Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଭିଶପ୍ତା ନୁହେଁ ସେ ଦୁହିତା
ଅଭିଶପ୍ତା ନୁହେଁ ସେ ଦୁହିତା
★★★★★

© Paramita Mishra

Inspirational

10 Minutes   2.5K    12


Content Ranking

ନୂଆଁ ବର୍ଷ ଆସୁ ଆସୁ ମନରେ ଏକ ଅଜଣା ଭୟ ଆସିଯାଏ। ୫ବର୍ଷ ତଳେ ଏଇମିତି ଏକ ନୂଆବର୍ଷର ସକାଳ ଥିଲା। , ପାହାନ୍ତରୁ ଉଠି ରତ୍ନା କାମରେ ଲାଗିଥିଲା ।ତଥାପି ମୁହଁରେ ଅପୂର୍ବ ଉଜ୍ଜ୍ବଳତା ।ମନ ପକ୍ଷୀରେ ଯେମିତି ଡେଣା ଲାଗି ଯାଇଚି ଆଉ କେହି ତାକୁ ଖୋଲା ଆକାଶଟିଏ ଦେଇ କହୁଚି ଯାଅ ରତ୍ନା ଉଡି ଯା’।

ନଅ ମାସର ଗର୍ଭରେ ବି ବେଶ୍ ଫୁର୍ତ୍ତିଲା ଥିଲା। ସ୍କୁଲରୁ ପ୍ରସବ ଅବକାଶ ନେଇଛି।ସକାଳୁ ସକାଳୁ ଆସି କଲିଂ ବେଲ୍ ମାରି ଚାଲିଛି ବୋଉ ଆଉ ମୁଁ ଦୌଡି ଆସିଲୁ କଣ ହେଲା ବୋଲି। ମୁଁ ଦୌଡି କବାଟ ଖୋଲିଲି ବୋଉକୁ ସାଂଗେସାଂଗେ ପାଣି ଗିଲାସେ ଆଣିବାକୁ କହିଲି। ବୋଉ ପାଣି ଦେଉ ଦେଉ କହିଲେ କିଲୋ ରାନୁ, କଣ ହୋଇଛି, ସମୟ ହୋଇଗଲାଣି କି? ରତ୍ନା କହିଲା ନା ମ’ ମାଉସୀ ଏବେ କୋଉଠି ଆର ମାସର ଡେଟ ଦେଇଛନ୍ତି ଡାକ୍ତର। ବୋଉ କହିଲେ ତା ହେଲେ ଏତେ ବ୍ୟତିବ୍ୟସ୍ତ ହୋଇ କାହିଁକି ଧାଇଁ ଆସିଛୁ? କଣ ହେଲା ମୁହଁ ଲାଜରେ ଲାଲ୍ ପଡିଗଲା ତାର ମତେ କହିଲା ମିତ ମେରସୁଙ୍ଗା ପତ୍ର ଟିକେ ନେଇଥାନ୍ତି। ବୋଉ କହିଲା ଓଃ ସେଥିପାଇଁ ଏତେ ସକାଳୁ ଦୌଡି ଆସିଛୁ। ରହ ଦେଉଛି କହି ବୋଉ ବାଡି ପଟକୁ ଗଲା। ରତ୍ନା ମତେ କହିଲା ନା ଲୋ ମିତ ଝିଅଟା ଶୋଇଛି ଆଉ ବାପାର ବି ଦେହ ଭଲ ନାହିଁ। ଟିକେ ଲାଜେଇ ଗୋଡର ଆଙ୍ଗୁଠିରେ ଭୁଇଁ ଉପରେ ଗାର ଟାଣୁ ଟାଣୁ କହିଲା ସେ ଆଉ ଟିକେ ପରେ ବୋଧେ ଆସିବ, ତୁ ଜାଣିନୁକି ସାମ୍ଭାର କେତେ ପସନ୍ଦ ତାର। ଆସୁ ଆସୁ ମାଗିବ। ଇଡଲି ସାଂଗକୁ ସାମ୍ଭର ଆଉ ଚଟନି ନ ଥିଲେ ମୁହଁ ଫୁଲେଇବ। ମୁଁ ସେଠୁ ତାକୁ ଚିଡ଼େଇବାକୁ କହିଲି ହଉ ଲୋ ଝିଅ ଶ୍ରୀକାନ୍ତ ଆସିଲା ପରେ ଆଉ ତୁ କୋଉ ଦିଶିବୁ ଯେ। ସାମ୍ଭର ବି ସବୁ ତାକୁ ହିଁ ଦେବୁ ତୋର କଣ ମନେ ଅଛି କି ଯେ ତୋ ମିତକୁ ବି ଇଡଲି, ସାମ୍ଭର, ଚଟନି କେତେ ପସନ୍ଦ ।ହସି ହସି ମିତ କହିଲା ହଉ ରହ ପଠେଇ ଦେବି। ବୋଉ ଗୋଛାଏ କଡିପତ୍ର ଡାଳ ଆଣିଦେଲା କହିଲା ରଖିଦେବୁ ଫ୍ରିଜରେ। ଚାଲିଗଲା ମିତ, ବୋଉ କହିଲା ଆଉ ଦେଖି ହେଉନି ରାନୁ ଟାକୁ। ଗଡ ଭଳି ଫୁଲି ଗଲାଣି। ଜଲଦି ପ୍ରସବ ହୋଇଯିବ ବୋଧେ। ହତଭାଗିନିଟା କେତେ କଷ୍ଟ ପାଇଲା ଲୋ।ଏତେ ଦିନରେ ମୁହଁରେ ତାର ହସ ଦେଖିଲେ ଟିକେ ଶାନ୍ତି ଲାଗୁଛି। ବାସ୍ କାହା ନଜର ନଲାଗୁ। ବୋଉ ଭିତରକୁ ଗଲା ମୁଁ କିନ୍ତୁ ଦେଖୁଥିଲି ଏମିତି ଅବସ୍ଥାରେ ବି କେଡେ ଭିଡରେ ମୋ ମିତ ସ୍ବାମୀ ପାଇଁ ସକାଳୁ ରାନ୍ଧି ବାରେ ଲାଗିଛି। ନିଜେ ନୂଆ ବୋହୂ ଟିଏ ପରି ସଜେଇ ହେଇଛି। ଗଭାରେ ମଲ୍ଲି ଫୁଲର ସୁନ୍ଦର୍ ମାଳଟିଏ ଗୁଡେଇଛି। ହଲଦି ଗୁରୁ ଗୁରୁ ଦେହକୁ ନାଲି ରଙ୍ଗର ଶାଢି ବେଶ୍ ମାନୁଛି। ବାରମ୍ବାର ବରଣ୍ଡା ପାଖକୁ ଦୌଡି ଆସି ରାସ୍ତା ଉପରକୁ ଚାହିଁ ଦେଇ ଚାଲିଯାଉଛି।

