Dr Jharana Satapathy

Inspirational


3  

Dr Jharana Satapathy

Inspirational


ଅଫଳନ୍ତି ବୃକ୍ଷ

ଅଫଳନ୍ତି ବୃକ୍ଷ

4 mins 501 4 mins 501

ଦାସ ବୁଢୀର କେତଟି କଥା ମାନିର ମନକୁ ଶକ୍ତ ଆଘାତ ଦେଇଥିଲା ଏବଂ ଆଖିରୁ ଆପେ ଆପେ ଦୁଇ ଧାର ଲୁହ ବୋହିଆସିଥିଲା ।କାହିଁ କେଜାଣି ସେଦିନର ଅଭୁଲା ସ୍ମୃତି ଗୁଡାକ ମାନିର ମନକୁ ଆପେ ଆପେ ଚାଲିଆସିଥିଲା ।କହୁ କହୁ ମାନିକୁ ବାଞ୍ଝବୋଲି କହିଦେଲା ।

ତୁ ତ ଅଫଳନ୍ତି ଗଛ I ତୋ ଠୁ ହବନି ଛୁଆ ।ତା କଥା ମାନିକୁ ବହୁତ ବାଧିଥିଲା ।

ପିଲାଟି ନଥିବା ଯୋଗୁଁ ମାନିକୁ କେତେ କଥା ଶୁଣିବା ପାଇଁ ପଡିଛି।ଘର ଲୋକଠୁ ଆରମ୍ଭ କରି ଵାହାର ଲୋକ ନାନା କଥା କହନ୍ତି । ନିରୋଳାରେ ମାନି ସବୁବେଳେ ଏମିତି ଭାବୁଥାଏ ।ସତରେ ଭଗବାନ ଏତେ ପରିକ୍ଷା କାହିଁକି କରୁଛନ୍ତି ।ସେଦିନ କେବେ ଆସିବ ଯେବେ ମା ଡାକ ଶୁଣିପାରିବ ? ଅପେକ୍ଷା କରି କରି ବହୁ ବର୍ଷ ହୋଇଯାଇଥିଲା ତା କୋଳ ଶୂନ୍ୟଥିଲା ।

ମାନି ଦେଖିବାକୁ ଭାରି ସରଳ,ଶାନ୍ତ ସ୍ବଭାବର ଝିଅଟିଏ ।ଦେଖିବାକୁ ଗୋଟିଏ ଚାଉଳରେ ଗଢା। ରୂପ ଯେମିତି ଗୁଣ ବି ସେମିତି।ଶିକ୍ଷାକ୍ଷେତ୍ରରେ ଭାରି ସୁନାମ ଅର୍ଜନ ।ବହୁ କ୍ଷେତ୍ରରେ ସେ ପୁରସ୍କୃତ ହୋଇଛି ତଥାପି ତା ମନରେ ଅହଂଭାବ ନାହିଁ।ସିଏ ଭାରି ପତିଭକ୍ତି ।ତା ଶାଶୁ ଘରକୁ ସ୍ବର୍ଗ ବୋଲି ଭାବେ ।ଅମାପ ସ୍ନେହ ସେ ଘରେ ଅଜାଡି ଦିଏ ।ମନର କଥାକୁ ମନରେ ମାରିନିଏ ।

ଘରର କଥା ବାହାରେ ପ୍ରକାଶ କରେ ନାହିଁ ।ପ୍ରତିଟି କଥାରେ ତାକୁ ତାଗିଦ୍ କରନ୍ତି ତା ଶାଶୁ ଘର ଲୋକେ । କଥା କଥାରେ ଆକଟ ପ୍ରତିଟି କ୍ଷେତ୍ରରେ ମାନିର ଭୁଲଟା ଦେଖିଥାନ୍ତି । ଭୁଲ ବଶତଃ ତାର କୌଣସି ଦୋଷ ନଥିଲେ ମଧ୍ୟ ଦୋଷଟା ତା ଉପରେ ଲଦିଦିଅନ୍ତି ।କଟା ଘାରେ ଚୁନ ବୋଳିଲା ପରି ।କିନ୍ତୁ ମାନିର କୈାଣସି ପ୍ରତିକ୍ରିୟା ନଥାଏ ।

ବାହାଘରର ବହୁଵରଷ ପୁରିଲା ପରେ ବି କୋଳ ରେ ଛୁଆଟେ ନ ଥିବାରୁ କେତେ ଥର ଲୋକ ହସା ହେବାକୁ ପଡିଛି ମାନିକୁ ।

