Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Children Inspirational

5.0  

BISWESWAR MAJHI

Children Inspirational

ମୁଁ ବି ସୈନିକ ହେବି

ମୁଁ ବି ସୈନିକ ହେବି

2 mins
7.5K


ମା’ କାଲିଠାରୁ ପଚାରି ପଚାରି ଥକିଲିଣି ବାପା କାଲି ଆସିବେ କହୁଥିଲୁ, କାହିଁକି ଆସିଲେନି ? ମା' ନିରୁତ୍ତର । କେବଳ ଶୁଖିଲା ଆଖିରୁ ବହି ଆସିଲା ଦୁଇ ଧାର ଲୁହ। ପୁଣି ମା'କୁ ହଲାଇ ଦେଇ ପଚାରିଲା ସାଢେ ତିନି ବର୍ଷର ପୁଅ ପପୁନି । ତୁ କିଛି ଉତ୍ତର ଦେଉନୁ, ଜେଜେ ଜେଜେମା ସେ ଘରେ ବସି ଖାଲି କାନ୍ଦୁଛନ୍ତି । ଦାଦା କାଲିଠାରୁ ଷ୍ଟେସନ ଯାଇଛନ୍ତି ଯେ ଦେଖାନାହିଁ। ମୋ ସାଂଗରେ କେହି ଖେଳୁ ନାହାନ୍ତି । ଏ ମା' ଜାଣିଥା’ ବାପା ଆସିଲେ ତୋ ନାଁରେ ସବୁ କହିବି । ମା’ ତଥାପି କାଠ ପଥର ।

ଏ ମା' ବାପା ଆସିଲେ ତୁ ପରଟା ସିମେଇ କରିଦେବୁ କହୁଥିଲୁ ପରା, ମତେ ଭାରି ଭୋକ। ପରଟା କେତେବେଳେ କରିବୁଯେ ? ଦାଦା ପରା ବାପାଙ୍କୁ ନେଇ ଆସୁଥିବେ ! ମା ପୁଅକୁ ଟିକେ ଆଉଁଷି ଦେଇ ଆଲମାରୀରୁ ବିସ୍କୁଟ ଦିଟା କାଢି ଧରାଇ ଦେଲେ । ପିଲାଟା ବିସ୍କୁଟ ଖାଇ ଖାଇ ବାହାରକୁ ଚାଲିଗଲା ।

କିଛି ସମୟ ଯାଇଛି କି ନାହିଁ ପୁଣି ଫେରି ଆସିଲା । ଏ ମା' ମୋ ସାଙ୍ଗରେ କେହି ଖେଳୁ ନାହାନ୍ତି । ମୁନା ପିଣ୍ଟୁ ଖେଳୁଥିଲେ, ମତେ ଦେଖିବାରୁ ସେ ଆଣ୍ଟି ମାନେ ଛୁଁଅନା କହି ସେମାନଙ୍କୁ ଘରକୁ ନେଇଗଲେ । ବାପା ତ ଫୋନରେ କହିଛନ୍ତି ମୋ ପାଇଁ ଜୋତା ବନ୍ଧୁକ ଖେଳନା ଆଣିବେ, ମୁଁ କାହାକୁ ଦେବିନି । ମା'ର ଆଖିରୁ ଖାଲି ଲୁହ ବହି ଯାଉଥାଏ ।

ପପୁନି ଶେଷ ଅସ୍ତ୍ର ପ୍ରୟୋଗ କଲା । ତୋ ସାଂଗରେ ମୋର କଟି । ବାପା ଆସିଲେ କହିବି ମତେ ତାଙ୍କ ପାଖକୁ ନେଇଯିବେ, ତତେ ନେବେନି । ଏଥର ମା'ର ବୁକୁଫଟା ଚିତ୍କାର ସହ ମୁଣ୍ଡ ପିଟିବାର ପାଳି । ଏତିକି ବେଳକୁ ବାହାରେ ବହୁତ କୋଳାହଳ ଶୁଭିଲା । ପପୁନି ମା' ଆଡେ ଧ୍ୟାନ ନଦେଇ ବାହାରକୁ ଚାଲିଗଲା।

ବାହାରେ ବହୁତ ଭିଡ଼ । ତା ବାପାଙ୍କ ନାଁ ଧରି କ'ଣ 'ଅମର ରହେ' ବୋଲି ବହୁତ ଲୋକଂକ ପାଟି ଶୁଭିଲା । ପପୁନି ଭିଡ଼ ଭିତରକୁ ପଶିଗଲା । ଏ କ'ଣ ? ହଠାତ୍ ପିଲାଟି ବୟସ୍କ ପରି ବ୍ୟବହାର ଆରମ୍ଭ କରିଦେଲା । ଘରକୁ ଫେରିଆସି କହିଲା ମା' ତୁ ନକହିଲେ ମୁଁ ଜାଣି ପାରିବିନି ଭାବିଛୁ । ଟିଭିରେ ସୈନିକ ମାନେ ଶହୀଦ ହେଲେ ଯେମିତି ଦେଖାଏ, ଆମ ବାପା ସେମିତି ଗୋଟାଏ ଖୋଲା ଗାଡ଼ିରେ ଶୋଇକି ଆସୁଛନ୍ତି । ସେଥିପାଇଁ ତୁ କାଲିଠାରୁ ସିନ୍ଦୁର ପିନ୍ଧିନୁ ।

ଏ ମା' ତୁ ଆଉ କାନ୍ଦେନି । ମୁଁ ପରା ବଡ଼ ହୋଇ ଗଲିଣି । ମୋ ମାମୁଁ ସବୁବେଳେ କହନ୍ତି ବଡ଼ ହେଲେ ମୁଁ ଡାକ୍ତର ହେବି । ରୋଗୀ ମାନଙ୍କୁ ଭଲ କରିବି । ମୋର ସେ ଡାକ୍ତର ଫାକ୍ତର ହେବାର ନାହିଁ । ମୁଁ ବଡହେଲେ ସୈନିକ ହେବି । ମୋ ବାପାଙ୍କୁ ଯେଉଁମାନେ ମାରିଛନ୍ତି, ବୋର୍ଡର ସିନେମାରେ ସନି ଦେଓଲ ପରିକା ମୁଁ ତାଙ୍କୁ ଗୋଡେଇ ଗୋଡେଇ ମାରିବି । ତୁ ଜମା କାନ୍ଦେନା ମା’ । ମୁଁ ଆଉ କାନ୍ଦିବିନି କି ପାଠ ପଢ଼ାରେ ହେଳା କରିବିନି, ନହେଲେ ସୈନିକ ହେବି କେମିତି ।

-ବିଶ୍ଵେଶ୍ୱର ମାଝୀ-


Rate this content
Log in

Similar oriya story from Children