Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପାଷାଣୀ
ପାଷାଣୀ
★★★★★

© Maitreyee Kamila

Tragedy

3 Minutes   325    6


Content Ranking

ପାଷାଣୀ

ମୀରା ମନେ ମନେ କାବ୍ୟା କୁ ଖୋଜୁଥିଲା,ଏଥିପାଇଁ କି ସେ ତାର ଭଲ ବନ୍ଧୁ ଥିଲା, ଦୁଇଜଣଙ୍କ ପିଲା ସାଙ୍ଗ ହୋଇ ପାଠ ପଢୁଥିଲେ। କେତେବେଳେ କେମିତି ସ୍କୁଲ ରେ ଦରକାର ହେଲେ ସାଙ୍ଗ ହୋଇ ଯାଉଥିଲେ। କାବ୍ୟା ତା ଜୀବନର ସବୁ ଅନ୍ତରଙ୍ଗ କଥା ମୀରା ସହ ଆଲୋଚନା କରେ। କଥା କଣ କି କାବ୍ବ୍ୟା ଗୋଟେ ସ୍ପେଶାଲ ସ୍କୁଲ ରେ ପାଠ ପଢ଼ାଉ ଥିଲା।ଆଉ ତା ସ୍ବାମୀ ପନି ପରିବା ବିଜନେସ କରୁଥିବାରୁ ଦୁଇଜଣଙ୍କ ବିଚାର ସମାନ ନଥିଲା। ସୁନ୍ଦରୀ ସୁଶୀଳ କାବ୍ୟାର ଜୀବନ ଶୈଳୀ ଆଧୁନିକ ରୁଚିସମ୍ପନ ଥିବାବେଳେ ତା ସ୍ବାମୀ ବିଶ୍ୱାସଙ୍କ ପୁରୁଣା ଚିନ୍ତାଧାରା। କେହି କାହାସହ ଖାପ ଖୁଏଇ ପାରୁନଥିଲେ। ଏମିତିରେ ମୀରା କାବ୍ୟାଗୋଟେ ଅପର୍ଟମେଂଟ ରେ ରହୁଥିଲେ। ଅନେକଦିନ ହେଲା ସେ କାବ୍ୟା କୁ ଦେଖିନଥିଲା ସେଥିପାଇଁ ମନେ ମନେ ଖୋଜୁଥିଲା। ଆପାର୍ଟମେଂଟରେ କିଛି ଉତ୍ସବ ହେଲେ ସମସ୍ତେ ଏକାଠି ହେଉଥିଲେ।ସେଦିନ ମଧ୍ୟ କାବ୍ୟା ଆସିନଥିଲା।ସନ୍ଧ୍ୟାରେ ତା ଶାଶୁ ଦେଖା ହେଲେ ମୀରା ପଚାରିଲା କାବ୍ୟା କଣ ସ୍କୁଲ ରୁ ଆସି ନାହିଁ କି।ସେ ଟିକେ ନୀରୁତ୍ତର ରହିବା ପରି ଲାଗିଲେ।ଆଉ କିଛି ପଚାରିବା ଠିକ ହେବନି ଭାବି ମୀରା ଚୁପ ରହିଲା।କାବ୍ୟାର ସକାଳେ ଯିବା ସମୟକୁ ଖିଡିକି ରେ ଜଗି ରହିଲା।ନାହିଁ ଜମା ଦିସୁନି। କଣ କିଛି ଟ୍ରେନିଂ ରେ ଗଲା କି? ଦିନ ଗଲା ସପ୍ତାହ ତାପରେ ମାସ ମାସ। କାହାକୁ ପଚାରିବ ଏମିତି ରେ କାବ୍ୟାଶାଶୁଙ୍କ ମୁହଁ ଟିକେ ଠିକ ଲାଗୁନଥିଲା। ଦିନେ କାବ୍ୟା ର ପୁଅ ସାନୁସିଡ଼ିରେ ଉଠିବା ସମୟରେ ମିରାକୁ ହାତହଲେଇ ଦେଖୁଥିଲା। କଣ ପାଇଁ କେଜାଣି ସେତେବେଳେ ମଧ୍ୟ ସେ ତା ମା କଥା ପଚାରିପାରିଲାନି। ନିଜଭିତରେ ଗୁଡେଇ ତୁଡେଇ ରହିଥାଏ ମୀରା। ୟାଭିତରେ ପିଲାଙ୍କର ବାର୍ଷିକ ପରୀକ୍ଷା ଆସିଯାଇଥିଲା। ହଠାତ କାବ୍ୟାର ଶଶୁରଙ୍କ ସହ ମୀରା ର ଭେଟ ହେଲା। ପିଲାଙ୍କ ପରୀକ୍ଷା କଥା ପଡିଲା ଆଉ କିଛି ଭଲମନ୍ଦ କଥା । ଦିନେ ସାମନା ଘର ପଡୋଶୀ ମୋନା ଆସିଥିଲା ତରକାରୀ ଦେବାକୁ ଏଇ ମୌକା ରେ ମୀରା କାବ୍ୟାକଥା ଉଠେଇ ପଚାରିଲା କଣ ହେଇଛି ସେ ଆଜିକାଲି ଆଉ ଦିସୁନି କଥା କଣ?ମୋନା ସୁବର୍ଣସୁଯୋଗ ଭାବି ଗପିଚାଲିଲା ,ତୁମେ ଜାଣିନ କି ସେ ଛ ସାତ ମାସ ହେବ ଏଠି ରହୁନି। କାହିଁଇକି ନା ତାର ଆଉ କାହା ସହ ସମ୍ପର୍କ ଅଛି ବୋଲି ଜଣା ପଡିବାରୁ ଘରଲୋକ ତାକୁ ଆଉ ରଖିଲେନି। ମୀରା ହଠାତ କିଛି ବୁଝିପାରିଲାନି ଏସବୁ କଥା।ଓଃ ସେଇଥିପାଏଇଁ ମୋ ମନ ରେ ତା ପାଇଁ ୟାଡୁ ସିୟାଡୁ କଥା ଚାଲୁଥିଲା। କିଛି ଗୋଟେ ଘଟିଛି ନିଶ୍ଚୟ ,ଭଲହେଲା ମୁ କାହାରିକୁ ପଚା ରିନାହିଁ ତା ଘରଲୋକଙ୍କୁ। ତାପରେ ପିଲାଂଙ୍କଠୁ ଶୁଣିଲା ଯେ ଷ୍ଟେସନ ପାଖରେ ପ୍ରାୟ କାବ୍ୟା aunty ଦେଖା ହୁଅନ୍ତି। ମନେ ମନେ ବିରକ୍ତି ହୁଏ ଏ ବୟସରେ କାହିଁଇକି ଏମିତି ସବୁ କଲା କାବ୍ୟା। ଦୁଇଚାରିମାସ କଟିଗଲା। ଦିନେ ଷ୍ଟେସନ ଛକରେ ସନ୍ଧ୍ୟା ସମୟରେ କାବ୍ୟାଦେଖା ହେଲା ।ସେତେବେଳେ ମୀରା ସହ ସୃତି ଥିଲା।ଦୁହିଁଙ୍କୁ ଦେଖି କାବ୍ୟଟିକେ ଚୁପ ରହିଲା।ହେଲେ ମୀରା ପୂର୍ବପରି ଦେଖି ହସିଦେଲା ତୋ ସମସ୍ତଙ୍କ ମୁହଁ ରେ ହସ ଖେଳିଗଲା। କଥା କୋଉଠୁ ଆରମ୍ଭ ହେଲା ଆଉ କୋଉଠି ଶେଷ ହେଲାଜଣନାହିଁ।