Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Others

5.0  

Bismita Sahoo

Others

ବିଡାଏ ସଳିତା

ବିଡାଏ ସଳିତା

4 mins
298



ଶୀତ ଟିକେ ଜୋରରେ ପଡ଼ିଲାଣି। ଦେହ ହାତ ଥଣ୍ଡାରେ କୋଲୁଅ ମାରି ଯାଉଛି। ରାସ୍ତାଘାଟ ଆଜି କାଲି ବହୁତ ଗହଳି ରହୁଛି। ଯେଉଁଆଡ଼େ ଚାହିଁବ ବିଭିନ୍ନ ପ୍ରକାରର ବାଣ। ଆଗରେ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି ତ। କାର୍ତ୍ତିକ ପୂର୍ଣ୍ଣିମା ରେ ବୋଇତ ବନ୍ଦାଣ ସହିତ ବାଣ ଫୁଟେଇବା ଗୋଟେ ଫ୍ୟାଶନ ହେଇ ଗଲାଣି।


   ସ୍ତ୍ରୀ ମୋ ସହିତ କେତେଦିନ ହେଲା ଖାଲି କଜିଆ ଲଗେଇଛନ୍ତି। ଏଥର କାର୍ତ୍ତିକ ପୂର୍ଣ୍ଣିମା ଘରେ କରିବାନି। ପୁରୀ ଯିବା। ସମୁଦ୍ରରେ ଗାଧେଇବା। କାଳିଆକୁ ଦର୍ଶନ କରିବା। ଯିବାରେ କିଛି ଅସୁବିଧା ନାହିଁ। ପୁରୀ ଗଲା ମାନେ କାଙ୍ଗାଳ ହେଇ ଫେରିବା କଥା। ଚାରି ଦିନ ନ ହେଲେ ଆସିବାର ନାଁ ଧରିବେନି। ଲଜିଂ ରେ ରହିବାକୁ ପଡ଼ିବ। ଚକାଡୋଳା ପାଖକୁ ଯିବା ନାଁ ରେ ସାରା ପୁରୀ ବୁଲିବେ। ତେଣୁ ବିଭିନ୍ନ ଆଳ ଦେଖାଇ ସ୍ତ୍ରୀଙ୍କୁ ମନା କରୁଥାଏ। ଯେପରିକି - ଅଫିସ ରେ କାମ ଅଛି। ଫାଇଲ ସବୁ ସାରିବାକୁ ପଡ଼ିବ। ଛୁଟିଟାକୁ ବେକାରରେ ନଷ୍ଟ କରିଦେଲେ ବହୁତ ହଇରାଣ ହେବାକୁ ପଡ଼ିବ। ସୁବିଧା ଦେଖି ଆଉ କେବେ ତୁମ ମାନଙ୍କୁ ବୁଲେଇ ଆଣିବି। 


     ସ୍ତ୍ରୀ କିନ୍ତୁ ଛାଡ଼ିବା ଲୋକ ନୁହନ୍ତି। ସେଥିରେ ପୁଣି ବଡ଼ ପୁଅ ସୁରଜ ଆସି ଅଂଶ ଗ୍ରହଣ କଲାଣି। ବାବା ବାବା କଅଁଳେଇକି କହି ସବୁ ସୁବିଧା ମାରି ନେବ। କହିବ- ବାବା କୁନା ବାବା ତାକୁ ନେଇ ଦିଲ୍ଲୀ ଯାଇଥିଲେ, ଅମୁକ ବାବା ତାକୁ ନେଇ ସମୁକ ଜାଗା ଯାଇଥିଲେ। ଆଉ ତୁମେ ଏତେ କଞ୍ଜୁସ ଯେ ପୁରୀ ଟିକେ ବୁଲେଇ ନେଉନ ।