ତାକୁ ଦେଖି ଦେଖି ତାରି ବିଷୟରେ ଭାବୁଥିଲି, ମନେ ପଡିଯାଉଥିଲା ତଳ ଦିନରେ ତା ସହ ଘଟି ଯାଇଥିବା ଘଟଣା ସବୁ....

ରତ୍ନା, ରତ୍ନମାଳା ପାତ୍ର। ଅମ ଘର ପାଖରେ ତାଙ୍କ ଘର ।ପିଲାବେଳୁ ସାଂଗ ହୋଇ ଖେଳୁ ବୋଲି ଘରେ ଆମକୁ ମିତ ବସେଇଥିଲେ ।ସ୍କୁଲ ଅଲଗା ହେଲେ ବି ଗୋଟିଏ ଟ୍ବୁସନରେ ପଢୁ। ସବୁବେଳେ ତାକୁ ଜଣେ ପିଲା ନେବା ଆଣିବା କରେ ସାଇକଲରେ। ଜିବା ସମୟ ପୁର୍ବରୁ ଆସି ଟ୍ବୁସନ ଆଗରେ ପହରା ଦିଏ। ଟାହିଟାପରା ଆରମ୍ଭ ହୋଇଯାଇଥିଲା ।ରତ୍ନା ମତେ କହିଲା ସେ ତା ପିଉସୀ ପୁଅ ଶ୍ରୀ । +2ପଢୁଚି। ଯେତେ ମନା କଲେ ଶୁଣୁନି।ଏମିତି ଏଠିକି ଆସିଲେ ଜମା ଭଲ ଲାଗୁନି। ସେଠୁ ଆମେ କେତେଜଣ ସାଂଗ ତାକୁ ଉପାୟ ବତେଇଲୁ। କହିଲୁ ଆମ ମାନଙ୍କ ଆଗରେ ତାକୁ ଚାକର ଭଳି ବ୍ୟବହାର କର, ଲାଜ ଲାଗିବ ଆଉ ଆସିବନି,।

ଆମେ ଭାବିଲୁ ସେ ଆଉ ଆସିବନି କିନ୍ତୁ ସେ ତାର କାମ ଠିକ୍ ରେ କରି ଚାଲିଥିଲା।ଏତିକି ଦୂରରେ ରହୁଥିଲେ ଯେମିତି ଆମେ ତାକୁ ନ ଦେଖୁ ।ଦିନେ ରତ୍ନା ଭାରି ଉଦାସ ଦିଶୁଥିଲା ବହୁତ୍ ପଚାରିଲା ପରେ କହିଲା, "ପିଉସୀ ଶ୍ରୀର ପ୍ରସ୍ତାବ ଧରିକି ଆସିଥିଲା। ଏ ଚୋର ମୁହାଁ ହିଁ ପଠେଇଛି। ସକାଳେ ଆସିଲା ବେଳକୁ ମତେ କହିଲା ରାନୁ ମୁଁ ତତେ ଭଲପାଏ। ନାନାକୁ କହିଛି, ଭଲ କି ପାନେ ଦେବେ ଆଜି।ମୁଁ ପଚାରିଲି ତେବେ ଅସୁବିଧା କଣ ତୁମ ଜାତିରେ ତ ଏମିତି ହୁଏ। ମିତ କହିଲା" ସତ କଥା ହେଉଛି ମୁଁ ଏ ପ୍ରେମ ଫ୍ରେମରେ ପଡିବାକୁ ଚାହୁଁନି। ପ୍ରେମରେ କଣ ପେଟ ଭରିବ। ବହୁତ ଉଚ୍ଚ ଆଶା ମୋର ପାଠ ସରିଲେ ଭଲ ଚାକିରିଟେ କରିବି। ଭଲ ପ୍ରସ୍ତାବଟେ ଆସିଲେ ଯାଇ ବାହାହେବି। ଆଉ ଶାନ୍ତିରେ ରହିବି। ଆଉ ମୋ ଭାଇ କଥା ତ ଜାଣିଛୁ। ବାପା କହୁଛନ୍ତି ମୁଁ ହେଲି ତାଙ୍କ ଦୁହିତା। ମୁଁ ବାହା ହୋଇ ଚାଲିଗଲେ ମୋ ଘର କଥା କିଏ ବୁଝୁବ। ଆଉ ଏ ଶ୍ରୀ ନିଜର ତ ଘର ଖଣ୍ଡେ ନାହିଁ। ଆମଠୁ ଯୌତୁକ ନେବା ପାଇଁ ଏତିକି ଫାନ୍ଦି କରିଛି ବୁଝିଲୁ।

