Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଟିକିଏ ପୂଣ୍ୟ ଲୋଡ଼ା
ଟିକିଏ ପୂଣ୍ୟ ଲୋଡ଼ା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Others

3 Minutes   7.4K    20


Content Ranking

ଶ୍ରୀ ରଶ୍ମୀ ରଞ୍ଜନ ସାହୁ

ସମୁଦ୍ରର ନୀଳ ଜଳରାଶି ଭିତରେ ଦ୍ବୀପ ଦେଶଟିଏ l ନାଁ ତାର ଶ୍ରୀଲଙ୍କା l ଦେଶର ଉପକୂଳରେ ବନପାହାଡ ଘେରା ଛୋଟ ସହର ବେରୁୱାଲା l ସେଇ ସହରରେ ଜେନ ଧନୀ ବ୍ୟବସାୟୀ ମେୟାପ୍ପନ ତାଙ୍କ ପତ୍ନୀ ଇନ୍ଦୁମତୀଙ୍କ ସହ ବାସ କରୁଥିଲେ l ମେୟାପ୍ପନଙ୍କର ପଡୋଶୀ ଦେଶ ଭାରତ ଏବଂ ଅନ୍ୟ କେତେକ ଦ୍ଵୀପାଞ୍ଚଳ ସହ ବାଣିଜ୍ୟ କାରବାର ଥିଲା l ବାଣିଜ୍ୟରୁ ପ୍ରଚୁର ଆୟ ହେଉଥିଲା l ଏତେ ଧନୀ ଥିଲେ ମଧ୍ୟ ସେ କେବେହେଲେ ବିନା ସ୍ଵାର୍ଥରେ କାହାକୁ ସାହାଜ୍ୟ କରୁ ନ ଥିଲେ l ତାଙ୍କର ଏପରି କାମରେ ତାଙ୍କୁ ଜାଣିଥିବା ଲୋକ ଅସନ୍ତୁଷ୍ଟ ଥିଲେ l କେହି କେହି କହୁଥିଲେ – ମେୟାପ୍ପନ୍ନଙ୍କ କୃପଣ ପଣିଆ, କ୍ରୁରତା ଯୋଗୁଁ ଭଗବାନ ତାଙ୍କ କୋଳ ଆଜିଯାଏଁ ଅପୂର୍ଣ୍ଣ ରଖିଛନ୍ତି l ପତ୍ନୀ ଇନ୍ଦୁମତି ମଧ୍ୟ ତାଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ପୂଜାପାଠ, ଦାନଧର୍ମ କରିବାକୁ କହୁଥିଲେ l କିନ୍ତୁ ମେୟାପ୍ପନ୍ନଙ୍କର ବାଣିଜ୍ୟ ଏବଂ ଅର୍ଥ ରୋଜଗାରର ଚିନ୍ତା ବ୍ୟତୀତ ଅନ୍ୟ ଚିନ୍ତା ନ ଥିଲା l ପତ୍ନୀ ଇନ୍ଦୁମତି କିନ୍ତୁ ଦାନଧର୍ମ ଦିଗରେ ମନ ଦେଉଥିଲେ l

ଦିନକର କଥା l ମେୟାପ୍ପନ କୌଣସି ଏକ କାମରେ ଦୂର ସହରକୁ ଯାଇଥିଲେ l ସେଇଟି ଥିଲା ବର୍ଷାଦିନ l ସଞ୍ଜ ନଇଁ ନଇଁ ଆସୁଥାଏ l ତାଙ୍କର ସହରର ପ୍ରବେଶପଥ ଥିଲା ଗୋଟିଏ ପର୍ବତ୍ୟାଞ୍ଚଳ ମଧ୍ୟସ୍ଥ ସରୁରାସ୍ତା l ଆଖ ପାଖରେ ବିରାଟ ବିରାଟ ଘାଇମାନ ରହିଥିଲା l ବେଳେ ବେଳେ ବର୍ଷାଦିନେ ପାହାଡରୁ ପଥର ଖସିବାର ସମ୍ଭାବନା ରହିଥିଲା l ତେଣୁ ଅନ୍ଧାର ପୂର୍ବରୁ ସେ ରାସ୍ତାଟିକୁ ପାର ହେବାପାଇଁ ଜୋର୍ ରେ ଘୋଡ଼ା ଗାଡ଼ି ନେଇ ସେ ଯାଉଥିଲେ l ରାସ୍ତାରେ ଛୋଟା ଲୋକଟିଏ ତାଙ୍କୁ ଅଟକାଇ କହିଲା, “ଆପଣ ଆଗକୁ ଯାଉଛନ୍ତି ଯଦି ମୋତେ ଆଗ ଗାଁରେ ଛାଡ଼ିଦେବେ କି ?”

