Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବ୍ୟକ୍ତ ଭାବନା
ଅବ୍ୟକ୍ତ ଭାବନା
★★★★★

© Manasi Tripathy

Others

8 Minutes   7.5K    16


Content Ranking

ପ୍ରୀତି ମୁହଁରେ ଆହୁରି ଲାଖି ରହିଛି ହସ, ସତେ ଯେମିତି ହସ ର ଗୋଳି ଖାଇ ନେଇଛି ପରା I ପ୍ରୀତି ର ଆଜି ମନେ ପଡିଯାଉଛି ଅନେକ ସ୍ମିତ ହସ ଗଳ୍ପ କଥା, କିନ୍ତୁ ତାର ଏ ହସ ରାଓ ବାବୁଙ୍କ ହସ ଭଳି ଅଜାଣତରେ ସୃଷ୍ଟି ହୋଇନଥିଲା। ଜାଣି ଶୁଣି ସେ ହସୁଥିଲା ଚାହିଁଲେ ବି ଅଟକାଇ ପାରୁନଥିଲା, କେମିତି ବା ପ୍ରତିରୋଧ କରିବ ସେ ଯେ ଭାରି ଖୁସି ଅଛି, ଯେମିତି ସେଇ ମୁହୂର୍ତ୍ତରେ ସେ ଦୁନିଆର ସବୁଠାରୁ ଖୁସି ମଣିଷ। ଅନେକ ଦିନ ଧରି ତପସ୍ୟାରତ ଯୋଗୀ ଟିଏ ଅଚାନକ ସିଦ୍ଧି ଲାଭ କଲେ, ଦରିଦ୍ର କୋଟିନିଧି ପାଇଗଲେ ହୁଏତ ଏତେ ଖୁସି ହେବନି ଯାହା ଦେଖାଦେଇଥିଲା ପ୍ରୀତି ମୁହଁ ରେ। ଏ ଖୁସିକୁ ଯେମିତି କାହାର ନଜର ନ ଲାଗୁ, କଳା ଛାଇ ଢାଙ୍କି ନ ଦଉ, ଠାକୁରଙ୍କୁ ସେଥିପାଇଁ ପ୍ରାର୍ଥନା କରି ସାରିଲାଣି। ଏମିତି ହିଁ ପ୍ରୀତି, ଆବଶ୍ୟକ ପଡ଼ିଲେ ଠାକୁରଙ୍କୁ ମନେ ପକାଏ ତେଣୁ ବୋଧେ ଭାଗ୍ୟ ତାକୁ ପରିହାସ କରେ କୁଟିଳ ହସ ଫୁଟାଇ। ଆଜି ସେ ଚାହୁଁ ନଥିଲା ତାକୁ ମିଳିଥିବା ଖୁସି ଟିକକ କୌଣସି ମତେ ଦୁରେଇ ଯାଉ ତାଠୁ ଭାଗ୍ୟର ବିଡ଼ମ୍ବନା ପରି।

ପ୍ରୀତିର ସବୁ ଖୁସି ପ୍ରଣୟ ପାଇଁ। ସେଦିନ ରାତିରେ ପ୍ରଣୟର ପ୍ରସ୍ତାବ ଶୁଣି ସେ ଆନନ୍ଦରେ ଆତ୍ମହରା ହୋଇପଡିଥିଲା। ତାର ସେ ଆନନ୍ଦ ବର୍ଣନା ଅତୀତ ଥିଲା। ଖୁସି, ବିସ୍ମୟ ମିଶାମିଶି ହୋଇ କ୍ଷଣ ଟିଏ ପ୍ରୀତି ସ୍ତମ୍ଭିତ ହୋଇ ପଡିଥିଲା କିନ୍ତୁ ପର କ୍ଷଣ ରେ ତାର ଆନନ୍ଦ, ଉଲ୍ଲାସ! ଯଦି ସେ ସମୟରେ ପ୍ରଣୟ ତା ସମ୍ମୁଖରେ ଉପସ୍ଥିତ ଥାନ୍ତା ହୁଏତ ଯାଣିପାରିଥାନ୍ତା ସେ କେତେ ଉତ଼୍ଫୁଲ୍ଲିତ ହୋଇପଡିଛି। ଦୀର୍ଘ ଦିନର ସ୍ଵପ୍ନ ତାର ଆପେ ଆପେ ପୂରଣ ହୋଇ ଯାଇଚି, ତେବେ ଭଲ ହୋଇଛି ପ୍ରଣୟ ତା ସାମନାରେ କିଛି କହିନି ନହଲେ ହୁଏତ ନିଜ ପ୍ରତିକ୍ରିୟା କୁ ଲୁଚେଇବାକୁ ତାକୁ କୌଣସି ବାହାନା ମିଳି ନଥାନ୍ତା।

