Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାତି ପାହିବାକୁ ଆହୁରି ବାକି
ରାତି ପାହିବାକୁ ଆହୁରି ବାକି
★★★★★

© Paramita Mishra

Inspirational Tragedy

7 Minutes   1.4K    14


Content Ranking

ସବୁ ରାତିର ସକାଳ ହୁଏ କିନ୍ତୁ ଏମିତି ବି କିଛି ରାତି ଥାଏ ଯାହାର ସକାଳ ଆସେନି । ସୁଖର ଦିନ କାଳେ ବଡ ଜଲଦି ବିତିଯାଏ କିନ୍ତୁ ଦୁଃଖର ସମୟ କେତେ କଲେ ବି ବିତେନି । ରୋହିଣି ଓ ନିଶିକାନ୍ତଙ୍କ ପାଇଁ ଆଜି ସେହି ରାତି।

"ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀବିଭାଗ କରାଯାଏ, ଏକପୁଅ ବାପ ମା’ ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଡ଼ିବେ- ଏକଥା ଲେଖକ ତମ୍ୱା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢ଼ରୂପେ ବୋଲିବାକୁ ପ୍ରସ୍ତୁତ ଅଛି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ- ପୁଅଟିର ବେରାମ, ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ଜଗି ବସିଛନ୍ତି । ପୁଅଟି କାହିଁରେ ସୁଖରେ ରହିବ, ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଜଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡ଼ିକ ପୁଅ ପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ହାଲିଆ ହୋଇ ପଡ଼ିବେ ନାହିଁ ।"

ଫକୀର ମୋହନ ସେନାପତିଙ୍କ ଏହି ଉକ୍ତିଟି ଯେ ଅକ୍ଷରେ ଅକ୍ଷରେ ସତ୍ୟ, ନିଶିକାନ୍ତ ଓ ରୋହିଣୀ ଦୁହେଁ ଛୁଆଟିଏ ପାଇଁ କେତେ ଯେ ଯତନ କରିଛନ୍ତି ତାହା ସେଇ ଇଶ୍ଵର ହିଁ ଜାଣନ୍ତି। ଏମିତି କୋଉ ଦେବତା ନଥିବେ ଯାହା ଆଗରେ ସେମାନେ ଅଧିଆ ପଡିନଥିବେ। ଶେଷରେ ବାରବର୍ଷର ତପସ୍ୟାର ଫଳ ମିଳିଲା ପ୍ରଶାନ୍ତ ରୂପେ ।

କିନ୍ତୁ ଆଜି ଡାକ୍ତରଖାନାର କାନ୍ଥରେ ଥିବା ଫଟୋଟି ଯୀଶୁ ନା ରାମଙ୍କ ନଦେଖି ତାରି ଆଗରେ ରୋହିଣୀ ଆଖିମୁଜି ପଡିରହିଛନ୍ତି ଆଉ ନିଶିକାନ୍ତ ଡାକ୍ତରଖାନାରେ ପୁଅର ଟିକେ ଝଲକ ପାଇବା ପାଇଁ ଏପଡୁ ସେପଡ ଦୌଡ଼ି ବାରେ ଲାଗିଛନ୍ତି।

କିନ୍ତୁ କାହିଁକି?

ପ୍ରଶାନ୍ତର ଜନ୍ମ ପରେ ସତେ କି ରୋହିଣି, ନିଶିକାନ୍ତଙ୍କୁ ହଜିଲା ଧନ ମିଳିଗଲା । ଫୁଲ ପରି କଅଁଳିଆ କୁନି ଛୁଆ ଟିକୁ ଦୁହେଁ ତଳେ ବି ରଖନ୍ତିନି । ତାକୁ ପାଇ ବାପା ମାଆ ଦୁହେଁ ଧନ୍ଯ ହୋଇଗଲେ । ଶଶିକଳା ପରି ବଢିବାକୁ ଲାଗିବାକୁ ଲାଗିଲା ପ୍ରଶାନ୍ତ । ତାର ଚଞ୍ଚଳ ଆଖି ବହୁତ୍ କିଛି କହୁଥିଲା । ପିଲାଟି ବେଳୁ ହିଁ ଭାରି ଚଗଲା । ଏତେ ଗେଲ ଆଦର ପାଇ ବଡହୋଇଥିବା ପ୍ରଶାନ୍ତକୁ କେବେ କିଛି ମାଗିବାକୁ ପଡିନଥିଲା । ସେ ଯେଉଥିରେ ଆଙ୍ଗୁଠି ରଖେ ବାପା ତାକୁ ଆଣି ଦେଇଦିଅନ୍ତି।

