Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ ପରା ମଣିଷ
ମୁଁ ପରା ମଣିଷ
★★★★★

© Sachidananda Kar

Tragedy

2 Minutes   592    56


Content Ranking

- ବନ୍ଧ୍ୟାର ଋତୁସ୍ନାନ ପରି ଏବେ ନିରର୍ଥକ ଏ ଜୀବନ ।  କିଛି ତ ହେଲାନି । କାହିଁକି ରହିବି? ତେଣୁ ଭାବୁଛି ଶୀଘ୍ର ଫେରିଯିବି ।   ଚା ପିଇ ସାରି କହିଲା ପ୍ରମେୟ ।

ବୋଧହୁଏ ମୋତେ ଏତିକି କହିବ ବୋଲି ଚା ପିଇବାକୁ ଡାକିଥିଲା ସେ । ତାର କଥା ଶୁଣି ମୁଁ ଚମକିପଡି ତାକୁ କହିଲି - ହେଲେ ତୋ ଭିତରେ ଏତେ ବିତୃଷ୍ଣା କାହିଁକି ?କୋଉଠି ଜୁଆ ଖେଳି ସର୍ବସ୍ବ ହରାଇ ଦେଇଛୁ ନା କଣ ?

- ହଁ,ଠିକ୍ ଅନୁମାନ କରିଛୁ ତୁ । ଏ ଜୀବନଟା ଗୋଟେ ଜୁଆ ଖେଳ ନୁହେଁ କି ?  ସେ କହିଲା ।

- ଦେଖ୍, ମୋ ଭିତରେ ବି କିଛି ସେପରି ଅନୁଭବ ଅଛି । ଯଦି ଶୁଣିବୁ, କହିବି ।   ମୁଁ କହିଲି ।

- ଶୁଣିବିନି କାହିଁକି ?କଣ କହିବୁ କହ ।   ସେ କହିଲା ।

- ପନ୍ଦର ବର୍ଷ ତଳେ ମୋତେ ଦେଖିଥିଲୁ ନା ତୁ ! ଦେଖ୍ , ସେତେବେଳେ ମୋର ମୁହଁଟି ଯେପରି ଥିଲା ,ଏବେ ତାହା ସେହିପରି ଅଛି କଣ ?  ମୁଁ କହିଲି ।

- ନା ।   ସେ ଅଳ୍ପରେ ଉତ୍ତର ରଖିଲା ।

- ନିଜର କରି ରଖି ପାରିଲିନିରେ ତାକୁ । କେତେ ସ୍ବପ୍ନ ଦେଖି ନଥିଲି ଯୌବନର ମୁଁ ! ସବୁ କେବେଠୁ ଶବ ପାଲଟି ଗଲେଣି ।   ଦୁଃଖିତ ଭଙ୍ଗୀରେ କହିଲି ।

- ମୋର ବି ସେହି ଅବସ୍ଥା ।   ସେ କଥା ଯୋଡିଲା ।

- ବହୁତ କଥା ବହୁ ସମୟରେ କହିବାକୁ ଇଚ୍ଛା କରିଛି, ହେଲେ କହିପାରିନି । କେବେ ଠାରୁ ମୋ ନିଜ ଉପରେ ମୋର ଆଉ ଆସ୍ଥା ନାହିଁ । କେମିତି ରହିବ କହ ତୁ ?  ମୁଁ ବୁଝାଇ ବୁଝାଇ କହିଲି ।

- କଥା କହିବାର ଶକ୍ତି, ସ୍ବାଧୀନତା ଥାଇ ବି ଅନେକ ସମୟରେ ମୂକ ପାଲଟିଛି ମୁଁ । ଅନୁଭବ କରିଛି କେହି ଯେମିତି ମୋର ବାଟ ଓଗାଳିଛି । ମୋ ତଣ୍ଟିକି ଚିପି ଧରିଛି ।   ଅନୁଭବୀ ମଣିଷ ପରି ସେ କହିଲା ।

