Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational

5.0  

Chittaranjan Lenka

Inspirational

ଏଇତ ଦୁନିଆ (2)

ଏଇତ ଦୁନିଆ (2)

2 mins
6.9K


       

ଆଜି ଜୟାକୁ ଆକାଶରେ ଉଡିବା ଭଳି ଲାଗୁଥିଲା l ଘରେ କେହି ନାହାନ୍ତି l ବାବା, ମାମା ଗୋଟେ ଭୋଜିରେ ଯୋଗ ଦେବାକୁ ଯାଇଛନ୍ତି l ଭାଇ ଯାଇଛି ତା ସାଙ୍ଗମାନଙ୍କ ସହ l ସେ ଫେରିବ କାଲି l ଘରେ ସିଏ ଏକା l ଏମିତି ଏକ ସୁଯୋଗକୁ ସେ ହାତଛଡା କରିବ କେମିତି ? ଆଜି ତା ପାଖକୁ ଆସୁଛି ତା ସ୍ୱପ୍ନର ମଣିଷ, ସୁଜିତ୍ l ସୁଜିତକୁ ସେ ଡକେଇଛି l ପ୍ରଥମେ ରାଜି ନ ହେଉଥିଲେ ବି , ଶେଷରେ ରାଜି ହେଇଛି l ତା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ରାନ୍ଧି, ଅପେକ୍ଷା କରିଛି ଜୟା l ଆଜି ରାତି ସାରା ଛାତ ଉପରେ ବସିବେ ଦୁହେଁ l ଜହ୍ନ ରାତିକୁ ଉପଭୋଗ
କରିବେ l ଜଗଜିତ୍ ସିଂର ଗଜଲ୍ ଶୁଣିବେ l କେବଳ ସେହି ସର୍ତ୍ତରେ ସୁଜିତ୍ ରାଜି ହେଇଛି l ନିହାତି ସଂସ୍କାରମନସ୍କ ପିଲାଟେ l ସେଥିପାଇଁ ତ ଜୟା ତା ପ୍ରତି ଆକୃଷ୍ଚ ହୋଇଥିଲା l ରାତି ଆଠଟା ବେଳକୁ ସୁଜିତ୍ ଆସି ପହଞ୍ଚିଲା l ପ୍ରାୟ ବାର କିଲୋମିଟର୍ ସାଇକେଲରେ ଆସିଛି l ଏବେବି ସଂଗ୍ରାମ କରୁଛି ଚାକିରୀଟିଏ ପାଇଁ l ଜୟା ଲେମ୍ବୁ ସର୍ବତ୍ ଗ୍ଲାସଟିଏ ବଢେଇ ଦେଲା ତା ହାତକୁ l ଗୋଟେ ନିଶ୍ୱାସରେ ପିଇନେଲା ସୁଜିତ୍ ତାକୁ l ହଠାତ୍ କଲିଂ ବେଲ୍ ଶବ୍ଦରେ ଚମକି ଉଠିଲେ ଦୁହେଁ l ଥରଥର ମନ ନେଇ କବାଟ ଖୋଲିଲା ଜୟା l ସୁର ମଉଷା l ସେ ଏ ସମୟରେ କେମିତି ? ସୁଜିତକୁ ନେଇ ମଉଷାଙ୍କର ଦୁନିଆଁ ପ୍ରଶ୍ନ l କଣ କହିବ, ଜାଣି ପାରୁ ନ ଥିଲା ସୁଜିତ୍ l କହିଲା ଇନ୍ସ୍ୟୁରାନ୍ସ ଏଜେଣ୍ଟ୍  l ସୁର ମଉଷାଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରୁ ନଥିଲା ସେ l ମଉଷା ତାକୁ ପୋଲିସରେ ଦେଇ ଦେଲେ l ପୋଲିସର ବିଭିନ୍ନ ପ୍ରଶ୍ନ, ଧମକ ଚମକ ସତ୍ତ୍ୱେ ପାଟି ଖୋଲୁ ନଥିଲା ସୁଜିତ୍ l ସତ କହିଲେ ପ୍ରିୟା ତାର ବଦନାମ୍ ହେବ l ଏଣେ ଜୟା ମନରେ ଦୋଳନ l ସେ ଜାଣେ ପୋଲିସ୍ ସତ ବାହାର କରିବା ପାଇଁ , କେମିତି ମାଡ ଦିଏ l ଘର ସାମ୍ନାରେ ଥାନା l ଆଗରୁ ଦେଖିଛି ମଧ୍ୟ ସିଏ l ଭୟରେ ଥରିଗଲା ସିଏ l ଶେଷକୁ ଆଗ ପଛ କିଛି ବିଚାର ନ କରି ପଶିଲା ଥାନା ଭିତରେ l ଯେଉଁ ସତ ସେ ମଉଷାଙ୍କୁ କହି ପାରୁ ନଥିଲା, ସେହି ସତ ସେ ପୋଲିସ୍ ଆଗରେ କହି ଦେଲା l ଏଥର ପୋଲିସ୍ ଛାଡିଦେଲା ସୁଜିତକୁ l ତେବେ ଏଥିରେ ଭୁଲ କାହାର ?

ଚିତ୍ତ ରଞ୍ଜନ ଲେଙ୍କା (କଟକ)

 


Rate this content
Log in

Similar oriya story from Inspirational