Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2  

Amiya Bej

Others

ମର୍ଣି ୱାକ୍

ମର୍ଣି ୱାକ୍

2 mins
7.1K


ମର୍ଣି ୱାକ୍


- ନରୋତ୍ତମ କାଇଁ ?
ସମସ୍ତଙ୍କ ମନ ଗୋଳାଇଲା ନର ବାବୁଙ୍କୁ ନପାଇ । ମୋବାଇଲ୍ ବି ଉଠୋଉନାହାଁନ୍ତି । ଦଳପତି ସୁଧାଂଶୁ ବାବୁ ସଭିଙ୍କୁ ଅନୁରୋଧ କଲେ - "ଚାଲ , ଆଜି ପଡିଆକୁ ନଯାଇ ନରବାବୁଙ୍କ ଘରକୁ । ଓ୍ୱାକିଂ ବି ହୋଇଯିବ, ସାଙ୍ଗକୁ ତାଙ୍କ କଥାଟିକେ ବୁଝିଆସିବା ।
କେତେଜଣ ଅବା ? ଆଠ ଦଶ ଜଣିଆ ଦଳ । କିଏ ନଆସିଲେ ଭାରି ଖାଲି ଖାଲି ଲାଗେ ।" 
କାଗଜ ବାଲାଟେ ସେଇବାଟେ ଯାଉଥିଲା । ବଳ ବାବୁ ଖଣ୍ଡେ ଆଣିଲାରୁ ମୁଖ୍ୟ ଖବର ଥରାଇଦେଲା ସଭିଙ୍କୁ ।
" ବିପଦରେ ବାର୍ଧକ୍ୟ"
ରାଜଧାନୀରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ଘରୋଇ ଚାକର ଉପରେ ପୋଲିସର ସନ୍ଦେହ ।
ଯଦିଓ ନରୋତ୍ତମର ନାଁ ନଥିଲା, ତେବେ ଏଇ କାଗଜବାଲା ସତର୍କ ତ କରାନ୍ତି, ଡରାନ୍ତି ବି । ଛନକା ପଶିଲା । ଦଳପତି ବେଗ ବଢାଇବାକୁ ନିର୍ଦ୍ଦେଶ ଦେଲେ ।
କାହାର ଅଭାବ ନାହିଁ ତଥାପି ଅଭାବି ସବୁ । ସ୍ୱାସ୍ଥ୍ୟ ବୀମା, ଗାଡି, ଘର, ଉପକରଣ ସବୁ ବୀମାରେ ସମସ୍ତେ ନିବନ୍ଧିତ । ପିଲାମାନେ ସବୁ ବନ୍ଦୋବସ୍ତ କରି ନିଜ କର୍ମସ୍ଥାନ, ନିଜ ପରିବାର ନେଇ ବ୍ୟସ୍ତ । ସଂଚିଥିବା ସମ୍ପତ୍ତିର ଜଗୁଆଳି ସବୁ । ନରୋତ୍ତମଙ୍କ ଦୁଇପୁଅ ଆମେରିକାରେ ।
ଭୁବନେଶ୍ବରର ଏଇ ବଡବଡ କୋଠା କିଛି କେଉଁ ଜରାନିବାସ ଠୁଁ କମ୍ କି ?
କିଏ କାହାର ସହାୟ ? ବୁଢାଟିଏ ବୁଢୀର ନା, ପରସ୍ପରର ?
ଗପୁଗପୁ ପହଞ୍ଚିଲା ନରବାବୁଙ୍କ କୋଠା । ଝାଳନାଳ ହୋଇସାରିଥିଲେ ସଭିଏଁ ଚାଲିଚାଲି । ବେଲ୍ ଦେଉଦେଉ ଖୋଲି ଦେଲେ ନର ପତ୍ନୀ ନାରୀ 'ସୁମତୀ ଦେବୀ ।'
ନିଜଅାଡୁ ଦୋଷ ମାନି ସମସ୍ତଙ୍କୁ ଆଶ୍ୱସ୍ତ କଲେ -
" ନାଇଁ ନାଇଁ । ଆଜି ପ୍ରବଳ ଥଣ୍ଡା, ଉଠିହେଲାନି ସମୟରେ । ବସନ୍ତୁ । ତାଙ୍କୁ ଡାକୁଛି ।"
ଦଶମିନିଟ୍ ପରେ ନରୋତ୍ତମ ବାହାରିଲେ ଟ୍ରାକ୍ ସୁଟ୍ ପିନ୍ଧି ।
ତାଙ୍କୁ ଦେଖି ସମସ୍ତେ ହସିଲେ ହୋହୋ ହୋଇ ।
- ହଇଓ ଘରେ ଘଡି ଅଛି ? ସାତୁଟା ହେଲାଣି ପରା । ଏବେ କେଉ ୱାକ୍ ରେ ବାହାରିଲ ? ଥଣ୍ଡା ସିନା ବଢିଗଲା, ଦୁଃଖ କିଛି କମିଛି କି ?? ଦଳପତି କହୁଥିଲେ ।
ହସ କାହାର କମୁନଥିଲା । ୟା'ଭିତରେ ସୁମତୀ ଚା' ପକୋଡି ଆଣି ଥୋଇସାରିଥିଲେ ।।।

ଅମିୟ ବେଜ୍, ଘଟଗାଁ, କେନ୍ଦୁଝର 


Rate this content
Log in