Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୋମୁହାଁ ବିଚାର
ଦୋମୁହାଁ ବିଚାର
★★★★★

© ଓଡିଆ ଶିଶୁ ଗପ

Children

3 Minutes   525    13


Content Ranking

ଘଞ୍ଚ ଅରଣ୍ୟ । ତା’ ମଧ୍ୟରେ ବହୁ ଜାତିର ଫଳ ଫୁଲ, ଲତାଦି ବୃକ୍ଷରେ ପୂର୍ଣ୍ଣ ହୋଇ ରହିଥାଏ । କେତେ ଜାତିର ସାତ ରଙ୍ଗରେ ଫୁଲ ସବୁ ବୃକ୍ଷରେ ଫୁଟି ହସୁଥାଏ । ନାଲି ହଳଦୀ ଆଉ ସବୁଜ ରଙ୍ଗର ପେନ୍ଥା ପେନ୍ଥା ଫଳ ମଧ୍ୟ ଝୁଲୁଥାଏ । ତେବେ କହିବାକୁ ଗଲେ ତାହା ଏପରି ଏକ ଅରଣ୍ୟ ଯେ ଝରଣାଠାରୁ ଫଳଫୁଲଯାଏ କୌଣସି କଥାରେ ଅଭାବ ନଥିଲା ।

ତେଣୁ ଏପରି ଏକ ନିର୍ଜନ ସହର ଓ ଗ୍ରାମ ଠାରୁ ବହୁ ଦୂରତ୍ୱ ଅରଣ୍ୟ ମଧ୍ୟରେ ସ୍ୱାଧୀନ ଭାବରେ ବାସ କରୁଥାଆନ୍ତି କେତେ ହିଂସ୍ର ଆଉ ଶାନ୍ତ ପଶୁ । ହରିଣ, ବ୍ୟାଘ୍ର, ଶ୍ୱାନ, ଶୃଗାଳ, ଗୟ, ସିଂହ । ସେହିପରି ନାନା ଜାତିର ନାନା ରଙ୍ଗର ବହୁ ପକ୍ଷୀଙ୍କର କଳରବରେ ଅରଣ୍ୟଟି ସଦା ଚଳଚଞ୍ଚଳ । ମନ ସୁଖରେ ଆହାର ଗ୍ରହଣ କରି ବେଶ୍ ଆନନ୍ଦରେ ବିହାର କରୁଥିଲେ ।

ସେହିପରି ସେହି ଅରଣ୍ୟ ମଧ୍ୟରେ ଗୋଟିଏ ସୁନ୍ଦର ବୃକ୍ଷ ଥାଏ । ଗହଳିଆ ପତ୍ର ଦ୍ୱାରା ବୃକ୍ଷଟି ଆବୃତ୍ତ । ବର୍ଷକ ବାରମାସ ସାରା ବୃକ୍ଷଟିରେ ନାହିଁ ନଥିବା ଫଳ ଆଉ ଫୁଲ । ଏତେ ସୁନ୍ଦର ଆଉ ସମସ୍ତ ସୁବିଧା ଥିବା ବୃକ୍ଷରେ ଯେ କେଁଉ ପକ୍ଷୀ ବସା ବାନ୍ଧିବାକୁ ନ ଚାହିଁବ ।

ସେମିତି ଏକ ପକ୍ଷୀଥିଲା, ଯେ ସେ ପକ୍ଷୀର ଦୁଇ ଗୋଟି ମୁହଁ । ପକ୍ଷୀଟି ଦେଖିଲା ଯଦି ଏ ବୃକ୍ଷରେ ଆମର ଏତେ ପ୍ରକାର ସୁବିଧା ହେଉଛି ତାହାହେଲେ ସେ ବୃକ୍ଷଟିରେ ସେ ବସା ନ ବାନ୍ଧିବ କାହିଁକି?

