Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅସଲ ମିତ୍ର
ଅସଲ ମିତ୍ର
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

3 Minutes   7.3K    17


Content Ranking

ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ ବିତାଇବି । ମୋର ଦୁଃଖ ଦୂର ହୋଇ ଗଲା । ଏ କଥା ଶୁଣି ଦ୍ୱିତୀୟ ବାଟୋଇ ଜଣକ କହିଲା କ’ଣ କହୁଛୁ ତୁ? ଏ କୁରାଢୀରେ ମୋର ମଧ୍ୟ ଭାଗ ରହିଛି । କାରଣ ଆମେ ଦୁଇ ଜଣ ସାଙ୍ଗ ହୋଇ ଯାଉ ଥିଲୁ । ତେଣୁ କୁରାଢୀ ଉପରେ ମୋର ମଧ୍ୟ ସମ ପରିମାଣରେ ଅଧିକାର ଅଛି ।

ପ୍ରଥମ ବାଟୋଇ ହସି କରି କହିଲା – ବାଃ ବହୁତ ଭଲ କଥା । କୁରାଢୀଟିକୁ ପ୍ରଥମେ ମୁଁ ଦେଖିଲି ଏବଂ ମୁଁ ତାହାକୁ ଅକ୍ତିଆର କଲି । ତେଣୁ ଯର୍ଥାଥରେ କୁରାଢୀ ଉପରେ କେବଳ ମୋର ଭାଗ ମୁଁ ଏଥିରୁ କାଣି କଉଡିଟିଏ ବି ତୁମକୁ ଦେବି ନାହିଁ ।

ଏହା ଶୁଣି ଦ୍ୱିତୀୟ ବାଟୋଇ ଜଣକ କିଛି କହିଲା ନାହିଁ । ଚୁପ୍ ଚାପ୍ ରାସ୍ତାରେ ଚାଲିବାକୁ ଲାଗିଲା । ଏହି ସମୟରେ କୁରାଢୀର ଅସଲ ମାଲିକ ଦୌଡି ଦୌଡି ସେଠାରେ ଆସି ପହଁଚି ଗଲା । ସେ କୁରାଢୀ ଧରି ଥିବା ପ୍ରଥମ ବାଟୋଇର ହାତକୁ ଧରିଲା ଆଉ ଗର୍ଜନ କରି କହିଲା – ମୋ କୁରାଢୀକୁ କେଉଁଠାକୁ ନେଉଛ? ବାସ୍ ଚାଲ ମୋ ସହିତ ରାଜାଙ୍କ ପାଖକୁ । ନ ହେଲେ ମାରି ତୋର ଗୋଡ ହାତ ଭାଙ୍ଗି ଦେବି । ଚୋର କୋଉଠିକାର?

ଏଥର ପ୍ରଥମ ବାଟୋଇ ବହୁତ ଘାବରାଇ ଦ୍ୱିତୀୟ ବାଟୋଇକୁ କହିଲା – ମିତ୍ର! ଅଭିକାତ ଆମେ ଦୁଇ ଜଣ ଗୁରୁତର ଭାବରେ ଫସି ଯାଇଛୁ । ଆମେ ଯଦି କୁରାଢୀକୁ ନ ଉଠେଇ ଥାନ୍ତୁ ତେବେ ଏହା ଏତେ ବିପତ୍ତିର କାରଣ ହୋଇ ନଥାନ୍ତା ।

ଦ୍ୱିତୀୟ ବାଟୋଇ ଜଣକ କହିଲା, – ଭଲ କଥା କହୁଛ? କିଛି ସମୟ ଆଗରୁ ତ ଭାରି ଜୋର୍ରେ କହୁ ଥିଲ ନା ଏ କୁରାଢୀ ମୁଁ ପାଇଛି ତେଣୁ ଏ କୁରାଢୀରେ ପୁରା ମୋର ଅଧିକାର । ସେଥିରେ ତୁମର କାଣି କଉଡି ଟିଏବି ଅଧିକାର ନାହିଁ । ଏଥର ଧରା ପଡି ଯିବାରୁ ତୁମେ କହୁଛ କ’ଣ ନା ଆମେ ଦୁଇ ଜଣ ଫସି ଯାଇଛୁ । ଏହା କୁହ କି ମୁଁ ନିଜେ ଫସି ଯାଇଛି । ଏଥର ଯାଅ ରାଜାଙ୍କ ପାଖକୁ ଆଉ ଶାସ୍ତି ସ୍ୱରୂପ ଜେଲ୍ ଦଣ୍ଡ ଭୋଗ କର ।

