Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Urbashi Satpathy

Tragedy

3  

Urbashi Satpathy

Tragedy

ବିଚ୍ଛେଦ

ବିଚ୍ଛେଦ

4 mins
540






କୋର୍ଟ ପରିସର ଆଜି ଲୋକାରଣ୍ଯ । ନାହିଁ ନଥିବା ଭିଡ । ବୁଢା ଠାରୁ ପିଲା ଯାଏଁ ରୁଣ୍ଡ ହେଇଛନ୍ତି ଜଜ୍ ସାହେବ ଙ୍କ ରାୟ ଶୁଣିବାକୁ । ବିଚାରପତି ଙ୍କ ଇଜିଲାସ୍ ରେ ଆସିଛି ଏକ ଭିନ୍ନ ମାମଲା । ଜଜ୍ ଆଉ ଓକିଲ ଙ୍କ କାର୍ଯ୍ୟକାଳ ଭିତରେ ଏମିତି ଗୋଟିଏ କେସ୍ ଥିଲା ସେମାନଙ୍କ ପାଇଁ ଚାଲେଞ୍ଜ । କ'ଣ ରାୟ ଶୁଣେଇବେ ଜଜ୍ ସାହେବ ?


ବୟସ ର ସାୟାହ୍ନରେ ଗୋଟିଏ ବୃଦ୍ଧ ଦମ୍ପତି ପରସ୍ପର ଠାରୁ ଅଲଗା ହେବାପାଇଁ ନିଷ୍ପତ୍ତି ନେଇ ବିଚାରପତି ଙ୍କ ପାଖରେ ମାମଲା ଦାୟର କରିଥିଲେ । ବିଚାରପତି ଙ୍କ ଇଜିଲାସ୍ ରେ ଏଭଳି ଏକ ଅଜବ ମାମଲାର ବିଚାର ଓ ରାୟ ଶୁଣିବା ପାଇଁ ସବୁ ଦେଖଣାହାରୀ ଆଉ ଶ୍ରୋତା ଙ୍କ ମଧ୍ୟରେ ଅନେକ ଜିଜ୍ଞାସା ।ତେବେ ଘଟଣାଟି ଥିଲା ଏହିପର...


ଅନିରୁଦ୍ଧ ଆଚାର୍ଯ୍ୟ । ସମସ୍ତେ ତାଙ୍କୁ ଆଚାର୍ଯ୍ୟ ବାବୁ ବୋଲି ଡାକନ୍ତି । ଭାରି ସ୍ବାଭିମାନୀ ଲୋକ । ନିଜ ଶିଙ୍ଗରେ ମାଟି ତାଡି ମଣିଷ ହେଇଛନ୍ତି । ପୈତୃକ ସମ୍ପତି କହିଲେ କେତେମାଣ ଜମି । ବାସ୍ ....


ନିଜ ବୁଦ୍ଧି ବଳରେ ସେ ଆଜି ଗୋଟିଏ ଛୋଟ କାଟିଆ ବ୍ଯବସାୟୀ । ସେତେଟା ସଫଳ ନହେଲେ ମଧ୍ୟ ତାଙ୍କ ପରିବାର ସୁରୁଖୁରୁରେ ଚଳି ଯାଉଥିଲା । ପରିବାର କହିଲେ ତାଙ୍କୁ ମିଶାଇ ତିନି ଜଣ । ସ୍ତ୍ରୀ କଲ୍ଯାଣୀ ଆଉ ଗୋଟିଏ ବୋଲି ପୁଅ , "ଅମର" ।


କି ବେଳାରେ ଠାକୁରେ ପୁଅଟିଏ ଦେଲେ ଯେ ଗୋଟା ଅଯୋଗ୍ୟ । ପାଠଶାଠ ତ ତା ଦେଇ ହେଲାନି । ଆଚାର୍ଯ୍ୟ ବାବୁ ଙ୍କୁ ବେପାର ରେ ସାହାଯ୍ୟ ତ କରିବା ଦୁର କଥା , ସେ ନଥିଲା ବେଳେ ମା' କୁ ଫୁସୁଲେଇ ଅଥବା କେବେ କେବେ ଦୋକାନରୁ ଚୋରୀ କରି ,ସାଙ୍ଗ ସାଥି , ସିନେମା ଆଉ ମଉଜ୍ ମଜଲିସ୍ ରେ ପଇସା ଉଡେଇ ଦିଏ । ଆଚାର୍ଯ୍ୟ ବାବୁଙ୍କ ର ଶତ ବାରଣ ସତ୍ତ୍ୱେ କୌଣସି ପ୍ରଭାବ ପଡି ନଥିଲା ତା ଉପରେ ।ଏଇସବୁ ଦେଖି ଦେଖି ପୁଅ ଉପରୁ ତାଙ୍କର ଆଶା ଆଉ ଭରସା ତୁଟି ଯାଇଥିଲା ।