ସେ ସେହି ସୁନ୍ଦର ବୃକ୍ଷଟିରେ ବସାଟିଏ କରି ପକ୍ଷୀଟି ବାସ କଲା । ଦିନକର କଥା ସେ ଦୋମୁହାଁ ପକ୍ଷୀର ଗୋଟିଏ ମୁହଁ ସେଦିନ ସୁସ୍ୱାଦୁ ଅମୃତତୁଲ୍ୟ ଫଳ ଗୋଟିଏ ଖାଇଲା । ବାଃ ବେଶ୍ ସୁନ୍ଦର ଫଳଟିଏ । ସେଥିଲାଗି ଫଳଟିର ଖୁବ୍ ପ୍ରଶଂସା କରି କହିଲା, କି ଅମୃତ ପରି ସ୍ୱାଦ ।

ପ୍ରଥମ ମୁଖଟିର ଫଳ ଖାଇବାର ଆନନ୍ଦ ଦେଖି ଆର ମୁଖଟି କହିଲା – ତମେ ତ କହୁଛ ସୁସ୍ୱାଦୁ ତଥା ଅମୃତ ପରି ଫଳଟି ଖାଉଛ, ସେଥିରୁ ମୋତେ ଟିକେ ଦିଅ । ମୁଁ ମଧ୍ୟ ସେ ଫଳର ସ୍ୱାଦ ଜାଣି ଆନନ୍ଦ ହୁଅନ୍ତି ନାହିଁନା? ତା’ ଛଡ଼ା ଆମର ସିନା ମୁହଁ ଦୁଇଟା ହେଲେ ଗୋଟିଏ ପେଟ ତ?

ଦ୍ୱିତୀୟ ମୁହଁର କଥା ଶୁଣିବାମାତ୍ରେ ପ୍ରଥମ ମୁହଁଟି ବାକଚାତୁରୀ ଦେଖାଇ କହିଲା, ତୋ କଥା ଶୁଣି ମୋତେ ଯେ ଖୁବ୍ ହସ ଲାଗିଲା । ଆମର ସିନା ଦୁଇଗୋଟି ମୁହଁ ହେଲେ ପେଟ ତ ଗୋଟିଏ । ଆମେ ଦୁଇ ମୁହଁରେ ଯେ ଯାହା ଖାଇବା ସବୁ ସେହି ପେଟକୁ ଯାଉଛି ନା’ ନାହିଁ ବରଂ ଯେଉଁ ମୁହଁଟି ନ ଖାଉଛି, ତା’ର ପରିଶ୍ରମ ନାହିଁ, ଆନନ୍ଦରେ ଅଛି । ସେଥିପାଇଁ ମୁଁଆଉ ଗୋଟିଏ କଥା ଚିନ୍ତା କରୁଥିଲି ଯେ ଆମ ଅପେକ୍ଷା ଏହି ଫଳରୁ ଅଧା ନେଇ ଆମ ସ୍ତ୍ରୀକୁ ଦେଇଦେଲେ ସେ ଫଳ ଖାଇ ଆମ ପ୍ରତି ସଦାସର୍ବଦା ଖୁସି ପାଆନ୍ତା ।

ଏତକ କଥା ଦ୍ୱିତୀୟ ମୁହଁକୁ ବୁଝାଇ ଦେଇ ସାରିବା ପରେ ନିଜେ ଖାଉଥିବା ଫଳରୁ ଅଧା ରଖି ନେଇ ସ୍ତ୍ରୀକୁ ଦେଇଦେଲା ।

ଅବଶ୍ୟ କଥାଟି ଦ୍ୱିତୀୟ ମୁଖକୁ ଖୁବ୍ ବାଧିଗଲା । ତା’ ଛଡ଼ା ଅପମାନ ବି ହେଲା । ସେଥିପାଇଁ ତା’ ମନ ମଧ୍ୟରେ ପ୍ରଥମ ମୁହଁ ଉପରେ ରାଗ ଆଉ କ୍ରୋଧ ବି ବଢ଼ିଲା । ତେଣୁ ଏପରି ଅପମାନ ପାଇବା ପରେ ଦ୍ୱିତୀୟ ମୁଖଟି ଭାବିଲା ଯେ ଆଚ୍ଛା ଠିକ୍ ଅଛି । ଦିନେନା ଦିନେ ମୋତେ ଏହାର ପ୍ରତିଶୋଧ ନେବାକୁ ହେବ । ସେହିଦିନଠାରୁ ତା’ର ପ୍ରତିଶୋଧର ଅଗ୍ନିକୁ ଶାନ୍ତ କରିବା ଲାଗି ମାର୍ଗ ଅନ୍ୱେଷଣରେ ରହିଲା ।