ଓଃ ଏତେ ସବୁ ଶୁଣି ଶୁଣି କାନ ପୁରା ତାବଡ଼ା ହେଇ ଗଲାଣି। ଭାବିଲି ନା ଏମାନଙ୍କୁ ଆଉ ପାରି ହେବନି। ଏଥର ନିଶ୍ଚୟ ପୁରୀ ଯିବି। ସେଠୁ ଫେରିଲେ ବୁଢ଼ୀ ଠାକୁରାଣୀ ମନ୍ଦିର ରେ ବରଂ ଭିକ ମାଗିବି। ଆମେ ଏଥର କାର୍ତ୍ତିକ ପୂର୍ଣ୍ଣିମା ରେ ପୁରୀ ଯିବା । ଯେମିତି କହି ଦେଇଛି କେଉଁଠି ଥିଲା ସାନ ପୁଅ ମନୋଜ ବାବା ଆମର ବହୁତ ଭଲ କହି ଖୁସିରେ ମୋ ବେକ ଚାରି ପାଖେ ହାତ ଗଳେଇ ନାଚି ଉଠିଲା। ମନେ ମନେ ଭାବିଲି ପୁରୀ ଯିବା ପାଇଁ ରାଜି ହେବାରୁ ଭଲ ହେଇଗଲି । ପୂର୍ବରୁ ଯେପରି ଖରାପ ଥିଲି। 


-ଜଲଦି ଜଲଦି ବାହାରି ପଡ଼। ପାହାନ୍ତିଆ ହେଲାଣି।ଆଉ କେତେ ଡେରି କରିବ। ସେଠି ବୋଇତ ଭସେଇବ ନା ନାହିଁ? 

ଏତିକି କହି ଦେଖିଲି ସ୍ତ୍ରୀ ଗୋଟିଏ ରେଜେଇ ଘୋଡେ଼ଇ ହେଇ ଥରି ଥରି ଛୁଆ ଦିଟାଙ୍କ ସେବାରେ ଲାଗି ପଡିଛନ୍ତି। 


      ପୁରୀରେ ପହଁଚିଲା ବେଳକୁ ୧୧ ଟା ବାଜିଲାଣି। ଆଉ କଣ ବୋଇତ ବଂଦେଇବ ? ଏହା କହି କଦଳୀ ମଞ୍ଜରେ ତିଆରି ବୋଇତ ଗୁଡ଼ିକୁ ଗାଡ଼ି ଭିତରେ ରଖି ସମୁଦ୍ର କୂଳକୁ ମାଡ଼ି ଗଲି। ସମୁଦ୍ର ର ଅଶେଷ ଢେଉ ମାଳା ଯେପରି ସାରା ଦୁନିଆର ଅଶାନ୍ତି କୁ ନିଜ ହାତରେ ଆବୋରି ନେଉଛି ଓ ସେଥି ପାଇଁ କେତେବେଳେ ଖୁବ ଶାନ୍ତ ତ କେତେବେଳେ ହିଂସ୍ର ହେଇ ଉଠୁଛି। ମୁଁ ଖୁବ ଭାବ ବିହ୍ଵଳ ହେଇ ପଡ଼ିଥିଲି। ସେହି ସମୟରେ ସ୍ତ୍ରୀ କହିଲେ- 

ହେଇ ଦେଖିଲ ଶାମୁକା ରେ ତିଆରି ପକ୍ଷୀ ଟା କେଡ଼େ ସୁନ୍ଦର ହେଇଛି। ମୁଁ ଏଂ ହଁ ---- ହଁ କହି ନିଜ ସ୍ଥିତି କୁ ଫେରି ଆସିଲି।


    ଏଥର ଚାଲ। ଡେରି ହେଲାଣି। ତୁମେମାନେ ସମୁଦ୍ର ଦେଖିବାକୁ ଆସିଥିଲ ନା କାଳିଆ ପାଖକୁ ଆସିଥିଲ? ଚାଲ ଜଲଦି ମନ୍ଦିର ଯିବା। ଏମାନଙ୍କ କଥା ଭାବିଲେ ଖୁବ ଆଶ୍ଚର୍ଯ୍ୟ ଲାଗେ। ବସ୍ ରେ ଆସିବାକୁ ଭଲ ଲାଗିବନି। ନବାବଙ୍କ ଛୁଆ ତ। କେତେ କଷ୍ଟରେ ଭଡ଼ାରେ କାର୍ ଟା ଆଣିଲି।


       କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରରେ ସୋରିଷ ଟିକିଏ ପକେଇବାକୁ ଜାଗା ନାହିଁ। ଓଃ କି କଷ୍ଟ। କାଳିଆ ର ଦୟା ଲାଗି ତାକୁ ଟିକିଏ ଦେଖି ପାରିଲି। ନଚେତ ଏତେ ଗହଳିରେ ମଣିଷ ନିଃଶ୍ୱାସ ନେବା ବି ସମ୍ଭବ ନୁହେଁ। ଘଡ଼ିରେ ଦିଟା ବାଜିଲାଣି। ଛୁଆ ଦିଟା ଭୋକରେ ଡହଳ ବିକଳ ହେଲେଣି। ମହାପ୍ରସାଦ ଏଯାଏ ବାହାରିନି। ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ। - ଚାଲ ଚାଲ ଜଲଦି ଚାଲ। ହୋଟେଲରେ ଯଦି ଖାଇବା ସରି ଯାଇଥିବ ତେବେ ଅବସ୍ଥା ବାର ଗଣ୍ଡା ଦି କଡ଼ା ବାଜି ଯିବ। ଏହା କହି ବଡ଼ ବଡ଼ ପାହୁଣ୍ଡ ପକେଇ ଗଲା ବେଳକୁ ଛୋଟ ଝିଅଟିଏ ମୋ ବଡ଼ ପୁଅ ବୟସ ର ହେବ ଥରିଲା ଥରିଲା ହାତରେ ସଳିତା ୨-୩ ବିଡ଼ା ଆଣି ମୋ ହାତକୁ ବଢ଼େଇ ଦେଲା। ହାତର ସବୁ ଶିରା ପ୍ରଶିରା ଫୁଟିକି ଦିଶୁଥାଏ। ଚିରା ଫଟା ଫ୍ରକ ଟାଏ ପିନ୍ଧିଛି। ମୁହଁଟା ପୁରା ଶେଥା ପଡ଼ି ଯାଇଛି। ସେ ବିକଳ ଭାବରେ ମୋ ମୁହଁକୁ ଅନେଇ ଥିଲା।  


    ନାଁ ଦରକାର ନାହିଁ। 

ଏହା କହି ଝିଅଟିର ହାତକୁ ଜୋରରେ ଛିଞ୍ଚାଡ଼ି ଦେଲି। ଝିଅଟି ବିକଳରେ କହିଲା -ବାବୁ ବେଶୀ ନ ନେଲେ ନାଇଁ ଗୋଟିଏ ବିଡ଼ା ନେଇଯାଅ। ମା ମୋର ରୋଗରେ ପଡ଼ିଛି ତା ପାଇଁ ଔଷଧ କିଣିବି ବାବୁ। 


       ମୁଁ ମନେ ମନେ ଭାବିଲି ଏମାନେ ସବୁ କେତେ ମିଛ ନ କହୁଛନ୍ତି। ସଦାବେଳେ ଏମାନଙ୍କ ବାପା, ମା ରୋଗରେ ପଡୁଛନ୍ତି। ଏତେ ପିଲାଦିନୁ ମିଛ କହିବା କିପରି ଜାଣନ୍ତି କିଜାଣି? ସ୍ତ୍ରୀଙ୍କ ହାତଧରି ଝିଅଟି କହିଲା- ମା ବିଡାଏ ସଳିତା ନିଅ ମା। ତମକୁ ଭଗବାନ ଭଲରେ ରଖିବେ। ନିଅ ମା


-ଦରକାର ନାହିଁ।


ଏହା ଶୁଣି ଝିଅଟିର ମୁହଁ ଆହୁରି ମଳିନ ପଡ଼ି ଆସୁଥାଏ। ଛୁଆମାନେ ଚିଲ୍ଲେଇଲେ -ବାବା ଜଲଦି ଚାଲ।

-ହଁ ହଁ ଚାଲ। 


ଏହା କହି କାର୍ ପାଖକୁ ଗଲି। କାର୍ ରେ ବସି ବାହାରକୁ ଅନେଇଛି କେଉଁଠି ଥିଲା ସେ ଝିଅଟି ଦଉଡ଼ି ଆସି ପୁଣି କହିଲା - ବାବୁ ବିଡାଏ ସଳିତା ନିଅ ବାବୁ।