ସ୍କୁଲ ଛାଡି ଆମେ କଲେଜ ଗଲୁ! ଶ୍ରୀ ପାଠ ଛାଡି ଛୋଟମୋଟ ଚାକିରି କଲା। କିନ୍ତୁ ଏତେ ଅପମାନ ପରେ ସେ ରତ୍ନାର ଦାୟିତ୍ବ ଛାଡି ନଥିଲା। ମିତ ନଦେଖିଲେ ବି ମୁଁ ଲକ୍ଷ୍ୟ କରିଥିଲି,ଏତେ ବର୍ଷ ରେ ରତ୍ନାକୁ କୋଉ ପୁଅ ଆଖି ଉଠେଇ ଚାହିଁ ବାର ସାହସ କରିନଥିଲେ। ଶୀତ ରାତିରେ ଆମେ ଏକା ଘରକୁ ଗଲା ବେଳେ କେହି ଜଣେ ପଛରେ ସବୁବେଳେ ଥାଏ। ସେ ଶ୍ରୀ ଥିଲା। ଏପଟେ ରତ୍ନା ର ବାପା ମାଆ ତା ବାହାଘର ଠିକ କରିଦେଲେ। ଧନୀ ଘର ଆଉ ସୁନ୍ଦର ବର। ବିନା ଯୌତୁକ ରେ।ବାପା ଓ ମାଆ ରତ୍ନା କୁ ବୁଝେଇଦେଲେ ଝିଅ ଜନ୍ମ ପର ଘରକୁ। ଆଉ ତାକୁ ଦୁଇ କୂଳର ନାଆ ରଖିବାକୁ ପଡିବ,ତେବେ ତ ଯାଇ ସେ ହେବ ଦୁହିତା । ତେଣୁ +2ପରୀକ୍ଷା ପୂର୍ବରୁ ହିଁ ବାହା ଛିଡିଲା। ଏଠି ବି ମୁଁ ଦେଖିଲି ଶ୍ରୀ ବିଚରା ସବୁ କାମ ଦାମ କରୁଛି। ବିଦା ବେଳ ଆସିଲା ମୁଁ ଲକ୍ଷ୍ୟ କରିଥିଲି ଶ୍ରୀକୁ ତା ମୁହଁ ରେ ଟିକେ ବି ପ୍ରତିକ୍ରିୟା ନାହିଁ ଯେମିତି ସେ ଗ୍ରହଣ କରି ନେଇଚି ସତ୍ୟତା କୁ। କିନ୍ତୁ ପିଉସୀ ରତ୍ନା ଯିବା ବେଳେ କାନ୍ଦି କାନ୍ଦି ତାକୁ ଅଭିଶାପ ଦେଲେ ତୁ କେବେ ତିଶ୍ଠି ବୁନି ଲୋ ରାନୁ। ତୁ ଅଭିଶପ୍ତ କନ୍ଯା ଯା ଘରକୁ ଯିବୁ ସେ ଘର ଭାଙ୍ଗିବ। ରାନୁ ଘରେ ସବୁ ବହୁତ ରାଗିଲେ। ଶ୍ରୀ ତା ମାଆକୁ ନେଇ ସେଠୁ ଗଲା ଯେ ଆଉ ଦିଶିଲାନି।

ଦିନ ଗଡିଲା ଆଉ ରାନୁର କିଛି ଖୋଜ ଖବର ନାହିଁ। ସବୁ ନିଜ ଜୀବନରେ ବ୍ଯସ୍ତ । ରାନୁର ପରିବାର କିନ୍ତୁ ଏବେ ଆଗଠୁ ଆହୁରି ଭଲ ଅବସ୍ଥାକୁ ଆସିଯାଇଥିଲା। ମୋ ବୋଉ କହୁଥିଲା ରାନୁର ଭାଇଟା ଏଥର ରାସ୍ତାକୁ ଆସିଲାଣି, ଘରେ ଦୁନିଆ ଜିନିଷ ଆଣି ରଖୁଛି। କୋଉଠି କାମ କରୁଛି ଢେର ପଇସା ଆଣୁଛି। ମୁଁ ପଚାରିଲି ଆଉ ରାନୁ? ତାର କଣ ଖବର। ବାହାଘର ପରେ ଯାହା ଆସି ପରିକ୍ଷା ଦେଇ ଯାଇଥିଲା ବାସ୍। ତା ପରେ ତାର ଆଉ ଖୋଜ ଖବର ନାହିଁ। ତ ବୋଉ କହିଲା ଆରେ ବିରାଟ ଧନୀ ଘରେ ବାହାହେଇଛି। ରାନୁ ର ମାଆ କହୁଥିଲେ କାଳେ ରାନୁ ଗର୍ଭବତୀ, ଏମାନେ ପ୍ରସବ ପାଇଁ ଏଠିକି ଡାକିଲେ ବି ସେମାନେ ଛାଡିଲେନି।ଏମିତିକି ସେ ସମୟରେ ଭାଇ ବାହାହେଲା ତଥାପି ସେ ଆସିଲାନି। ରାନୁ ବଡ ଭାଗ୍ୟବତୀ ସତେ।