ଲୋକଟି ଠିକ୍ ରେ ଚାଲି ପାରୁ ନ ଥିଲା l ତା’ ପରେ ମଧ୍ୟ ସେ କେଉଁଠାରୁ କିଛି ଫଳଭାର ନେଇ ଆସିଥିଲା l “ ତୁମକୁ ତା ’ ହେଲେ ମୋତେ କିଛି ମୁଦ୍ରା ଦେବାକୁ ହେବ l” ମେୟାପ୍ପନ କହିଲେ l

“ ମୋ ପାଖରେ କିଛି ବି ମୁଦ୍ରା ନାହିଁ l ଭାବୁଥିଲି ମୋତେ ଆପଣ ଟିକିଏ ସାହାଯ୍ୟ କରିଦେବେ l ହଉ ଆପଣ ଯାଆନ୍ତୁ l ” ଲୋକଟି ନିରାଶ ହୋଇ କହିଲା l “ ହଉ ହଉ ବେଶୀ କହିବା ଦରକାର ନାହିଁ l ଆସ ଗାଡ଼ିରେ ବସ l ” ମେୟାପ୍ପନ କହିଲେ l

ଲୋକଟି ଧନ୍ୟବାଦ ଦେଇ ଗାଡ଼ିରେ ବସିଲା l ମେୟାପ୍ପନ କହିଲେ,“ ଥାଉ ଥାଉ ମୁଁ ତୁମକୁ ଖାଲିଟାରେ ଗାଡ଼ିରେ ବସାଇ ନାହିଁ l ତୁମକୁ ୟା ’ ବଦଳରେ ତୁମ ଭାର ସେଇ କଦଳୀ କାନ୍ଦିରୁ ଅଧା ଦେବାକୁ ପଡ଼ିବ l ’ ’

ଲୋକଟିକୁ ତା’ ଗାଁ ମୁଣ୍ଡରେ ଛାଡ଼ି ଦେଇ ମେୟାପ୍ପନ ନିଜ ସହର ରାସ୍ତା ଧରିଲେ l ଚାରିଆଡ଼ ଚାରିଆଡ ଅନ୍ଧକାର l ମିଶାଲର ଅଳ୍ପ ଆଲୁଅରେ ଗାଡ଼ିଟି ଚାଲିଛି ଖସଡା, ଅଣଓସାରିଆ ରାସ୍ତାରେ l ହଠାତ୍ ଭାରସାମ୍ୟ ହରାଇ ଗାଡ଼ିଟି ଖସିପଡିଲା ଭିତରକୁ l ପୁରୁଷ ପୁରୁଷ ଉଚ୍ଚା ଖାଇ,ବଞ୍ଚିବାର ସମ୍ଭାବନା ନାହିଁ l

ମୃତ୍ୟୁଦୂତମାନେ ମେୟାପ୍ପନଙ୍କୁ ମୃତ୍ୟୁ ଦେବତାଙ୍କ ଆଗରେ ହାଜର କରାଇଲେ l ତାଙ୍କ ପାପପୂଣ୍ୟ ହିସାବ କରି ତାଙ୍କୁ ତାଙ୍କର ଦଣ୍ଡ ଶୁଣାଇଲେ l ମୃତ୍ୟୁଦେବ ଯମ କହିଲେ,“ ହେ ମାନବ ! ତୁମେ ଯଦି ଟିକେ ବି ପୂଣ୍ୟ ଅର୍ଜନ କରିଥାନ୍ତ, ତା’ ହେଲେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ସ୍ଵର୍ଗ ସୁଖ ପାଇଥା’ନ୍ତ l ”

“ ପ୍ରଭୁ ! ମୁଁ ମୋ ଜୀବନରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛି l ହେଇ,ଏବେ ତ ସେଇ ଛୋଟାଲୋକକୁ ସାହାଯ୍ୟ କଲି l ” ମେୟାପ୍ପନ ବିକଳ ହୋଇ କହିଲେ l

“ ହେ ମାନବ ! କାହାକୁ ସାହାଯ୍ୟ କହୁଛ ? ସ୍ଵାର୍ଥ ହାସଲ ପାଇଁ ଯାହା କରିଛ, ତା’ ସାହାଯ୍ୟ ନୁହେଁ, ବରଂ ବ୍ୟାପାର l କିଛି ଆଶା ନ କରି ସାହାଯ୍ୟ କରିବାରେ ହିଁ ପୁଣ୍ୟ ମିଳିଥାଏ l ” ଯମରାଜ କହିଲେ l

‘’ ପ୍ରଭୁ ! ତା’ ହେଲେ ଅଳ୍ପ ସମୟ ପାଇଁ ମୋତେ ମୋ ଘରକୁ ଯିବାକୁ ଦିଅନ୍ତୁ l ମୁଁ ମୋ ସ୍ତ୍ରୀ ପାଖରୁ କିଛି ପୂଣ୍ୟ ନେଇ ଆସିବି l ସୁଖ ବିନା ମୋ ସୁଖରେ ବଢିଥିବା ଧନିକ ଏ ନର୍କରେ କିପରି ରହିପାରିବ ?’’ ମେୟାପ୍ପନ କାତର ପ୍ରାର୍ଥନା କରି କହିଲେ l

“ ଶୁଣ ମାନବ ! ନିଃସ୍ଵାର୍ଥ ସେବାଦାନ କରି ପୂଣ୍ୟ ଅର୍ଜନ କରାଯାଏ, ଯାହା ଅନ୍ୟଠାରୁ ଧାର ନିଆଯାଇ ପାରେ l ଯାହା କରିବାର ଥିଲା, ତୁମେ କରିସାରିଛ l ଏବେ ଆମ କାମ ଆରମ୍ଭ ?’’ ଏତିକି କହି ଯମରାଜ ମେୟାପ୍ପନଙ୍କୁ ନର୍କକୁ ନିକ୍ଷେପ କଲେ l ମେୟାପ୍ପନ ଗଲାବେଳେ ଭାବୁଥିଲା ପୂଣ୍ୟ ଟିକେ ମିଳନ୍ତା କି ସ୍ଵର୍ଗସୁଖ ମିଳି ଯାଆନ୍ତା !

ଶ୍ରୀଲଙ୍କା ମେୟାପ୍ପନ ଯମରାଜ

Rate the content


Originality
Flow
Language
Cover design

Comments

Post

Some text some message..