Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dibyajyoti Mohanty

Tragedy

2  

Dibyajyoti Mohanty

Tragedy

ଲୁହ

ଲୁହ

3 mins
1.7K


ଲୁହ...

 

ଲୁହ... ହଁ ଲୋକମାନେ କହିଥାନ୍ତି ଏହି ଲୁହ କାଳେ କେବଳ ଝିଅମାନଙ୍କ ଆଖିରେ ହିଁ ଶୋଭା ଦେଇଥାଏ । ଯେଉଁ ଝିଅ ଆଖିରେ ଲୁହ ଆସେନି ସେ ଝିଅକୁ କୁଆଡେ ଝିଅ କୁହାଯାଏନା । ଆଖିର ଲୁହକୁ ନେଇ କେତେ କବି କେତେ ଲେଖକ ସେମାନଙ୍କ କବିତ୍ୱର ପରାକାଷ୍ଠା ଦେଖାଇଛନ୍ତି । କଥାରେ ଅଛି....

ଝିଅମାନଙ୍କ ଆଖିର ଲୋତକ ଧାରା

ବରଷୁ ଥାଏ ବରଷ ସାରା...

ମୁଁ ପୁଅଟିଏ ହେଲେ ବି ସବୁବେଳେ ନିହାତି ଟିକିଏ ଟକିଏ କଥାରେ ମୋ ଆଖିରୁ ଲୁହ ଆସିଯାଏ । ମୋର ତ ଆଗରୁ ଏମିତି ଅଭ୍ୟାସ ନଥିଲା କେଜାଣି କେବେ ଏମିତି ଅଭ୍ୟାସ ମୋର ହୋଇଯାଇଥିଲା ମତେ ନିଜକୁ ବି ଜଣା ନାହିଁ । ଏତିକି ମନେ ଅଛି ଯେବେ ଏ ମନ ତୋ ପ୍ରେମରେ ପଡିଲା, ତା ପରଠୁ ତୋର ପ୍ରତ୍ୟେକଟି ଛୋଟ ଛୋଟ ଅସୁବିଧା ମୋ ଆଖିରେ ଲୁହ ଆଣି ଦେଇଥିଲା । ତୋର ଆଜି ଆଉ ମନେ ଥିବା କି ନାହିଁ ଜାଣେନା ହେଲେ ଆଜି ବି ମୋର ସେ କଥା ସବୁ ମନେ ଅଛି । ତୋର ସେତେବେଳେ ହଠାତ୍ ଥଣ୍ଡା ହୋଇଯାଉଥିଲା । କିଛି ମୁହୁର୍ତ୍ତ ପୂର୍ବରୁ ହୋଇଥିବା ଥଣ୍ଡା ଏତେ ଭୀଷଣ ମାତ୍ରାରେ ତାର ପ୍ରକୋପ ଦେଖାଉଥିଲା ଯେ ତୁ ମୋ ସହ ଠିକ୍ ସେ କଥା ବି ହୋଇପାରୁନଥିଲୁ । କେଜାଣି କାହିଁକି ତୋର ଟିକିଏ କିଛି ହେଉଥିଲେ ମତେ ଲାଗୁଥିଲା ମୋର ଯେମିତି କିଛି ଗୋଟେ ବଡ ରୋଗ ହୋଇଯାଇଛି କିମ୍ବା ମୋର ଗୋଟେ ଅଙ୍ଗ ଅଚଳ ହୋଇଯାଇଛି କିମ୍ବା ଛାତିର ସ୍ପନ୍ଦନ ଅଟକି ଯାଇଛି । ମୁଁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରୁଥିଲି ଆଉ କିଛି କହିନପାରି