Manoj Kumar Panda

Inspirational


4.0  

Manoj Kumar Panda

Inspirational


ବଦମାସ(ମୋର ପ୍ରଥମ ସ୍କୁଲ ଅନୁଭୂତି)

ବଦମାସ(ମୋର ପ୍ରଥମ ସ୍କୁଲ ଅନୁଭୂତି)

4 mins 670 4 mins 670

ନୂଆ ନୂଆ ସ୍କୁଲ ଜଇନ କରିଥିଲି।ସାରଙ୍ଗଗଡ ରାୟଗଡ ଛତିଶଗଡ ନିକଟରେ MONA MODERN PUBLIC SCHOOL ର ଷଷ୍ଠ ଶ୍ରେଣୀର ସେକ୍ସନ୍ "ସି" ପିଲାମାନଙ୍କୁ ପଢାଇବା ଥିଲା। ନୁଆଁ ନୁଆଁ ତ ମନରେ ବହୁତ୍ ଡର ଥିଲା କେମିତି ହେବ କଣ, ପିଲାମାନେ ମତେ ପସନ୍ଦ କରିବେ ତ ମୁଁ ଭଲ ରେ ପଢାଇ ତ ପାରିବି ଏମିତି ସବୁ ପ୍ରଶ୍ନ।

ବର୍ମା ସାର ଏବଂ CK SING MAM ସାୟରି ଅନ୍ଦାଜ୍ ରେ କହିଲେ, ଏତେ ସହଜ ନୂହେଁ SIR ୟେ ଆଗ କା ଦରିଆ ହୈ, ଅର ଆପକୋ ଡୁବ୍ କେ ଜାନା ହୈ।

ସେକ୍ସନ୍ C ର ପିଲା କୁ ପଢାଇବା କାଠିକର ପାଠ। ଏଡେ ବଦମାସ୍ ଗୁଡା ସେସବୁ ଆଉ ସେ ସାର୍ଥକ(PRINCIPAL ର ପୁଅ) ତା ଠୁ ଦୁରେଇ ରହିବେ SIR ହଉ ବେଷ୍ଟ ଅଫ ଲକ୍।

ମୁଁ ଆହୁରି ଡରିଗଲି। ଫିଲ୍ମ ରେ ଦେଖିଥିଲି ପିଲାମାନଙ୍କ ଦୁଷ୍ଟାମି। ତେଣୁ ମୁଁ ସତର୍କ ରହିଲି। ପ୍ରଥମ ଦିନ କେବଳ ମୁଁ ମୋ ବିଷୟରେ କହିଲି, କିନ୍ତୁ ସେମାନେ କେହି ମତେ ଠିକ୍ ରେ ଧ୍ୟାନ ଦେଲେନି। ନା ମୋ କଥା ଶୁଣୁଥିଲେ। ମତେ ବହୁତ୍ ଖରାପ ଲାଗୁଥିଲା, ବର୍ମା ସାର୍ ଙ୍କ କଥା ମନରେ ଘର କରି ଯାଇଥିଲା, ଯେ ଏ ପିଲାଗୁଡାକ ସତରେ ଭାରି ଖରାପ। ମୁଁ ନିଷ୍ପତ୍ତି ନେଲି ଯେ ମୁଁ ମୋର ପାଠ ସାରିବି ବାସ୍। ତାପର ଠୁ ମୁଁ କ୍ଲାସ କୁ ଗଲି ଆଉ ଚେୟାର ରେ ନ ବସି ଜେତେ ଶିଘ୍ର ହେବ ପାଠ ସାରି ସେଠୁ ବାହାରି ଆସେ।