କିଛି ଦିନ ଉତାରୁ ହଠାତ୍ ଦିନେ ମୁଁ କଲେଜରୁ ଫେରିଲା ବେଳେ ନଜର ପଡିଲା, ଆରେ ଏ ତ ମୋ ମିତ। ତିନି ବର୍ଷ ପରେ ହଠାତ ଦେଖି ମୁଁ ଜମା ଚିହ୍ନି ପାରିଲିନି। ପାଖକୁ ଜିବା ଆଗରୁ ସେ ଘରକୁ ଯାଇ କବାଟ ବନ୍ଦ କରିଦେଲା। ବେଳେ ବେଳେ ଦେଖାହୁଏ କିନ୍ତୁ ସେ ଟିକେ ହସିଦେଇ ଚାଲିଯାଏ। ମୁଁ ବି ଭାବିଲି ଯା ମ ତୋ ଧନୀ ତୋ ଘରେ। ବୋଉ ଆଉ ମୁଁ ତା ଛୁଆକୁ ଦେଖିବାକୁ ଯିବୁ ଭାବିଲୁ। ମୁଁ ତା ପାଇଁ ନୁଆଁ ଡ୍ରେସ ଖଣ୍ଡେ ଆଣିଲି। ବଡ ସୁନ୍ଦର ଗୁଲୁଗାଲିଆ ଝିଅଟି ଆଠ କି ନ୍ ମାସର କିନ୍ତୁ ଏ ଯାଏଁ ବସିନି। ବଡ ଆଶ୍ଚର୍ଯ୍ୟ ଲାଗିଲା ରାନୁ ଘରର କାମ କରୁଥିଲା ଆଉ ସେ କଅଁଳା ଛୁଆଟା ଅଳିଆ ଗଦା ଭଳି ଗୋଟେ କଣେ ପଡି କାନ୍ଦୁଥିଲା ଅଥଚ କେହି ତାକୁ ହାତ ବି ଲଗାଉ ନଥିଲେ। ନିଜ ବାପ୍ ଘରେ ରାନୁର ଏ ଅବସ୍ଥା ଦେଖି ମୋ ଦେହ ଶିହରି ଉଠିଲା। ଦୌଡ଼ି ଯାଇ ପିଲାଟାକୁ ଉଠେଇ ଦେଖିଲି ତ ଜଣାପଡିଲା ଝିଅ ଟି ଅକର୍ମଣ୍ୟ। ବୋଧେ ଜନ୍ମରୁ। ଝିଅକୁ ରାନୁ ହାତରେ ଦେଇ ଆମେ ମାଆ ଝିଅ ସେଠୁ ବାହାରି ଆସିଲୁ। ମୋ ମନଟା ଗୋଲେଇ ଘାଣ୍ଟି ହେଉଥିଲା କଣ ହୋଇଛି ରାନୁର। ନ ଜାଣିଲା ଯାକ ମତେ ଶାନ୍ତି ନାହିଁ । ପରଦିନ ମୁଁ କଲେଜ ବାହାରିଲା ବେଳକୁ କାଗଜଟେ ମୋ ଉପରେ ପଡିଲା। ଲେଖାଥିଲା - ମେଡିକାଲ ପାଖରେ ଅପେକ୍ଷା କରିବୁ।

ମିତ।

ବହୁତ୍ ସମୟ ଅପେକ୍ଷା କଲା ପରେ ସେ ଆସିଲା। ମୁଁ ଅପେକ୍ଷା କରିଥିଲି ସେ କିଛି କହିବ ବୋଲି, କିଛି କ୍ଷଣ ଉତ୍ତାରୁ ସେ ସିଧା ସଳଖ କହିଲା ମିତ, ବଡ କଷ୍ଟରେ ସେଠୁ ବଞ୍ଚିକି ଆସିଛି ।ଆମ ପଛପଟୁ କେହିଜଣେ ବାହାରିକି ଆସିଲା। ଶ୍ରୀ! ତାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ଆରେ ଏତେ ଦିନରେ ମୁଁ କେବେ ତାକୁ ଦେଖିନଥିଲି। ମିତ କିନ୍ତୁ ରାଗିଲା ଯେ ମୁଁ ତାକୁ ଡାକିଥିଲି ବୋଲି। ଆଉ କିଛି ନ କହି ସେଠୁ ଚାଲିଗଲା।