ଆଜି ପର୍ଯ୍ୟନ୍ତ ପ୍ରୀତି ମନରେ ପ୍ରତିଦିନ ଯେଉଁ ସ୍ୱପ୍ନର ଜୁଆର ଉଠୁଥିଲା ପ୍ରଣୟ ଆଜି ତା ପାଇଁ ବେଳାଭୂମି ସାଜିଛି, ସେଠି ଜୁଆର ଗୁଡ଼ିକ ମୁଣ୍ଡ ବାଡ଼େଇ ଯେମିତି ଲୋଟେଇ ଦେଉଛି ନିଜକୁ।

କଲେଜ ର ବିଶ୍ରାମ କୋଠାରୀରେ ଶୋଇ ଶୋଇ ପ୍ରୀତି ରୋମନ୍ଥନ କରି ଚାଲିଥିଲା ପୂର୍ବ ଦିନମାନଙ୍କର ସ୍ମୃତି ସବୁ, ସେହି ସ୍ମୃତି ସବୁ ବୁଦ୍ ବୁଦ୍ ପରି ଭାସି ଉଠୁଥିଲା ତା ମନ ସମୁଦ୍ରରେ। ପ୍ରଣୟ ସହ ପରିଚିତ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ବିଷୟ ଗୋଟି ଗୋଟି ମାନସ ପଟ୍ଟ ରେ ଭାସି ଉଠୁଥିଲା।

ଭାବନାର ଅନ୍ତ ନାହିଁ, ଏକା ଧ୍ୟାନରେ ଘରର ଛାତକୁ ଅନାଇ ରହି ଭାବି ଚାଲିଥିଲା ପ୍ରୀତି। ପ୍ରଣୟ ପୋଲିସ୍ ବିଭାଗର କର୍ମଚାରୀ, ବୟସରେ ମାତ୍ର ଗୋଟିଏ ବର୍ଷ ବଡ଼ ପ୍ରୀତି ଠାରୁ, ଭାରି ବୁଝିଲା ସୁଝିଲା, ଖୁସିବାସିଆ ମଣିଷ ଟିଏ। ସୋସିଆଲ ମିଡ଼ିଆ ରୁ ପ୍ରୀତିର ପ୍ରଣୟ ସହ ପରିଚୟ ଆରମ୍ଭ ହୁଏ ଗତ ବର୍ଷ। ପ୍ରୀତି ହିଁ ମ୍ୟୁଚୁଆଲ ଫ୍ରେଣ୍ଡ୍ ଆଉ ପ୍ରୋଫାଇଲ୍ ରେ ପୋଲିସ୍ ବିଭାଗର ନାଁ ଦେଖି ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇ ଥିଲା, ପ୍ରଣୟ ଗ୍ରହଣ କରିଥିଲା ମଧ୍ୟ। ଏଇ ପୋଷାକ ଆଉ ଚାକିରିଟା ପ୍ରତି ପ୍ରୀତିର ଅହେତୁକ ମମତା ଯେମିତି ତାକୁ ବାଧ୍ୟ କରିଥିଲା ପ୍ରଣୟ ପ୍ରତି ଆକର୍ଷିତ ହେବାକୁ।

ଯେବେଠାରୁ ସେ ପ୍ରଣୟ ସହ କଥା ହେଇଛି ଅଜାଣତରେ ଖାଲି ସ୍ଥାନ ଟିଏ ସୃଷ୍ଟି ହୋଇ ପଡିଛି ତା ମନରେ, ଧୀରେ ଧୀରେ ପ୍ରଣୟର ଭାବନା ସେ ସ୍ଥାନ ପୂରଣ କରିଛି, ପ୍ରଣୟ କୁ ନେଇ ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଛି ପ୍ରୀତି। ଯେବେ ତା ସହ ପ୍ରଥମ ଦେଖା ହୋଇଛି ଗୋଟାପଣେ ଯେପରି ପ୍ରଣୟ କୁ ନିଜର କରିବସିଛି ସେ।

ଅନେକ ଥର ଭାବିଛି ଏମିତି ହୁଅନ୍ତା କି ସେ କହି ପାରନ୍ତା ମନ ଖୋଲି ସବୁ କଥା ମାତ୍ର ପାରିନି। ଆଖିରେ ଅନେକ ସ୍ଵପ୍ନ, ମନରେ ଅବ୍ୟକ୍ତ ଆବେଗ କୁ ନେଇ ଖାଲି ଆନ୍ଦୋଳିତ ହେଇଛି ବରାବର। ଉଭୟ ଗୋଟିଏ ଜାତିର ତେଣୁ ସାମାଜିକ ତାରତମ୍ୟ ନାହିଁ କି ବୟସର ଯଥେଷ୍ଟ ତାରତମ୍ୟ ନାହିଁ ତଥାପି କେଉଁ ଏକ ଅଜଣା ଆଶଙ୍କା ତାକୁ ଯେମିତି ଖାଇ ଗୋଡ଼େଇଛି। ଅନେକ ଭାବନାର ଫେଣ୍ଟା ଫେଣ୍ଟି ଭାବ ବରମ୍ବାର ଉଦବେଗ ସୃଷ୍ଟି କରୁଛି ତା ମନରେ।

ପ୍ରୀତି ହୁଏତ କହି ପାରନ୍ତା କିନ୍ତୁ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ଵ ତା ଉପରେ, ତେଣୁ ଏଭଲି ଏକ ପରିସ୍ଥିତି ରେ ରଙ୍ଗିନ୍ ସ୍ଵପ୍ନ ଦେଖି କଳ୍ପନାରେ ଘୂରିବୁଲିବା ବୋଧହୁଏ ତା ପକ୍ଷରେ ଶୋଭା ଦେଉନି, ପୁଣି ଏ ସବୁକୁ ଦୂରକୁ ଠେଲି ଯଦି ନିହାତି ମୁହଁ ଖୋଲି କିଛି କହେ ଆଉ ପ୍ରତିଉତ୍ତରରେ ପ୍ରଣୟ ଯଦି ମନା କରି ଦିଏ ଏବଂ ତାଠାରୁ ଦୁରେଇ ଯାଏ ତେବେ ଅସହ୍ୟ ହୋଇ ପଡ଼ିବ ତା ପାଇଁ ଏ କଥା, ବରଂ ଏମିତି ଏକ ତରଫା ପ୍ରେମ ହିଁ ବେଶ୍ ଭଲ, ଅନ୍ତତଃ ଆନନ୍ଦ ଦଉଛି ମନକୁ।

ଇତି ମଧ୍ୟରେ ଫୋନରେ କଥା ହେବା ସମୟରେ ବହୁବାର ପ୍ରୀତି ପରୋକ୍ଷରେ ପ୍ରଣୟ କୁ ପ୍ରେମ ଉପରେ ତାର ମତାମତ ପଚାରି ସାରିଛି ହେଲେ ପ୍ରତ୍ୟେକ ଥର ଉଦାସ ବାଣୀ ଶୁଣିଛି ପ୍ରତିଥର ଉଦାସ ରେ ଭାଙ୍ଗି ପଡ଼ିଛି ତା କଁଅଳ ମନ ଟି ତେଣୁ ସେ ନରମି ଯାଇଛି।

ସତେଇଶି ବର୍ଷରେ ପାଦ ଦେଲାଣି ପ୍ରୀତି, ଘରେ ତାକୁ ନେଇ ସବୁରି ନାନା ଚିନ୍ତା, ତା'ରି ବିବାହ ପାଇଁ, ବିଶେଷ ଭାବରେ ତା ବୋଉର ଭାରି ଚିନ୍ତା। ମା ମନ ତ ଚିନ୍ତା କରିବା ସ୍ୱାଭାବିକ। ବଢ଼ିଲା ଝିଅ ବେଶିଦିନ ଘରେ ରହିଲେ ଶୋଭା ଦିଏନା ଏ ଯେ ଆମ ପରମ୍ପରା।

ବିବାହ କଥା ଶୁଣି ପ୍ରୀତି ମନରେ ଚିନ୍ତା ଭରି ଯାଏ।କେମିତି ହେବ ସେ ପୁରୁଷ ଜଣକ? କଣ ସେ ତାର ସବୁ ଦାୟିତ୍ଵ କୁ ନିଜର କରି ପାରିବ? ସେ କଣ ତା ଘରର ଜ୍ୱାଇଁ ନୁହଁ ପୁଅ ଟିଏ ହେଇ ପାରିବ? ନାନା ଆଶଙ୍କା ରେ ଛନ୍ଦି ହୋଇ ପଡ଼େ ପ୍ରୀତି, ବିରକ୍ତିରେ ଚିହିଁକି ଉଠେ ସେ। ହେଲେ କିଏ ବୁଝିବ ତା ମନ କଥା?

