Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahu

Inspirational

5.0  

sasmita sahu

Inspirational

ଅଭିଯୋଗ

ଅଭିଯୋଗ

2 mins
7.2K


ରାତି ସାଢ଼େ ଦୁଇଟା ବାଥରୁମ ଯିବା ପାଇଁ ଉଠିଲି । ଦେଖିଲି ବାପାଙ୍କ ରୁମରେ ଟିଭି ଚାଲିଛି ।ଏତେବେଳେ ଯାଏଁ ବାପା ଶୋଇନଥିଲେ ଦେଖି ଦରଆଉଜା କବାଟଟାକୁ ଭିଡି ଆଣୁ ଆଣୁ ଦେଖିଲି ଟିଭି ତା ବାଟରେ ଚାଲିଛି ।ଛାତି ଉପରେ ମୋବାଇଲ ଅନଲାଇନ୍ ଖୋଲା ଅଛି । ବାପା ଖଟ ଧାରରେ ଆଖି ବନ୍ଦ କରି ବସି ବସି ଶୋଇଛନ୍ତି । ମୁଁ ଡାକିଲି ବାପା ଠିକ୍ ରେ ଶୁଅ । 'ଆ' ...ହୁଁ... ତୁ ଯା' କହି ମୋବାଇଲ ଅଫ୍ କଲେ, ରେମୋଟ୍ରରେ ଟିଭି ବନ୍ଦ କଲେ, ତକିଆକୁ ପିଠିରୁ ଖସେଇ ମୁଣ୍ଡ ତଳେ ଦେଲେ । ମୁଁ ତାଙ୍କ ରୁମ୍ କବାଟଟା ଭିଡି ଆଣି ନିଜ ରୁମକୁ ଚାଲି ଆସିଲି ।

ଅନେକ ବେଳ ଯାଏଁ ନିଦ ହେଲାନି ।ବାପା ଶୋଇନଥିଲେ ।ଏମିତି ଅନେକ ରାତି ସେ ଶୋଇ ନ ଥାନ୍ତି । ସମସ୍ତେ କୁହନ୍ତି ସେ କେଉଁଠି ଟଙ୍କା ରୋଜଗାର ନିଶାରେ ଶୋଉ ନାହାଁନ୍ତି । ହେଲେ ମୁଁ ଜାଣିଚି ତାଙ୍କ ପାଖରେ କିଛି ବି ସଞ୍ଚୟ ନାହିଁ । ତେବେ ପୁଞ୍ଜି ଗଲା କୁଆଡେ? ପିଲାମାନଙ୍କର ଅଭିଯୋଗ ବାପା କିଛି ବି ଆମ ପାଇଁ କରିନାହାନ୍ତି । ଭାଇ ଭଗାରୀଙ୍କର ଅଭିଯୋଗ ଏତେ ପଇସା ଥାଇ ବି ଏ ବୁଢ଼ା ବୟସରେ ଆହୁରି ଖଟୁଚି । ପଡୋଶୀଙ୍କର ଟାହିଟାପରା ବୁଢ଼ା ଏତେ କଲେ କ'ଣ ହେବ କୋଉ ପିଲା ଭଲା ଖୁସି? ସବୁଠୁ ବଡ଼ କଥା ହେଲା ବାପାଙ୍କର ନିଜ ଉପରେ ବଡ଼ ଆରୋପ ମୁଁ କିଛି କରି ପାରିଲିନି ସମୟ ସରିଗଲା । କିଛି ସଂଯୋଡି ପାରିଲିନି ବୟସଟା ପ୍ରତାରଣା କଲା?

କେତେ କରିଥାନ୍ତେ? ମୁଁ ବୁଝିପାରେ ହେଲେ କିଛି କହିପାରେନି କାହିଁକି ନା ଆମେ ପିଲା ଦିନୁ ତାଙ୍କ ସାମନାରେ ଛିଡ଼ା ହେଇ କିଛି କହିନୁ । ଯେଉଁଟା ଆମ ପିଲାମାନଙ୍କ ପାଖରେ ଜାଲ ପକେଇ ସାଉଁଟିଲେ ବି ସେ ଡର ମିଶା ସମ୍ମାନ ଦେଖିବାକୁ ମିଳିବନି । ଆମ ପିଲା ମୁହଁରେ ଅଭିଯୋଗ କରନ୍ତି ଅମୁକ ପିଲାର ବାବା କି ମାମା ସମୁକ ଜିନିଷ ଆଣିଦେଉଛନ୍ତି । ଆମକୁ କେତେ ସକ୍ରିୟ ହେବାର ଅଛି ସୂଚାଇ ଦିଅନ୍ତି । ତାହେଲେ ତାଙ୍କ ସକ୍ରିୟ ହେବାରେ ଭୁଲ୍ ରହିଲା କେଉଁଠି?

ମା' ତା ଭଲପାଇବା ଦେଖେଇ ପାରେ । ଅଭିମାନ ଲୁହ ଆକାରରେ ସୂଚାଇ ପାରେ । ହେଲେ 'ବାପା'--- ଶବ୍ଦରେ ଆକଟ, ଛାତି ତଳେ ଅଦେଖା ଭଲପାଇବାର ଲୁହକୁ ମାରି ଏମିତି ରାତି ଅନିଦ୍ରା ରହି ଅନିଚ୍ଛାର ଟିଭି କି ମୋବାଇଲ ହିଁ ଦେଖିପାରନ୍ତି । ଯେମିତି ତାଙ୍କ ମନ କଥା ଜାହିର କଲେ ବା ଲୁହ ଗଡ଼ିଲେ ତାଙ୍କ ପୁରୁଷ ପଣିଆର ଆଘାତ ବେଶି ପୀଡା ଦାୟକ ।

ସେ ଆଉ ଅଧିକା କ'ଣ କରିଥାନ୍ତେ? ପିଲାଙ୍କର ପାଠପଢ଼ା, ପରେ କ୍ୟାରିଅର, ପରେ ବାହାଘର, ପରେ ବଂଶଜ , ଏସବୁ ବାଦ୍ ସମ୍ପତ୍ତି ସଂରକ୍ଷଣ ସବୁ ତ ଚିନ୍ତା କଲେ । ଆମେ ଆଉ ଅଧିକଟା କ'ଣ କରୁଛୁ କି? କେବଳ ଅଭିଯୋଗ ବାପା କିଛି କରିନାହାନ୍ତି ।

-ସସ୍ମିତା ସାହୁ


Rate this content
Log in

Similar oriya story from Inspirational