ମତେ ଅନୁଭବ ହେଲା ଶ୍ରୀର ରତ୍ନା ପ୍ରତି ନିଃସ୍ବାର୍ଥ ପ୍ରେମଭାବକୁ ।ଆଉ ମୁଁ ଦେଖିଛି ତା ଆଖିରେ ରତ୍ନାର କଷ୍ଟ ଦେଖି ତାକୁ କେତେ କଷ୍ଟ ହେଉଛି। କିଛି ଦିନ ପରେ ମିତ ମତେ କିଛି ଟଙ୍କା ଆଉ କାଗଜଟେ ଦେଇ କହିଲା ତା ଛୁଆ ପାଇଁ ଔଷଧ ଆଣି ଦେବାକୁ।

ମତେ ତା ବିଷୟରେ ସବୁ କଥା ଜାଣିବାର ଥିଲା ତେଣୁ ତାକୁ ଔଷଧ ଦେବା ବାହାନା କରି ଡାକି ଆଣିଲି ଛାତ ଉପରକୁ। ଛୁଆକୁ ତାର ତଳେ ମୋ ମାଆ ରଖିଥିଲେ। ଛାତ ଉପରେ ଖୋଲା ଆକାଶ ତଳେ ଆମେ ଆଗରୁ ବହୁତ୍ ସମୟ ବିତାଇଛୁ। ଆଜି ପୁଣି ସେହି ଜାଗାକୁ ଆସି ମିତକୁ ବହୁତ୍ ଶାନ୍ତି ଲାଗୁଥିଲା। ମୁଁ ବାଧ୍ୟ କଲି କଣ ହେଇଛି ମତେ ସଫା ସଫା କହ। ତୁ ବହୁତ୍ ବଡ ଧନୀ ଘରେ ବାହାହେଲୁ ଆମେ ଭାବିଲୁ ତୁ ବଡ ସୁଖ ରେ ଅଛୁ ତେଣୁ ଏଠିକି ଆସୁନୁ। ତାତ୍ସଲ୍ୟ ର ହସ ହସି ମିତ ସେଠୁ କହିଲା। ଧନୀ? ହଁ ଧନ ଲୋଭରେ ମୋ ବାପା ଭାଇ ମତେ ସେ କୁକୁର ଆଗରେ ବିକି ଦେଇଥିଲା। ଆଉ ତା ବଦଳରେ ମୋଟା ରକମ ଆଣୁଥିଲେ ପ୍ରତି ମାସରେ। ଗୋଟେ ପାଗଳ ହାତରେ ଟେକି ଦେଇ ଥିଲେ।ସାରାଦିନ ଚାକରାଣୀ ପରି ଖଟାଉଥିଲେ ଆଉ ରାତି ରେ ସେ ପାଗଳ, ଛି....।ଯେତେବେଳ ମୋ ଝିଅ ହେବାର ଥିଲା ମତେ ଏତେ ଯନ୍ତ୍ରଣା ଦେଲା ଯେ ମୋ ଛୁଆଟା ଅକର୍ମଣ୍ୟ ହୋଇଗଲା ।ଜାଣିଛୁ ମୁଁ ତ ମେଡିକାଲ ବି ଯାଇନି। ଲଜ୍ଜାର ସବୁ ସୀମା ପାର ହୋଇଗଲା ମିତ, ପ୍ରସବ ଯନ୍ତ୍ରଣା ରେ ମୁଁ ଛଟପଟ ହେଉଥିଲି, କେହି ମତେ ଚାହିଁ ବି ଦେଇ ନାହାନ୍ତି। ସମସ୍ତେ ଯିବା ଆସିବା ମଝି ଘରେ ମୋ ଛୁଆ ଜନ୍ମ ହେଲା ।କେହି ମତେ କପଡା ଖଣ୍ଡେ ରେ ଢାଙ୍କି ବି ଦେଲେନି। ମୁଁ ରକ୍ତାକ୍ତ ହୋଇ ସେମିତି ପଡିଛି ଯେମିତି ଦେଖିଲେ ଝିଅ ଟେ ବୋଲି ଯେ ଯାହାର ନାକ ଟେକି ଚାଲିଗଲେ। ମୁଁ ମୋର ଏଇ ହାତରେ ମୋ ଛୁଆର ନାଭି କାଟିଲି। ସେ ଘରର ଅନ୍ୟ ଲୋକମାନେ ମୋର ଏ ଅବସ୍ଥାରେ ମତେ କୁକୁର ଭଳି ଲୋଭିଲା ଆଖିରେ ଚାହିଁ ରହିଥିଲା। ମୁଁ ଜାଣିଛି ମୁଁ କେମିତି ନିଜକୁ ବଞ୍ଚାଇଛି। ବଡ କଷ୍ଟରେ ଘରକୁ ଫୋନ କଲି ମତେ ଏଠୁ ଜଲଦି ନେଇଯାଅ ବୋଲି ତ ମୋ ଭାଇ କହିଲା କିଛି ଦିନ ପରେ ନେଇଆସିବ କିନ୍ତୁ ସେ ଦିନ କେବେ ଆସିଲାନି। ଭାଗ୍ୟକୁ ଆଦରି ପଡି ରହିଥିଲି ସେଠି ସେଦିନ ଟିକେ ସୁଯୋଗ ମିଳିଲା ଆଉ କେମିତି ସାହାସ କରି ମୁଁ ଚାଲିଆସିଲି।