- ମୋର କଣ ହେଲା କେଜାଣି ଧୀରେ ଧୀରେ ଶଦ୍ଦଙ୍କୁ ଭଲ ପାଇ ବସିଲି  । ଗପ ଲେଖିଲି । ଗୀତ ଲେଖିଲି । କେତେ କବିତା ବି ରଚନା କଲି । ପାଠକର ହୃଦୟ ଜିଣିବାକୁ ଚାହିଁଲି । ଓଡ଼ିଆ ସାହିତ୍ୟର ଇତିହାସରେ ନାଁ ଯୋଡିବାକୁ ଆଶା ରଖିଲି । ହେଲେ ଦେଖିଲି ଏଠି କେହି ସାହିତ୍ୟ ରସିକ ନାହାନ୍ତି । ହୃଦୟ ବା ଅନୁଭବ ବୁଝନ୍ତିନି କେହି । ଆହା ! ଏତିକି ବୁଝିବାକୁ ଡେରି ହୋଇ ନଥାନ୍ତା ହେଲେ !  ମୁଁ କହିଲି  ।

- କେତେ କବିତା ମୁଁ ନ ଲେଖିଛି ! ଶଦ୍ଦ ସାଙ୍ଗରେ ଖେଳିବାକୁ ଯେମିତି ଇଏ ଥିଲା ମୋର ଗୋଟେ ସଉକ । ଏଠି କେହି କବିତା ପଢନ୍ତିନିରେ । ବୁଝନ୍ତିନି ଅନ୍ତରର ଭାଷା । ଆତ୍ମାର ବିଳାପ । ହାୟ! କାହିଁକି ଏମିତି ସଉକଟେ ମନ ଭିତରକୁ ଆଣିଲି କେଜାଣି !  ସେ କଥା ଯୋଡିଲା ।

- ସ୍ନେହ, ପ୍ରେମ ବାଣ୍ଟିବାକୁ ଇଚ୍ଛା ରଖିଥିଲି । ସମସ୍ତଙ୍କ ହୃଦୟରେ ଫୁଲ ହୋଇ ଫୁଟିବାକୁ ଚାହିଁଥିଲି । ହେଲେ ସେପରି କିଛି ହେଲାନି । ଅନେକ କାମର ତାଲିକା ହାତରେ ଥିଲା । କିଛି ବି ଗୋଟେ କରି ପାରିଲିନି ।   ମୁଁ ଭିଜା ଭିଜା ସ୍ବରରେ କହିଲି ।

- ମୋର ମଧ୍ୟ ସେହି ଅବସ୍ଥା । ଧୂସର ଏ ପୃଥିବୀକୁ ରଙ୍ଗୀନ କରିଦେବାର ଇଚ୍ଛା ଇଚ୍ଛାରେ ରହିଗଲା ।   ସେ କୋହଭରା ସ୍ବରରେ ଏତିକି କହିଲା ।

- ହେଲେ ଫେରିପାରୁନି ମୁଁ । ଶାନ୍ତିରେ ବି ରହିପାରୁନି । କାହିଁକି ଜାଣୁ ?  ମୁଁ କହିଲି ।

- କାହିଁକି ?  ସେ ପ୍ରଶ୍ନ କଲା । ଉତ୍କଣ୍ଠାରେ ଚାହିଁଲା ।

- ମୁଁ ପରା ମଣିଷ ।  ମଣିଷ କେବେ କୋଉଠି ଶୀଘ୍ର ମୁକ୍ତି ପାଇବାର ଦେଖିଛୁ ?  ମୁଁ ବୁଝାଇ ବୁଝାଇ କହିଲି । ସେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁ ରହିଲା ।

ମଣିଷ ଯୌବନ ଅନୁଭବୀ

Rate the content


Originality
Flow
Language
Cover design

Comments

Post

Some text some message..