ଏଇ କାରଣରୁ ସେ ପ୍ରଣୟ କୁ ନେଇ ଆଗକୁ ଚିନ୍ତା କରି ପାରିନି, କାରଣ ସେ କୌଣସି ସର୍ତ୍ତ ଚାହୁଁନି ପ୍ରଣୟ ପାଖରୁ ଆଉ ନିଃସର୍ତ୍ତ ବି ହେଇ ପାରୁନି, ତେଣୁ ବହୁତ ପସନ୍ଦ କଲେ ସୁଦ୍ଧା ସେ ସର୍ତ୍ତ ପୂର୍ଣ୍ଣ ସମ୍ପର୍କ ଗଢିବାକୁ ଚାହୁଁନି ତା ସହ, କାହିଁକିନା ଯେଉଁଠି ସର୍ତ୍ତ ଥାଏ ସେଠି ପ୍ରେମ ନଥାଏ ମାତ୍ର ତା ପ୍ରେମ ନିଃସର୍ତ୍ତ, ନିଷ୍କଳଙ୍କ।

ସବୁବେଳେ ପ୍ରଣୟ ର ଛବି ତା ମାନସପଟରେ ଝଲସି ଉଠେ, ପ୍ରତିଦିନ କଲେଜ ଯାଉଥିବା ସମୟରେ ପୋଲିସ୍ ଭ୍ଯାନ ଗୁଡ଼ିକୁ ଦେଖିଲେ ଚଞ୍ଚଳ ହୋଇଉଠେ ତାର ଆଖି ଯୋଡ଼ିକ, ସଭିଙ୍କ ଭିତରେ ସେ ଖୋଜେ ପ୍ରଣୟ କୁ, ବସରେ ଯାଉଥିବା ବେଳେ ପ୍ରଣୟର କାର୍ଯ୍ୟାଳୟ ଆଡକୁ ଦୃଷ୍ଟି ନିକ୍ଷେପ ନକରି ରହି ପାରେନି। ଏହା ଯେ ସ୍ୱତଃପ୍ରବୃତ୍ତ ହୋଇପଡେ।

କଳ୍ପନାର ଅପହଞ୍ଚ ଇଲାକାରେ ରହି ଫଗୁଣର ରଙ୍ଗ ସାଉଁଟିବାକୁ ଚେଷ୍ଟା କରେ। ବେଳେ ବେଳେ ଭାବେ ସେ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ଉନି ତ! ନାନା ପ୍ରଶ୍ନ, ଦ୍ଵନ୍ଦ୍ଵ, କୁହେଳି କୁ ନେଇ ଆଚ୍ଛନ୍ନ ହୋଇପଡେ ହୃଦୟ, ଅବସନ୍ନ ହୋଇପଡେ ମନ।

ହଠାତ୍ ତାର ସବୁ ଦ୍ଵନ୍ଦ୍ଵ ର ସମାଧାନ ହେଇ ଯାଇଥିଲା। ଏବେ କିଛିଦିନ ହେଲା ପ୍ରଣୟ ସହ ତାର ସବୁଦିନ ଦେଖା ହେଉଛି, ଗଣେଶ ପୂଜା ରେ ସେ ପ୍ରଣୟ ସହ ବୁଲିବାକୁ ଯାଇଥିଲା ବି। ଫେରିବା ବେଳେ ପ୍ରଣୟ ଯେତେବେଳେ ତାକୁ ଥଟ୍ଟା କରିଥିଲା "ତମକୁ ମୋ ଭାଉଜ କଲେ କେମିତି ହେବ" ଏ କଥାରେ ଭାରି ଆଘାତ ଲାଗିଥିଲା ପ୍ରୀତିକୁ। ତେବେ ତିନି ଚାରି ଦିନ ଭିତରେ କାହିଁକି କେଜାଣି ପ୍ରୀତିକୁ ଅନୁଭବ ହେଇଥିଲା ପ୍ରଣୟ ତା ସହ ଦେଖା ହେବା ପାଇଁ ବାହାନା ଖୋଜୁଛି, ସେଦିନ ରାତିରେ ତା ସତ ମଧ୍ୟ ହୋଇଗଲା।

ପ୍ରଣୟ ପ୍ରାୟ ଅଧଘଣ୍ଟା କାଳ ପ୍ରୀତି ଘରେ ବସି ଫେରିଯାଇଥିଲା। ଫେରିବାର ଗୋଟେ ଘଣ୍ଟା ପରେ ଯେତେବେଳେ ପ୍ରୀତି ତାକୁ ଫୋନ୍ କରିଥିଲା ପ୍ରଣୟ ତାକୁ ତା ମନ କଥା କହିଥିଲା। ସେ ପ୍ରୀତିକୁ ବିବାହର ପ୍ରସ୍ତାବ ଦେଇଥିଲା।