ଆଚାର୍ଯ୍ୟ ବାବୁ ଙ୍କୁ ଷାଠିଏ ଛୁଇଁଲାଣି । ଏ ବୟସରେ ଆଉ ବେପାର କଥା ବୁଝିବା ପାଇଁ ତାଙ୍କର ଧୈର୍ଯ୍ୟ ନ ଥାଏ । ପୁଅ ର ଏ ଢଙ୍ଗଢାଙ୍ଗ ସାଙ୍ଗକୁ ସ୍ତ୍ରୀ କଲ୍ଯାଣୀ ଙ୍କ ର ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ଯୋଗୁଁ ଆହୁରି ଅସହାୟ ହେଇ ପଡନ୍ତି ସେ ବେଳେବେଳେ ।


କଲ୍ଯାଣୀ ଦେବୀ ଙ୍କର ଏକା ଜିଦ୍ , ପୁଅକୁ ହାତ କୁ ଦି ହାତ କରିଦେଲେ ସେ ସୁଧୁରି ଯିବ ।କିନ୍ତୁ ଆଚାର୍ଯ୍ୟ ବାବୁ ଙ୍କର ସାହସ କୁଳଉ ନଥାଏ । ପୁଅ ସୁଧୁରି ଯିବ ବୋଲି କୋଉ ଗ୍ଯାରେଣ୍ଟି ଅଛି ଯେ !!! ନିଜେ ତ ଯାହା ଦହଗଞ୍ଜ ହେଉଛନ୍ତି , ସେଥିରେ ଗୋଟାଏ ପର ଝିଅ କୁ ଆଣି କାହିଁକି ଦହଗଞ୍ଜ କରିବେ ? ତାଙ୍କ ବିବେକ ବାଧା ଦିଏ , ସେ କଥା ସେତିକି ରେ ଅଟକି ଯାଏ ।କଲ୍ଯାଣୀ ଦେବୀ ଚୁପ୍ ରୁହନ୍ତି । ଶେଷରେ ସବୁ କିଛି ଭାଗ୍ୟ ଉପରେ ଛାଡି ଦିଅନ୍ତି । ଠାକୁର ଙ୍କୁ ମୁଣ୍ଡିଆ ମାରନ୍ତି । ଦୀର୍ଘଶ୍ବାସ ଛାଡି କହନ୍ତି। ,ଯାହା ତା (ପୁଅ) ଭାଗ୍ଯରେ ଥିବ ।


ସେଦିନ ଆଚାର୍ଯ୍ୟ ବାବୁ ଘରେ ନ ଥାନ୍ତି ।

ମା ' କୁ ପଇସା ମାଗି ଘରେ ତୁମ୍ବିତୋଫାନ ଲଗେଇଥାଏ ପୁଅ । ମାଆ ମନା କରି ଦେବାରୁ ଧକ୍କା ମାରି ଜୋର୍ ଜବରଦସ୍ତ ବେକରୁ ମଙ୍ଗଳ ସୂତ୍ର ଆଉ ହାତରୁ ସୁନା ଚୁଡି ଦି ' ପଟ ନେଇ ଚାଲିଗଲା । ଆଚାର୍ଯ୍ୟ ବାବୁ ଘରକୁ ଆସି ଯାହା ଦେଖିଲେ ତାଙ୍କର ହୋସ୍ ଉଡିଗଲା । କଲ୍ଯାଣୀ ଖାଲି ବେକ ଆଉ ଲଙ୍ଗଳା ହାତ କରି ସୁଁ ସୁଁ ହେଇ କାନ୍ଦୁଥିଲେ । ମାଆ ର ମମତା ତାଙ୍କୁ ବିବଶ କରି ରଖିଥିଲା ପୁଅର ଅମଙ୍ଗଳ ଚିନ୍ତା ନ କରିବା ପାଇଁ । କିନ୍ତୁ କୋହ ଟା ଯିବ କୁଆଡେ ? ସ୍ବାମୀ ଙ୍କୁ ଦେଖି ତାଙ୍କର ସବୁ ଧୈର୍ଯ୍ୟ ବନ୍ଧବାଡ ଡେଇଁ ଭାଙ୍ଗି ଯାଇଥିଲା । ଭୋ ଭୋ ହେଇ କାନ୍ଦି ଉଠିଲେ ।


ଏସବୁ ଦେଖି ଆଚାର୍ଯ୍ୟ ବାବୁ ଙ୍କ ର ହୃଦୟ ଫାଟି ପଡିଲା । ସେଇଠି ସେ ନିଷ୍ପତ୍ତି ନେଲେ, ଆଜି ଏପାରି ନହେଲେ ସେପାରି । ଅପେକ୍ଷା କରି ବସି ରହିଲେ କୁଳାଙ୍ଗାରଟାର ଫେରିବା ବାଟକୁ ।