ପ୍ରଶାନ୍ତ ସବୁଦିନ କିଛି ନା କିଛି ବଦମାସୀ କାମ କରି ଆସେ । ବଡ ହେଉହେଉ ନାହିଁ ନଥିବା ଦୁଃସାହସିକ କାମ ସବୁ କରିବାକୁ ଲାଗିଲା ସେ । କିଛି ଲୋକ ଅଭିଯୋଗ କରନ୍ତି ତ କିଛି ଗୁଣ ଗାନ ବି କରନ୍ତି କିନ୍ତୁ ରୋହିଣି ଓ ନିଶିକାନ୍ତଙ୍କର ରକ୍ତ ଶୁଖିଯାଏ ପୁଅର ଟିକେ ଖଣ୍ଡିଆ ହେଲେ।

ଥରେ ଘର ଠାରୁ କିଛି ଦୂରରେ ଏକ ଭଙ୍ଗା ଅଟ୍ଟାଳିକା ଥିଲା ଯାହାକୁ ଭୂତ ଘର କହି କେହି ତାର ବାଡ ବି ଯାଆନ୍ତିନି । ରାନୁ ପଡ଼ିଶା ଘର ବାପା ମାଆ ଛେଉଣ୍ଡ ଛୋଟ ଛୁଆଁଟିଏ ତା ଜେଜିମା ସହ ରହେ, କେମିତି କେଜାଣି ସମସ୍ତଙ୍କ ଅଗୋଚରରେ ସେହି ଭୂତ୍ କୋଠିକୁ ଚାଲିଯାଇଛି। ବାହାରେ ଠିଆ ହୋଇ ସମସ୍ତେ ହଉ ଯାଉ ହେଉଛନ୍ତି ବୁଢୀ ମା ମୁଣ୍ଡ ବାଡ଼େଇ କାନ୍ଦୁଛି କିନ୍ତୁ ଭିତରକୁ ଯିବାର ଯୁ କାହାର ନାହିଁ। ଭିଡ ଭିତରୁ କିନ୍ତୁ ଜଣେ ପିଲା ବାହାରିଲା। ହା ହା କରୁ କରୁ ଅଟ୍ଟାଳିକାର ଭଙ୍ଗା ଝରକା ପଟେ ସେ ଭିତରକୁ ପଶିଗଲା। ଏ ଖବର ପାଇ ନିଶିକାନ୍ତ କାମ ଛାଡି ଦୌଡ଼ି ଆସିଲେ ଆଉ ରୋହିଣୀ ବସିବା ଜାଗାରେ ହିଁ ଚେତା ଶୂନ୍ୟ ହୋଇ ପଡିଗଲେ । ବହୁତ୍ ସମୟ ପରେ ପ୍ରଶାନ୍ତ ଛୋଟ ଛୁଆଟିକୁ ଧରି ବାହାରକୁ ଆସିଲା । ତା ଜେଜେ ମାକୁ ଦେଉଦେଉ ସେଇଠି ମୂର୍ଚ୍ଛା ହୋଇ ପଡିଗଲା । ସମସ୍ତେ ମିଶି ତାକୁ ମେଡିକାଲକୁ ନେଇଗଲେ । କିଛି ବିଷାକ୍ତ ଜୀବ କାମୁଡି ତା ଦେହ ସାରା ବିଷ ଚରି ଯାଇଥିଲା। ତେବେ ଭଗବାନଙ୍କ ଦୟାରୁ ଠିକ୍ ସମୟରେ ଚିକିତ୍ସା ପାଇଁ ସେ ଠିକ୍ ହୋଇଗଲ। । ବାପା ମାଆଙ୍କର ଏୟା ଭାବି ଭାବି ଦେହର ରକ୍ତ ଶୁଖି ଯାଉଥିଲା ଯେ ଯଦି ଆଜି ପ୍ରଶାନ୍ତର କିଛି ହୋଇ ଯାଇ ଥାନ୍ତା ତେବେ.........