ଏଠିକି ଆସିଲା ପରେ ସବୁ ବିଷୟ ମୁଁ ବୁଝିଗଲି। ବାପା ଓ ଭାଇଙ୍କ ବ୍ୟବହାର ଆଉ ବୋଉ, ଏତକ କହି ସିଁ ସିଁ ହୋଇ କାନ୍ଦି ଉଠିଲା, ମିତ ଜାକିଛୁ ଆମ୍ମା କହିଲା ମୁଁ ଅଭିଶପ୍ତା, ମୁଁ କୋଉ କୁଳର ନାହିଁ ।ମୋ ଛୁଆଟାକୁ କେହି ଚାହୁଁ ବି ନାହାନ୍ତି। ଯାହା ହେଇଯାଉ ମିତ ମୁଁ ଏଇମିତି ରହିପାରିବି କିନ୍ତୁ ଆଉ ସେ ନର୍କକୁ ଫେରି ବିନି।

ମୁଁ ତ କେବଳ ଶୁଣୁଥିଲି କିନ୍ତୁ ପଛ ପଟୁ ଏକ ଭାରି ଆବାଜ ଆସିଲା, ଖବରଦାର ଯଦି ଆଉ ସେଠିକି ଜିବା କଥା ଭାବିଥିବୁ। ରାନୁ ମୋ ଆଡେ ଚାହିଁଲା ଏକ ସଂକା ନଜରରେ। ଶ୍ରୀ ଏଠି? ମୁଁ କହିଲି ସେ ଦିନ ତାକୁ ମୁଁ ଡାକି ନଥିଲି। ଆଜି ମୁଁ ଡାକିଛି। ଦେଖ ମିତ ଏ ଅବସ୍ଥା ରେ ତତେ ଯଦି କେହି ସାହାଯ୍ୟ କରିପାରିବ ସେ ହେଲା ଶ୍ରୀ। ତୋ ପାଇଁ ସେ ସାରା ଦୁନିଆ ସହ ଲଢିଯିବାର ଶକ୍ତି ରଖିଛି ସେ। ରାଗ ଫରଫର ହୋଇ ମିତ ମତେ କହିଲା ତୁ କଣ ଚାହୁଁଛୁ ମୁଁ ମୋର ସ୍ବାଭିମାନ ଛାଡି ଆ ଆଗରେ ସାହାଯ୍ୟ ଭିକ ମାଗିବି ଆଉ ଇଏ ମତେ ତଳ ଦିନ କଥାର ପ୍ରତିଶୋଧ ନେବ?ପିଉସି ଦେଇଥିବା ଅଭିଶାପ କଣ କମ୍ ଥିଲା?

ଶ୍ରୀ ନିଜ ଆଡୁ କହିଲା ଦେଖ ରତ୍ନା ଜୀବନରେ ଥରେ ମୋ ଉପରେ ଭରସା କରି ଦେଖ। ବଦଳରେ ମୋର କିଛି ଆବଶ୍ୟକ ନାହିଁ ବାସ ତୁ ଖୁସିରେ ରହ। ତୋ ଓଠର ହସ ଧାରେ ପାଇଁ ଏ ଶ୍ରୀ ତାର ସବୁ କିଛି ଲୁଟାଇ ଦେଇ ପାରେ। ଆଉ ଚାଲିଗଲା ସେ।

ସମୟର ଚକ ବୁଲିଲା ।ଶ୍ରୀ ର ସାହାଯ୍ୟରେ ରତ୍ନା ସିଟି ପାଇଗଲା। ସମସ୍ତଙ୍କ ଅଗୋଚରରେ ଶ୍ରୀ, ରତ୍ନାକୁ ସବୁ ପ୍ରକାର ସାହାଯ୍ୟ କଲା। ମିତ ବୋଉ ଦେହ ଖରାପ ହେଲା। ଭାଇ ଭାଉଜ ଅଲଗା ଘର ବାହାର କରି ଚାଲିଗଲେ। ଆଉ ବାପା ଚବିଶ ଘଣ୍ଟା ମଦ ପିଇ ରାସ୍ତା କଡରେ ପଡୁଥିଲା। ଏବେ ରତ୍ନା ହିଁ ଘରର ସବୁ ଦାୟିତ୍ଵ ଉଠେଇଥିଲି। ଏତେ ଦିନରେ ଥରେ କେବେ ତା ସ୍ଵାମୀ ଆସି ତାକୁ ଦେଖି ଯାଇନି।