ବିଳମ୍ବିତ ରାତ୍ରିରେ ବାବୁ ଟଳମଳ ପାଦରେ ଘରକୁ ଫେରିଲା । ମୁହଁ ରୁ ଭଣ ଭଣ ଗନ୍ଧ ବାହାରି ଯାଉଛି । ଆଚାର୍ଯ୍ୟ ବାବୁ ନିଜକୁ ଆଉ ସମ୍ଭାଳି ପାରିଲେନି । ଠା'ଏ କରି ଚଟକଣା ଟାଏ ପୁଅ ଗାଲରେ ବସେଇ ଦେଲେ ।


ଆଉ ତାପର ପରିସ୍ଥିତି ଦେଖିକରି , ନିଶାସକ୍ତ ମଦ୍ଯପ ପୁଅ ମୁହଁରୁ ଅଶ୍ରାବ୍ଯ ଭାଷା ଆଉ ଦୁଇଟି ଧକ୍କାରେ ଆଚାର୍ଯ୍ୟ ବାବୁ ଙ୍କ ର ବାକିଥିବା ପୁତ୍ର ମୋହ ତୁଟି ଯାଇଥିଲା ।


ତାପର ଦିନ ସକାଳୁ ସହରରେ ଥିବା ତିନୋଟି ଯାକ ବୃଦ୍ଧାଶ୍ରମ କୁ ଯାଇ କଥା ହେଲେ । ସବୁଠାରେ ସେଇ ଗୋଟିଏ କଥା , ସ୍ବାମୀ - ସ୍ତ୍ରୀ ହେଇ ସେମାନେ ବୃଦ୍ଧାଶ୍ରମରେ ରହି ପାରିବେନି । ନିୟମ ସମସ୍ତ ଙ୍କ ପାଇଁ । କିନ୍ତୁ ସେ ଚାହୁଁଥିଲେ ଅବଶିଷ୍ଟ ଜୀବନ କଲ୍ଯାଣୀ ସହିତ ଏକାଠି ରହିବାକୁ । ଯୋଉଟାକି ଏ କାଇଦାକାନୁନ୍ ର ବନ୍ଧବାଡ ଯୋଗୁଁ ସମ୍ଭବ ନଥିଲା । କ'ଣ କରାଯାଇପାରେ ?


ଭାରାକ୍ରାନ୍ତ ମନ ଆଉ ଅବଶ ଶରୀର ନେଇ ସନ୍ଧ୍ୟା ରେ ଘରକୁ ଫେରିଲେ ଆଚାର୍ଯ୍ୟ ବାବୁ । ବହୁତ ଭାବିଚିନ୍ତି ସ୍ତ୍ରୀ ଙ୍କ ସହ ପରାମର୍ଶ

କଲେ । କହିଲେ , " ମନ ତ ମିଶିଛି , ଆତ୍ମା ତ ଏକ୍ ହେଇ ସାରିଛି , କାଗଜପତ୍ର ରେ ଛାଡପତ୍ର ଟାଏ ହେଇଗଲେ କ'ଣ ଟା ଭାସିଯିବ। " ଏକଥା କହି ବୃଦ୍ଧାଶ୍ରମର କାଇଦାକାନୁନ୍ ବିଷୟରେ ଗୋଟି ଗୋଟି କରି କଲ୍ଯାଣୀ କୁ ବୁଝେଇ ଦେଇଥିଲେ । କଲ୍ଯାଣୀ ଦେବୀ ମଧ୍ୟ ନିଜର ଆଉ ସ୍ବାମୀ ଙ୍କ ର ଶାରୀରିକ ଦୁର୍ଦ୍ଦଶା ଓ ମାନସିକ ଅନ୍ତର୍ଦାହ କୁ ବୁଝିପାରି ଏ ପ୍ରସ୍ତାବ ରେ ଖୁସି ଖୁସି ରାଜି ହେଇ ଯାଇଥିଲେ । କିଛି ନହେଲେ ତ ଶେଷ ଜୀବନ ଟିକକ ସେ ଶାନ୍ତିରେ ବଞ୍ଚି ପାରିବେ ।

*******######*******

ସମସ୍ତ ଘଟଣା ଶୁଣିବା ପରେ ଆଉ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ବିଚାର ବିମର୍ଷ ପରେ ବିଚାରପତି " ଏ ଛାଡପତ୍ର ମାମଲା ଟିକୁ ମଞ୍ଜୁର କରାଗଲା " ବୋଲି ଘୋଷଣା କରିଥିଲେ ।


ବାସ୍ ......., ତାପରେ ଅନିରୁଦ୍ଧ ବାବୁ ଆଉ କଲ୍ଯାଣୀ ଦେବୀ ହାତ ଧରାଧରି ହେଇ ହସ ହସ ମୁହଁରେ ବୃଦ୍ଧାଶ୍ରମ ଆଡେ ଆଗେଇ ଚାଲିଥିଲେ ।


########*********########


Rate this content
Log in

Similar oriya story from Tragedy