କିନ୍ତୁ ପୁଣି ଗର୍ବ ବି କରନ୍ତି ଯେ ଦୁଷ୍ଟ ହେଲେ ବି ଆମ ପୁଅର ହୃଦୟ ସତରେ କେତେ ବଡ।

ଧିରେ ଧିରେ ସମୟ ଗଡ଼ିବା ସହ ପ୍ରଶାନ୍ତ ବି ବଡ଼ ହେଉ ଥିଲା । ଏବଂ ତା ସହ ତା ପାଠ ମଧ୍ଯ । ବାପା ମାଆ ଆଖିରେ ଆଖିଏ ସ୍ଵପ୍ନ ଯେ,ଲକ୍ଷେ ଶିବ ପୂଜି ଯୋଉ ପୁଅ ନିଶ୍ଚୟ ତାଙ୍କ ନା ରଖିବ । କିନ୍ତୁ ପୁଅ ଯେ ପାଠରେ ବହୁତ୍ ଦୁର୍ବଳ ।

ପ୍ରଶାନ୍ତ ବହୁତ୍ ଚେଷ୍ଟା କରି ଯେମିତି ସେମିତିରେ ଦଶମ ଶ୍ରେଣୀରେ ପାସ୍ ହୋଇଗଲା । କିନ୍ତୁ ବାପାଙ୍କର ଶକ୍ତ ନିର୍ଦ୍ଦେଶ ଥିଲା ଯେ ତାକୁ ଆଗକୁ ବାପା ଯାହା କହିବେ ତାହା କରିବାକୁ ହେବ ଏବଂ ସେୟା ହେଲା । ବାପା ପ୍ରଶାନ୍ତକୁ ଘରଠୁ କିଛି ଦୂରର ଏକ ନାମି କଲେଜରେ ନା ଲେଖିଦେଲେ ଏବଂ ପ୍ରଶାନ୍ତକୁ ଗାଁ ର ପରିବେଶ ଠୁ ଦୂରରେ ରଖିବା ପାଇଁ ହଷ୍ଟେଲ୍ ରଖିବା ବନ୍ଦୋବସ୍ତ କରିଦେଲେ । ରାଗ କରି ସିନା ସେଠି ଛାଡି ଆସିଲେ । ପ୍ରଶାନ୍ତ ବି ଘର ଛାଡି ଏଠିକି ଆସିବାକୁ ବିଲକୁଲ ଇଚ୍ଛା ନଥିଲା ।

ମାଆର ଛାତି ଫାଟିଗଲା ପୁଅକୁ ଘରୁ ଜିବା ଦେଖି । ପ୍ରଥମେ କିଛିଦିନ ଫୋନ କଲେ ପ୍ରଶାନ୍ତକୁ ଫୋନ କଲେ ଖାଲି କାନ୍ଦେ କିନ୍ତୁ ଧିରେ ଧିରେ ତାର ହାବଭାବ ବଦଳିବାରେ ଲାଗିଲା । ନିଶିକାନ୍ତ ଭାବିଲେ ସେଠିକା ମାହୋଲରେ ରହିଗଲେ ସବୁ ଠିକ୍ ହୋଇଯିବ । ଆଉ ବାରମ୍ବାର ତାକୁ ଘରକୁ ଆଣିଲେ ସେ ଠିକ୍ ରେ ପାଠ ପଢିବନି । ତେଣୁ ବାପା, ମାଆ ଦୁହେଁ ଯାଇ ତାକୁ ସ୍କୁଲରେ ହିଁ ମିଶି ଆସନ୍ତି।