ଆନନ୍ଦରେ ଆତ୍ମହରା ହୋଇପଡିଥିଲା ପ୍ରୀତି, ସେ ରାଜି ବି ହେଇଥିଲା ପ୍ରଣୟ କଥାରେ ତେବେ ସନ୍ଦିହାନ ଥିଲା ପ୍ରଣୟ ଯାହା କହୁଛି ନିଜେ ଜାଣିଚି ତ! ଏପରି ମନେ କରିବା ଅମୂଳକ ନଥିଲା, ପ୍ରଣୟ ଡ୍ରିଂକ୍ସ କରିଛି ବୋଲି ଯେ କହିଥିଲା ତାକୁ, ତ ଏପରି ଧାରଣା ହେବା ସ୍ୱାଭାବିକ।

ଏଇତ କାରଣ ପ୍ରୀତି ମୁହଁରେ ଦେଖା ଦେଇଥିବା ଅଲିଭା ହସର। ଯେତେବେଳେ ପ୍ରଣୟ ତାକୁ ପଚାରିଥିଲା ଯେମିତି ସେ ଅନୁଭବ କରୁଛି ତା ପାଇଁ, ପ୍ରୀତି ମଧ୍ୟ କଣ ସେମିତି କିଛି ଅନୁଭବ କରୁଛି, ପୁଣି ପ୍ରଶ୍ନ କରିଥିଲା ସେ ଡ୍ରିଂକ୍ସ କରେ, ଗୁଟଖା ସେବନ କରେ, ସବୁ ଜାଣି କାହିଁକି ସେ ତା କଥାରେ ରାଜି ହେଲା?

ଏ ପ୍ରଶ୍ନର ଉତ୍ତର ପ୍ରୀତି କିଛି ଦେଇ ପାରିନଥିଲା ବରଂ କହିଥିଲା ସବୁ କାହିଁକିର ଉତ୍ତର ନଥାଏ। ମନରେ ଭାବିଲା "ନା ପ୍ରଣୟ କେମିତି ମୁଁ ଅରାଜି ହେବି ତୁମ କଥାରେ? ତୁମ ଆଗରୁ ମୁଁ ଏ ମନକୁ ତୁମ ପାଖରେ ହରେଇ ବସିଛି, ଆଜି ଅରାଜି ର ପ୍ରଶ୍ନ ଉଠୁଛି କୋଉଠି, ବରଂ ତମ ଇଚ୍ଛା କୁ ପୂରଣ କରିବାକୁ ଚାହେଁ ସବୁବେଳେ।

ପ୍ରୀତି ର ସବୁ ଆଶା କିନ୍ତୁ ପାଣି ଫୋଟକା ପରି ମିଳେଇ ଯାଇଥିଲା ଯେତେବେଳେ ସମ୍ପର୍କକୁ ନେଇ ପ୍ରଣୟର ଅନିଶ୍ଚିତତା କୁ ଜାଣି ପାରି ଥିଲା। ପ୍ରଣୟ ତାକୁ କହିଥିଲା ଦୁଇବର୍ଷ ତାକୁ ଅପେକ୍ଷା କରିବାକୁ ପଡ଼ିବ ତା ପାଇଁ, ବଡଭାଇ ର ବିବାହ ସରିବା ପୂର୍ବରୁ ସେ କେବେବି ନିଜ କଥା ଘରେ ଜଣେଇ ପାରିବନି।

ପ୍ରଣୟ ବାରମ୍ଵାର ମନା କରିବା ସତ୍ତ୍ୱେ ପ୍ରୀତି ଏ କଥା ବୋଉକୁ ତାର କହି ପକେଇଥିଲାI ଖାଲି ଏବେ ନୁହଁ ଯେବେ ପ୍ରଥମେ ପ୍ରଥମେ ସେ ପ୍ରଣୟ ସହ କଥା ହେଉଥିଲା ସେହି ସମୟରେ କିଛି ବିବାହ ପ୍ରସ୍ତାବ ଆସିଥିଲା ସେତେବେଳେ ଅଜାଚିତ ଭାବେ ପ୍ରୀତି ବୋଉକୁ କହିଥିଲା ଯଦି ହେଇପାରୁଛି ପ୍ରଣୟ ସହ କରିପାରିବ କି ପ୍ରସ୍ତାବ!? ବୋଉ ତାର ସବୁଠୁ ଭଲ ବନ୍ଧୁ, ସବୁ କିଛି ପ୍ରୀତି ବୋଉକୁ କହେ। ଏ କଥା ଶୁଣି ବୋଉ ଟିକେ ହସି ଦେଇ କହିଥିଲା ଯଦି ତୁ ଚାହୁଁଚୁ ତେବେ ତୁ ନିଜେ ଠିକ୍ କରେ। ଅନେକ ଦିନ ତଳେ ସେ କହିଥିବା କଥା ଆଜି ସତ ହେଇଥିବାରୁ ଭାରି ଖୁସି ହୋଇ ସେ ବୋଉକୁ କହି ଦେଇଥିଲା।