ସିଟି ପରେ ପରେ ତାକୁ ପାଖ ଗାଁରେ ଚାକିରି ଟିଏ ମିଳିଲା। ସାହି ସାରା ଲୋକ ତାକୁ ଟାହି ଟାପରା କରୁଥିଲେ ଶ୍ରୀ ସହ ମିଳାମିଶା ଯୋଗୁଁ। ପିଉସୀ ମଝିରେ ମଝିରେ ଆସି ବହେ ଶୁଣେଇ ଯାଉଥିଲା ।ଶ୍ରୀ କିନ୍ତୁ ଏବେ ତାକୁ ସମାଜ ସହ ଲଢିବା ଶିଖେଇ ଦେଇଥିଲା। ଏବେ ଧୀରେ ଧୀରେ ହସିବାକୁ ଲାଗିଥିଲା ସେ। ଥରେ ଶ୍ରୀ କାମରେ ଥିଲା ପିଉସୀ ଦେହ ଖରାପ ହେଲା, ମନା କରିବା ସତ୍ତ୍ବେ ରତ୍ନା ପିଉସୀକୁ ନିଜ ଘରକୁ ନେଇ ଆସିଲା। କେହି ଜାଣିନାହାନ୍ତି ଶ୍ରୀ ଆଉ ରତ୍ନା କେବେ ବାହା ହେଲେ। କିନ୍ତୁ ରତ୍ନା ଏବେ ପୁଣି କାଚ ସିନ୍ଦୂର ନାଉଥିଲା। ବିନା ଡରରେ ଶ୍ରୀକୁ ତା ସ୍ବାମୀ ବୋଲି ପରିଚୟ ଦେଲା।କିଛି ଦିନ ଉତାରୁ ତାର ମାଆ ଚାଲିଗଲେ। ବାପା ଙ୍କୁ ଆଗ ଠୁ ଅଧିକ ଯତ୍ନରେ ରଖେ ରତ୍ନା। ହେଲେ ତାଙ୍କ ମୁହଁରୁ ରତ୍ନା ପାଇଁ ବିଷ ହିଁ ଝରୁଥିଲା। ପିଉସୀ ଏବେ ଆଉ କିଛି କହେନି। କହିବାକୁ ଗଲେ ବହୁତ୍ ସମୟ ପରେ ରତ୍ନା ତାର ବୈବାହିକ ଜୀବନରେ ଭାରି ଖୁସିରେ କାଳ କାଟୁ ଥିଲା ଶ୍ରୀର ଆଖିରେ ରତ୍ନା ପାଇଁ ଏତେ ଭଲ ପାଇବା ଥିଲା ଯେ, ରତ୍ନା ନିଜ ଅତୀତ ର ସବୁ ଜଖମକୁ ଧିରେ ଧିରେ ଭୁଲି ଚାଲିଲା।

ବୋଉର ପାଟି ରେ ମୁଁ ମିତର ଚେତନା ରାଇଜରୁ ଫେରିଲି, ଟିଭିରେ କିଛି ସମ୍ବାଦ ଆସୁଛି। ହୋଘରଠୁ କିଛି ଦୁରରେ ଟ୍ରେନ ଲାଇନ୍। କେତେ ଦିନରେ ଥରେ କେହି ନା କେହି ପଡିଥିବାର ଖବର ଆସେ। ପୋଲିସ ଆସିଛନ୍ତି ପାଟି ତୁଣ୍ଡ ଶୁଭୁଛି। କେହି କେହି ସେ ଆଡକୁ ଦୌଡୁଛନ୍ତି। ଲୋକଟି କିଏ ଏଯାଏଁ ଚିହ୍ନଟ କରାଯାଇନି। ମୁଁ ଟିଭିରେ ସେହି ସମ୍ବାଦଟି ଦେଖୁଥିଲି ।ଟିଭିରେ କହୁଥିଲା ପାଖରେ ପଡିଥିବା କିଛି କାଗଜପତ୍ର ଦେଖି ଜଣାପଡିଲା ଯେ ମୃତକ ଜଣକ ଶ୍ରୀକାନ୍ତ ପାତ୍ର। ମୋ କାନକୁ ବିଶ୍ବାସ ହେଲାନି। ବୋଉ ବୋଉ ଡାକି ବାହାରକୁ ଧାଇଁ ଜାଇ ଦେଖେତ ମିତା ଘର ଚାରିପଟେ ଲୋକ ଜନ୍ଦାପିମ୍ପୁଡି ପରି ଘେରି ରହିଥିଲେ। ମୋର ଏତେ ସାହାଶ ନଥିଲା କି ମୁଁ ତାକୁ ଦେଖିବାକୁ ସେଠିକି ଜାଇପାରିବି। ବୋଉକୁ ଧରି ମୁଁ ପଛ ମୁହ ହୋଇ ଘରକୁ ଆସିଗଲି। ଭାରି କାନ୍ଦ କାନ୍ଦ ମାଡୁଥିଲା।