ମାଆ ମନ କିନ୍ତୁ ଗୋଳେଇ ଘାଣ୍ଟି ହେଉଥାଏ କିନ୍ତୁ ପିଲାର ଜୀବନ୍ ସୁଧୁରି ଯାଉ ଭାବି ସେ ନିଜ ଲୁହ ସବୁ ନିଜେ ପିଇଗଲେ । ଏମିତିରେ କିଛି ଦିନ ବିତିଗଲା । କିଛି ଦିନ ପରେ ନିଶିକାନ୍ତ ଯାଇ ପ୍ରଶାନ୍ତକୁ କିଛିଦିନ ପାଇଁ ଘରକୁ ଆଣିଲେ । କିଛି ଛୁଟିର ଅବସର ଥିଲା । ଘରେ ତାର ବନ୍ଧୁ ବାନ୍ଧବ ସବୁ ଥାଇ ବି ପ୍ରଶାନ୍ତ ତା ରୁମ୍ ଭିତରେ କବାଟ କିଳି ହିଁ ରହିଲା । ବାପା ମାଆ ଭାବିଲେ ପୁଅ ତାଙ୍କର ରାଗିଛି କିଛି ଦିନ ଘରେ ରହିଲେ ତା ରାଗ ଚାଲିଯିବ। କିନ୍ତୁ ବର୍ତ୍ତମାନ ପ୍ରଶାନ୍ତର ହାବଭାବ ବହୁତ୍ ଅଲଗା । ଘରେ ତ କାହା ସହ କଥା ହୁଏନି କିନ୍ତୁ କୋଉଠୁ ଫୋନ ଆସେ ଆଉ ସେ ସଂଗେ ସଂଗେ ବାହାରିଯାଏ । ରାତି ରାତି ଘରକୁ ଫେରେନି ପୁଣି କେତେବେଳେ ଆସେ କିଏ ଜାଣେ ?

ହଠାତ୍ ସେଦିନ ସକାଳୁ ଉଠି ବରଣ୍ଡାରୁ ଘର ଓ ଘରରୁ ବରଣ୍ଡାର କେତେଯେ ଚକର କାଟିଲା । ପୁଣି ଖଟରେ ପଡି ରହିଲା ମାଆ କେମିତି ବୁଝିଲେ କେଜାଣି ରନ୍ଧା ଘରେ ଥାଇ କହିଲେ ଆରେ ବାବା ଶୁଣିଲୁ, କାନି ମଙ୍ଗରେ ପାଞ୍ଚଶହ ଟଙ୍କା କାଢି ଦେଉ ଦେଉ କହିଲେ ଟଙ୍କା ନାହିଁ ବୋଲି ଏମିତି ବାଡ଼େଇ ପିଟି ହେଉଛୁ ତୁ କେବେଠୁ ଏମିତି ହେଲୁଣି ଯେ ମାଆକୁ ମାଗି ପାରୁନୁ।

“ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କା କଣ ହେବ ? ” ପ୍ରଶାନ୍ତ ଅଭିଯୋଗ

କରି କହିଲା। “ଟିକେଟ୍ କେତେ ଦାମ୍ ଜାଣିଛୁ ନା ? ଆଉ ସାଂଗମାନେ ଥିେବ ମୁଁ ଏତେ କମ୍ ଟଙ୍କା ଧରି

କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ ?” ଖାଇବା ଟେବୁଲରେ ବସିଥିବା

ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନେଇ ନିରବ ହୋଇଗଲା ଫେର ପୁଣି କହିଲା, “ବୋଉ ମୋର