ସବୁ ତ ଶୁଣିବା କୁ ପଡେ ମାନିକୁ , କେତେ ମୁହଁ ମୋଡା, ନାକ ଛିଂଚିଡା ଆଉ ସିଧା ସିଧା କଥା ଶୁଣି ସେ ତୁନି ରହେ ।କାହାକୁ କିଛି କହେନି।ସବୁ ସହିଯାଏ ମାନି ।ସତେ ଯେମିତି ତା ଶରୀର ପଥରରେ ଗଢା ।ପାସାଣଠୁ ମଧ୍ୟ ସହିବା ଶକ୍ତି ତା ପାଖରେ ଥାଏ।ସିଏ ଜାଣିଥାଏ ଦିନେ ନା ଦିନେ ମା ହୋଇପାରିବ।ସେହି ସମୟ ଯଥାଶିର୍ଘ ପହଞ୍ଚିବ ।ନାରୀର ଜୀବନକୁ ଅସରନ୍ତି ଖୁସି ସେତିକି ବେଳେ ଆସିଥାଏ ଯେତେବେଳେ ସେ ଜାଣିବାକୁ ପାଇଥାଏ ସେ ମା' ହେବାକୁ ଯାଏ ।

ଭାଗ୍ୟକୁ ଆଦରି ସଵୁ ସହିଯାଏ ମାନି। କଥାରେ ଅଛି କପାଳ ଲେଖନ କେ କରିବ ଆନ!

ମନେ ମନେ ଭାବେ ଭଗବାନଙ୍କ ଦେବାକୁ ଥିଲେ ନିଶ୍ଚୟ ଦେବେ। କରି କରାଉ ଥାଇ ତା ବିନୁ ଅନ୍ୟ ଗତି ନାହିଁ ? ମନର କଥା ମନରେ ରଖି ଦିଏ ମାନି ।

ମାନି ସବୁ ବେଳେ ଏମିତି ହସୁଥାଏ, ସତେ ଯେମିତି ତାର କିଛି ବି ଦୁଃଖ ନାହିଁ l ସବୁଦିନେ ସେହି ମନଲୋଭା ହସ l କିଏ ଯଦି ତାକୁ ପଚାରେ ତତେ କିଛି ଖରାପ ଲାଗୁନି କି? ତା ଆଖିରୁ ଧାର ଧାର ଲୁହ ଵୋହିଯାଏ । ! କେତେ ଦିଅଁ ଦେବତାକୁ ଡାକି ମନାସିଛି ମାନି ।ବନ୍ଧ୍ୟାଦୋଷରୁ ମୁକୁଳିବା ପାଈଁ କେତେ ପୁଷ୍କରଣୀରେ ସ୍ନାନ କରିଛି ।ନିଜେ ଶିକ୍ଷିତ ହୋଇ ମଧ୍ୟ ଲୋକମାନଙ୍କର କଥାରେ ପଡି

ବାର ବ୍ରତ ଉପବାସ କରିଛି ତଥାପି ତା କୋଳ ଖାଲି।କେତେ ବଇଦପାଖରୁ ଔଷଧ ଖାଇଛି ।

କିନ୍ତୁ ମାନିର ସ୍ବାମି ତାକୁ ଆଶ୍ବାସନା ଦିଅନ୍ତି ।ପ୍ରତିଟି କ୍ଷେତ୍ରରେ ତାକୁ ସାହାର୍ଯ୍ୟ କରନ୍ତି ।ଦୁଇଜଣ ବହୁତ ଭଗବତ୍ ବିଶ୍ବାସି ।ମାନିର ସ୍ବାମି ମାନିକୁ ସବୁବେଳେ କହନ୍ତି କିଏ କହିଲା ତୁମେ ମା ନୁହଁ ? ତୁମେ ମଧ୍ୟ ଜଣେ ମା । ଜନମ ନଦେଲେ କଣ ହେଲା ପରିବାରର ଏତେ ପିଲାଙ୍କୁ ଲାଳନପାଳନ କରିଛ। ସ୍ନେହରେ କୋଳେଇ କାଖେଇ ବଡ କରିଛ ।

ତୁମେ କଣ ଜାଣିନ ମଦର ଟେରସା ସମସ୍ତଙ୍କର ମା। ସମସ୍ତେ ତାଙ୍କୁ ମା ଡାକନ୍ତି ।ତୁମେ ବି ସମସ୍ତଙ୍କର ମାଆ ।ଜନମ ଦେଇନ ବୋଲି କାହାଠୁ ମାଆ ଡାକ ଶୁଣିପାରିବନି? ନିଶ୍ଚୟ ଶୁଣିବ !

ଦୁନିଆରେ ଏମିତି ପିଲା ଅଛନ୍ତି ସେମାନେ ମଧ୍ୟ ଅନାଥ ।

କେତେଜଣଙ୍କର ବାପା ମାଆ ଥାଇ ମଧ୍ୟ ଅନାଥ !ଦୁନିଆରେ ସବୁପିଲା ଆମର ମନଦୁଃଖ କରନି ଯମା ।

ମାନିର ସ୍ବାମି ମାନିର ମନ ଭଲ ଲାଗିବ ବୋଲି ସବୁଵେଳେ ଅନାଥ ଆଶ୍ରମ ନେଇ ବୁଲେଇ ଆଣନ୍ତି।ମାନି ଅନାଥ ଆଶ୍ରମରେ ରହୁଥିବା ପିଲାମାନଙ୍କ ପାଈଁ କଣଟିକେ ନେଇକି ଯାଏ । ସେମାନେ ମାନିକୁ ମଧ୍ୟ କେତେ ଆଦରରେ ମା ବୋଲି ସମ୍ବୋଧନ କରିଥାନ୍ତି ।ସବୁବେଳେ ଏମିତି ପିଲାମାନଙ୍କ ପାଈଁ କିଛି କିଛି ଜିନିଷ ନେଇଥାଏ ମାନି ।

ଦିନେ ସେହିପିଲାମାନଙ୍କ ଭିତରୁ ରୁବି ନାମକ ଛୋଟ ଝିଅଟିଏ ମାନିକୁ ମାମା ଵୋଲି କହି ଯାବୁଡି ଧରିଲା । ମାମା ଡାକରେ ମାନିର ଆଖି ଲୁହ ରେ ଟଳଟଳ ହୋଇଯାଇଥିଲା ।

ଖାଲି ରୁବି ନୁହଁ କୋମଳମତି ଶିଶୁ ମାନଙ୍କୁ ସାହାରା ଦେଇ ଏକ ଶିଶୁ ଅନାଥ ଆଶ୍ରମ ଖୋଲି ମାନି ବେସାହାରା କୋମଳମତି ଶିଶୁ ମାନଙ୍କୁ ବଞ୍ଚିବାର ରାହା ଦେଖାଏ।ସେହି ପିଲାମାନଙ୍କୁ ଦେଖି ମାନିର ଆନନ୍ଦ କହିଲେ ନ ସରେ । ଅନାଥ ଶିଶୁକନ୍ୟା ଓ ପୁତ୍ରକୁ ରଖି ନିଜର ସନ୍ତାନ ଭଳି ଲାଳନପାଳନ କରି ଓ ସେମାନଙ୍କର ଭବିଷ୍ୟତ ଗଢିବା ପାଈଁ ଜୀବନକୁ ବାଜିଲଗାଇ ଦିଏ ମାନି।ଏହି ପିଲାମାନ କେବେ ଯେପରି ବାପା ମାଙ୍କ ଅଭାବ ନ ଭାବିବେ ସେଥିପାଇଁ ସ୍ନେହ,ପ୍ରେମ ଶ୍ରଦ୍ଧା ପାଇପାରିବେ ସେଥିପାଇଁ ମାନି ସବୁବେଳେ ଚେଷ୍ଟା କରେ ।ତା ସ୍ବାମି ତାକୁ ଏ କ୍ଷେତ୍ରରେ ସାହାର୍ଯ୍ୟ କରନ୍ତି ।

ମାନି ସମସ୍ତଙ୍କର ପ୍ରିୟ ମା ହୋଇପାରିଛି ।ଏ ଉଲ୍ଲେଖନୀୟ ସେବାପାଇଁ ମାନିକୁ ରାଜ୍ୟ ଏବଂ ରାଜ୍ୟ ବାହାରେ ସମ୍ବବ୍ଦିତ କରାଯାଇଛି ।ବର୍ତମାନ ସେହିପିଲାମାନଙ୍କ ମଧ୍ୟରୁ ଅନେକ ପିଲା ଉଚ୍ଚ ଶିକ୍ଷା ପାଈଁ ଅଧ୍ୟୟନତ ।ମାନି ଏହି ଅନାଥ ଶିଶୁକୁ ଥଇଥାନ କରିବା ସହିତ ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କୁ ଥଇଥାନ ଦେଇ ବେଶ୍ ସୁନାମ ଅର୍ଜନ କରିପାରିଛି ।

ହଟାତ୍ ମାନିର ଦାସ ବୁଢୀ ସହିତ ସାମାନା ସାମନି ଭେଟ ହୋଇଯାଇଥିଲା ।ଦାସ ବୁଢୀ ତାକୁ ଚାହ୍ନି ପାରିନଥିଲା ।ମାନି ତାକୁ ଅତୀତର କଥାଗୁଡାକ ତାକୁ କହିଥିଲା ।ଦେଖ ମାଉସୀ ତୁମେ ବାଞ୍ଝ ମତେ ବୋଲି କହିଥିଲ, ଆଜିକେତେ ସନ୍ତାନର ଜନନୀ ।ମାନିର କେହି ପଦରେ ବୁଢୀର ମୁହଁ ଆପେ ଆପେ ତଳକୁ ହୋଇଯାଇଥିଲା ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Originality
Flow
Language
Cover Design