Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

3  

Amiya Bej

Others

ପେଇଂ ଗେଷ୍ଟ୍

ପେଇଂ ଗେଷ୍ଟ୍

1 min
14.5K


ଶେଷକୁ ମାମୁଁ ଙ୍କୁ ଡକାହେଲା । ଛିଡୁ ନଥିଲା ଦୁଇ ପୁଅଙ୍କ ଅଂକକଷା । ଦୁହିଁଙ୍କର ପେନସନ୍ ଟଙ୍କା ଟା ଉପରେ ଲକ୍ଷ୍ୟ । ସାନବୋହୁ କହୁକହୁ ଥରେ ଶୁଣାଇଦେଲା ଆମ ପାଖରେ ଖିଆ ପିଆ , ଦେବାନେବା ସବୁ ବଡକୁ । ସେତେବେଳେ ସାବିତ୍ରୀ ବଂଚିଥିଲା । ଲୁଚାଇ ଲୁଚାଇ କେତେ ଯେ ଲୁହ ଗଡାଇଛି ବିଚାରୀ । ଦୁହିଁ ଙ୍କୁ କେବେ ପାତର ଅନ୍ତର କରିନାହାନ୍ତି । ବଡ଼ର ଟିକେ ଚଳଣି କଷ୍ଟ । କେବେକେମିତି ଦରକାର ପଡିଲେ , କିଛି ବ୍ୟବସ୍ଥା କରିଦେଉଥିଲେ । ସାନର ସବୁ ଥାଇ ବି ମନ ଉଣା ସବୁବେଳେ । ସାବିତ୍ରୀ ଚାଲିଗଲା ପରେ କଥାଟା ବେଶି ଗମ୍ଭୀର ହେଲା । ପ୍ରତି କଥାରେ ସ୍ତ୍ରୀ ଉପରେ ନିର୍ଭର କରୁଥିବା ଲୋକଗୁଡା , ଆଗ ନ ଚାଲିଗଲେ , ଏକୁଟିଆ ଖୁବ୍ ଭୋଗନ୍ତି ସତରେ । ଶଳା , ( ପିଲା ଙ୍କ ମାମୁଁ ) ଏକ ଅଭିନବ ନିଷ୍ପତ୍ତି ଶୁଣାଇ କହିଲେ -"ଏଇ ପନ୍ଦର ହଜାର ପେନସନ୍ କୁ ନେଇ ଏତେ ନାଟ। ମାସ ଆରମ୍ଭ ରୁ ଯେଉଁ ପୁଅ ଘରେ ରୁହାଯିବ, ତା ଏକାଉଣ୍ଟ ରେ ପୁରା ପେନସନ୍ ଟ୍ରାନ୍ସଫର ହୋଇଯିବ । କାହାକୁ କିଛି କମ୍ ବେଶି ନାହିଁ । ବାପା ଙ୍କ ଦେହ ପା' କଥା ବି ମାସଯାକ ସିଏ ବୁଝିବ ।" ପୁଅ ଦୁହେଁ ବୋଧେ ନିଜ ମାମୁଁ ନିଷ୍ପତି ରେ ସନ୍ତୁଷ୍ଟ ଥିଲେ । ହୋଟେଲ୍ ରେ ଖାଇଲା ପରି ପଇସା ଦେଇ ନିଜ ପୁଅ ଙ୍କ ପାଖରେ ଖାଇବା ବ୍ୟବସ୍ଥା ହୋଇଗଲା । ସିଏ ପୁଣି ଜମା ହେବ ଆଗତୁରା । ହସ ଲାଗୁଥିଲା । ସାବିତ୍ରୀ ନାହିଁ ଦୁଃଖ ଭାଗ କରିବାକୁ । ପୁଅ ମାନଙ୍କୁ କହି ହେବନି, ବୋହୂ ଙ୍କୁ ବୁଝାଇ ହେବନି । ଶଳା କୁ ନିରୋଳା ରେ ଡାକି କହିଲେ -" ପିଲାମାନଙ୍କୁ ଟିକେ ପଚାରିବ , ପାରିବାର ନ' ହୋଇଥିଲେ ଯେବେ , ଆମ ପାଖରେ କ'ଣ ପେଇଂ - ଗେଷ୍ଟ ହୋଇ ରହୁଥିଲେ ??????????


Rate this content
Log in