ଟାଇମ୍ ହେଲାଣି , ଟଙ୍କା ଦେ ରୋଷେଇ ଘରୁ ବୋଉ କହିଲେ , “ମୋ ପାଖରେ କିଛି ନାହିଁ, ତୁ ବାପା ଠୁ

ମାଗି ନେଇଯା ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପା,

ପଦଧ୍ବନି ଶୁଣି ନିରବ ହୋଇଗଲା।

ସେଇ ଟଙ୍କା ତକ ନେଇ ଆଉ କିଛି ନକହି ବାହାରକୁ ଚାଲିଗଲା ପ୍ରଶାନ୍ତ ଆଉ ମାଆ ରୋହିଣି ତା ଜିବା ରାସ୍ତାକୁ ଏକା ଲୟରେ ଚାହିଁ ରହିଲେ । ବାପା ପଚାରି ଚାଲି ଥିଲେ ଆରେ କଣ ହୋଇଛି, କଣ ହେଲା କୁହ ତ । କିନ୍ତୁ ରୋହିଣୀ ନିର୍ବିକାର ଭାବେ ଚାହିଁ ରହିଲେ । ଯେମିତି ସେ ବହୁତ କିଛି ହରାଇ ଦେଇଛନ୍ତି କିନ୍ତୁ କଣ ହୋଇଛି ବୋଲି ପଚାରିବେ କେମିତି ।

ମାଆର ଆଖିର ତାରା ସେ, ଯେତେ ଦୁଷ୍ଟ ହେଲେ, ଯେତେ ଗାଳି କଲେବି କେବେ ପଲଟି ଜବାବ ଦେଇନି ସେ ହେଲେ ଏବେ ଯେ ତାର କଣ ହୋଇଛି । ଏଠି ରହି ପୁଣି ଦୁଷ୍ଟାମି କରିବ ତେଣୁ ଯଥାଶୀଘ୍ର ତାକୁ ନେଇ ପୁଣି ହଷ୍ଟେଲରେ ଛାଡିଦେବା ପାଇଁ ସ୍ଥିର ହେଲା । ରାତିରେ ମାଆ ସବୁ ସାମାନ ସଜାଡି ଦେଲେ, ମାଆକୁ ଦେଖି କିଛି କହିବ କହିବ ହେଉଥିଲା ପ୍ରଶାନ୍ତ କିନ୍ତୁ ଆଖିର ଝରି ଆସୁଥିବା ଲୁହକୁ ଲୁଚାଇବାକୁ ଚେଷ୍ଟା ବି କରୁଥିଲା । ଭାବୁଥିଲା କାହିଁକି ଆଜି ମାଆ କିଛି ବୁଝୁନି । ଟିକେ ଜୋରରେ ପଚାରିଲେ ସବୁ କହିଦିଅନ୍ତି ମୁଁ । କିନ୍ତୁ ନା ମାଆ ମଉନ ଅଛି କାରଣ ଏଇଟା ତା ପୁଅର ଭବିଷ୍ୟତର କଥା । ରାତି ପାହି ସକାଳ ହେଲା । ଗାଡି ଆସି ଦୁଆର ମୁହଁରେ ଠିଆ ହେଲାଣି । ବାପା ଗାଡିରେ ଜିନିଷ ରଖୁଥିଲେ । ଜିବା ସମୟ ଆସିଲା ଆଉ ପ୍ରଶାନ୍ତ ଜଲଦି ଜଲଦି ପାଦ ବଢାଇ ମୁଣ୍ଡ ତଳକୁ କରି ଚାଲିଗଲା କିନ୍ତୁ ଗାଡିର ଦୁଆର ଖୋଲୁ ଖୋଲୁ କଣ ଭାବିଲା କେଜାଣି ପୁଣି ଥରେ ପଛକୁ ଫେରି ମାଆକୁ ପ୍ରଣାମ ହୋଇ ଭିଡି ଧରିନେଲା ମାଆକୁ । କହିଲା ମତେ କ୍ଷମା କରିବୁ ବୋଉ ତତେ କଷ୍ଟ ଦେଇଛି । ହେଲେ ସେଥିପାଇଁ ନିଜଠୁ ମତେ ଦୁରେଇ ଦେଉଛୁ । ବୋଉ ମୁଁ କଣ ଏତେ ଖରାପ ?