ବହୁତ ଜୋରରେ କାନ୍ଦୁଥିଲି । ତୁ ସେତେବେଳେ ମତେ ବୁଝାଇ କହୁଥିଲୁ ଛି... ଏମିତି କଣ ଛୋଟ ପିଲାଙ୍କ ଭଳି କାନ୍ଦୁଛ । ମୋର କଣ ହୋଇଛି ଯେ ଏଇ ଟିକିଏ ଥଣ୍ଡା ତ ହୋଇଛି । ଆଜି ରାତିରେ ମେଡିସିନ୍ ଖାଇଲେ କାଲି ସକାଳକୁ ଭଲ ହୋଇଯାଇଥିବ । ତୁମେ ଏମିତି କାନ୍ଦିଲେ ତୁମକୁ ସମସ୍ତେ ଝିଅପିଲା ବୋଲି କହିବେ...ମୁଁ ଚାହେଁନା ମୋ ଧନକୁ ନେଇ କେହି କିଛି ବୁରା ଭଲା କହୁ । ଆଉ ଯେତେବେଳେ ମୁଁ ତୋର ସେ ସ୍ନେହ ଭରା ପ୍ରେମ ଭରା କଥାରେ ନ ବୁଝୁଥିଲି ଶେଷରେ ତୁ ରାଗିଯାଇ କହୁଥିଲୁ ସେମିତି କାନ୍ଦୁଥାଅ...ମୁଁ ଯେମିତି ମରିଯାଉଛି ସେମିତି ବସି କାନ୍ଦୁଛ । ମୁଁ ତୋତେ ବୁଝାଇବାକୁ ଯାଇ ମୋ ଆଖିରୁ ଲୁହ ପୋଛି ମିଛି ମିଛିକା ହସିବାକୁ ଚେଷ୍ଟା କରୁଥିଲି । ତତେ କେତେ ରାଣ ନିୟମ ଦେଉଥିଲି ଦେଖ୍ ତତେ ମୋ ରାଣ ତୁ ଆଉ କେବେ ଏ ମରିବା ଫରିବା କଥା ପାଟିରେ ଧରିବୁନି ନ ହେଲେ ମୁଁ ତୋ ସହ କେବେ ବି କଥା ହେବିନି । ତାପରେ ତୁ କହୁଥିଲୁ ଇଟ୍ସ ଓକେ...ହେଲେ ତୁମେ ବି ପ୍ରମିଜ୍ କର ତୁମେ ଏପରି ଛୋଟ ପିଲାଙ୍କ ଭଳି ଆଉ କେବେ କାନ୍ଦିବନି । ହେଲେ ସେଦିନ ରାତିରେ ନିର୍ଜନ ନିଃଶଦ୍ଦ ଘନ ଅନ୍ଧକାରେ ମୁଁ ବହୁତ କାନ୍ଦୁଥିଲି କେତେ ତକିଆ ମୋ ଆଖିର ଲୁହରେ ଭିଜି ଯାଉଥିଲା । ମନେ ମନେ ଠାକୁରଙ୍କ ଗୋଡ ଧରି ତାଙ୍କ ପାଖରେ କେତେ ବିନତି କରୁଥିଲି ଆଉ କହୁଥିଲି ହେ ଭଗବାନ୍ ମୋର କିଛି ବି ଦରକାର ନାହିଁ ବାସ୍ ମୋ ଧନର ଦେହ ଭଲ କରିଦିଅ । ସେଦିନ ମୁଁ ଛୋଟ ପିଲାଙ୍କ ପରି ଏଥିପାଇଁ କାନ୍ଦୁଥିଲି କାରଣ ତୋର କିଛି ବି ହେଲେ ମୋ ଆଖିରେ ଆପେ ଆପେ ଲୁହ ଆସିଯାଉଥିଲା । ମୁଁ ବହୁତ ବ୍ୟସ୍ତ ବିବ୍ରତ ହୋଇପଡୁଥିଲି ନା ମତେ ନିଦ ଆସୁଥିଲା ନା ମତେ ଖାଇବାକୁ ଇଛା ହେଉଥିଲା । ହଜାରେ ମାନସିକ କରୁଥିଲି କେତବେଳେ ଠାକୁର ଠାକୁରାଣୀଙ୍କ ପାଖରେ ନଡିଆ କଦଳୀ କ୍ଷୀର ଲାଂଚ ଦେଇ ତ ଆଉ କେତେବେଳେ କାନ୍ଦି କାନ୍ଦି ରାତି ବିତାଇ ଦେଉଥିଲି । ଯେଉଁ ଦିନ ଆମର ପ୍ରାୟତଃ ଶେଷ କଥା ଥିଲା । ସେଦିନ ତୁ ମତେ କହିଥିଲୁ ଦେଖ ତୁମେ ମତେ ଭୁଲିଯାଅ, ଆମ ଘରେ ଆମ ଦୁଇଜଣଙ୍କ ବାହଘର ପାଇଁ ରାଜି ହେବେନି...ମୁଁ କିଛି କହି ନପାରି କେବଳ ବହୁତ ଜୋରରେ କାନ୍ଦିଥିଲି । ଶେଷରେ ମୋ ପାଟିରୁ ଗୋଟିଏ ଶଦ୍ଦ ହିଁ ବାହାରିଥିଲା କି ମୁଁ ତୋ ବିନା ବଂଚିପାରିବିନି । ତାପରେ ତୁ କହିଥିଲୁ ତା ହେଲେ ମରିଯାଅ ଏହାପରେ ଧିରେ ଧିରେ ଫୋନ ଏସ୍.ଏମ୍.ଏସ୍. ସବୁ କିଛି ବନ୍ଦ ହୋଇଯାଇଥିଲା । ମୁଁ ବି ଅନେକ ଦିନଯାଏ କାନ୍ଦି କାନ୍ଦି ଲୁହର ବନ୍ୟାରେ ଛାତିର କୋହକୁ ଭସାଇଦେବାକୁ ଅନବରତଃ ଚେଷ୍ଟା କରିଛି ଆଉ କେତେ ରାତି ଉଜାଗରେ ବିତାଇଦେଇଛି । କିନ୍ତୁ ଆଜି ଏ ଆଖିରେ ଟିକିଏ ବି ଲୁହ ନାହିଁ କେଜାଣି କାହିଁକି ଯେତେ କଷ୍ଟ ହେଲେ ବି ଆଖିରେ ଗୋଟିଏ ବୁନ୍ଦା ଲୁହ ଆସୁନି । ଯେବେଠୁ ତୁ ଭୁଲିଯାଇଛୁ ସେବେଠୁ ଏ ଆଖିରୁ ଲୁହର ଗଙ୍ଗା ଝରିବା ବନ୍ଦ କରିଦେଇଛି । ହୃଦୟଟା ବି କେମିତି ଗୋଟେ ଶକ୍ତ ପାହାଡ ଖଣ୍ଡେ ପାଲଟି ଯାଇଛି । ଯେଉଁଠି କିଏ ବି ପ୍ରେମର ହାତୁଡି ଧରି ଯେତେ ଶକ୍ତ ପ୍ରହାର କଲେ ବି ତାହା ଆଉ ଭାଙ୍ଗୁନାହିଁ । ଆଉ ଏ ମନ ତୋର ସେ ପୁରୁଣା ସ୍ମୃତି ସହ ସବୁ କିଛି ଭୁଲିଯାଇଛି ଯେପରି ବାପା ମା’ଆ ସାଙ୍ଗ ସାଥି ଭାଇ ବନ୍ଧୁ କୁଟୁମ୍ବ ଆତ୍ମୀୟ ପରିଜନ । ମତେ ଏବେ ପ୍ରାୟତଃ ଏକୁଟିଆ ରହିବାକୁ ଭଲ ଲାଗୁଛି ନ ହେଲେ କାମ ଭିତରେ ଚବିଶି ଘଂଟା ବୁଡି ରହିବାକୁ ।

ଦିବ୍ୟଜ୍ୟୋତି ମହାନ୍ତି

ମୋ-୭୩୭୭୫୧୦୨୫୪


Rate this content
Log in

Similar oriya story from Tragedy