Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଟିଗଲା ବିଗିଡ଼ି
ମାଟିଗଲା ବିଗିଡ଼ି
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics

5 Minutes   7.2K    12


Content Ranking

ଡ଼ . ନରେନ୍ଦ୍ର ପ୍ରସାଦ ଦାସ

ବାପୁ ଓ ଦିପୁ ଦୁଇ ଭାଇ l ବାପୁ ବଡ଼, ଦିପୁ ସାନ l ଦୁହେଁ ଗାଁ ସ୍କୁଲରେ ପାଠ ପଢନ୍ତି l ସେ ଦୁହେଁ ଥରେ ଚୁତିରେ ତାଙ୍କ ମଉସାଙ୍କ ଘରକୁ ବୁଲି ଯାଇଥିଲେ l ମଉସାଙ୍କ ଘର ଏକ ନଈକୂଳିଆ ମଫସଲ ଗାଆଁରେ l ମଉସାଙ୍କ ବାପାଥିଲେ ଜଣେ ପାକଲାବୁଢା l ବୟସ ପ୍ରାୟ ଅଶୀ ହେବ l ଏତେ ବୟସରେ ବି ସେ ଟାଣ ଅଛନ୍ତି l ଦାନ୍ତ କେତୋଟି ପଡିଯାଇଥିଲେ ବି ଆଉ ଯେଉଁ କେତୋଟି ଅଛି, ସେଗୁଡିକ ବେଶ୍ ମଜବୁତ୍ ଅଛି l ଏବେ ବି ସେଥିରେ ସେ ମକା କାକୁଡି ଓ ପିଜୁଳି ଚୋବେଇ ଖାଆନ୍ତି l ଚଷମା ନ ଲଗାଇ ବହି, ଖବରକାଗଜ ପାଢିପାରନ୍ତି l ବାପୁ, ଦୀପୁ ତାଙ୍କୁ ଅଜା ବୋଲି ଡାକନ୍ତି l ମଉସାଙ୍କ ଘର ପଛପଟେ ଗୋଟିଏ ବଡ ବଗିଚା l ସେଇ ବଗିଚାରେ କେତେ ଜାତିର ଫୁଲଗଛ ଫଳଗଛ ଲଗାଯାଇଛି l ବରଷର ବାରମାସ ସେଠାରେ ନାନା ପ୍ରକାର ପଣି ପରିବା ମଧ୍ୟ ଚାଷ କରାଯାଏ l ସେଦିନ ସକାଳେ ବାପୁ, ଦୀପୁ ମଉସାଙ୍କ ଘରେ ପହଞ୍ଚିଲା ବେଳକୁ ଦେଖିଲେ ଅଜା ତାଙ୍କ ବଗିଚାରେ କାମ କରୁଛନ୍ତି l ସେ ମାଟି ହାଣୁଛନ୍ତି, ଘାସ ବାଛୁଛନ୍ତି, ଗଚମୂଳେ ପାଣି ଦେଉଛନ୍ତି l ଭାଇ ଦୁହେଁ ଅଜାକୁ ମୁଣ୍ଡ ନୂଆଁଇ ପ୍ରଣାମ କଲେ l ଅଜା ପିଲା ଦୁଇଟିକୁ ଦେଖି ଖୁସି ହୋଇଗଲେ l ମୁହଁରୁ ଝାଳ ପୋଛି ଗୋଟିଏ ଗଛ ଛାଇରେ ବସି ପଡିଲେ l ବାପୁ, ଦିପୁଙ୍କର ଭଲମନ୍ଦ ଖବର ସବୁ ପଚାରିଲେ l

ବାପୁ କହିଲା,’’ଅଜା,ଆପଣ ଏ ବୟସରେ ଏତେ ପରିଶ୍ରମ କରୁଛନ୍ତି କାହିଁକି ?’’