ବାସ ରୋହିଣି କିଛି କହିବା ପୂର୍ବରୁ ହିଁ ସେ ଯାଇ ଗାଡିରେ ବସିଗଲା । ଗାଡି ଗଡିବାକୁ ଲାଗିଲା ଆଉ ରୋହିଣି ଚାହିଁ ରହିଥିଲେ ଗାଡିଟିକୁ ଆଖିରୁ ଅଦୃଶ୍ୟ ହେଲାଯାଏଁ ।

ଗାଡି ଆସି ସିଧା ହଷ୍ଟେଲ ଆଗରେ ରହିଲା । ଭିତରକୁ ନଯାଇ ଦୁଆରୁ ଦୁଆରୁ ବିଦା କଲେ ନିଶିକାନ୍ତ । ବାସ ପୁଅକୁ ଛାଡିବାର ଗୋଟେ ସପ୍ତାହ ବି ହୋଇନି ହଠାତ କଲେଜରୁ ଫୋନ ଆସିଲା ପ୍ରଶାନ୍ତ ମେଡିକାଲରେ ।

ଆଉ ଆଜିର ଦିନ, ପ୍ରଶାନ୍ତ ମେଡିକାଲ୍ ମୃତ୍ଯୁ ସହ ଲଢୁଛି କାଳେ...

ମେଡିକାଲରେ ପୋଲିସ ଆସି ପଚରାଉଚରା ଚଳାଇଛି । ନିଶିକାନ୍ତ ଆଉ ରୋହିଣୀଙ୍କର ମୁଣ୍ଡରେ କିଛି ପଶୁନି. ପୋଲିସ କହୁଚି ରାଗିଗଂ କେସ୍ । ବୋଧେ ପ୍ରଶାନ୍ତ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା ପୁଣି ହତ୍ୟା ବି ହୋଇଥାଇପାରେ । ରାଗିଗଂ ! ନିଶିକାନ୍ତ ଆଉ ରୋହିଣି ପରସ୍ପରକୁ ଚାହୁଁଥାନ୍ତି । ରାଗିଗଂର ଅର୍ଥ କଣ ? ଆମେ ତ ପୁଅର ଉଜ୍ବଳ ଭବିଷ୍ଯତ ପାଇଁ ପଠେଇଥିଲୁ ପାଠ ପଢିବା ପାଇଁ । ଏଠି ପୁଣି ରାଗିଗଂ କୋଉଠୁ ଆସିଲା ।

ରୋହିତ ପ୍ରଶାନ୍ତର ବନ୍ଧୁ । ଗୋଟିଏ ରୁମ୍ ରେ ରହୁଥିଲେ। ପୋଲିସ ଭୟରେ ସେ ସତ କହିଲା କିନ୍ତୁ ନାଁ ଅଚିହ୍ନା ରଖି । କହିଲା ଯେ ବଡ କକ୍ଷର ପିଲା ମାନେ ନୂଆ ଆସିଥିବା ପିଲାଙ୍କ ସହ ରାଗିଗଂ ନା ରେ ଅମାନବୀୟ ଅତ୍ଯାଚାର କରନ୍ତି । ପ୍ରଶାନ୍ତ ସହ ବି ସେୟା ହେଲା । ସେ ପ୍ରତିବାଦ କରିଥିଲା ତେଣୁ ସେମାନେ ପ୍ରଶାନ୍ତ ଛାତ ଉପରକୁ ନେଇ ତାକୁ ପାଶବିକ ଅତ୍ୟାଚାର କରି ତାର କିଛି ଫୋଟ ବାହର କରି ରଖି ନେଇଥିଲେ ଏବଂ ତାକୁ ଭାଇରାଲ୍ କରିବା ଭୟ ଦେଖାଇ ପ୍ରଶାନ୍ତକୁ ଟଙ୍କା ମାଗୁଥିଲେ । ପ୍ରଶାନ୍ତ ଘରକୁ ଗଲା ବେଳେ ଏଠି ମତେ କହି ଯାଇଥିଲା ଯେ ସେ ଆଉ ଫେରିବନି ବୋଲି । କିନ୍ତୁ ସେମାନେ ତାକୁ ସେଠି ବି ଯାଇ ଚେତାବନୀ ଦେଇଥିଲେ କାହାକୁ କିଛି ନ କହିବାକୁ ।