ମତେ ଏସବୁ ଭଲ ଲାଗୁ ନଥିଲା ଏମିତି କଣ ପଢାଯାଏ! ଦୁଇ ଦିନ ପରେ ମୁଁ ପୁଣି ମୋ ନିଜ ଶୈଳୀ କୁ ଆସିବାକୁ ଚେଷ୍ଟା କଲି। ଟିକେ ବୁଝିବାକୁ ଚେଷ୍ଟା କଲି କଣ ଅସୁବିଧା ଥିଲା ପିଲାଙ୍କର।ଏଯାଏଁ ତ ସେମାନେ ମୋ ସହ ସେମିତି କିଛି ଅଭଦ୍ରାମି କରି ନାହାଁନ୍ତି। ତେଣୁ ମୁଁ ବି ନିଷ୍ପତ୍ତି ନେଲି ଯେ ମୁଁ ଏଥର ନିଜ କର୍ତ୍ତବ୍ୟ କୁ ଠିକ୍ ରେ ପାଳିବି। ସେଦିନ କ୍ଲାସରେ ମୁଁ ସେମାନଙ୍କୁ ଭଲ ପିଲା ବିଷୟରେ କିଛି କହୁଥିଲି ଜଣେ ପିଲା ଠିଆ ହୋଇ କହିଲା SIR ଆମେ ସବୁ ଖରାପ ପିଲା ଆପଣ ଯେତେ କଲେ ଆମେ ଭଲ ହେବୁନି ଆଉ ଜୋରରେ ଚିତ୍କାର ଆରମ୍ଭ କରିଦେଲେ। ମତେ ଅବାକ୍ ଲାଗିଲା ଶୁଣି କି, ସେମାନେ ଗ୍ରହଣ କରିନେଇଛନ୍ତି ସେମାନେ ଖରାପ, ବେକାର ଆଉ କୋଉ କାର୍ଯ୍ୟ ର ନୁହନ୍ତି।

ସେଦିନ ରାତି ସାରା ନିଦ ହେଲାନି, ସାଇକୋଲଜିର ସବୁ ବହି କୁ ଲେଉଟାଇବା ଆରମ୍ଭ କଲି। କୋଉଠି କିଛି ଲେଖାଥିବ! କଣ କରିବି ମୁଁ କିଛି ଚିନ୍ତା କରିପାରୁ ନଥିଲି ଏମାନଙ୍କ ପାଇଁ କି, ସେଦିନ କିଛି ଏମିତି ହେଲା ଯାହା ମୋ ମନ କୁ ଦୋହଲାଇ ଦେଲା।ସେହି ଭାରି ମନରେ ମୁଁ ସେଦିନ ସ୍କୁଲ ରେ ପହଞ୍ଚି ହିଁ ଥିଲି କି କେହି ବି ପିଲା ଆସି ନଥିଲେ। ମୁଁ ଅପେକ୍ଷା କରିଥିଲି। ବହୁତ ସମୟ ପରେ ମୁଁ ଜିବାକୁ ଉଦ୍ଯତ ହେଉଥିଲି ସେମାନେ ଆସିଲେ କିନ୍ତୁ ମୁଁ କାବା ହୋଇଗଲି ସେମାନଙ୍କ ଏ ଅବତାର ଦେଖି। କ୍ଲାସ ରେ 15 ଜଣ ପିଲା କାଲି ଯାଏଁ ତ ସମସ୍ତେ ଠିକ୍ ଥିଲେ କିନ୍ତୁ ଆଜି କାହା ମୁଣ୍ଡରେ ବି ଚୁଟି ନଥିଲା। ମୁଁ ଛାନିଆଁ ହୋଇ ଚେୟାର ଉପରେ ବସିଗଲି। ଏମାନେ ସତରେ ମତେ ହଇରାଣ କରିବା ପାଇଁ ଏମିତି କରିଛନ୍ତି ବୋଲି ମୁଁ ବିଶ୍ବାସ କରିପାରୁ ନଥିଲି। କିନ୍ତୁ ସ୍କୁଲ ର ନିୟମ ଉଲଙ୍ଘନ କରିଥିବାରୁ ପ୍ରିନ୍ସିପାଲ ମାଡାମ୍ ସେମାନଙ୍କୁ ଶାସ୍ତି ଦେବାକୁ କହିଲେ। ଆଉ ସମସ୍ତଙ୍କୁ ବାହାରେ ଠିଆ କରାଇବାକୁ କୁହାଗଲା କିନ୍ତୁ ମୁଁ ଲକ୍ଷ୍ୟ କଲି କାହା ମୁହଁ ରେ ଟିକେ ବି ଗ୍ଲାନି ବୋଧ ନାହିଁ ବରଂ ହାତରେ ହାତ ବାଡେଇ ସେମାନେ ମଜା କରୁଥିଲେ। ପିଅନ ମଉସା ମୋ ପାଖକୁ ଆସି କହିଲେ SIR ବୁଝିବାକୁ ଚେଷ୍ଟା କରନ୍ତୁ ଉପରକୁ ଜାହା ଦେଖା ଯାଉଛି କଥା ଟା ଠିକ୍ ସେଇଆ ନୁହେଁ।