ପ୍ରଥମ ବାଟୋଇ ଏଥରକ ପୁରାପରି ଚୁପ୍ ହୋଇ ଗଲା । ସେ କେବଳ ଆଖି ଛଳ ଛଳ କରି ଦ୍ୱିତୀୟ ବାଟୋଇକୁ ଅନାଇ ରହିଲା । ପ୍ରଥମ ବାଟୋଇର ଏଭଳି ବିଚଳିତ ଅବସ୍ଥା ଦେଖି ଦ୍ୱିତୀୟ ବାଟୋଇର ଦୟା ଆସି ଗଲା ଏବଂ ସେ କୁରାଢୀର ମାଲିକଙ୍କୁ କହିଲା – ଦେଖ ଭାଇ ଆମେ ଦୁଇ ଜଣ ବାଟୋଇ ତୁମର ଏହି ସ୍ୱର୍ଣ୍ଣ କୁରାଢୀକୁ ଚୋରି କରି ନାହୁଁ? ଏହି କୁରାଢୀଟିକୁ ତ ଆମେ ରାସ୍ତାରେ ପଡି ଥିବାର ଦେଖିଲୁ । ତେଣୁ ତୁମେ ଆମ ଉପରେ ଚୋରୀର ମିଥ୍ୟା ଆରୋପ ଲଗାଇ ପାରିବ ନାହିଁ । ମୋ କଥା ଶୁଣ ତମ କୁରାଢୀ ତୁମେ ନେଇ ନିଅ ଆଉ ଆମ ଦୁଇ ଜଣଙ୍କୁ ଛାଡି ଦିଅ । କଚେରୀକୁ ଯଦି ଯିବ ତେବେ ତୁମେ ମଧ୍ୟ ହଇରାଣରେ ପଡିବ । ଆମେ ସମସ୍ତେ, ସିଟି ମାରି କୀଳାକୁ ଡାକିଲା ଭଳି ଅବସ୍ଥା ଏଠାରେ ସୃଷ୍ଟି ହେବ । ଆମକୁ ସେଥିରେ କିଛି ମିଳିବ ନାହିଁ । ମିଛରେ ଯାହା ଦୌଡ ଧାପଡ କରିବା ସାର ହେବ ।

ଏହି କଥା କୁରାଢୀ ମାଲିକର ମନକୁ ପାଇଲା । ତେଣୁ ସେ ପ୍ରଥମ ବାଟୋଇକୁ ଛାଡି ଦେଲା ଆଉ କୁରାଢୀ ନେଇ ନିଜ ରାସ୍ତାରେ ସେ ଚାଲି ଗଲା । ତା’ପରେ ଦ୍ୱିତୀୟ ବାଟୋଇକୁ କହିଲା – କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ କି ନିଜ ମିତ୍ର ସହିତ ଛଳ କପଟ କରିବାର ଫଳ ମିଳି ଯାଏ, ଆଉ କିଛି ମିତ୍ର ଅଛନ୍ତି ଯେଉଁ ମାନେ କି ସୁଖ ସମୟରେ ଭାଗ ନିଅନ୍ତି । ସେମାନେ ଦୁଃଖ ସମୟରେ ଖସି ପଳାନ୍ତି । ତେଣୁ ସେଭଳି ମିତ୍ରଙ୍କ ଠାରୁ ଦୂରେଇ ରହିବା ହିଁ ମଣିଷର କର୍ତ୍ତବ୍ୟ । ତେଣୁ ଯେଉଁ ବନ୍ଧୁ ସୁଖ, ଦୁଃଖ ସମୟରେ ସାଥି ହୋଇଥାନ୍ତି ସେମାନେ ହିଁ ପ୍ରକୃତ ମିତ୍ର ।

ଜଙ୍ଗଲ ବାଟୋଇ କୁରାଢୀ

Rate the content


Originality
Flow
Language
Cover design

Comments

Post

Some text some message..