Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନ୍ତର୍ଦ୍ଦାହ
ଅନ୍ତର୍ଦ୍ଦାହ
★★★★★

© Sasmita Mohapatra

Tragedy

2 Minutes   7.3K    14


Content Ranking

ସକାଳର ଥଣ୍ଡା ପବନରୁ ମେଞ୍ଚେ ପଶିଆସିଲା ହଷ୍ଟେଲ ରୁମ ଭିତରକୁ।ବାହାରକୁ ଯାଇ ଠିଆ ହେଲା ସିପ୍ରା ।ଦେଖିଲା ରାତି ପାହି ପାହି ଆସୁଛି ।ସମସ୍ତିଙ୍କର ରୁମ ପ୍ରାୟ ବନ୍ଦ ।ବାକ୍ଲୋନିରେ କିଛି ସମୟ ଠିଆ ହେଲା । ଶୁଖାଯାଇଥିବା ପିଲାମାନଙ୍କର ପୋଷାକ ସବୁ ଇତସ୍ତତଃ ହୋଇ ପବନରେ ଉଡୁଛି ।କେବଳ ଗୋଟିଏ ପଟେ ଆଉଜେଇ ହୋଇ କ୍ଲିପରେ ନିଜର ଅସ୍ତିତ୍ଵକୁ ବଜାଇ ରଖିଛିନ୍ତି ।ପବନଟା ଆଜି ଭଲଲାଗୁନି। ମନ କ'ଣ ସବୁବେଳେ ସମାନ ଥାଏ। ଚୂର୍ଣ୍ଣକୁନ୍ତଳରୁ ପୁଳେ ମୁହଁ ଉପରକୁ ଉଡିଆସି ବିରକ୍ତ କରୁଛି ।ସତରେ ଜୀବନଟା ତାର କି ବିଚିତ୍ର ।ପିଲାବେଳୁ ପଢିବାରେ ଆଗ୍ରହ ବୋଲି ବହୁ ବାଧା ସତ୍ତ୍ୱେ ସରକାରୀ ବୈଷୟିକ ବିଦ୍ୟାଳୟରେ ଶୁକ୍ଳରହିତ ଆସନଟିଏ ମିଳିଗଲା ସିନା,କିନ୍ତୁ ଜନସ୍ରୋତର ତୀବ୍ରତାରେ କୁଟାଖିଅଟି ପରି ତାର ଲକ୍ଷ୍ୟବିହୀନ ଜୀବନ। କେତେ ପିଲା ଜନ୍ମରୁ ଭାଗ୍ୟ ନେଇ ଆସିଥାନ୍ତି, ଆଉ କେତେକଙ୍କ ଭାଗ୍ୟ କର୍ମ ଦ୍ଵାରା ଲେଖିହୋଇଯାଏ ଓ ଅନେକଙ୍କର ଭାଗ୍ୟ ଆପେଆପେ ଲେଖିହୋଇଯାଏ,। ସେ ସେହିପରି ଆପେଆପେ ଲେଖିହୋଇଥିବା ଭାଗ୍ୟର ପିଲା ।ପିଲାବେଳୁ ବାପାମାଆଙ୍କର ଗଣ୍ଡୋଗଳ, ମାରପିଟ୍ ଅଲଗା ରହିବା ତା ମନରେ ଖୁବ୍ ରେଖାପାତ କରିଥିଲା। ତାପରେ ସେମାନଙ୍କ ସହିତ ଏକାଠି ରହିବାର ସୁଯୋଗ ଆଉ ପାଇନି, ତା କଥା ଚିନ୍ତାନକରି ସେମାନେ ଆଇନଗତ ବିଚ୍ଛେଦକୁ ସ୍ବୀକାର କରିନେଇଥିଲେ। ଆଉ ମାସେମାସେ ଜଣଜଣଙ୍କ ପାଖେ ରହି ସ୍କୁଲ ପାଠପଢା ଶେଷ କରିଛି। ମାସ ପୁରିଗଲେ ବହିପତ୍ର, ପୋଷାକ, ଜରୁରୀ ଜିନିଷ ଇତ୍ୟାଦି ପ୍ୟାକ୍ କରି ଆଉଜଣଙ୍କ ପାଖକୁ ରହିବାକୁ ଯାଏ,ଘର ଛାଡିବାପରେ କୁନି କୁନି ହାତରେ କରିଥିବା ଡ୍ରଇଁ ,କାନ୍ଥରେ ମରାହୋଇଥିବା ରୁଟିନ୍ ,ପ୍ରିୟ କଣ୍ଢେଇ ସବୁ ଛାଡିଯାଏ ।ଗୋଟିଏ ସହରର ଦୁଇ କିଲୋମିଟର ଭିତରେ ତାକୁ ଓ ତା ସ୍ମୃତିକୁ ଦୁଇ ଭାଗ କରିବାକୁ ପଡେ।କାହା ପାଖେ କିଛି ସେୟାର କରିପାରେନା କାରଣ ଅଳ୍ପ ଦିନରେ ତାକୁ ସେ ଅଭିଭାବକଙ୍କୁ ଛାଡିବାକୁ ପଡିଥାଏ। ଆଜିର ଜୀବନ ସଂପୂର୍ଣ୍ଣ ଅଲଗା । ତାକୁ ତ ମାସ ଶେଷରେ ଆଉ ପ୍ୟାକ୍ କରିବାକୁ ପଡୁନାହିଁ।ଚାରି ବର୍ଷ ପାଇଁ ମୁକ୍ତି ପାଇଲା। ତାପରେ ହୁଏତ ଚାକିରୀ ନହେଲେ ଅନ୍ୟକିଛି।