   ସେ ଝିଅକୁ ଦେଖି ମନେ ପଡ଼ିଲା ଗୋଟିଏ ଛୋଟ ଝିଅ କିପରି ଲୋକ ମାନଙ୍କୁ ଭୁଆ ବୁଲେଇ ପକେଟ ମାର କରୁଛି। ଖବରକାଗଜରେ ବାହାରିଥିବା ଝିଅଟି ଇଏ ନୁହେଁ ତ? ଡ୍ରାଇଭର ଗାଡି ଷ୍ଟାର୍ଟ କଲା। ଦେଖିଲି ଝିଅଟା ସେମିତି ଠିଆ ହେଇଛି।

   ହୋଟେଲ ରେ ଜଲଦି ଜଲଦି ଖାଇ ଲଜିଂ କୁ ଆସି ସିଧା ଗାଧୁଆ ଘରେ ପଶିଗଲି। ସେଠାରୁ ଆସି ଦେଖିଲି ଡ୍ରାଇଭର ଖଟ ଉପରେ ସବୁ ଜିନିଷ ରଖି ଦେଇଛି। ଜିନିଷ ଖେଳଉ ଖେଳଉ ନଜର ପଡ଼ିଲା ଗୋଟିଏ ଧଳା ଜିନିଷ ଉପରେ। ଆରେ ସଳିତା ବିଡ଼ା। ଏଠି କେମିତି ଆସିଲା। ସେ ଝିଅଟି ଏଠି ବି ପହଞ୍ଚି ଗଲା। ଓଃ ଏ ଝିଅଟି ମୋ ପିଛା ଛାଡିବନି କହି ଚାରି ଆଡକୁ ଚାହିଁଲି। ଇଏ ଯେ ଖବରକାଗଜରେ ବାହାରିଥିବା ସେ ଚୋରଣୀ ଝିଅ ଏହା ଭାବି ସତର୍କ ହେଇଗଲି। 


      ନାଁ ତ ଝିଅଟି କେଉଁଠି ନାହିଁ। ସମସ୍ତେ ମନାକଲେ ଏ ସଳିତା ବିଡ଼ା ସେମାନେ କେହି ଆଣି ନାହାନ୍ତି। ସେହି ସଳିତା ବିଡାକୁ ଦେଖି ମନେ ପଡ଼ିଲା ଝିଅଟିର କଥା। ବିଚାରୀ ବୋଧହୁଏ ସତ କହୁଥିଲା। ମୁଁ କେତେ ଅନ୍ୟାୟ କରିଛି ସତେ। ନିଜକୁ ଖୁବ ଦୋଷୀ ମନେ କରୁଥିଲି। ବିଡାଏ ସଳିତା ରଖି ଦେଇଥିଲେ କଣ ମୋର ସବୁ ପଇସା ସରି ଯାଇଥାନ୍ତା। ମୁଁ କଣ ଭିକାରୀ ହେଇ ଯାଇଥାନ୍ତି। ବୋଧହୁଏ ଝିଅଟି କାର୍ ପାଖକୁ ଆସି ସଳିତା ନିଅ କହି ଭିତରେ ରଖି ଦେଇଛି କାହାର ନଜର ନାହିଁ।


       ସେ କେତେ ଆଶା ରଖିଥିବ ବାବୁ ସଳିତା ବିଡାଟିର ଦାମ୍ ଦେବେ। ତାକୁ ନେଇ ମା ପାଇଁ ଔଷଧ କିଣିବି । ମା ମୋର ଭଲ ହେବ। ସ୍ତ୍ରୀ ସେହି ସମୟରେ ଆସି ମୋତେ ଦେଖି କହିଲେ ଆରେ ସେଠି କଣ କରୁଛ? ମୋ ପାଟିରୁ ବାହାରି ଗଲା ଦେଖିଲ ଏ ସଳିତା ବିଡ଼ା।



Rate this content
Log in