Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Tragedy Inspirational

2  

Prasant Kumar Senapati

Tragedy Inspirational

ଡାହାଣୀ

ଡାହାଣୀ

3 mins
7.3K


କିଏ ସେ ଡାହାଣୀ ?

କୋଉ ଡାହାଣୀ?

"ସେଇ, ଯାହା ସହିତ ହ୍ବାଟସଅପରେ ଚାଟିଙ୍ଗ କରୁଛ"

ସମୀର ର ହୃଦୟ ସ୍ପନ୍ଦନ ବଢିଗଲା,,,,

"ଆରେ କିଏ ?"

"ସେଇ ସୁମନ,,,,,ଆମେରିକା ବାଲି"

ଆରେ,,,,ସେ ତ ମୋ କ୍ଲାସମେଟ୍"

"କ୍ଲାସମେଟ୍ ନା ଆଉ କିଛି,,,,,,,

"ତୁମ ଲାଇଫ୍ ର ଫାଷ୍ଟ କ୍ରସ୍"

"କିନ୍ତୁ ବୁଝିପାରୁନି କଣ ଦେଖି ତାକୁ ପସନ୍ଦ କଲ ?"

"ଆରେ ବାବା,,,,,କାହିଁକି ବେକାର କଥାକୁ ନେଇ ଟେନସନ ଦେଉଛ କହିଲ ?"

"ମୋତେ ତା ନମ୍ବର ଦିଅ,,,,ମୁଁ ଏବେ ତା ସହ କଥା ହୋଇ ପଚାରିବି ଅନ୍ୟର ଘର ଭାଙ୍ଗି ତାକୁ କଣ ମିଳୁଛି ?"

"କାହିଁକି ଅଜଥା କଥାରେ ଝାମେଲା ସୃଷ୍ଟି କରୁଛ ?"

"ମୁଁ ନା ତୁମେ ? ଆଜିକାଲି ତୁମେ ମୋତେ ଭାରି ଇଗ୍ନୋର କରୁଛ ଦେଖଛି ।"

"ମୁଁ କେବେ ତୁମକୁ ଇଗ୍ନୋର କଲି ?"

"ଗତକାଲି ଭ୍ୟାଲେଣ୍ଟାଇନ୍ ଡେ ଗଲା,,,,,ମୋତେ ଓ୍ବିସ୍ କଲନି ।"

"ଆରେ ପିଲାମାନେ ବଡ ହୋଇଗଲେଣି,,,,,ଆଉ କି ଭ୍ୟାଲେଣ୍ଟାଇନ,,,,?"

"କାଲି ତ ତାକୁ ଭୋଓର ପାଞ୍ଚଟାରୁ ଓ୍ବିସ୍ କରିଥିଲ ହ୍ବାଟସଅପରେ ।"

"ମୁଁ ଅଫିସ୍ ଚାଲିଲି ।"

"ସମୀର ଅଖିଆ ଅଫିସ୍ ବାହାରି ଗଲା ।"

"ଗେଟ୍ ବାହାରେ କାର ରେ ବସି ସମୀର ଟେରସକୁ ଚାହିଁଲା,,,,ଗତ କିଛିଦିନ ପରି ପତ୍ନି ଆଜି ବି "ବାଏ" କହିବା ପାଇଁ ଆସିଲାନି,,,,ସମୀର ଦୁଖୀ ମନରେ ଗାଡି ଷ୍ଟାର୍ଟ କଲା ।"

*****************************************

ରେଖାର ମନ ଭାରି ଭାରି ଲାଗୁଥାଏ । ସଂଧ୍ୟାର ଦୁର୍ଭାଗ୍ୟ ଘଡି ପାଖେଇ ଆସୁଥାଏ । ଘର ଅଗଣାରେ ଆକୁଳ କ୍ରନ୍ଦନର ବାତାବରଣ,,,,ଅଫିସ୍ ରୁ ଫେରିବା ସମୟରେ ଆକ୍ସିଡେଣ୍ଟ ଓ ଅନ୍ ଦ ସ୍ପଟ୍ ସମୀରର ମୃତ୍ୟୁ ।

**********************

ବିରାଟ ବିରାଟ କ୍ଷତ ସୃଷ୍ଟି କରିବାରେ ସମୟ ଯେମିତି ମାହିର,,,,,,କ୍ଷତକୁ ମଲମ ଲଗାଇ ଶୁଖାଇବାରେ ସମୟ ସେତିକି ଧୂରନ୍ଧର ।

କିଛିଦିନ ପରେ ରେଖା ଦୁର୍ଭାଗ୍ୟ କବଳରୁ ନିଜକୁ ମୁକୁଳାଇ ନେଲା,,,,ସତ ସାହସର ସହିତ ଘର ପରିବାର ନିଜ କଣ୍ଟ୍ରୋଲକୁ ନେଲା ।

