Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଧାନ
ଧାନ
★★★★★

© Amiya Bej

Tragedy Others

3 Minutes   6.8K    14


Content Ranking

(୧)

ଆନ୍ଧ୍ର ବେପାରୀ ଭୋଓରୁ ଗାଡି ଲଗାଇ ଛପିଛି ଗାଁ ମୁଣ୍ଡରେ। ତା' ପିଆଦା ସାଜିଛି 'ମକରା' । ଘରଘର ବୁଲି ସର୍କାର୍ ବିରୁଦ୍ଧରେ ୟାଡୁସ୍ୟାଡୁ କହି ମୁଣ୍ଡ ଟିଣ କରିଦେଉଛି।

- ବେପାରୀ ସବୁଦିନିଆଁ। ଏ ସର୍କାର୍ ଆଜି ଅଛି , କାଲି ନାହିଁ। ଆନ୍ଧ୍ରରେ ତା'ର ବଡ ରାଇସ୍ ମିଲ୍। ଫି'ବର୍ଷ ସେଇତ ଟାଣିନେଉଥିଲା ସବୁକିଛି। ଏଇ ଦି'ଚାରି ବର୍ଷ ହେଲା ସର୍କାର୍ ର ଚେତା ପଶିଛି। ଚାଷୀ ନ' ମରନ୍ତେ , ନିଦ ନ' ଭାଙ୍ଗନ୍ତା । ମନ ଭିତରେ ଖୋଟ୍। ଶଃ! ଭିତରୁ ଇଚ୍ଛାଟେ ନାହିଁ। ଖାଲି ଗୋଟେ ବାଧ୍ୟବାଧକତା।

- ରେଟ୍ ବି ତ ସର୍କାର୍ ର ଅଧିକ ନା' ?

- ଉଣେଇଶ୍ ବିଶ୍ । ସର୍କାର୍ ଡାକିବ, ଗୋଲାକୁ ଆଣ । ନେବା ବୋହିବାରେ ପରିଶ୍ରମ, ଖର୍ଚ୍ଚ ଅଛି କି ନାହିଁ ? ହିସାବ କଲେ ଏକା । ଉପରକୁ ସର୍କାର୍ ର ନାଲିଆଖି!!!

- ମକରା ! ତୁ କାଲିକା ପିଲା । ଧାନଚାଉଳ ଦେଖିଛୁ ଖାଲି। ବିଲ ଖମାରକୁ ପାଦ ମାଡିନୁ। ଟାଣ ପଥରକୁ ଚକୁଟି ଚାକୁଟି ନରମ କଲାପରେ ଯାଇ ଗର୍ଭକ୍ଷମ ହୁଏ ମାଟି । ସେ ମାଟି ନୁହେଁ, ମାଆଟି। ମାସମାସ ପାଣିକାଦୁଅ ହୋଇ ନିଜକୁ ଚିପୁଡି ଦେଲାପରେ ଯାଇ ଫଳବତୀ ହୁଏ ଧରା । ଏ ମୁଠାମୁଠା ଧାନ ତୋ' ଆଖିରେ ମାମୁଲି ଲାଗିଲେ ବି, ୟା'ଭିତରେ ରହିଛି ତୋ' ସାହିଭାଇଙ୍କ ଝାଳ,ରକ୍ତ, ଭବିଷ୍ୟତ।

ଯେଉଁ ଟଙ୍କା ଦି'ଟା ମିଳିବ କହୁଛୁ, ସେଇଥିରେ ହେବ, ପେଟକୁ ଦିଓଳି ପେଜଭାତ,ଦେହପାଇଁ କନା,ଚାଳକୁ ନଡା,ଗାଈଗୋରୁଙ୍କ ସେବା, ଅଦିନିଆ କୁଣିଆଁମଇତ୍ର,ଡାକ୍ତର ପଥି,ଛୁଆଙ୍କ ଖଡିସିଲଟ,ବଢିଲା ଝିଅର ସୁଖ, ମହାଜନର ତାଗିଦା , ଏମିତି କେତେ କଅଣ ।

ଦି'ଟା ଟଙ୍କାକୁ ଏଇମିତି ଖଣ୍ଡଖଣ୍ଡ କରି ଭାଗକରେ ଚାଷୀ। ଋଣ ସୁଧ ବଢିଚାଲେ ମରିବାଯାଏଁ।

ଯାଇ ଦେଖ୍ ତୋ' ନିଜ ଗାଁର ଚାଷୀ ଭାଇକୁ , ସଭିଙ୍କ ଅଣ୍ଟା ନଇଁ ଯାଇଛି କେମିତି !!

ସେଇ ବାପଭାଇଙ୍କ ପରିଶ୍ରମକୁ ନେଇ ଦଲାଲୀ କରୁଛୁ ଆସି ????