ଆଜି କିନ୍ତୁ କିଛି ଭଲଲାଗୁନି।ସାଙ୍ଗସାଥୀ ମାନଙ୍କ ବାପାମାଆ ଏକାଠି ଆସନ୍ତି କେତେ ଅଳିଅର୍ଦ୍ଦଳି, କରନ୍ତି ସେମାନେ, ସାଥିରେ ନୂଆ ପୋଷାକ , ଖାଇବା ଜିନିଷ ଆଣନ୍ତି ସେ ସବୁ ଦେଖେ ହସହସ ମୁହଁରେ ସ୍ବାଗତ କରେ , ତାର କେହି ଆସନ୍ତିନି,,,କେବଳ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସେ। ଝିଅ ଜନ୍ମର ଋଣ ଶୁଝିବା ପାଇଁ।

ସେ ନିଜ ବିଷୟରେ କିଛି କାହାକୁ କହିପାରେନା। ନିଜ ଘରକଥା କହି ଅପଦସ୍ତ ହେବା ଅପେକ୍ଷା ଚୁପଚାପ୍ ରହିଯାଏ। ଖାଲି ବହିପତ୍ର, କଲେଜ, ହଷ୍ଟେଲ ରୁମ ର ଜୀବନ।ଛୁଟି ଆସିଲେ ଚିନ୍ତା ମାଡିବସେ।ପୁଣି ସେହି ଜୀବନ ଭାଗ ବଣ୍ଟାବଣ୍ଟି ଦୁଇଜଣଙ୍କ ଭିତରେ। ତା ପୋଷାକ କିଣାଇ ଦେବାରେ ଆଗ୍ରହ ଅପେକ୍ଷା ପ୍ରତିଯୋଗିତା ବେଶି ଥାଏ, ଯିଏ ଯେତେ ଅଧିକ ଦାମରେ କିଣିବ ତା ଭଲପାଇବା ସେତେ ଅଧିକ। କେହିବୁଝନ୍ତିନିସେ କଣ ଚାହୁଁଛି?ତା ଜୀବନକୁ ଭାଗ କରିବାର ଅଧିକାର କିଏ ଦେଲା?।ପିଲାଟିକୁ ପଚରା ଯାଏ ତୁ କାହାକୁ ବେଶି ଭଲପାଉଛୁ? ପଚାରିବା ଲୋକର କି ଅଜବ ପ୍ରଶ୍ନ... ଦ୍ବନ୍ଦରେ ପଡିଯାଏ ପିଲା ବାପାମାଆଙ୍କ ଭିତରୁ ଜଣକୁ ତାକୁ ବାଛିବାକୁ ପଡିବ ଆଜି ତା ପାଖେ ସେହି ପ୍ରଶ୍ନ ଯାହାର ଉତ୍ତର ନଦେଇ ନିଜକୁ ଦୁଇଭାଗ କରିଦେଇଛି ।ସବୁ ତା ପାଖରେ ଥାଇ ଆଜି ସେ ନିଶ୍ବ। ହାତମୁଠାରେ ସୁଖର ବାଲିମୁଠାକ ଜାବୁଡି ଧରିଲେ ମଧ୍ୟ ଖସିଖସି ଚାଲିଯାଏ ।ପୁଣି ହାତ ରିକ୍ତ।ଯେଉଁ ବୟସରେ ଚପଳାମି,ଦୁଷ୍ଟାମି ଅଳିଅର୍ଦ୍ଦଳୀରେ କଟିଥାନ୍ତା ସେଠି ଭୟ,ଆସଙ୍କା ବିଷାଦରେ କଟିଛି।

ଅନେକ ସମୟ ବିତିଗଲା ବାକ୍ଲୋନିରେ ଠିଆ ହୋଇ, ବ୍ରେକଫାଷ୍ଟର ଘଣ୍ଟିର ଆବାଜ ତା ଭାବନାକୁ ପୂର୍ଣ୍ଣଛେଦ ଦେଲା। ପୁଣି ସେହି ଅନ୍ତର୍ଦ୍ଦାହ ଲୁଚାଇ ଗୋଟିଏ ସୁନ୍ଦର ସକାଳକୁ ତାକୁ ସ୍ବାଗତ କରିବାକୁ ପଡିବ ।

ସସ୍ମିତା ମହାପାତ୍ର(ଲୀନା)

ଭୁବନେଶ୍ୱର

ସିପ୍ରା ବାପାମାଆ ଅନ୍ତର୍ଦ୍ଦାହ

Rate the content


Originality
Flow
Language
Cover design

Comments

Post

Some text some message..