୫ବର୍ଷ ପରେ ଏବେ ପୁଣି ସେ ଘଟଣା ଟି ଆଖି ଆଗରେ ନାଚି ଉଠିଲା ହ। ସେ ଘଟଣା ପରେ ପରେ ମୁଁ ହାଇଦ୍ରାବାଦ ପଢିବା ପାଇଁ ଚାଲିଗଲି ଆଉ ରାନୁ ସେ ଭିତରେ ଏ ଘର ଛାଡି ଅନ୍ୟ କୁଆଡେ ଚାଲିଗଲା। ମୁଁ ଜାଣିନି ବା ସତ କହିଲେ ମୋର ତା ରୁପକୁ ଦେଖିବାର ସାହାସ ନଥିଲା ତେଣୁ ମୁଁ ତା ବିଷୟରେ ଜାଣିବାକୁ ଚାହୁଁନଥିଲି। ଏବେ ଥରେ ହଠାତ୍ ତା ସହ ଦେଖା ହେଲା ଗୋଟେ ବିଜ୍ଞାନ ମେଳା ରେ । ମୁଁ କେମିତ ତାକୁ ପରିଚୟ ଦେବି ବୋଲି ଭାବୁଥିଲି କି ସେ ଆସି ମୋତେ କୁଣ୍ଢେଇ ଧରି ପକେଇଲା। ମିତ ମିତ ବୋଲି ବହୁତ କିଛି ପଚାରୁଥିଲା। ମୁଁ ଦେଖୁଥିଲି ତାର ବେବାକ୍ ପଣକୁ। ଚୁଡିଦାରଟେ ପିନ୍ଧିଥିଲା। ଏକଦମ୍ ହସମୁଖ, ଖୁସି ସାଂଗକୁ ମତେ ଟିକେ ଡର ବି ଲାଗୁଥିଲା ଜାଣି ପାରୁନଥିଲି କଣ ପଚାରିବି ତାକୁ। କହିଲା ମିତ କଣ କିଛି କହୁନୁ। ତା ପରେ ହଠାତ ଶ୍ରୀ ଶ୍ରୀ କହି ଦୌଡିଗଲା ମୁଁ ଚକିତ ଥିଲି ଶ୍ରୀ ବଞ୍ଚିଛି, ତେବେ ସେଦିନର ଖବର ସବୁ ମିଛ ଥିଲା।ଏକ ଆଶାତୀତ ନଜରରେ ମୁଁ ସେ ଆଡକୁ ଚାହିଁ ରହିଲି, ଛୋଟିଆ ଛୁଆଟିକୁ କାଖରେ ଯାକି ଧରିକି ଆସିଲା ମିତ ତା ପଛେପଛେ ଧାଡିଏ ଲମ୍ବା ରେ କିଛି ଦିବ୍ଯାଗଂ ପିଲା ତା ଝିଅ ବି ସେଥିରେ ଥିଲା କହିଲା ମୋ ଝିଅ ସ୍କୁଲର କିଛି ପିଲା ଏମାନେ। ବୁଲେଇବାକୁ ଆଣି ଥିଲି। ତାକୁ ଦେଖିମୋ ଆଖି ଟିକେ ଜକେଇ ଆସିଲା ବିଶ୍ବାସ ହେଲାନି ଯେ ଏତେ ବଡ ଦୁଃଖରୁ କେମିତି ଲଢିଥିବ ସେ ମୁଁ ନ ପଚାରୁଣୁ କହିଲା

ଶ୍ରୀ ମତେ ଯେତିକି ଭଲପାଇବା ଦେଇଛି ନା ମିତ ଏ ଜନ୍ମ ଆଗାମୀ ସବୁ ଜନ୍ମ ପାଇଁ ବଳକା। ଆଉ ସେଇଟା କୁଆଡ଼େ ଯାଇନି ଦେଖୁନୁ ଏଇତ ତାରି ପରି ସବୁଠି ମୋ ପଛେ ପଛେ ଚାଲିଥାଏ ମୋର ଏଇ ଶ୍ରୀ।

ମୁଁ ଛୁଆ ଦୁଇ ଟାକୁ ଦେଖି ମନରୁ ସ୍ୱତଃ ଆଶୀର୍ବାଦ ବାହାରି ଆସିଲା। ଅବିକଳ ଶ୍ରୀ,ତା ପୁଅର ମୁହଁଟି ଦେଖୁ ଦେଖୁ ଭାସି ଆସିଲା ଶ୍ରୀର ମୁହଁଟି ମୋ ଆଖି ଆଗରେ। ଘରକୁ ଆସିବାକୁ ନିମନ୍ତ୍ରଣଟିଏ ଦେଇକି ଗଲା।କହୁଥିଲା ବାପା ଆଉ ପିଉସୀକୁ ପାଖରେ ରଖିଛି। ପିଉସୀ ଏବେ ଦୁଃଖ କରୁଛି ତାର ଅଭିଷାପ ପାଇଁ କାଳେ କହୁଚି ମୋ ଆଶୀର୍ବାଦ ଅଛି ତୁ ଏଇମିତି ହସୁଥା। ସୁଖ ଦୁଃଖରେ ତା ଦିନ କଟିଯାଉଛି।

ବୋଉକୁ ଆସି ସବୁକଥା କହିଲି ତ ମୋ ବୋଉ କହିଲା ଖାଲିରେ କଣ ଝିଅ ମାନଙ୍କୁ ଦୁହିତା କୁହାଯାଇଛି ।ଏଇ ଶକ୍ତି ଠାକୁରେ କେବଳ ଝିଅ ଠେଁ ହିଁ ଦେଇଛନ୍ତି।

ପ୍ରେମରେ ଲୋକଙ୍କୁ ମରିଯିବାର ତ ଶୁଣିଥିଲି ଆଜି ଦେଖିଲି ମୃତକୁ ଜୀବନ ପାଇବାର। ସତରେ ଆଜି ମିତ ପାଇଁ ମୁଁ ହୃଦୟରୁ ଖୁସି ଲାଗୁଛି ମୋ ମିତ ଅଭିଶପ୍ତା ନୁହେଁ ଦୁହିତା ।

Paramita mishra

9337573886

ଅଭିଶପ୍ତା ଦୁହିତା ଅବକାଶ

Rate the content


Originality
Flow
Language
Cover design

Comments

Post

Some text some message..