ଏମିତି ମାର୍ଗ ସ୍ଥିର କରିବା ପାଇଁ ଅନେକ ଦିନ ଦ୍ୱିତୀୟ ମୁହଁକୁ ବିତାଇବାକୁ ପଡ଼ିଲା । ଯାହାହେଉ ଦିନେ ତା’ ପାଇଁ ସୁଯୋଗ ଗୋଟିଏ ଆସିଲା । ଅନ୍ୱେଷଣ କରୁ କରୁ ସେ ଗୋଟିଏ ବିଷଫଳ ପାଇଲା । ଏଥର ଚିନ୍ତା କଲା ଏହି ଫଳଟିକୁ ଖାଇଦେଲେ ପ୍ରଥମ ମୁହଁ ନିଶ୍ଚୟ ପାନେ ପାଇବ ।

ଦ୍ୱିତୀୟ ମୁହଁରେ ବିଷ ଫଳ ଦେଖି ପ୍ରଥମ ମୁହଁର ମନ ମଧ୍ୟରେ ଆସି ଭୟ ବି ସଞ୍ଚାର ହେଲା । ସେ ସେଙ୍ଗ ସେଙ୍ଗ ବିନୀତ କଣ୍ଠରେ ନମସ୍କାର ପୂର୍ବକ କହିଲା – ତୋତେ ନେହୁରା ହେଉଛି ତୁ ଏପରି ଗୋଟିଏ ଭୁଲ କାର୍ଯ୍ୟ କର ନାହିଁ ଯେ ଯେଉଁଥିରେ କି ଆମର ମୃତ୍ୟୁ ହୋଇଯିବ । ଏଥିରେ ତୋର କି ଲାଭ ହେବ ବରଂ ଆମେ ଦୁହେଁ ହିଁ ଛଟପଟ ହୋଇ ପ୍ରାଣ ହରାଇବା ।

ଦ୍ୱିତୀୟ ମୁହଁଟା କାହିଁକି ଶୁଣିବ । ସେ ମନେ ମନେ ଭାବୁଥାଏ ନିଜର ସ୍ୱାର୍ଥ ଭୋଗ କରିବା ସମୟରେ ତ ମୋ କଥାକୁ ଟିକିଏ ଶୁଣୁ ନଥିଲା । ନିଜେ ତ ସୁବିଧା ହୋଇ ନିଜର କାମନା ସାର୍ଥକ କଲା । ଏବେ ଏତେ ବିନୟତା ଗୁଣ ଆସୁଛି କେଉଁଠୁ । ଯାହାର ଯେଉଁ ଭାବରେ ପ୍ରକୃତି ସେ ସେହିପରି ଭାବରେ ଆଚରଣ କରିବ । ଏପରି ପ୍ରକୃତି କାହାରି ନାହିଁ, ତା’ର ମୃତ୍ୟୁ ହେବା ମଧ୍ୟରେ ମାର୍ଜିତ କରିଥାଏ । ବରଂ ମୃତ୍ୟୁ ଅନ୍ତେ ସେ ପ୍ରକୃତି ଯାଏ ନାଁ ଆଜି ତା’ କଥାରେ ଭୁଲିଯିବାର ନାହିଁ । ଏହା ଚିନ୍ତା କରି ନିଜରକ୍ରୋଧ ପରିତ୍ୟାଗ କରିନପାରି ଦ୍ୱିତୀୟ ମୁହଁଟି ମଧ୍ୟ ବିଷ ଫଳଟିକୁ ଖାଇଥିଲା – ଯାହାଦ୍ୱାରା ପକ୍ଷୀଟି ସେଙ୍ଗ ସେଙ୍ଗ ଛଟପଟ ହୋଇ ମରିଗଲା ।

ଯଦି ଦୁଇ ମୁହଁଙ୍କର ବୁଝାମଣାର ସମାନ ଜ୍ଞାନ ଥାଆନ୍ତା ତାହାହେଲେ ପକ୍ଷୀଟା ମୃତ୍ୟୁବରଣ କରିଥାଆନ୍ତା କାହିଁକି? ବରଂ ସୁଖରେ ସୁଖରେ ଜୀବନ ବିତାଇ ଥାଆନ୍ତା ।

ବୃକ୍ଷ ପକ୍ଷୀ ବିଷ ଫଳ

Rate the content


Originality
Flow
Language
Cover design

Comments

Post

Some text some message..