାଟ ଦେଇଯାଉଥାଏ । ଲୋକ ସବୁ ରୁଣ୍ଡ ହୋଇଥିବା ଦେଖି ଭିତରକୁ ପଶିଲା ବାବୁଲା । ଖେଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଏତେ ବିପଦପୂର୍ଣ୍ଣ ଖେଳ ଦେଖାଉଛି ରାଧିକା ଯେ, ଯଦି କୌଣସି କାରଣରୁ ଭାରସାମ୍ୟ ହରାଇବ, ତେବେ ତା’ର ଜୀବନ ପ୍ରତି ବିପଦ ରହିଛି । ଅକମଣ୍ୟ ବି ହେବାର ସମ୍ଭାବନା ରହିଛି । ବାବୁଲା ମନେ ମନେ ଭାବିଲା ରାଧିକାକୁ ଏଖେଳରୁ ଦୂରକରି ପାଠପଢା ପ୍ରତି ଆକୃଷ୍ଟ କିରବା ଆବଶ୍ୟକ । ଖେଳ ସରିବା ପରେ ରାଧିକା ସହ କଥା ହେଲା ବାବୁଲା । ବାବୁଲାକୁ ରାଧିକା କହିଲା ମୋର ବି ତୁମମାନଙ୍କ ପରି ପାଠପଢିବାକୁ ଭାରିଇଛା । କିନ୍ତୁ ମୁଁ ପାଠପଢିବାକୁ ଗଲେ ଆମେ ଚଳିବୁ କେମିତି, ପଚାରିଲା ରାଧିକା । ଏପଟେ ବାବୁଲା ଦେଖିଲା, ରାଧିକାର ବାପା ଆଶାବାଡିଟି ସାହାଯ୍ୟରେ ଛୋଟେଇ ଛୋଟେଇ ଚାଲେ ତଳେ ପଡିଥିବା ତାଙ୍କର ଗାମୁଛା ପାଖକୁ।

ଦର୍ଶକମାନେ ଗାମୁଛାରେ ପକାଇଥିବା ପଇସାକୁ ରାଧିକାର ବାପା ଗୋଟାଉଥାନ୍ତି । ରାଧିକାର ବାପାଙ୍କୁ ପଚାରିବାରୁ ଜାଣିଲା ଯେ, ଥରେ ବାଉଁଶ ଖେଳ ଦେଖାଇବା ସମୟରେ ଦଉଡିଟି ଛିଣ୍ଡିଯିବାରୁ ତଳେ ପଡି ତାଙ୍କର ଗୋଡଭାଙ୍ଗିଯାଇଛି । ରାଧିକା କହିଲା, ମୋ ମା’ବି ଏଇ ଖେଳ ଦେଖାଉଥିବା ସମୟରେ ବାଉଁଶ ଉପରୁ ଖସିପଡି ମୃତୁ୍ୟବରଣ କରିଛନ୍ତି । ବାବୁଲା ଜାଣିଲା ରାଧିକା ମା’ ଛେଉଣ୍ଡ । ପରଦିନ ପୁଣି ଖେଳ ଆରମ୍ଭ ହେଲା । ରାଧିକା ଖେଳ ଦେଖାଇସାରିବା ପରେ ତାର ବାପା ଗାମୁଛାରୁ ପଇସା ଗୋଟାଉଥାନ୍ତି । ସୁଯୋଗ ଅପେକ୍ଷାରେ ଥିଲା ବାବୁଲା । ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ଗାମୁଛାରେ ଥିବା ପଇସାକୁ ନେଇ ଗଣ୍ଠିଲିଟିଏ କଲା, ଏବଂ ଉପସ୍ଥିତ ଦର୍ଶକମାନଙ୍କୁ ଗଣ୍ଠିଲିଟିକୁ ଦେଖାଇ ବଡପାଟିରେ ବାବୁଲା କହିଲା, ଆସନ୍ତୁ ଆପଣମାନଙ୍କ ପୁଅ କିମ୍ବା ନାତିଙ୍କୁ ଯିଏ ଏ ଖେଳରେ ସାମିଲ କରାଇବ ତାଙ୍କୁ ଏ ଗଣ୍ଠିଲିଲିରେ ଥିବା ସମସ୍ତ ଅର୍ଥ ପୁରସ୍କାର ଦିଆଯିବ । ଏହା ଶୁଣି ସବୁ ଲୋକ ଛତ୍ରଭଙ୍ଗି ଦେଇ ଚାଲିଗଲେ । ଗୁଣୁଗୁଣୁ ହୋଇ କହିଯାଉଥିଲେ ଏବିପଦପୂର୍ଣ୍ଣ ଖେଳରେ କିଏ ଜୀବନ ନଷ୍ଟ କରିବାକୁ କାହାକୁ ଛାଡିବ? ଏକଥା ଶୁଣି ରାଧିକାର ବାପା ବୁଝି ପାରିଲେ ତାଙ୍କ ଝିଅ ପ୍ରତି ସେ ବହୁତ ଅବହେଳା କରିସାରିଲେଣି । ଅନୁତାପକଲେ । ତା’ପର ଦିନଠୁ ରାଧିକା ସ୍କୁଲଗଲା । ତାର ବାପା ସିଲେଇ ଶିକ୍ଷା କଲେ ଓ ସିଲେଇ ମେସିନ୍‌ଟିଏ କିଣି କାମ ଆରମ୍ଭ କଲେ । ପରିବାର ଚଳିବାରେ ଆଉ ଅସୁବିଧା ରହିଲା ନାହିଁ । ଏଥିପାଇଁ ରାଧିକା, ବାବୁଲାକୁ ଧନ୍ୟବାଦ ଦେଲା ।


Rate this content
Log in

Similar oriya story from Classics