Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁଁ ଆତ୍ମା କହୁଛି
ମୁଁ ଆତ୍ମା କହୁଛି
★★★★★

© Balabanta Sahu

Abstract

2 Minutes   1.5K    21


Content Ranking

ଆତ୍ମା… !

ହଁ’ ମୁଁ ଆତ୍ମା କହୁଛି । କୋଟି କୋଟି ହିନ୍ଦୁଙ୍କର ସେଇ ଘୃଣ୍ୟ ଆତ୍ମା, ଯେ ନିଜ ହାତରେ ପାଣି ସିଞ୍ଚି ଦେଶର ଆଲୁଅକୁ ଚିରଦିନ ପାଇଁ ଲିଭାଇ ଦେଇଥିଲା ପୁଣି ବିନା ଅନୁତାପରେ ହସି ହସି ଫାଶିଖୁଣ୍ଟରେ ଝୁଲିପଡିଥିଲା, ମରଣକୁ ଶ୍ରେୟ ମଣିନେଇଥିଲା ।

ମନେ ପଡ଼ିଗଲି ବୋଧେ, କେମିତି ମନେପଡିବିନି ମୁଁ ପରା ସମସ୍ତଙ୍କ ବାପା ଆଗରେ, ହଁ ବା ଆଗରେ । ଆଗରେ ମାନେ ଆଗରେ ଗୋଟିଏ ଚିହ୍ନ, ହଁ ଚିହ୍ନ । ଏଇ ପରା- “୰ମହାତ୍ମା ମୋହନ ଦାସ କରମଚାନ୍ଦ ଗାନ୍ଧୀ” । “୰” ଏ ଚିହ୍ନ ତ ମୁଁ ଦେଇଛିନା ଲୋକେ ସିନା ମହାତ୍ମା ଆଖ୍ୟା ଦେଇଛନ୍ତି ।

ହେଇ ଶାନ୍ତ… ଶାନ୍ତ…! ମୁଁ ଆତ୍ମା, ମଣିଷ ନୁହେଁ । ଆୟତ୍ତ କର ଏ ରାଗ, ଆୟତ୍ତ କର ଏ ସବୁ ନକାରାତ୍ମକ ଆବେଗକୁ କାରଣ ତୁମ ପିତାଜୀ ଗାନ୍ଧୀ କହିଥଲେ ବା ହଁ ମୁଁ ଶୁଣିଥିଲି- “Always stay with positive passion.” । ଆଉ ମୁଁ କହୁଛି ମାନେ ସବୁ କହିବି, ