Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit pal

Inspirational

2  

Ranjit pal

Inspirational

ମିଠୁ

ମିଠୁ

1 min
366


ମିଠୁ ଆଜି ଭାରି ଖୁସି ଥିଲା । ଉପରକୁ ଦିଶୁ ନଥିଲେ ବି ଭିତରେ ଭିତରେ ସେ ଖୁବ୍ ନାଚୁଥିଲା, ଖୁବ୍ ଝୁମୁଥିଲା । ତା ମୁହଁର ହସ ସବୁ ରଙ୍ଗୀନ୍ ପ୍ରଜାପତି ହୋଇ ତା ଆଖି ବାଟେ ଉଡ଼ିବୁଲୁଥିଲା ଠିକ୍ ସେ ବିକୁଥିବା ରଙ୍ଗୀନ୍ ବେଲୁନ ପରି । ସାଙ୍ଗମାନଙ୍କ ନୂଆ ଡ୍ରେସ୍ ଦେଖି ମିଠୁ ମନଦୁଃଖ କରୁନଥିଲା । କାରଣ ସେ ଜାଣିଥିଲା ସମସ୍ତଙ୍କ ମଜାମସ୍ତି ପରେ ହିଁ ତାର ମଜା ଆରମ୍ଭ ହୁଏ । ସମସ୍ତଙ୍କ ଦଶହରା ପର ଦିନ ହିଁ ତା ପାଇଁ ପ୍ରକୃତ ଦଶହରା । ପୂଜା ପୂର୍ବରୁ ବାପା କହିଥିଲେ ଏଥର ଭଲ ବେପାର ହେଲେ ସମସ୍ତଙ୍କ ପାଇଁ ଡ୍ରେସ୍ ହେବ । ଆଉ ସେଇଥିପାଇଁ, ସାରାଦିନ ତା କଅଁଳ ପାଦରେ ବିଭିନ୍ନ ମଣ୍ଡପ ବୁଲି ଝାଳନାଳ ହୋଇ ସନ୍ଧ୍ୟା ଶେଷକୁ ମିଠୁ ହଜାରେ ଟଙ୍କା ରୋଜଗାର କରିଛି । କାରଣ ସେ ଜାଣିଛି ଆଜି ତା ଦେହର ଝାଳ ପିଉଥିବା ଏ ମଇଳା ସାର୍ଟଟା କାଲି ସକାଳକୁ ସ୍ପାଇଡରମ୍ୟାନ ବାଲା ଡ୍ରେସରେ ବଦଳି ଯାଇଥିବ ।

ମିଠୁ: ଘର ବିହାର, ୪ ବର୍ଷ ହେବ ଭୁବନେଶ୍ଵର ଆସିଛି । କାଲି ଡମଣା ପୂଜା ପ୍ୟାଣ୍ଡାଲ ଆଗରେ ତା ସହ ଭେଟ ହୋଇଥିଲା । ବଡ଼ ଆଶ୍ଚର୍ଯ୍ୟର କଥା ସେ #ବିହାରୀ ହୋଇ ବି ସ୍ପଷ୍ଟ ଓଡ଼ିଆ କହିପାରୁଛି ।

ବିଦ୍ର: ମି-ଠୁ ପଛରେ ଗୋଡ଼େଇବା ଛାଡ଼ି ଯଦି ଏଇ ମିଠୁମାନଙ୍କୁ ଗଢ଼ାଯାନ୍ତା ତେବେ କଅଁଳ କଢ଼ି ସବୁ ଝରିପଡ଼ିବାରୁ ବର୍ତ୍ତିଯାନ୍ତେ...!


Rate this content
Log in

Similar oriya story from Inspirational