ଅଜା କହିଲେ, ‘’ ମୋତେ ଅଳସୁଆ ହୋଇ ଘରେ ବସି ରହିବାକୁ ଭଲ ଲାଗେ ନାହିଁ l ସକାଳେ ସଞ୍ଜେ ଦୁଇ ଓଳି ଏମିତି ଘଣ୍ଟାଏ ଲେଖାଏଁ ବଗିଚାରେ କାମ କରେ l ତା ଦ୍ଵାରା ଦେହ ଭଲ ରହେ, ମନ ଫୁର୍ତ୍ତି ଲାଗେ l ତା ଛଡା କିଛି ଫଳ, ଫସଲ ମଧ୍ୟ ଅମଳ କରିହୁଏ l ‘’ ଦୀପୁ କହିଲା, ‘’ ଅଜା , ଆପଣ ଘରେ ବସି କିଛି କାମ କରୁ ନାହାନ୍ତି l ଏ ଧୁଳି ମାଟିରେ କାହିଁକି ଘାଣ୍ଟି ହେଉଛନ୍ତି ? ଅଜା କହିଲେ, ‘’ କ’ଣ କହିଲୁ ? ଧୁଳିମାଟି ? ଆରେ, ଏ ମାଟି ହେଉଛି ଆମ ମାଆ,ଏ ଧୁଳି ହେଉଛି ଚନ୍ଦନ l ଏ ମାଟି ନ ଥିଲେ ଆମେ କେଉଁଠି ଥାଆନ୍ତେ କହିଲୁ ?’’ ତା ‘ ପରେ ଅଜା ଗୁଣୁଗୁଣୁ ହୋଇ ପାକୁଆ ପାଟିରେ କ’ଣ ପଦେ ଗୀତ ଗାଇ କୋଡି କୋଦାଳ ଧରି ଉଠିଲେ l କହିଲେ, ‘’ ପିଲାଏ , ଖରା ଟାଣ ହେଲାଣି l ତୁମକୁ ଭୋକ ଲାଗିବଣୀ l ଚାଲ, ଘରେ ଖିଆପିଆ ସାରି କର୍ଥାବାର୍ତ୍ତା ହେବା l

ବାପୁ, ଦିପୁ ସେଦିନ ମଉସାଙ୍କ ଘରେ ରହିଲେ l ମଉସାମାଉସୀ ତାଙ୍କୁ ଖୁବ୍ ସ୍ନେହ ଆଦର କଲେ l ଉପର ଓଳି ଖରା ନଇଁବା ପରେ ଅଜା ପୁଣି ବାହାରିଗଲେ ବଗିଚାକୁ l ବାପୁ, ଦୀପୁ ମଧ୍ୟ ଗଲେ l ଅଜାଙ୍କ ସାଙ୍ଗରେ ମିଶି ସେ ଦୁହେଁ କେତେ କାମ କରି ପକାଇଲେ l ବଗିଚା କାମ ତାଙ୍କୁ ଭାରି ଭଲ ଲାଗିଲା l ବାପୁ କହିଲା, ‘’ ଅଜା,ଆପଣଙ୍କ ବାଡିରେ ତ କେଡେ ସୁନ୍ଦରସୁନ୍ଦର ଫୁଲ ସବୁ ଫୁଟିଛି, କେତେ ଜାତିର ପରିବା ବି ଫଳିଛି l ଆପଣ କ’ଣ ବେସୀ ପରିମାଣରେ ସାର ଦେଉଛନ୍ତି l ‘’

ଅଜା କହିଲେ,’’ ବେସି ସାର ଦେଲେ ଯେ ବେସି ଫସଲ ଅମଳ ହେବ,ସେ କଥା ଠିକ୍ ନୁହେଁ l କେତେ ଜମିରେ କେତେସାର ଦିଆ ଦିଆଯିବ,ତାର ଏକ ହିସାବ ଅଛି l ତା’ ଛଡା ବଜାରରେ ଯେଉଁ କୃତ୍ରିମ ସାର ବା ରାସାୟନିକ ସାରା ମିଳୁଛି, ସେଇଟ ହେଉଛି ସବୁ ଅନିଷ୍ଟର ମୂଳ l ‘’ ଦୀପୁ କହିଲା, ‘’ ସେ ସାର ଦେଲେ ତ ଅଧିକ ଫସଲ ହେଉଛି l ତାହା ପୁଣି ଅନିଷ୍ଟ କରୁଛି କେମିତି ?’’ ଅଜା କହିଲେ, ‘’ ଶୁଣ ପିଲାଏ, ଆମ ଏଇ ନଈକୂଳିଆ ଗାଆଁଟିର ମାଟି ଆଗେ ଖୁବ୍ ଉର୍ବର ଥିଲା l ମଞ୍ଜିଟାଏ କି ଚାରାଟାଏ ପୋତିଦେଲେ ମନକୁ ମନ କାହିଁରେ କ’ଣ ବଢିଯାଉଥିଲା l କିଛି ବର୍ଷ ତଳେ ଏ ଅଞ୍ଚଳରେ ଗୋଟାଏ ବଡ଼ ଧରଣର ବାତ୍ୟା ହେଲା l ବାତ୍ୟାରେ ଲୋକମାନଙ୍କର ଘରଦ୍ଵାର ଯାହା ତ ଭାଙ୍ଗିଲା, ଟା ସହିତ ଅଧାରୁ ଅଧିକ ବଡ଼ବଡ଼ ଗଛସବୁ ଉପୁଡ଼ି ପଡିଲା l ବାତ୍ୟା ପରେ କ୍ଷେତବାଡ଼ିରେ ପୋକ ଭର୍ତ୍ତି ହୋଇଗଲା l ପୋକଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ ଚାଷୀମାନେ ମନଇଚ୍ଛା ପୋକମରା ବିଷ ପକାଉଛନ୍ତି l ‘’