- କକା ! ମୁହଁ ସମ୍ଭାଳ। ୟାଡୁସ୍ୟାଡୁ କଣ କହିଯାଉଛ। ଯାଅ ସେଇ ସର୍କାର୍ ପାଖରେ ନିଜକୁ ବିକିଦେଇ ଆସ ।

(୨)

- କ୍ୟା ହୁଆ ମକ୍ରା' ଜୀ ?

- ଚିନ୍ତା ମତ୍ କରୋ। ସବ୍ ସେଟିଂ ହୋଗେୟା ହେ।

- ଠିକ୍ ହେ। ଜଲଦି କରୋ। ମଣ୍ଡି ଅଲଗ୍ ଯାଗା ଉଠାନା ହେ।

(୩)

- ଏ ସାମ୍ପୁଲ୍ କା'ର ?

- ଆମର ଆଜ୍ଞା।

- ଏତ ଶୁଖିନି ଠିକସେ ! ଅଗାଡି ଗୋଡି ଭର୍ତି। ସର୍କାର୍ କୁ ଓଲା ବନଉଛ ??

- ଆଜ୍ଞା ! ଯେତିକି ଯା' କରିବା କଥା କରିଛୁ। ଭଲକି ଦେଖ।

- ନା ନା , ହଟାଅ ଏସବୁ। ରିଜେକ୍ଟ୍ ରିଜେକ୍ଟ୍। ଚାକିରୀ ଚାଲିଯିବ।

- ଆଜ୍ଞା ! ବିକ୍ରି ନହେଲେ ଆମେ ଭାସିଯିବୁ।

- ଯାଅ ଯାଅ। ଆରଥରକୁ।

(୪)

- ସାରେଏ !

- ହଁଅଁ , କୁହ ମକରା ବାବୁ ?

- କିଛି ହେଲା ?

- ହଁ ! ସେ ନିତିଆ ପଲେଇର ଧାନକୁ ରିଜେକ୍ଟ୍ କରିଦେଇଛି। ତୁମେ ଦେଖିନିଅ।

- ହଉ , ଆଉ ଦି'ଚାରିଟାକୁ ପଠାନ୍ତୁ। ବେପାରୀ ଛାନିଆ ହେଲାଣି। ହିସାବଟା ପଛକୁ।

- ଦେଖୁଛି ଦେଖୁଛି। ଫୋନ୍ ରଖ। ଏଠି କାନ୍ଥବାଡର ବି କାନ ।

(୫)

- କଅଣ ହେଲା କାକା ? ଆଇଲଟି ? ଏ ସର୍କାର୍ ଗୁଡା ଏଇମିତି । ମନ ଭିତରେ ଖୋଟ୍। ଭଷା ଭାଷଣରେ ବଢିଆ। ଲୋକଙ୍କ ପ୍ରତି ଦରଦ ନାହିଁ।

- ସେ ପାନଖିଆ ବାବୁଟା କଣ ସର୍କାର୍ ମକରା?

- ସେ କାଇଁ ହେବ? ସେ ତ ସର୍କାର୍ ର ଚାମଚା। ଯେମିତି ମୁଁ ଏ ଆଂଧ୍ର ବେପାରିର । ସର୍କାର୍ ମାନେ ପଦାକୁ ଆସନ୍ତି ନି। ସେମାନେ ବାମ୍ଫ ବାହାରୁଥିବା ବାସୁମତି ଭାତକୁ ଚିହ୍ନନ୍ତି । ଧାନଚାଉଳକୁ ନୁହେଁ ।

- ହୁଁ।

- ହଉହଉ ! ଆସ ମାପକର।

- ରେଟ୍ ?

- ଏବେ ଆନ୍ଧ୍ର ଯା'କହିବ।

(୬)

ସବୁଯାକ ଧାନବିକା ପଇସାକୁ ନଗଣି , ହାତ ମୁଠାରେ ମୁଠେଇ ଧରିବାରୁ ମୁଠାଏ ମାତ୍ର ହେଲା ନିତେଇ କକାର !! ତା' ସାରା ବର୍ଷ ପରିଶ୍ରମ !! ଏତକରେ ବର୍ଷସାରା ଚୂଲି ଜଳିବ ନା , ଅଧାଦିନରୁ ଲିଭିଯିବ , ଚିନ୍ତାରେ ଘରମୁହାଁ ହେଲା କକା ।

କଣ ହେଲା କେଯାଣି ? ଅଣ୍ଟାରେ ଗାମୁଛାଟାକୁ ଟାଣକରି ଭିଡିଦେଇ , ମୁହଁ ସଂଜଟାରେ ଗାଁମୁଣ୍ଡ ଆମ୍ବ ତୋଟା ଆଡକୁ ପାଦ ବଢାଇଲା ଚାଷୀ ନିତିଆ ପଲେଇ !!!!!!!

■ ଅମୀୟ ବେଜ୍,ଘଟଗାଁ, କେନ୍ଦୁଝର ■

ବେପାରୀ ଧାନ ଚାଷୀ

Rate the content


Originality
Flow
Language
Cover design

Comments

Post

Some text some message..