Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

2.5  

Rasmi Rekha Tripathy

Inspirational

ଦେବୀ

ଦେବୀ

1 min
14.1K



: ଆଲୋ ହେ! ତୋ ବୋପାର ଯଦି ଏତେ କାଢ ଥିଲା ତୋତେ ଦୋଭେଇ ବରରେ କାଇଁ ଦେଇଥିଲା ବା? ବୁଝିଲୁ! ଏ କାଚପିନ୍ଧା ଗୁଡାକୁ ତୋ ବୋପା କଥା ଶୁଣେଇବୁ l ଭଲରେ କହି ଦେଉଛି l ଆଉ ଦିନେ ସେ ମାଆଛେଉଣ୍ଡ ପିଲାଟା ଦେହରେ ହାତ ଦେଇଥିବୁ, ସେ ଦିନ ତୋର ଦିନେ କି ମୋର

ଦିନେ l ଦେଖିବି ତୋର କୋଉ ବୋପା ଆସି ପିଠିରେ ପଡିବ ? ସକାଳୁ ସକାଳୁ ନନ୍ଦ ଘର ବୁଢୀର ପାଟିରେ ନିଦ ଭାଙ୍ଗିଗଲା ମୋର l ବୁଢୀ ଛଅ ମାସ ହେଲା ମଝିଆ ପୁଅ ପାଖକୁ ଯାଇଥିଲା ଯେ ଗାଆଁରେ ସକାଳୁ ସକାଳୁ କିଛି ଗୋଟେ ହଜିଯାଉଥିବା ଭଳି ଲାଗୁଥିଲା l

ମୋ ଜନ୍ମ କାଳରୁ ଦେଖି ଆସିଛି, ନନ୍ଦ ଘର ବୁଢୀର ସମ୍ପାତରେ ଆମ ଗାଆଁରେ ସକାଳ ହୁଏ l ସକାଳୁ ସକାଳୁ କେହି ନା କେହି ମିଳି ଯାଆନ୍ତି ବୁଢୀ ଗାଳିର ଶିକାର ହେବା ପାଇଁ l ବୁଢୀର ପାଟିକୁ ସମସ୍ତଙ୍କର ପ୍ରାଣେ ଭୟ l ଗାଆଁଟା ଯାକର ସବୁ ଘରର ଗୁମର ବୁଢୀର ନଖ ଆଗରେ l କିନ୍ତୁ ଦାସ ଘରର ନୂଆ ଭାଉଜ, ଯାହାଙ୍କୁ ପୁରା ଗାଆଁଟା କର ପତ୍ର ଯୋଡି ରହିଥିଲେ, ତାଙ୍କୁ ବି ବୁଢୀ ଜବତ କରିଦେବ ଏହା ସମସ୍ତଙ୍କର ଧାରଣାର ବାହାରେ ଥିଲା l ବର୍ଷକର ଝିଅଟେ ଛାଡି ସୀତା ଭାଉଜ ମରିଯିବା ପରେ ଦାସ ଘର ସାନ ଭାଇ ଦ୍ୱିତୀୟ ବିବାହ କରିଥିଲେ ଯେ ନୂଆ ଭାଉଜ ଆସୁ ଆସୁ ପୋଲିସ୍, କମିଶନ୍ ଭୟ ଦେଖାଇ ସମସ୍ତଙ୍କୁ ଦବେଇ ରଖିଥିଲେ l ମାଆଛେଉଣ୍ଡ ଝିଅଟିର ପିଠି ତାଙ୍କ ମାଡରେ ସିଝି ଯାଉଥିଲା l

କିନ୍ତୁ ନନ୍ଦ ଘର ବୁଢୀର ଧମକରେ ସବୁ ଓଲଟି ଯାଇଥିଲା l ସେ ଦିନ ପର ଠାରୁ ସାବତ ଝିଅକୁ ହାତ ଉଠେଇବା ଆଉ କେହି ଦେଖିନି l ଜୀବନରେ ପ୍ରଥମ ଥର ପାଇଁ ନନ୍ଦ ଘର ବୁଢୀ ମୋତେ ଦେବୀ ଦେବୀ ଭଳି ଲାଗୁଥିଲେ l


Rate this content
Log in

Similar oriya story from Inspirational