ବାପୁ କହିଲା, ‘’ ସେ ତ ପୋକମରା ଔଷଧ, ତାକୁ ଆପଣ ବିଷ ବୋଲି କାହିଁକି କହୁଛନ୍ତି ?’’ ଅଜା ଟିକିଏ ହସିଲେ l କହିଲେ,’’ ସେ ପ୍ରକୃତରେ ଔଷଧ ନୁହେଁ ଖାଣ୍ଟି ବିଷ l କେବଳ ପୋକ କାହିଁକି ସେଥିରେ କାଉ, ଚିଲ, ବଗ ଭଳି ପକ୍ଷୀଙ୍କ ସହିତ ଗୋରୁଗାଈ, ଚେଲୀ ମେଣ୍ଢା ଏପରିକି ମଣିଷ ମଧ୍ୟ ମରିଯିବେ l ତାକୁ ଔଷଧ ନ କହି ବିଷ ବୋଲି କହିବା ଠିକ୍ ହେବ l ‘’

ଅଜା ପୁଣି କହିଲେ, ‘’ ଲୋକମାନେ କ୍ଷେତ ବାଡିରେ ବିଷ ପକାଇବା ଫଳରେ ଅବଶ୍ୟ ଗଛପତରରୁ ପୋକ ମରିଗଲେ ; ହେଲେ ଆଉ ଗୋଟାଏ କ୍ଷତି ହେଲା l ମାଟିରୁ ଜିଆମାନେ ମଧ୍ୟ ମରିଗଲେ l ପିଲା ଦୁହେଁ ହଠାତ୍ ବୁଝିପାରିଲେ ନାହିଁ ଯେ ମାତିରୁ ଜିଆମାନେ ମରିଯିବାରୁ କ୍ଷତି କଅଣ ହେଲା ଅଜା କହିଲେ, ‘’ ବୁଝିଲା, ଜିଆ ହେଉଛି କୃଷକର ପ୍ରକୃତ ବନ୍ଧୁ l ମାଟି ଭିତରେ ଅସଂଖ୍ୟ ଅଣୁଜୀବ ଅଛନ୍ତି l ସେମାନେ ଏତେ କ୍ଷୁଦ୍ର ଯେ ଖାଲି ଆଖିକୁ ଦେଖାଯାନ୍ତି ନାହିଁ l ଜିଆମାନେ ମାଟିକୁ ଖୋଲନ୍ତି,ମାଟିକୁ ଖାଆନ୍ତି l ଜିଆମାନେ ମାଟିକୁ ଖୋଳିଲେ ତାହା ଫସଫସିଆ କରିବାରେ ଅଣୁଜୀବମାନେ ସାହାଯ୍ୟ କରନ୍ତି l ତା ଫଳରେ ମାଟି ଉର୍ବର ହୋଇଥାଏ l ବାପୁ,ଦୀପୁ ଆଗ୍ରହରେ ଅଜାଙ୍କ କଥା ଶୁଣୁଥିଲେ l ସେମାନେ ପଚାରିଲେ, ‘’ ତା ପରେ କଅଣ ହେଲା ?’’