କିନ୍ତୁ ସେଦିନ ସକାଳର ଝଗଡା ତାକୁ ଅପରାଧ ବୋଧ ମନେ ହେଉଥାଏ ଓ ନିରୋଳା ସମୟରେ ସମୀରକୁ ମନେ ପକାଇ ଆଖିରୁ ଲୁହ ଝରାଉଥାଏ। ସେବେ ଠାରୁ କାହାକୁ କିଛି ବିରୋଧ କରେନି,,,ସମସ୍ତଙ୍କ "ହଁ"ରେ ହଁ ମିଶାଏ,,,, ନିଜର ପସନ୍ଦ ନାପସନ୍ଦ ମନରେ କିଛି ରଖେନି,,,,ସମସ୍ତଙ୍କୁ ହସି ହସି କଥା କୁହେ,,,ହେଲେ ଅନ୍ତରରୁ ଝରୁଥାଏ ପଶ୍ଚାତ୍ତାପର ଝରଣା ।

**************************

ଗତକାଲି ଇନ୍ସ୍ୟରାନ୍ସ ବାଲା ଗୋଟିଏ ଫର୍ମ ଦେଇ ଯାଇଛନ୍ତି । ରାତିରେ ଫର୍ମ ଭରୁଥିବା ସମୟରେ କିଛି ଦରକାରୀ କାଗଜପତ୍ର ପାଇଁ ସମୀରର ବ୍ରିଫକେସ୍ ଖୋଲିଲା । ସମୀରର ବ୍ରିଫକେସ୍ ଖୋଲିବା ସହିତ ଅନେକ ପୁରୁଣା ସ୍ମୃତି ମନ ଗହୀରରୁ ଧୀରେ ଧୀରେ ତାଜା ହେବାରେ ଲାଗିଥାଏ । ଛାତିର କୋହକୁ ଛାତିରେ ରଖି ଦରକାରୀ କାଗଜ ଖୋଜୁଥାଏ,,,ବ୍ରିଫକେସ୍ ଭିତରୁ ସମୀରର ମୋବାଇଲ ଫୋନ୍ ମିଳିଲା ।

"ମୋବାଇଲ୍ ଫୋନ୍ ଡିସଚାର୍ଜ ହୋଇ ପଡିଥାଏ ।"

ଦରକାରୀ କାଗଜ ସହିତ ସେ ଫୋନ୍ କୁ ମଧ୍ୟ ନିଜ ପାଖେ ରଖି ବ୍ରିଫକେସ୍ ବନ୍ଦ କରିବା ପରେ ସାମାନ୍ୟ ସ୍ବାଭାବିକ ଅନୁଭବ କଲା ।

****************************

ଆଜି ତାକୁ ନିଦ ହେଉନଥାଏ ।

ବିପ୍ ,,,,ବିପ୍

"ମେସେଜ୍ ର ଶବ୍ଦ।"

"ଅନ୍ୟମନସ୍କତାର ସହିତ ନିଜ ଫୋନ୍ ଉଠାଇ ଚେକ୍ କଲା, ,,,,,,, ନାଁ,,,,ସମୀର ଫୋନ୍ ର ମେସେଜ୍ ଟୋନ୍ ।

ହ୍ବାଟସଅପ ମେସେଜ୍ ।

ମହାପାତ୍ର ବାବୁ ୧୫ ମେସେଜ୍ ।

ମିଶ୍ର ସାରେ ୨୨ ମେସେଜ୍ ।

ମହିମା ଆଣ୍ଟି ୬ ମେସେଜ୍ ।

ସୁମନ ୩ ମେସେଜ୍ ।

"ସୁମନ "

ଏକ ପ୍ରକାର କ୍ଷୋଭ ଓ ଉତ୍ସୁକତା ମିଶ୍ରିତ ଭାବନାରେ ସେ ସୁମନ ଉପରେ କ୍ଲିକ୍ କଲା ।

"GOOD MORNING"

"GOOD NIGHT"

"କଣ କିଛି ରିପ୍ଲାଇ କରିବନି ?"