କିଛି ନିଷ୍ପତ୍ତି ନେଇ ପାରୁ ନଥିଲି ମାଡାମ ମତେ କହିଲେ ମୁଁ ଚାହିଁଲେ କାଲିଠୁ ଅନ୍ଯ କ୍ଲାସ ନେଇ ପାରିବି। HOSTEL କୁ ଫେରିଲି।ବହୁତ ଗ୍ଲାନି ହେଉଥିଲା ମୋ ପିଲା ଗୁଡା ଦଣ୍ଡ ପାଇଲେ। ତେଣୁ ମୁଁ ସଂନ୍ଧ୍ଯା ରେ ବୁଲିବାକୁ ଜାଇଥିଲି। ଗାର୍ଡେନରେ ରିତା ମାଡାମ ଥିଲେ। ତାଙ୍କ ସହ ଗପୁ ଗପୁ ମୋର ନଜର ପଡିଲା ସେଠି ଖେଳୁଥିବା ଝିଅ ଟି ଆଉ ତା ମୁଣ୍ଡ ଉପରେ। ମୁଣ୍ଡ ରେ ମାତ୍ର ଗଣି ଗଣି ଦୁଇ ଚାରି ଟା ଚୁଟି। ରିତା ମାଡାମ୍ ପରିଚୟ କରାଇ ଦେଲେ ତାଙ୍କ ଝିଅ ସେ ରୁଚି, ଆଉ କହିଲେ ତାକୁ କ୍ଯାନସର ଆଉ ଚୁଟି ଗୁଡା ଝଡି ଗଲା ପରେ ସ୍କୁଲରେ ପିଲା ମାନେ ଚିଡାଇ ଦିଅନ୍ତି ତେଣୁ ସ୍କୁଲ କମ୍ ଜାଏ। ତେଣୁ ମୁଁ ତାକୁ ଦେଖିନି।ରୁଚି କଥା ଶୁଣି ମୋ ମନ ଏକଦମ୍ ଭାରି ହୋଇ ଗଲା।

