Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଯାଦୁର ବାଡ଼ି

ଯାଦୁର ବାଡ଼ି

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ମହାଜନଙ୍କ ପାଖରେ ତାଙ୍କର ଚାରିଜଣ ଅତି ବିସ୍ୱସ୍ଥ ସେବକ ରହୁଥିଲେ l ଥରେ ମହାଜନ ନିଜ ସ୍ତ୍ରୀ ପିଲାଙ୍କ ସହ ଏକ ବାହାଘର ଭୋଜିରେ ଯୋଗଦେବାପାଇଁ ପାଖ ସହରକୁ ଯାଇଥିଲେ l ତା ପରଦିନ ଆସି ଦେଖନ୍ତି ତ ତାଙ୍କ ସିନ୍ଦୁକରେ ଥିବା ସମସ୍ତ ଧନରତ୍ନ ଚୋରୀ ହୋଇ ଯାଇଛି l ସେ ସବୁ ସେବକ ମାନଙ୍କୁ ପଚାରିଲେ ସେମାନେ ସମସ୍ତେ ମନାକରି କହିଲେ ଆମେ ଆପଣଙ୍କ ପାଖରେ ଏତେ ଦିନ ଧରି ରହି ସେବା କଲୁ ଅଥଚ ଆପଣ ଆମକୁ ସନ୍ଦେହ କରୁଛାନ୍ତି l

ମହାଜନ ମନେ ମନେ ଭାବିଲା ପ୍ରକୃତରେ ମୋର ସେବକ ମାନେ ଅତି ସଚ୍ଚୋଟ l ସେମାନେ ଏମିତି ଚୋରିକାମ କରି ନ ଥିବେ l ହେଲେ ସେମାନେ ଥାଉ ଥାଉ ଏ କାମ କିଏ କଲା ? ମୋର ସରା ଜୀବନର ଅର୍ଜିତ ଧନ ଏମିତି କ’ଣ ଚୋର ନେଇଯିବ ! ଏମିତି ଭାବି ସେ ବିରବଲଙ୍କ ପାଖରେ ପହଞ୍ଚି ତାଙ୍କୁ ସବୁ କଥା ଅବଗତ କରାଇଲେ l ବୀରବଲ ସୂନୀ କହିଲେ ମୁଁ ଭାବୁଛି ଏ କାମ ତୁମ ସେବକ ମାନଙ୍କ ମଧ୍ୟରୁ ଜଣେ କିଏ କରିଛି l ତୁମେ ସମସ୍ତଙ୍କୁ ଏଠାକୁ ଡାକ l ଚାରି ସେବକ ଆସି ବୀରବଲଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ବୀରବଲ ଆଉ ଥରେ ସେମାନଙ୍କୁ ଏହି ଚୋରୀ ବିଷୟରେ ପଚାରିଲେ l ସେମାନେ ପୂର୍ବପରି ମନା କଲେ l

ବୀରବଲ କିଛି ସମୟ ଚିନ୍ତା କରି କହିଲେ – ଆଚ୍ଛା ଠିକ୍ ଅଛି l ମୁଁ ତୁମ ସମସ୍ତଙ୍କୁ ଗୋଟିଏ ଲେଖା ବାଡ଼ି ଦେବୀ ତାହାକୁ ତୁମେ ମାନେ ଗୋଟିଏ ରାତି ପାଇଁ ଘରେ ରଖିବ l କାଲୀ ଆଣି ମତେ ସେହି ବାଡ଼ି ସବୁ ଫେରାଇବ l ଏହା ଶୁଣି ମହାଜନ କହିଲେ – ଆଜ୍ଞା l ଏହା ଦ୍ଵାରା କ’ଣ ହେବ ? ବୀରବଲ କହିଲେ- ଏ ସବୁ ହେଉଛି ଯାଦୁର ବାଡ଼ି l ଯେଉଁ ସେବକର ବାଡ଼ି ଏକ ଇଞ୍ଚ ବଢ଼ିଥିବ ସେ ହିଁ ପ୍ରକୃତ ଚୋର ରୂପେ ସାବ୍ୟସ୍ଥ ହେବ କହି ସେ ଚାରିଜଣଙ୍କୁ ସମାନ ଚାରୋଟି ବାଡ଼ି ଦେଇ ବିଦାୟ କରିଦେଲେ l

ତା’ପର ଦିନ ଠିକ୍ ସମୟରେ ଚାରି ସେବକ ମାନେ ନିଜ ନିଜର ବାଡ଼ି ନେଇ ପହଞ୍ଚି ଗଲେ l ବୀରବଲ ସମସ୍ତଙ୍କ ବାଡିକୁ ଏକାଠି କରି ମାପିବାରୁ ଜଣକର ବାଡ଼ି ଏକ ଇଞ୍ଚ ଛୋଟ ହୋଇ ଯାଇଥିବାର ଦେଖିଲେ l ସେ ସଙ୍ଗେ ସଙ୍ଗେ ଦୂତକୁ ଆଦେଶ ଦେଲେ ସେହି ଚତୁର୍ଥ ସେବକକୁ ବାନ୍ଧି ପକାଇବା ପାଇଁ l ତା ପରେ ତାକୁ ପଚାରିଲେ - ସତ କୁହ ? ତୁମେ ତୁମ ମାଳିକର ଧନରତ୍ନ ସବୁ କେଉଁଠି ଲୁଚାଇ ରଖିଛ ?ଚୋର କହିଲା – ମୋର ବାଡ଼ି ପଛପଟ ଆମ୍ବଗଛ ମୂଳରେ ପୋତି ଦେଇଛି l ବୀରବଲ ଦୁତସହ ଚୋରକୁ ପଠାଇ ମହାଜନର ସମସ୍ତ ଧନ ସୁରକ୍ଷିତ ନେଇ ଆସିଲେ l

ଏହା ଦେଖି ମହାଜନ ଆବାକାବା ହୋଇ ପଚାରିଲେ ଆଜ୍ଞା ! ଆପଣ କେମିତି ଜାଣିଲେ ଯେ ଏହି ସେବକ ହିଁ ପ୍ରକୃତ ଚୋର ବୋଲି ? ବୀରବଲ କହିଲେ ଏ ଚୋର ଯେତେବଳେ ଶୁଣିଲା ଯେ ଯିଏ ପ୍ରକୃତ ଚୋର ହୋଇଥିବ ଏ ଯାଦୁର ବାଡ଼ି ଆପେ ଆପେ ଏକ ଇଞ୍ଚ ବଢ଼ିଯିବ l ସେ ରାତିରେ ଶୋଇବା ପୂର୍ବରୁ ବାଡ଼ିଟାକୁ ଏକ ଇଞ୍ଚ ଛୋଟ କରି ଦେଇଥିଲା l କିନ୍ତୁ ଏ ବାଡ଼ିଟିତ ସାଧାରଣ ବାଡ଼ି l ତେଣୁ ତାର ଏପରି ବୁଦ୍ଧି ଯୋଗୁଁ ସେ ନିଜେ ଧରା ପଡ଼ିଗଲା l

ଏହା ଶୁଣି ମହାଜନ ବିରାବଲଙ୍କ ବୁଦ୍ଧିକୁ ଧନ୍ୟ ଧନ୍ୟ କହି ବିଦାୟ ନେଲେ l


Rate this content
Log in

Similar oriya story from Children