ରୋହିତ୍ କହୁ କହୁ କାନ୍ଦି ଉଠିଲା,ମୁଁ ବି ଆଉ ବଞ୍ଚିବାକୁ ଚାହେଁନି, ମୋ ପାଇଁ ପ୍ରଶାନ୍ତ ସେହି ଖରାପ ପିଲାମାନଙ୍କ ସହ ଝଗଡା କରିଥିଲା । ଆଜି ମୋ ପାଇଁ ତାର ଏ ଅବସ୍ଥା। ପୁଣି ପୋଲିସକୁ ଚାହିଁ କହିଲା, ସାର ପ୍ରଶାନ୍ତ ହାରିବା ପିଲା ନୁହେଁ । ସେ ମତେ ଧର୍ଯ୍ୟ ଦେଇଥିଲା ଆଉ ଆଜି ସେ ନିଜେ କେବେବି ଏମିତି କରି ନଥିବ । ନିଶ୍ଚୟ କଥା ଆଉ କିଛି ଆପଣ ଖୋଜ୍ ତାଡ଼ କରନ୍ତୁ.ଆଉ ଜୋର ଜୋରରେ କାନ୍ଦି ଉଠିଲା ରୋହିତ।

ନିର୍ବିକାର ଭାବେ ନିଶିକାନ୍ତ କେବଳ ଶୁଣୁଛନ୍ତି ରୋହିତ୍ ର କଥା.ତାକୁ ଭିଡି ଧରି ରାଗି କି କହି ଉଠିଲେ କିଛି ଆବଶ୍ୟକ ନାହିଁ କିଛି ଖୋଜତାଡ କରିବା । ମୋ ପୁଅକୁ ଧରି ମୁଁ ଏବେ ଏଠୁ ଚାଲିଯିବି । ଟିକେ ସେ ଉଠିଯାଉ । ସେ ପଟେ ରୋହିଣୀଙ୍କ ଅବସ୍ଥା ଆହୁରି ଖରାପ ସେ ସ୍ଥାଣୁ ହୋଇ କେବଳ ଚାହିଁ ରହିଛନ୍ତି । କାନରେ ବାଜୁଛି କେବଳ ପ୍ରଶାନ୍ତର ଶେଷରେ କହିଥିବା କଥା "ବୋଉ ମୁଁ କଣ ଏତେ ଖରାପ" ?

ଭିତରେ ଡାକ୍ତର ନାଡି ପରିକ୍ଷା କରି ନର୍ସକୁ କହୁଥିଲେ ଯେ ବୋଧେ ମେଡିକାଲ ଆସିବା ଆଗରୁ ହିଁ ପିଲାଟି ମରିସାରିଛି । ତା ଘର ଲୋକଙ୍କୁ କହିଦିଅ.........

ବାହାରେ ଆହୁରି ରାତି ଅଛି । ନିଶିକାନ୍ତ ଓ ରୋହିଣୀଙ୍କ ପାଇଁ ବୋଧେ ଏ ରାତି କେବେ ପାହିବନି ।

Paramita mishra

ନିଶିକାନ୍ତ ରୋହିଣୀ ପ୍ରଶାନ୍ତ

Rate the content


Originality
Flow
Language
Cover design

Comments

Post

Some text some message..