ସବୁ ଶୁଣି ବୋଉ ତାକୁ ବୁଝେଇବାକୁ ଚେଷ୍ଟା କରିଥିଲେ - "ଦେଖ ଝିଅ ତୁ ତ ଘରର ବଡ ଝିଅ, ତୋ ତଳେ ପୁଣି ଗୋଟିଏ ସାନ ଭଉଣୀ ଅଛି, ଯେତେଶୀଘ୍ର ତୋ ବିବାହ ସରିବ ତା କଥା ଚିନ୍ତା ହବ। ଏମିତି ବି ତତେ ବୟସ ହେଲାଣି, ଆହୁରି ଦୁଇ ବର୍ଷ ଜଗିବା ଏତେ ସହଜ ନୂହେଁ, ତା ଛଡ଼ା ଯଦି ପ୍ରଣୟର ଘର ତରଫରୁ କିଛି କଥା ଆସିଥାନ୍ତା, ତାହାଲେ ହୁଏତ ନିଶ୍ଚିତ ହୋଇ ଅପେକ୍ଷା କରି ହୁଅନ୍ତା, ବରଂ ଭଲ ହବ ତୁ ପ୍ରଣୟ କୁ ବୁଝା ଅନ୍ତତଃ ସେ ଘରେ କହି ନିଶ୍ଚିତ କରୁ ନହଲେ.......... "ବୋଉ ଅଟକି ଯାଇ ଥିଲେ, ପ୍ରୀତି ବେଶ୍ ବୁଝି ପାରିଥିଲା ବୋଉ କଣ କହିବାକୁ ଚାହୁଁଚି।

ଏ କଥା ପ୍ରଣୟ କୁ ବୁଝାଇବା ପାଇଁ ବହୁ ଚେଷ୍ଟା କରିଥିଲା ପ୍ରୀତି କିନ୍ତୁ ପ୍ରଣୟ ତାକୁ କେବଳ ନିରାଶ ବାଣୀ ଶୁଣାଇ ଥିଲା ଆଉ ଭାଗ୍ୟ ଉପରେ ସବୁ ଛାଡ଼ି ଦେଇ ଥିଲା ଯାହା ହବାକୁ ଥିବ ହବ କହି।

" ମୁଁ ତୁମକୁ ବହୁତ ଭଲପାଏ, ଇଏସ୍ ଆଇ ଲଭ୍ ୟୁ, ପରନ୍ତୁ ମୁଁ କୌଣସି ପରିସ୍ଥିତିରେ ଆଗତୁରା ଘରେ କହି ପାରିବିନି। ବରଂ ଯାହା ଆମ ଭାଗ୍ୟରେ ଥିବ ଘଟିବ। ଆଗକୁ ଦେଖାଯିବ କଣ ହେବ।"କହିଥିଲା ପ୍ରଣୟ।

ଏ କଥା ଶୁଣି ପ୍ରୀତି ଜାଣି ପାରିଥିଲା ତାଙ୍କ ସମ୍ପର୍କକୁ ନେଇ ପ୍ରଣୟ ସନ୍ଦିହାନ ଓ ନିଶ୍ଚିତ ନୁହେ, କ୍ଷଣ କ ପାଇଁ ପ୍ରୀତି ନୈରାଶ୍ୟ ରେ ବୁଡ଼ି ଯାଇଥିଲା କିନ୍ତୁ ପର ମୁହୂର୍ତ୍ତରେ ଭାବିଥିଲା ମୁଁ ତ କେବେ ଚାହିଁ ନଥିଲି ନିହାତି ପ୍ରଣୟ ସହିତ ମୋର ବିବାହ ହେଉ ଏମିତି କି ପ୍ରଣୟ କୁ ମୁଁ ତା ଆଗରୁ ପ୍ରେମ କରୁଥିଲି, ଆଗକୁ କରିବି କେବଳ ପ୍ରଣୟ ନିଜ ଆଡୁ ପ୍ରସ୍ତାବ ଦେଲା ବୋଲି ଟିକେ ଅଧିକ ଆଶା କରି ଦେଇଥିଲି। କିଛି କଥା ନାହିଁ, ସେ ତ ଆଜୀବନ ପ୍ରଣୟ କୁ ଏମିତି ଭଲ ପାଉଥିବ।

ପ୍ରୀତି କହିଲା - ଠିକ୍ ଅଛି ଯଦି ଭାଗ୍ୟ ଉପରେ ଛାଡ଼ି ଦେଇଛ ତେବେ ନୀରବ ଦ୍ରଷ୍ଟା ହୋଇଯାଅ, ଭାଗ୍ୟକୁ ତା କାମ କରିବାକୁ ଦିଅ ରାତିର ଦୁଃସ୍ବପ୍ନ ଭାବି ଭୁଲିଯାଅ ସବୁକିଛି, ଆବଶ୍ୟକ ନାହିଁ କିଛି ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବା।