ଏତେ ଛୋଟିଆ ଝିଅଟା ଆଉ ଏଡେ ବଡ ଦୁଃଖ।କିନ୍ତୁ ତା ସହ କଥା ହେଲା ପରେ ମୋ ଆଖି ଉଜ୍ଜ୍ବଳ ହୋଇ ଉଠିଲା, ସେ ଛୋଟ ଝିଅ ଟି ମତେ ଜୀବନ ର ବହୁତ୍ ବଡ ଶିକ୍ଷା ଦେଇ ଗଲା: ମୁଁ ଜାଣି ଗଲି ମୋ କ୍ଲାସ ର ପିଲାମାନେ କାହିଁକି ନିଜର ଚୁଟି ସବୁ କାଟିଥିଲେ ମୁଁ ରାତି ସାରା ଚିନ୍ତା କଲି ଆଉ ମୁଁ ରାସ୍ତା ପାଇଲି ଯେ ମୋ ପିଲା ମାନଙ୍କ ମନରେ ଜାଗା କରିବା ମତେ କଣ କରିବାକୁ ପଡିବ।ସତ କହୁଛି ଜମା ସାହସ ହେଉ ନଥିଲା କିନ୍ତୁ ମୁଁ ବି ମୋର ସବୁ ତକ ଚୁଟି କାଟିଦେଲି। ପରଦିନ କ୍ଲାସରେ ମୁଁ ଟିକେ ଡେରି ରେ ପହଞ୍ଚିଲି ସ୍କୁଲ ରେ ସମସ୍ତେ ଚିଡିଆଖାନା ର ଜନ୍ତୁ ପରି ମତେ ଦେଖୁଥିଲେ କିନ୍ତୁ ମତେ ଦେଖି ମୋ କ୍ଲାସର ପିଲାମାନେ ବହୁତ ଖୁସି ହୋଇଗଲେ ସେହିଦିନ। ପିଲା ହେଲେ କଣ ହେଲା ସେମାନେ ମୋ ମନ କଥା ବୁଝି ପାରିଥିଲେ ଆଉ ମୋ ଚାରି ପଟେ ବେଢି ହୋଇ ଠିଆ ହୋଇ ଗଲେ। ସେଦିନ ରୁଚି ବି ସ୍କୁଲ ଆସିଥିଲା ମତେ ଧିରେ କି କହିଲା SIR ମୁଁ ଏଥର ନିତି ସ୍କୁଲ ଆସିବି। ରିତା ମାଡାମ୍ କାନ୍ଦ କାନ୍ଦ ହୋଇ କହିଲେ ବଢିଆ ହେୟାରକଟ୍ ମୁଁ ବି ତୁମ ପରି ଚୁଟି କଟାଇବି। ଧନ୍ୟବାଦ୍।

ଅସଲରେ ମୋ କ୍ଲାସର ରାଜା ଆଉ ରିଚା ପରସ୍ପର ର ବହୁତ୍ ଭଲ ବନ୍ଧୁ। ରିଚା ଚୁଟି ପାଇଁ ସ୍କୁଲ ଆସେ ନି ଜାଣି ରାଜା ବି ତାର ସବୁ ଚୁଟି କାଟି ଦେଇଥିଲା। ଆଉ ତାକୁ ଉତ୍ସାହିତ କରିବାକୁ ଯାଇ ତଥାକଥିତ ମୋ କ୍ଲାସର ସବୁ ଖରାପ ପିଲା ମାନେ ମଧ୍ୟ ନିଜର ସବୁ ଚୁଟି କାଟି ପକେଇଲେ।ଆଉ ଏତେ ବଡ କାମ କଲା ପରେ ବି ସେମାନେ କାହାକୁ ଜଣାଇ ବି ନଥିଲେ। ସେଦିନ ସନ୍ଧ୍ୟାରେ ରିଚା ମତେ କହିଥିଲା ତା ସାଙ୍ଗ ରାଜା କେମିତି ତା ପାଇଁ ତାର ସବୁ ପାଠ ଘରେ ଆସି ତାକୁ ପଢାଏ ଆଉ ଏଇ ଚୁଟି କଥା। କେତେ ବଡ ସତେ ସେମାନଙ୍କ ହୃଦୟ ଆଉ ସେଥିରେ ଏବେ ମତେ ବି ଜାଗା ଟିଏ ଦେଇଦେଲେ। ପ୍ରିନ୍ସିପାଲ ମାଡାମ ଅସଲ କଥା ଜାଣିଲା ପରେ ମୋ ପିଲାମାନଙ୍କ ଉପରେ ବହୁତ ଖୁସି ହେଲେ।ଆଉ ସେମାନଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଗଲା।

ମୁଁ ଜାଣିନି ମୁଁ କେତେ ଦୂର ଠିକ୍ କରିଛି, କିନ୍ତୁ ମୋର ତଥାକଥିତ ସ୍କୁଲର ସବୁଠୁ ଖରାପ ପିଲା ମାନେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ତଥା ପ୍ରେରଣା ର ଉତ୍ସ ବନି ଜଣାଇଥିଲେ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର।


Rate this content
Originality
Flow
Language
Cover Design