ଅଜା କହିଲେ, ‘’ପୋକମାରା ବିଷର ପ୍ରୟୋଗ ଫଳରେ ମାଟିରୁ ଜିଆ ମଲେ, ତାଙ୍କ ସହିତ ଉପକାରୀ ଅନୁଜୀବମାନେ ମଧ୍ୟ ମଲେ l ଫଳରେ ମାଟିର ଜୀବନୀ ଶକ୍ତି ଚାଲିଗଲା l ସେ ଆଉ ଲୋକଙ୍କ କଥା ଶୁଣିଲା ନାହିଁ ତା ପରେ ଲୋକମାନେ ମାଟିରେ ଦେଲେ ରାସାୟନିକ ସାର l ଏହା ଦ୍ଵାରା ଫସଲ ସିନା ଭଲ ହେଲା , ମାତ୍ର ମାଟିର ସ୍ଵଭାବଟା ବିଗିଡିଗଲା l ସାର ଦେଲେ ଫଳିବା, ନ ହେଲେ ନାହିଁ l ତା ସହିତ ପୁଣି ଶାଗପତରଠାରୁ ଆରମ୍ଭ କରି ପଣି ପାରିବା ପର୍ଯ୍ୟନ୍ତ ସବୁଥିରେ ଚିଞ୍ଚାଗଲା ମାରାତ୍ମକ ପୋକମାରା ବିଷ l ପ୍ରତିଦିନ ବଜାରରୁ ଆମେ ଯେଉଁ ପନିପରିବା କିଣିକରି ଖାଉଛୁ, ତା ଦେହରେ କେତେ ବିଷ ଲାଗିକରି ରହିଛି ଜାଣିଛ ?ସେ ସବୁ ତ ଆମ ପେଟକୁ ଯାଉଛି l ଆମେ ତ ସବୁଦିନେ ବିଷ ଖାଉଛୁ l ‘’

ବାପୁ କହିଲା, ‘’ଅଜା, ଆପଣ ରାସାୟନିକ ସାର ଓ ପୋକମରା ବିଷ ବ୍ୟବହାର କରୁନାହାନ୍ତି ?’’

ଅଜା ଜୋର ଦେଇ କହିଲେ, ‘’ନା-ନା-ନା-l ମୁଁ ଏ ସବୁ କେବେ ବ୍ୟଭାର କରେ ନାହିଁ l ଆମ ପାଖରେ ତ ଢେର ପ୍ରାକୃତିକ ସାର l ପ୍ରାକୃ ତିକ ସାର ଅଛି l ପିଡିଆ, ଗୋବରଖତ, କମ୍ପୋଷ୍ଟ କ୍ଷତ ଏସବୁ ହେଉଛି ପ୍ରାକୃତିକ ସାର l ପ୍ରାକୃତିକ ସାର ଦେଲେ ପୋକମରା ବିଷ ପକାଇବା ଦରକାର ହେବ ନାହିଁ l ତା ଫଳରେ ଆମେ ଶୁଦ୍ଧ ଖାଦ୍ୟ ଖାଇବା l

ଅଜାଙ୍କ ଠାରୁ ଏତେକଥା ଶୁଣିବା ପରେ ବାପୁ ମୁଣ୍ଡରେ ଗୋଟିଏ ପ୍ରଶ୍ନ ଖେଳୁଥିଲା l ବାତ୍ୟାରେ ତ ଗଛ ଉପୁଡିଲା, ହେଲେ କ୍ଷେତରେ ପୋକ ବଢିଲେ କାହିଁକି, ଅଜା ତାର ସନ୍ଦେହ ଦୂର କରିବାକୁ ଯାଇ କହିଲେ, ‘’ଗଛରେ ଚଢେଇମାନେ ବସାକରି ରହନ୍ତି l ସେମାନେ ବିଲବାଡ଼ିରୁ ପୋକ ଖାଆନ୍ତି l ବାତ୍ୟାରେ ଗଛ ଉପୁଡିଯିବାରୁ ସେମାନଙ୍କ ମଦୟରୁ କେତେକ ମଲେ,ଆଉ କେତେକ ଆଶ୍ରୟହୀନ ହୋଇ ଅନ୍ୟଆଡେ ଉଡିଗଲେ l ଫଳରେ ପୋକସଂଖ୍ୟା ବଢିଲା l ‘’

ଗୋଟିଏ କଥାରେ ଯେ ଏତେ କଥା ଘଟିଯାଏ, ଏକଥା ଜାଣି ଦୁଇଭାଇ ଚୁପ ରହିଲେ l ଏଥର ଅଜା ଉଠିଲେ l କହିଲେ, ‘’ ଚାଲ ପିଲାଏ, ସନ୍ଧ୍ୟା ହୋଇଗଲାଣି ଘରକୁ ଯିବା l ‘’

ବାପୁ ଦିପୁ ଅଜା

Rate the content


Originality
Flow
Language
Cover design

Comments

Post

Some text some message..