Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

3  

Aravinda Das

Others

ଅନ୍ୟ ଗ୍ରହ ଜୀବ

ଅନ୍ୟ ଗ୍ରହ ଜୀବ

2 mins
694



ଵିକଟାଳ ଓ ଭୟଙ୍କର ଦିଶୁଥିବା ପ୍ରାଣୀକୁ ଦେଖି ଡ଼ରିଗଲେ ପୂଜା ସ୍ଥଳରେ ଏକାଠି ହୋଇଥିବା କିଛି ଆଦିବାସୀ ଲୋକ।

    ସେମାନଙ୍କ ଜୀବନରେ ଏମିତି ଅଦ୍ଭୁତ ଜୀବ କେବେ ଦେଖିନଥିଲେ।ଦେହରେ ରୂପେଲି,ସୁନେଲି ପୋଷାକ,ମୁଣ୍ଡରେ ବିଚିତ୍ର ଶିରସ୍ତ୍ରାଣ।

  ଧରତୀ ପେନୁ ର ପୂଜା କରିବା ପାଇଁ ଜଙ୍ଗଲ ଭିତରେ ମୁଣ୍ଡିଆ ର ଶୀର୍ଷରେ ଥିବା ଖୋଲା ଚଟାଣରେ ଥିବା ପେନୁ ଖୁଣ୍ଟ ସାମ୍ନାରେ ପୂଜା ସାମଗ୍ରୀ ସହ ସମସ୍ତେ ଜମା ହୋଇଥିଲେ।

- ଦୌଡ଼,ଦୌଡ଼ ଭୁତ ଭୁତ "କହି ଦୌଡ଼ିବାକୁ ଲାଗିଲେ ସମସ୍ତେ।ଫୁଲ,ଫଳ,ବଳୀ ପାଇଁ ଆସିଥିବା ଛେଳି,କୁକୁଡ଼ା ଛାଡି ସଭିଏଁ ଧାଉଁଥିଲେ।

 ହାଠାତ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେଇ ଅଦ୍ଭୁତ ଜୀବ ମଣିଷ ସ୍ୱରରେ କହିଲା,"ମୋତେ ଡରନା।ତୁମ ଭଲ ପାଇଁ ମୁଁ ଆସିଛି ।ମୋତେ ପେନୁ ଦେବତା ପଠାଇଛନ୍ତି ସ୍ୱର୍ଗ ରୁ।ମୁଁ ପେନୁଙ୍କ ଦୂତ।"

 ଆଶ୍ଚର୍ଯ୍ୟ ହୋଇ ରହିଗଲେ ସମସ୍ତେ।

ସେ ଜୀବ ପୁଣି କହିଲା,"ମୋ କଥା ଭଲକରି ଶୁଣ।ଦେବତା ଭୀଷଣ ରାଗିଛନ୍ତି।ତାଙ୍କ କଥା ନମାନିଲେ,କୋପ କରିବେ;ଧ୍ବଂସ ହେବ ତମେମାନେ।"

 ଜୀବଟା ନିଜ ପକେଟରୁ କଣ ଗୋଟେ ବାହାର କଲା ଓ ହାଠାତ୍ ଆକାଶକୁ ବିଜୁଳି ଭଳି ଦୁଇଟା ଆଲୋକ ଉଠିଗଲା ଓ ଉପରେ ଶବ୍ଦ କରି ଫାଟିଲା।

  ଲୁଚିବା ଜାଗାରୁ ବାହାରି ଆସିଲେ ଏଥର ବାହାରି ଆସିଲେ ଆଦିବାସୀମାନେ।ଦେହ ହାତ ଥରୁଥାଏ।ସେମାନଙ୍କ ଆଗରେ ଥାଏ ଦିଶାରୀ, କଳା ରଙ୍ଗର ପୋଷାକ ପିନ୍ଧି, ବେକରେ ଗୁଡ଼ାଏ ମାଳ ପକାଇଥାଏ।ହାତରେ ତାର ଗୋଟେ ଖଣ୍ଡା।

ଅନ୍ୟମାନେ ଦିଶାରୀ ପଛେ ପଛେ ଧାଡ଼ି ବାନ୍ଧି ଆସି ସେଇ ପେନୁ ଦୂତଙ୍କ ପାଦରେ ପଡିଲେ।

- ପ୍ରଭୁ,ଆମକୁ କ୍ଷମା କରନ୍ତୁ।କିନ୍ତୁ ଆମେ ତ କିଛି ଦୋଷ କରିନୁ ।

- ମିଛ କହନା।ଠାକୁରଙ୍କ ନାଁରେ ତୁ ମିଛ କହି ନିରୀହ ଲୋକଙ୍କୁ ଲୁଟୁଛୁ।ବଳୀ ଆଜିଠୁ ବନ୍ଦ।

-ବଳୀ ବନ୍ଦ ?ହେଲେ ପ୍ରଭୁ ,ଧରତୀ ପେନୁ ତ। ବଳୀ ଚାହେଁ।ଭଲ ଫସଲ ପାଇଁ।ନହେଲେ ମରୁଡି,ମହାମାରୀ....

 ଗର୍ଜି ଉଠିଲା ପ୍ରଭୁଙ୍କ ଦୂତ।ହାତରେ ଧରିଥିବା ପ୍ୟାକେଟ ,ସାମ୍ନାରେ ଜଳୁଥିବା ନିଆଁରେ ପକାଇଲା।ଭୁସ କିନା ବହୁତ ଜୋର ରେ ଜଳିଉଠିଲା ନିଆଁ।ସମସ୍ତଙ୍କ ଆଖି ଝଲସି ଗଲା।ଡରିଗଲେ ସଭିଏଁ।

- ବଳୀ,ପୋଡୁ ଚାଷ ବନ୍ଦ।ଆମ୍ବ କୋଇଲି,ଶୁଖିଲା ମାଂସ କେହି ଖାଇବେନି ।ଗାଁ ର ସବୁ ଲୋକ ଏବେ ଦେହ ଖରାପ ହେଲେ ଡାକ୍ତରଖାନା ଯିବେ।ଗୁଣି ଗାରେଡ଼ି କରି ଦିଶାରୀ ଲୋକଙ୍କୁ ଡରାଇଲେ ଆଗେ ମରିବ।ତାକୁ ମୁଁ ଗରମ ତେଲ କଡ଼େଇରେ ପକାଇଦେବି।ସମସ୍ତଙ୍କ ଆଗରେ ମାନ ଯେ ତୋତେ ଠାକୁରାଣୀ କେବେ ଲାଗନ୍ତିନି।ତୁ ମିଛରେ ଝୁଲୁଥାଉ ଲୋକଙ୍କୁ ଡରାଇବା ପାଇଁ। ।ସବୁ କୁକୁଡ଼ା ଓ ଛେଳିଙ୍କୁ ଫିଟାଇ ଦିଅ।

   କାନ କୁଣ୍ଡାଇ ଦିଶାରୀ କହିଲା,"ମୋର ଭୁଲ ହୋଇଛି ପ୍ରଭୁ।ଆଉ ଏମିତି କରିବିନି।

 ପ୍ରଭୁଙ୍କ ଦୂତ ପୁଣି ଦୁଇଟା ପ୍ୟାକେଟ ବାହାର କରି ପେନୁ ଦେବତାଙ୍କ ପାଖରେ ଥିବା ମେରିଆ ଖୁଣ୍ଟ ପାଖରେ ରଖି କହିଲା,"ଏଇ ବିଭୁତିକୁ ପିଇବା ପାଣି,କୂଅ ରେ ଅଳ୍ପ ଅଳ୍ପ ପକାଇବ।ଅନ୍ୟ ପ୍ୟାକେଟରେ ଥିବା ଗୋଲି କମ୍ପଜର ହେଲେ ଖାଇବ।ଝାଡ଼ ଫୁଙ୍କ ଯିଏ କରିବ ସେ ମରିବ।ଘୁଷୁରୀ ପଲଙ୍କୁ ଗାଁ ଠାରୁ ଦୂରରେ ରଖିବ।ଯିଏ ନିଜ ଘର ଓ ଆଖପାଖ ସଫା ନରଖିବ ପ୍ରଭୁ ତାକୁ ନର୍କକୁ ପଠାଇବେ।ମୁଁ ପୁଣି ଆସି ସବୁ ଦେଖିବି।

