Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୀତର ସେଇ ଶେଷ ରାତି
ଶୀତର ସେଇ ଶେଷ ରାତି
★★★★★

© srutakirti Tripathy

Tragedy

3 Minutes   1.8K    14


Content Ranking

ସେଇ ଯେ ଶେଷ ଥର କାଳିନ୍ଦୀ ତା ' ଆଈ ଘରକୁ ଯାଇଥିଲା । ତାହା ଗୋଟିଏ ଶୀତ ଋତୁ ଥିଲା । ଚାରିଆଡେ ହେମାଳ ପବନ ର ଛୁଆଁ । ରାତି ରେ ଘାସ ଉପରେ କାକର ବୁନ୍ଦା, ପାଦ ଦୁଇଟିକୁ ଓଦା କରିଦେଉଥିଲା । ନଇ କୂଳିଆ ଗାଁ ହୋଇଥିବାରୁ ଥଣ୍ଡା ପବନରେ ଦେହ ଶୀତେଇ ଉଠେ । ସନ୍ଧ୍ୟା ହେଲା ମାନେ ଗୋଟିଏ ସ୍ଥାନ ରେ ନିଆଁ ଜଳ। ହେଉଥିଲା ଏବଂ ନିଆଁ କୁ ଘେରି କିଏ ମଶିଣା ରେ ତ କିଏ ଦଉଡ଼ିଆ ଖଟ ରେ ବସି ନିଜକୁ ଉଷୁମ ରଖିବାକୁ ଚେଷ୍ଟା କରୁଥିଲେ । ଗରମ ମୁଢି ଓ ବାଦାମ ଭଜା ର ଆସର ଜମୁଥିଲା । ମଝିରେ ମଝିରେ ମାଇଁ ନ ହେଲେ ଆଈ ଷ୍ଟିଲ ଗ୍ଲାସ ରେ ଗରମ ଗରମ ଚା ପରିବେଷଣ କରୁଥିଲେ । ଥଣ୍ଡା ଯୋଗୁଁ ତର ତର ହୋଇ ଗ୍ଲାସ ଟି କୁ ଚଟ କିନା ପାଟିରେ ଲଗାଉ ଲଗାଉ ଜିଭ ଅଗ ଟା କେତେ କେତେ ଥର ଜଳିଯାଇ ଦୁଇ ଦିନ ଯାଏଁ ଜିଭ ର ସ୍ୱାଦ ଚାଲିଯାଉଥିଲା ।

କାଳିନ୍ଦୀ ଆଈ ଘର ପାଖରେ ରହୁଥିଲା କେଉଁଟୁଣୀ ବୁଢ଼ୀ । ପୁରୁଣା କସ୍ତା ଶାଢ଼ୀ କୁ ଗୁଡେଇ କି ପିନ୍ଧିଥିବ । କଳା ମଚ ମଚ ଶରୀର ରେ ଧଳା ଚୁଟି । ସୋରିଷ ତେଲ ର ବାସ୍ନା ପାଖରେ ବସିଲେ ବାରି ହୋଇ ପଡେ । ବୁଢ଼ୀ ପାଖରେ ଯେମିତି ଗପ ର ପସରା । ରଜାରାଣୀ, ଅସୁରୁଣୀ, ଡାହାଣୀ, ଭୂତ, ପ୍ରେତ ଠାରୁ ଆରମ୍ଭ କରି ରାମାୟଣ, ମହାଭାରତ ସମ୍ବନ୍ଧୀୟ ସବୁ କାହାଣୀ ର ପେଡି ଯେମିତି ସେ ତାର କଙ୍କାଳ ସାର ଦେହରେ ଲୁଚେଇ ରଖିଥାଏ । କାଳିନ୍ଦୀ ଶାଲ ଭିତରେ ଜାକି ଜୁକି ହୋଇ ବସି ଗପ ଶୁଣିବାରେ ଏମିତି ହଜି ଯାଏ ଯେ କେତେବେଳେ ଖାଇବା ସମୟ ହୋଇଯାଏ ତାକୁ ଜଣା ପଡ଼େନି । ଆଈ ଙ୍କର ବାରମ୍ବାର ତାଗିଦ ସତ୍ୱେ ଖାଇବାକୁ ଯିବା ପାଇଁ ତାର ଇଚ୍ଛା ହୁଏନି । କେଉଟୁଣୀ ବୁଢ଼ୀ ଜାଣି ଜାଣି କହେ,"ଆରେ ପିଲେ ଭୋକ ରେ ମୋର ପେଟ ପସିଲାଣି, ଦୁଇ ଗୁଣ୍ଡା ଖାଇକି ଗପ ଟି ସାରିବି ।" ସଭା ଭଙ୍ଗ ହୁଏ । ଦଉଡି ଯାଆନ୍ତି ଯେ ଯାହା ଘରକୁ । ଶୀଘ୍ର ଖାଇବା ଶେଷ କରି ବସିଯାନ୍ତି ପୁଣି ଯେ ଯାହା ଜାଗାରେ । ବୁଢ଼ୀ ପୁଣି ଗପିଯାଏ ତାର ଅବଶିଷ୍ଟ କାହାଣୀ । ଗପ ସରୁ ସରୁ କେତେ ରାତି ହୁଏ, ଘଣ୍ଟା ଦେଖିବାକୁ କାହାରି ସ୍ପୃହା ନ ଥାଏ । ବୁଢ଼ୀ କିନ୍ତୁ ତା ' ଘର ଚୁଲି ମୁଣ୍ଡରେ ସପ ପାରି ଶୋଇ ପଡେ ଆଉ ଗୋଟିଏ ରାତି ଅପେକ୍ଷାରେ ।