ପ୍ରୀତି ସିନା ପ୍ରଣୟ କୁ ବୁଝେଇ ଦେଇଥିଲା କିନ୍ତୁ ନିଜ ମନକୁ ସେ ବୁଝେଇ ପାରୁନଥିଲା। ଅନେକ ଦିନର ଶୃଙ୍ଖଳ ଟା ଛିଡ଼ିଯାଇ ମନ ଅଣାୟତ୍ତ ହୋଇ ପଡ଼ିଥିଲା, ପ୍ରାପ୍ତି ଅପ୍ରାପ୍ତି ର ଉଦବେଳନ ରେ ଘାଣ୍ଟି ହୋଇ ପଡୁଥିଲା ସମଗ୍ର ଚିତ୍ତ, ଅବ୍ୟକ୍ତ ବିଷାଦ, ଅକୁହା ବେଦନା ରେ କମ୍ପି ଉଠୁଥିଲା ହୃଦୟଟା। ପ୍ରଣୟ ସହିତ ବିତେଇ ଥିବା ପ୍ରତ୍ୟେକ ମୁହୂର୍ତ୍ତ ତାଜା ହୋଇ ପଡୁଥିଲା ମନ ଭିତରେ। ମାତ୍ର ଚାରି ଦିନ ଭିତରେ ତାର କେତେ ଛୋଟ ଛୋଟ ଇଚ୍ଛା କୁ ପ୍ରଣୟ ତା ଅଜାଣତରେ ପୂରଣ କରି ଦେଇଥିଲା।

ବାଇକ୍ ରେ ବସି ସ୍ପିଡ୍ ରେ ବୁଲିବା, ବାଇକ୍ ରେ ବସି ବର୍ଷାରେ ଭିଜିବା ତା ପୁଣି ନିଜ ଇପ୍ସିତ ପୁରୁଷ ସହ, ନୀରବ ସନ୍ଧ୍ୟାରେ ନିର୍ଜନ ସ୍ଥାନରେ ରହି ବିଦାୟୀ ସୂର୍ଯ୍ୟ ର ଦୃଷ୍ୟ ଉପଭୋଗ କରିବା, ପ୍ରତିଦିନ ତାର ନିଜର କେହି ତାକୁ କଲେଜ ରୁ ଘର ଯାଏଁ ନେବା ଆଣିବା କରିବା ଏ ସବୁ ପ୍ରଣୟ ତ ପୁରା କରିଥିଲା।

ସେଦିନ ନିଝୁମ ବର୍ଷାରେ ପ୍ରଣୟ ସହ ବାଇକ୍ ରେ ପାଖା ପାଖି ବସି ତାକୁ ଜାବୁଡ଼ି ଧରି ଭିଜିବା ରେ ତାକୁ ଭାରି ଭଲ ଲାଗୁଥିଲା। ଏକାବେଳେକେ ପ୍ରଣୟ ସହ ସେ ଜଡ଼େଇ ହୋଇ ପଡିଥିଲା, ମନ ବି ଖୋଜୁଥିଲା ସମ୍ପୂର୍ଣ୍ଣ ଏକାକାର ହୋଇଯିବା କୁ। କେମିତି ଏକ ଅଜଣା ଶିହରଣରେ ଶିହରିତ ହୋଇ ଉଠୁଥିଲା ପ୍ରୀତି, ବିଦ୍ୟୁତ୍ ର ଶୀତ୍କାର ଖେଳି ଯାଇଥିଲା ତାର ସମଗ୍ର ଶରୀରରେ, ବର୍ଷାର ନୀପ ତୁଲ ସେ ପୁଲକିତ ହୋଇଉଠିଥିଲା।

ବର୍ଷାର ଓଦା ଛିଟା ଅନ୍ତରେ ବାହାରେ ସବୁଠି ଲାଗିଥିଲା। ପୁଣି ଘରେ ବସି ପ୍ରଣୟ କୁ ଖାଇବା ପରସି ଦେଲା ବେଳେ ଏକ ଲୟରେ ଅନେଇ ରହିଥିଲା ତାକୁ, ସତେ ଯେମିତି ସେଦିନ ନୂଆ କରି ଦେଖୁଛି, ତା ପୂର୍ବରୁ ଯେଉଁ ଦିନ ଶାଢ଼ି ପିନ୍ଧି ପ୍ରଣୟ ସହ ଗାଡିରେ ବସିଥିଲା ମୁହୂର୍ତ୍ତେ ପାଇଁ ସେ ନିଜକୁ ତା ପତ୍ନୀର ଆସନରେ ବସେଇ ଦେଇ ଥିଲା।