   ହାତ ଯୋଡି ସଭିଏଁ ବସିଥିଲେ।ଜୁହାର୍ କରି କ୍ଷମା ପ୍ରାର୍ଥନା କରୁଥିଲେ।

 ଏଇ ସମୟରେ ଜୋରରେ ଶବ୍ଦ କରି ଏକ ଉଡନ୍ତା ଯାନ ଆକାଶରେ ଦେଖାଗଲା।ତା ଭିତରୁ ଏକ ଦଉଡି ସିଡି ଖସିଲା।ଦେବଦୂତ ସେଇ ସିଡି ଚଢି ଆକାଶରେ ଉଡୁଥିବା ସେଇ ଯାନ କୁ ଯିବା ପୂର୍ବରୁ କହିଲେ,"ଠାକୁର ଯାହା କହିଛନ୍ତି ସବୁ ପାଳିବ।ବର୍ତ୍ତମାନ ମୁଁ ସ୍ୱର୍ଗ କୁ ଯାଉଛି".କହି ପୁଣି ସିଡିରେ ଉପରକୁ ଚଢ଼ିଗଲେ ଦୂତ।କିଛି ସମୟ ପରେ ସେ ଉଡନ୍ତା ଯାନ ଘଡ ଘଡ ଶବ୍ଦ କରି ଉଡ଼ିଗଲା।

   ହେଳିକାପ୍ଟର ଭିତରେ ଡ୍ରେସ ଖୋଲୁ ଖୋଳୁ, ମିଲିଟାରୀ ଡାକ୍ତର ଅନୁରାଗ ହସି ହସି ହେଳିକାପ୍ଟର ଚାଳକ ତଥା ବନ୍ଧୁଙ୍କୁ କହିଲା,"ମିଶନ ସଫଳ।ଶୀଘ୍ର ଆମକୁ ଡାକ୍ତରୀ ଟିମ୍ ପଠାଇ ବିଷାକ୍ତ ଖାଦ୍ୟ ,ଅପୁଷ୍ଟି କର ଖାଦ୍ୟ ଖାଉଥିବା ଏଇ ଆଦିବାସୀଙ୍କ ଟ୍ରିଟମେଣ୍ଟ କରିବାକୁ ପଡିବ।ମ୍ୟାଲେରିଆ ବ୍ୟାପିଛି।ଏବେ ସେମାନେ ସରକାରୀ ମେଡିକାଲ ଟିମ୍ କୁ ବିରୋଧ କରିବେନି ବୋଲି ମୋର ବିଶ୍ବାସ।ଦେବତାଙ୍କ ଆଦେଶ ବୋଲି ଭାବିଛନ୍ତି।ସେଥିରେ ପୁଣି ଏଇ ବ୍ୟୋମଜାନ।

- ସେମାନେ ତୁମକୁ ମଣିଷ ବୋଲି ଚିହ୍ନି ପାରିଲେନି ?

 ହସିଦେଇ ଅନୁରାଗ କହିଲା,"ମୁଁ ତ ଅନ୍ୟ ଗ୍ରହ ର ଜୀବ ମାନେ ଠାକୁରଙ୍କ ଦେବଦୂତ .'

     ହେଲିକାପ୍ଟର ଉଡୁଥିଲା।ଆକାଶକୁ ଅନାଇଥିଲେ ସେଇ ଆଦିବାସୀ ମାନେ ଓ ମୁଣ୍ଡିଆ ମାରୁଥିଲେ।

(@ଅରବିନ୍ଦ ଦାସ)



Rate this content
Log in