ତା 'ପର ଦିନ କାଳିନ୍ଦୀ ର ନିଦ ଭାଙ୍ଗିଲା ହୋ ହାଲ୍ଲା ଶବ୍ଦ ଶୁଣି । ବାହାରକୁ ଯାଇ ଯାହା ଦେଖିଲି ଆଖିକୁ ବିଶ୍ୱାସ ହେଲା ନାହିଁ । ବୁଢ଼ୀ ଟି ଗତ ରାତି ରେ ସେମିତି ଚୂଲି ମୁଣ୍ଡରେ ଶୋଇଥିବା ଅବସ୍ଥା ରେ ଜୀବନ ହାରି ଦେଇଥିଲା ।

କାଳିନ୍ଦୀ ର ଆଈ ସବୁଦିନ ପରି କେଉଟୁଣୀ ବୁଢ଼ୀ ଘରକୁ ଚୂଲି ଲଗେଇବା ପାଇଁ ଲୁହା ଚଟୁ ଧରି ନିଆଁ ଆଣିବାକୁ ଯାଆନ୍ତି । ସେଦିନ ଭୋର ରୁ ଯାଇ ଡାକିବାରୁ ବୁଢ଼ୀ କିଛି ଶବ୍ଦ ଦେଲାନି । ପାଖକୁ ଯାଇ ହଲେଇ ଦେଲା ବେଳକୁ ବୁଢ଼ୀ ର ପ୍ରାଣବାୟୁ ଉଡିସାରିଛି । କେବଳ ପଡିରହିଥିଲା ତାର ନିଶ୍ଚଳ, କଙ୍କାଳସାର ଶରୀର । ଏସବୁ ଦୃଶ୍ୟ ଦେଖି ଏକ ହିମ ଶୀତଳ ଶିହରଣ କାଳିନ୍ଦୀ ର ତାଳୁ ରୁ ତଳିପା ଯାଏଁ ସଂଚରିତ ହୋଇଗଲା ଏବଂ ଆଖି ଦୁଇଟି ଲୁହ ରେ ଜଳକା ହେଇଗଲା । ବାହାରେ ପ୍ରବଳ ଥଣ୍ଡା ଥିଲେ ମଧ୍ୟ ଉତ୍ତପ୍ତ ହୋଇଯାଇଥାଏ ତାର ଅନ୍ତର ଏବଂ ଅସ୍ତ ବ୍ୟସ୍ତ ହୋଇଯାଉଥାଏ ସେ ଟିକିଏ ଥଣ୍ଡା ପବନ ପାଇଁ ।

ତା ପରେ ଶୀତ ଦିନ ଆସିଲେ କାଳିନ୍ଦୀ ର ବହୁତ ମନେ ପଡ଼େ ଆଈ ଘର କଥା । କେଉଟୁଣୀ ବୁଢ଼ୀ କଥା, ତାର ଗପ କୁହା ଢଙ୍ଗ କଥା, ହେଲେ ଆଜିଯାଏ କାହାକୁ କହି ନି ସେ, ବୁଢ଼ୀ ତାକୁ ମରିବା ପୂର୍ବ ଦିନ କହିଥିବା ଗୋଟିଏ କଥା ।

ଗପ ଶୁଣିସାରି ଉଠି କି ଗଲା ବେଳେ ବୁଢ଼ୀ କାଳିନ୍ଦୀ କୁ ମାଗିଥିଲା ଘୋଡିହେବା ପାଇଁ ସେ ପିନ୍ଧିଥିବ ଶାଲ । ଯାହା କି ସେ,'କାଲି ଦେବି 'ବୋଲି କହି ମିଛ ପ୍ରତିଶ୍ରୁତି ଦେଇ ଚାଲି ଆସିଥିଲା । ସେଥିପାଇଁ ପରଦିନ ସକାଳ ର ହୃଦୟ ବିଦାରକ ଘଟଣାଟି ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଥିଲା କାଳିନ୍ଦୀ ।

ତାକୁ ମନେହେଲା ବିଚରା ବୁଢ଼ୀ ଟି ବୋଧେ ଶୀତ ସହି ନ ପାରି ଅକାଳ ରେ ମୃତ୍ୟୁ ବରଣ କଲା । ଜୀବନ ଥିବା ଯାଏଁ ସେ ଘଟଣା ଟି ପାଇଁ କାଳିନ୍ଦୀ ନିଜକୁ କ୍ଷମା ଦେଇ ପାରିନି । ଆତ୍ମଗ୍ଲାନି ରେ ଆଈ ଘରକୁ ଯିବା ମଧ୍ୟ ତା ପକ୍ଷେ ଆଉ ସମ୍ଭବ ହୋଇ ପାରିନି ।

ସୃତକିର୍ତ୍ତୀ ତ୍ରିପାଠୀୀ

ରାତି ଆଈ ଶୀତ

Rate the content


Originality
Flow
Language
Cover design

Comments

Post

Some text some message..