ତୁହାଇ ତୁହାଇ ମନେ ପଡୁଛି ପ୍ରୀତିର ଏ ସମସ୍ତ ଘଟଣା, ଯେବେ ପ୍ରଣୟର ସେଇ କେଇ ପଦ "ଭାଗ୍ୟ" କଥା ମନେ ପଡିଯାଉଛି ଯନ୍ତ୍ରଣା ରେ ଛଟପଟ ହେଉଛି ମନଟା, ଛାତି ତଳେ ନିଆଁ କୁହେଳି ଉଠୁଛି, ଜାଳି ଦେଉଛି ତାର ସର୍ବାଙ୍ଗ ତଥାପି ସେ ଭଲପାଏ ପ୍ରଣୟ କୁ, ଆଖିବୁଜି ବିଶ୍ବାସ କରିପାରେ ତା ଉପରେ, ଯଦି ସୁଯୋଗ ମିଳେ ତା ସହ ଖୁସି ଖୁସି ରେ ସେ ସାରା ଜୀବନ କାଟିପାରିବ।

ଅବଶ୍ୟ ପ୍ରଣୟ ପୂର୍ବରୁ ତା ମନରେ ଦୁର୍ବାର କାମନା ଥିଲା, ସାଧାରଣ ନାରୀ ସୁଲଭ କାମନା, ତାର ମନର ମଣିଷ ଏମିତି ହୁଅନ୍ତା ଯଥା ସମ୍ଭବ ତା ଇଚ୍ଛାକୁ ସବୁ ସମୟରେ ପୂରଣ କରୁଥିବ ଅନ୍ତତଃ ଚେଷ୍ଟା କରୁଥିବ।

ଅବଶ୍ୟ ପ୍ରଣୟ ସବୁ କରି ନପାରେ ଏଇ ଯେପରି ତାର ଗୋଟିଏ ଛୋଟିଆ ଇଚ୍ଛା ଥିଲା ସେ ପ୍ରଣୟକୁ ୟୁନିଫର୍ମରେ ଦେଖିବ କିନ୍ତୁ ପ୍ରଣୟ ତାକୁ ରୋକଠୋକ଼୍ ମନା କରିଦେଇଥିଲା ସେ ୟୁନିଫର୍ମ ପିନ୍ଧି ଆସି ପାରିବନି। ତେବେ ବୁଝି ଯାଇ ଥିଲା ପ୍ରୀତି, ବୁଝେଇ ନେଇଥିଲା ମନକୁ ହୁଏତ ଏହା ତାର ଅଯଥା ଇଚ୍ଛା ବା ଜିଦି ବି ହୋଇପାରେ।

ବେଳେବେଳେ ପ୍ରୀତି ଭାବେ ପ୍ରଣୟ ତାସହ କେବଳ ସମୟ ଅତିବାହିତ ପାଇଁ ସମ୍ପର୍କ ଯୋଡ଼ିନି ତ, କିଛିଦିନ ମନ ଭରିଗଲା ପରେ ଦୁରେଇ ଯିବନିତ ତାଠାରୁ! ପୁଣି ଭାବେ ନା ନା ସେ ଏମିତି କଣ ଚିନ୍ତା କରୁଛି, ଅନ୍ତତଃ ପ୍ରଣୟ ଅନ୍ୟମାନଙ୍କ ଭଳି ହୋଇନଥିବ, ସେ ସମସ୍ତଙ୍କଠାରୁ ନିଶ୍ଚିତ ଅଲଗା।

ଏତେ ସବୁ ପରେ ବି ସେ ଭଲପାଏ ପ୍ରଣୟକୁ, ଏକାନ୍ତ ଭାବରେ ମନରୁ, ପ୍ରାଣରୁ ଅନ୍ତରରୁ ଯେଉଁଥିରେ କୌଣସି ସର୍ତ୍ତ ନାହିଁ, ଦ୍ଵନ୍ଦ୍ଵ ନାହିଁ, ନା ଅଛି ଆବଶ୍ୟକତା ପୁରଣର କାମନା, କେବଳ ଅନ୍ତର ବାହାରେ ଗୋଟାପଣେ ପ୍ରଣୟ ଆଚ୍ଛନ୍ନ କରି ରଖିଛି ତାକୁ। ଆବେଗ, ଉଦ୍ ବେଳନ, ହର୍ଷ, ଉଲ୍ଲାସ ସବୁ ଯେପରି ତା ଚିନ୍ତାରେ ଏକାକାର ହୋଇ ପଡୁଛି।

ପ୍ରୀତି ପ୍ରଣୟ ଭାବନା

Rate the content


Originality
Flow
Language
Cover design

Comments

Post

Some text some message..