Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁବର୍ଣ୍ଣା
ସୁବର୍ଣ୍ଣା
★★★★★

© Titi Sarangi

Tragedy

2 Minutes   7.4K    12


Content Ranking

 ବାଟ ଚାଲୁଚାଲୁ ସରେନି କି ସରୁନି ବୋଲି ହାଲିଆ ଲାଗେନି  l  ଆମ ଗାଁମୁଣ୍ତରୁ ଆମେ ଚାଲୁଥିଲୁ ଜେଜେମା'ର ବାପଘର ଗାଁକୁ  l ମାନେ ମୋ ନନାଙ୍କ(ବାପା)ମାମୁଁଘରକୁ  l କିଛି କିଛି ଦୂରତା ଭିତରେ ପଡେ ଗୋଟେ ଗୋଟେ ଗାଁ  l ଚାରି ପାଞ୍ଚଟା ଗାଁ ଡେଇଁଲେ ଜେଜେମା'ର ବାପଘର  l ଗଛ ଛାଇରେ ଘୋଡେଇ ହେଇଥିବା ଗାଁଗୁଡିକ ଏବେ ସେମିତି ଆଉ ନାହିଁ  l କିନ୍ତୁ ଛୋଟଛୋଟ ଗହୀର ,ଜଙ୍ଗଲ,ପାହାଡ ଘେରା ସେଇ ଗାଁଗୁଡିକ ଦେଇ ବାଟ ଚାଲୁଥିଲେ ବାଟଚଲା ବାଧା ଜମାରୁ ଲାଗେନି  l

ସବୁଥର ବାର୍ଷିକ ପରୀକ୍ଷା ସରିଲେ ମୋତେ ନେଇ ଜେଜେମା' ସେଠିକି ଯାଏ  l ସେ ଗାଁର ଛୋଟ ପାହାଡଟି,ପାହାଡ ତଳେ କାଚକେନ୍ଦୁ ନିର୍ମଳ

ପାଣିଥିବା ପଦ୍ମପୋଖରୀ ଆଉ ମୋ ନନାଙ୍କ ବଡମାଈଁ ସତେ ଅବା ମୋତେ ହାତଠାରି ଡାକୁଥା'ନ୍ତି  l ମାଈଁଆଈର ଗେଲ ଆଦର ,ଆତିଥେୟତା, ସନ୍ଧ୍ୟାବେଳେ ପାଖରେ ବସେଇ ଗପକୁହା ସବୁକିଛିରେ ଏତେ ନିଆରା ନିଜରପଣଟିଏ ଫୁଟି ଉଠେ ଯେ କେହି କେବେ ଭାବି ପାରିବନି ଏତେବଡ ଦୁନିଆରେ ସେ ଏକା ବୋଲି  l କେବଳ ଭଲପାଉଥିବା ମନଟିଏ ତା'ର ସମ୍ବଳ ଥିଲା  l ମୋ ଜେଜେମା' ହେରିକା ଛ ଭଉଣୀ ଦି ଭାଇ  l ସେ କିନ୍ତୁ ଥିଲା ବାଳବିଧବା  l

ଅନ୍ୟ ସମସ୍ତଙ୍କର ପୁଅଝିଅ ନାତି ନାତୁଣୀରେ ଭରପୁର ସଂସାର  l କିନ୍ତୁ ତା'ର ନା ଥିଲା ସ୍ବାମୀ ନା ସନ୍ତାନ  l ସେଥିପାଇଁ ମୁହଁ ଶୁଖେଇ ବସିବାର ତା'କୁ କେବେ କେହି ଦେଖି ନଥିବେ  l ସମସ୍ତଙ୍କ ସାଥୀରେ ନିଜକୁ ବାଣ୍ଟି ଦେବାର କଳାଟି ତାକୁ ଜଣାଥିଲା  l ମୋ ଭଳି ଆଉରି କେତେ ନାତି ନାତୁଣୀ ତା ଭଲ

ପାଇବାରେ ବାନ୍ଧି ହେଇ ଖରାଛୁଟୀରେ ଆସନ୍ତି  l ତା ହାତରନ୍ଧା ପିଠାପଣା ,ଶାଗମୁଗ ,ମାଛ ବେସର ଖାଇ ଗାଁପାଖ ପାହାଡରେ ବୁଲିବାର ମଜା ପାଖରେ ସ୍ବର୍ଗସୁଖ ହୁଏ ତ ତୁଚ୍ଛ ଲାଗନ୍ତା  l

ଜୀବନ ବି ସମୟ ବାଟରେ ଚାଲିଛି  l ପିଲାଦିନ ସରି ଘରକରଣାରେ ପଶିଲେ ଅନେକ କିଛି ଅନୁଭବ ପଛରେ ଛାଡି ଆସିବାକୁ ହୁଏ  l ହେଲେ

ନିଜକୁ ମୁଁ ବେଳେବେଳେ ତୁଳନା କରେ ତା ସାଥୀରେ  l ଅଳ୍ପ ବୟସର ବିଧବା ଝିଅଟେ !! ଦୁନିଆ କ'ଣ ଏତେ ସହଜରେ ତା'କୁ ଛାଡି ଦେଇଥିବ ?ନିନ୍ଦା ,ବଦ୍ ନାମରେ ସେ କ'ଣ କେବେ ଆକ୍ରାନ୍ତ ହେଇ ନଥିବ ?ତା ସରଳ ଅମାୟିକ ବ୍ୟବହାରରେ ସେ କ'ଣ ଅନ୍ୟର ସ୍ବାର୍ଥରେ ବ୍ୟବହାର ହେଇ ନଥିବ

? ଚଳିବାକୁ ଥିବା ତା'ର ଏକମାତ୍ର ସମ୍ବଳ ଭୂ-ସଂପତ୍ତି ଖଣ୍ତିକରେ କ'ଣ କାହାର ଲୋଲୂପ ନଜର ପଡି ନଥିବ ?ଦେଖିବାକୁ ବି ସେ ସୁନ୍ଦରୀ ଥିଲା  l ଛୋଟ ବେଳେ ଏତେ କଥା ଭାବି ହେଉ ନଥିଲା  l ଏବେ କିନ୍ତୁ ଦୁନିଆଦାରି ଦେଖିଲା ପରେ ଏସବୁ ନଭାବି ରହି ହୁଏନି  l   l ଏସବୁ ନଥାଇ ଦୁନିଆଟେ ତ କୋଉ ଯୁଗରେ ବି ନଥିଲା !!

ଜେଜେମା'କୁ ପଚାରେ  l ସେ କହେ କଥା ତା ବିଷୟରେ  l ହଁ ତା ଚାରିପଟେ ବି ଅନେକ ଥିଲେ  l ସଂପତ୍ତି ଲୋଭୀ ଆଉ ଦେହଲୋଭୀ ବି  l ସେ କିନ୍ତୁ ଥିଲା ଅମାୟିକ  l ନିନ୍ଦାକୁ ଖାତିର କରେନି କି ପ୍ରଶଂସାପାଇଁ ଆତୁର ହୁଏନି  l ନିଜ ବିଶ୍ବାସ ଉପରେ ତାର ଅଖଣ୍ତ ବିଶ୍ବାସ  l ସଂସାରର ଯାବତୀୟ କାମ କରିବା ସାଙ୍ଗେ ଅନେକ ପରମାର୍ଥୀ କାମ ବି କରିଛି  l ବାଳବିଧବାର ଅଧିକାର ସେ ବୁଝିଥିଲା  l ସେଥିପାଇଁ କାହାର ପ୍ରଲୋଭନରେ ସେ ପ୍ରଭାବିତ ହେଇ ନଥିଲା  l ପୋଖରୀ ପାଖରେ ଚଉରା କରେଇ ପ୍ରତିଷ୍ଠା କରିଛି ,ବର ଓସ୍ତ ଗଛ ଲଗେଇ ବାହା କରିଛି  l ଗାଁଲୋକ ,ବନ୍ଧୁବାନ୍ଧବଙ୍କୁ ଅସୁବିଧା ବେଳେ ଆର୍ଥିକ ଆଉ ଶାରୀରିକ ସାହାଯ୍ୟ କରିଛି  l ନିଜର ମାଆ ମନର ସ୍ନେହକୁ ଅନ୍ୟ ପିଲାଙ୍କୁ ଭଲପାଇ ବାଣ୍ଟି ଦେଇଛି  l ସତରେ

ଜୀବନ ଦୁଃଖୀ ହବାପାଇଁ ଯଦି କିଛି କାରଣ ଦେଇଥାଏ ସୁଖୀ ହବାପାଇଁ ବି କିଛି କାରଣ ଦେଇଥାଏ  l *

ଆମରି ଭଳି ଦୁନିଆରେ ସେ ବି ଥିଲା  l ସବୁ ଥାଇ ଆମେ ନିଜ ଅଭାବବୋଧକୁ ଖୋଜି ବୁଲୁଛେ ଆଊ ଦୁଃଖୀ ହେଇ ଯାଉଛେ  l ନିନ୍ଦାରେ

ଦୁଃଖୀ ଆଉ ପ୍ରଶଂସାରେ ଆତ୍ମହରା ହେଇ ପଡୁଛେ  l ସେ ବି ସ୍ଥିତପ୍ରଜ୍ଞ ନଥିଲା  l କିନ୍ତୁ ଏକା ହୋଇ ବି ସେ ନିଜକୁ ବିସ୍ତାରି ଦେଇଥିଲା ଅନେକ ସଂପର୍କ ଭିତରେ  l ସେଥିପାଇଁ ମୁଁ ତାକୁ ସୁବର୍ଣ୍ଣା ବୋଲି ମନେ ପକାଏ ସେ ମରିଗଲା ପରେ ବି  l

ସୁବର୍ଣ୍ଣା ବାପଘର ପୁଅଝିଅ

Rate the content


Originality
Flow
Language
Cover design

Comments

Post

Some text some message..