ତିନୋଟି ମେସେଜ୍ ଏହି ପ୍ରକାରର ।

ସେ ପୁରୁଣା କନଭରସେସନ ପଢିଲା,,,,,।

ସପ୍ତାହ,,,ସପ୍ତାହ,,,,ମାସ ,,,ମାସ ପୂର୍ବ ମେସେଜ୍ ।

ସେ ଯେତେ ଯେତେ ପୁରୁଣା ମେସେଜ୍ ପଢୁଥାଏ,,,,,ସମୀରର ଭାବନାତ୍ମକ ଆବେଗର ସନ୍ଧାନ ପାଉଥାଏ ।

ସୁମନ ସୁନ୍ଦର ସାଧା ସିଧା ଖୋଲା ମନୋଭାବ ଝିଅଟିଏ ଥିଲା ଓ ସେ ତାର ବୈବାହିକ ଜୀବନରେ ଜମା ବି ଡିଷ୍ଟର୍ବ କରୁନଥିଲା । ସେ ମାନସିକ ସ୍ତରରେ ସମୀରର ଭଲମନ୍ଦ ବୁଝୁଥିଲା ଜଣେ ସ୍ବାବଲମ୍ବି ପ୍ରିୟ ବାନ୍ଧବୀ ପରି,,,,ଯେମିତି ଖାଇବା ପିଇବା, ସ୍ବାସ୍ଥ୍ୟ, ଘର,ପରିବାର ଓ ପିଲାଛୁଆଙ୍କ ପ୍ରତି ଦାୟିତ୍ବବାନ ହେବା ପାଇଁ ସମୀରକୁ ବାରାମ୍ବାର ମନେ ପକାଉଥିଲା ।

ସମୀରର ରଙ୍ଗଢଙ୍ଗ ଭିତରେ ଏକ ବାଳୁତପଣ ବି ଲୁଚି ରହିଥିଲା । କେହି ନଜାଣିଲେ ବି ରେଖା ଏସବୁ ମର୍ମେ ମର୍ମେ ବୁଝିଛି ଓ ଅଙ୍ଗେ ନିଭେଇଛି । ସମୀରର ପ୍ରତି ଆବଶ୍ୟକତାରେ ରେଖା ଲୋଡା ପଡେ ।

ଦୁହେଁ ସପନ ସହରର ସହଯାତ୍ରୀ ଥିଲେ,,,,ଯେଉଁ ସହର ଦୁନିଆର ବନ୍ଧନରୁ ବହୁତ ଆଗରେ । ଦୁହିଁକ ମଧ୍ୟରେ ଭେଟଘାଟ ହେବାର କୌଣସି ଯୋଜନା ନଥିଲା ,,,,,କିନ୍ତୁ ଦୁହେଁ ଦୁହିଁକ ଭଲମନ୍ଦରେ ସମଭାବନା ବ୍ୟକ୍ତ କରୁଥିଲେ । ଦୁହେଁ ଦୁହିଁକୁ ଭୁଲିବାକୁ ଚାହୁଁନଥିଲେ ।

ସୁମନ ସମୀର ପରିବାରର ପ୍ରତ୍ୟେକଟି ସଦଶ୍ୟଙ୍କ ଭଲମନ୍ଦ ବୁଝୁଥିଲା । ରେଖା ପ୍ରତି ସମୀରର କର୍ତ୍ତବ୍ୟକୁ ବାରମ୍ବାର ମନେ ପକାଉଥିଲା,,,,ପ୍ରତି କ୍ଷେତ୍ରରେ ହିତୋପଦେଶ ଦେଉଥିଲା ଜଣେ ଅନ୍ତରଙ୍ଗ ବାନ୍ଧବୀର ଭୂମିକା ନିର୍ବାହ କରି ।

ରେଖା ମନରେ ସୁମନ ପ୍ରତି ଦୟାଭାବ ଜାଗ୍ରତ ହେଉଥାଏ,,,,ଧୀରେ ଧୀରେ ସନ୍ଦେହର ବିଷ ଅମୃତମୟ ରେ ପରିବର୍ତ୍ତନ ହେଉଥାଏ । ରେଖା ବୁଝି ପାରୁଥାଏ ସୁମନ ତା ପାରିବାରିକ ସମସ୍ୟାର ସମାଧାନ କରୁଥିଲା,,,,,କୌଣସି ବୈବାହିକ ସମସ୍ୟାର ଜନ୍ମଦାତ୍ରୀ ସୁମନ ନୁହଁ ।

ସେ ସମୀର ତରଫରୁ ସୁମନକୁ ହ୍ବାଟସଅପ ମେସେଜରେ ଚାଟିଙ୍ଗ କଲା,,,,କ୍ରମାଗତ ଭାବେ ଚାଟିଙ୍ଗ ଅନେକ ଦିନ ଯାଏ ଅବ୍ୟାହତ ରହିଲା ।

ଥରେ ଦୁଇଥର ଫୋନ୍ ଆସିଥିଲା,,,, ରେଖା ଫୋନ୍ ଗ୍ରହଣ ନକରିବାରୁ ଆଉ ଫୋନ୍ ଆସିଲା ନାହିଁ । କିନ୍ତୁ ହ୍ବାଟସଅପ୍ ମେସେଜ୍ ଚାଟିଙ୍ଗର ଯାତ୍ରା ଆଜି ବି ଜାରି ଥିଲା ।

ଧୀରେ ଧୀରେ ରେଖା ବି ହ୍ବାଟସଅପ ଚାଟିଙ୍ଗରେ ଅଭ୍ୟସ୍ତ ହୋଇଗଲା ଓ ଏହି ବାହାନାରେ ସମୀରକୁ ବଞ୍ଚାଇ ରଖିଥାଏ ।

ଆଗକୁ ଅଛି ......

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Tragedy