Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୁହିତା
ଦୁହିତା
★★★★★

© Jagabandhu Sahu

Others

2 Minutes   1.9K    9


Content Ranking

ଦୁହିତା ଦୁଇ କୂଳର ହିତ କରେ ବୋଲି ଦୁହିତା ନାମଟି ତାର ପ୍ରଥମଟି ବାପା ଘର ହେଲେ ଅନ୍ଯଟି ଶାଶୁଘର ଗର୍ଭ ଧାରିଣୀ ମାଆ ଅନ୍ତଫାଡି ଜନ୍ମ ଦେଇ ଅଳି ଅଝଟ ସହି ଲାଳନ ପାଳନ କରି କେତେ କଷ୍ଟରେ ବଡ କରିଥାଏ କିନ୍ତୁ ବିଧିର ବିଧାନରେ ତାକୁ ସମୟ ଆସିଲେ ନିଜ ଛାତି ଭିତରେ ସବୁ ଦୁଃଖ ଚାପି ଅନ୍ଯ ହାତରେ ଟେକି ଦେଉଥାଏ ନିଜ ଲୋକ ନିଜ ପରିବାରକୁ ପର କରି ଦେଇ ନୂଆଁ ସଦସ୍ଯକୁ ଆପଣେଇ ନେଇ ଝିଅଟି ଯାଇଥାଏ ତାର ଶାଶୁ ଘରକୁ ସାଙ୍ଗ ସାଥି ମେଳ ରଜ ଦୋଳି ଖେଳ ବାପାଙ୍କର ସ୍ନେହ ଭାଇଙ୍କ ଆଦର ଭଉଣୀର ପ୍ରେମ ସେତେ ବେଳେ ସବୁ ଫିକା ପଡିଯାଇଥାଏ ଝିଅଟି ଯେତେ ବେଳେ ବାପାଘର ଛାଡି ତାର ଶାଶୁଘରକୁ ବିଦାୟ ନେଉଥାଏ ମାଆର କୋଳରେ ମୁଣ୍ତ ରଖି ବାହୁନି ବାହୁନି କାନ୍ଧୁଥାଏ ହେ ମୋର ଜନ୍ମଦାତ୍ରୀ ବୋଉ ଆଜି କାହିଁକି ତୁମେ ଏତେ ନିଷ୍ଟୁର ହୋଇ ମୋତେ ଆଜି ପର କରି ଦେଉଛ ଝିଅର ଏମିତି କଥା ଶୁଣି ସମସ୍ତେ କାନ୍ଧିପକାନ୍ତି ମାଆ ତାକୁ ବୁଝାଉଥାଏ ଝିଅ ଜନମ ମାତ୍ରକେ ପରଘରକୁ ଯିବାକୁ ହିଁ ପଡିଥାଏ ଝିଅର ଗୋଟେ ଗାଁରେ ଏନ୍ତୁଡି ଜଳିଲେ ଆଉ ଗୋଟେ ଗାଁରେ ତାର ଯୁଇ ଜଳିଥାଏ ଏମିତି ଅନେକ ବାଧା ବିଘ୍ନକୁ ଡେଇଁ ଝିଅଟି ତାର ସଂସାରକୁ ମନ୍ଦିର କରି ଗଢିଥାଏ ତା ସାଙ୍ଗକୁ ମାଆ ଝିଅକୁ ବୁଝାଉଥାଏ ମୋର ମାନ ମହତ ସବୁ ତୋତେ ସମର୍ପିଦେଲି ଆଉ ଏଇଟି ତୁ ଯାହା ପାଉଥିଲୁ ସେଠିବି ଠିକ୍ ସେଅ ହିଁ ପାଇବୁ ଶାଶୁ ଶଶୁରଙ୍କୁ ନିଜ ମାଆ ବାପା ବୋଲି ଭାବିବୁ ଦିଅର ନଣଦକୁ ନିଜ ଛୋଟ ଭାଇ ଭଉଣୀ ଭାବିବୁ ବଡ ଲୋକକୁ ଦେଖିଲେ ମୁଣ୍ତରେ ଓଢଣା ଦେବୁ ସମସ୍ତଙ୍କୁ ଧିରସ୍ଥିର କଥା କହିବୁ ସ୍ବାମୀ ହେଉଛି ତୋର ଭଗବାନ ସର୍ବଦା ସ୍ବାମୀର କଥା ଶୁଣିବୁ ସ୍ବାମୀ ପାଦ ସେବା କରି ଦିନ କାଟିବୁ ମଥାରେ ସିନ୍ଦୁର ହାତରେ ଶଙ୍ଖା ସବୁ ବେଳେ ପିନ୍ଧିବୁ ଶାଶୁଘରକୁ ନିଜ ପରିବାର ଭାବି ନିଜ ହାତରେ ସୁନ୍ଦର କରି ଗଢିବୁ ମାଆ ବାପା ଭାଇ ଭାଉଜର ନାଁ ରଖିବୁ ସମସ୍ତଙ୍କର ପ୍ରିୟ ହେବାକୁ ଚେଷ୍ଟା କରିବୁ ଆଉ ଯେତେବେଳେ ସମସ୍ତଙ୍କର ପ୍ରିୟ ହେଇପାରିବୁ ତେବେ ଜାଣିବୁ ତୋର ଦୁହିତା ଜନମ ସ୍ବାର୍ଥକ ହୋଇଲା ବୋଲି ଏମିତି ଅନେକ ଅନେକ କଥା ଝିଅକୁ ବୁଝାଇ ମାଆ ବିଦାୟ ଦେଉଥାଏ ଝିଅକୁ ତାର ଶାଶୁଘରକୁ ॥

ବାପା ଘର ଖେଳ ଅଳ୍ପ ଦିନ ପାଇଁ

ଶାଶୁଘରେ କଟେ ଦିନ

ଦୁଇ କୁଳର ସେ ହିତ କରେ ବୋଲି

ଦୁହିତା ଅଟେ ତା ନାମ

[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]

ଦୁହିତା ମାଆ ଶଙ୍ଖା

Rate the content


Originality
Flow
Language
Cover design

Comments

Post

Some text some message..