କାବ୍ୟା ନିଜକୁ ଏମିତି ସଜେଇଛି ଯେ ଦେଖିଲେ ପବିତ୍ର ଲାଗୁଛି, ଦୁଇଜଣ ମିଶି ପଚାରିଲେ ତୋତେ ଏତେ କଣ ଇଛାହେଲା ଆଉ କାହା ସହ ଘର ବସେଇବାକୁ ଯେ ଆମକୁ ଭୁଲିଗଲୁ। ତାର ଉତ୍ତର ଏମିତି ଥିଲା" ସେମିତି କଥା ଥିଲେ ମୁ ଷ୍ଟେସନ ପାଖରେ ଯିବା ଆସିବା ଜାଗାରେ କାହିଁଇକି ଏକୁଟିଆ ରହିଥାନ୍ତି, ଚାଲ ମୋ ଘରକୁ ଦେଖିବ କାହା ସହ ରହୁଛି, ତୁମ ପିଲାମାନଙ୍କୁ ସବୁଦିନ ଦେଖୁଛି। କଥା ହଉଛି,ଯୋଉଦିନ ସାନୁ ର ବାପା ମୋ ସ୍କୁଲ ଯାଇ ମୋ principal ନଙ୍କ ଆଗରେ ମୋତେ ବଦନାମ କଲେ ସେଦିନଠୁ ମୁ ସେ ଘର ଛାଡ଼ିଦେଇଛି। principal madam ମୋତେ ଡାକି କହିଲେ ମୁ ତୁମକୁ 15 ବର୍ଷ ହେଲା ଜାଣିଛି ଯେତିକି ସେ ତୁମକୁ ବିଭା ହୋଇ ଜାଣିନାହିଁ, ନହେଲେ ସେ ଏମିତି ନିଜ ସ୍ତ୍ରୀ କୁ ବଦନାମ କରିବା ଲାଗି ସ୍କୁଲ ଯାକେ ଆସିନଥାନ୍ତା। ଏବେ କୁହ ଏତେ ସବୁ କଥା ଶୁଣିବାପରେ କେହି ସେ ଘରେ ରହିବାକୁ ଚାହିଁଥାନ୍ତା।ସମସ୍ତେ ଚୁପ ରହିଲେ। ସୃତି ପଚାରିଲା ପୁଅ କେବେ କଥା ହୁଏ କି ନା? କହିଲା ହଁ ଶନିବାର ରବିବାର ହେଲେ ଆସେ ହେଲେ କିଛି ଖାଏଇନି। ତା ମନ ଲାଖି ଜିନିଷ ତିଆରି କରେ ।କିନ୍ତୁ ସେ ସେସବୁ ଛୁଏଁନି। ମୋତେ ସେତିକି ବହୁତ କଷ୍ଟ ଲାଗେ। ମୀରା କେବଳ ଏତିକି କହିଲା ଠାକୁରଙ୍କୁ ଡାକ ଯେ ପୁଅ ତୋର ତୋତେ ଠିକ ବୁଝିପାରୁ। ଆଉ କିଛି ଦର୍କାରନାହିଁ। କାବ୍ୟାର ଆଖି ଛଳ ଛଳ ହେଲା ସେ ଭାରି ଗଳାରେ କହିବାକୁ ଲାଗିଲା ତୁମମାନଙ୍କ କଥା ବହୁତ ମନେପଡେ। ବାସ ୟାପରେ ଯେଝା ବାଟରେ ଗଲେ ସବୁ। ମୀରା ଘରକୁ ଆସି କିଛି ସମୟ ଶାନ୍ତ ହୋଇ ବସିଲା ମନେ ମନେ ଭାବିହେଲା ସତ୍ୟଯୁଗରେ ପାଶାଣୀ ଅହଲ୍ୟା କୁ ଛୁଇଁ ମନୁଷ୍ୟ ରୂପ ଦେବାକୁ ପ୍ରଭୁ ନିଜେ ଚଉଦ ବର୍ଷ ବନବାସ ଯା ଇଥିଲ। ହେଲେ ଏ ଅହଲ୍ୟା କୁ କାହିଁ କି ଜାଣିଶୁଣି ପାଷାଣି କରିଦେଇଛ ପ୍ରଭୁ? ସତରେ କଣ ସତ୍ୟଯୁଗ ପୁଣି ଲେଉଟିବ???

ମୈତ୍ରେୟୀ କମିଳା

ପାଷାଣୀ ପରୀକ୍ଷା ରବିବାର

Rate the content


Originality
Flow
Language
Cover design

Comments

Post

Some text some message..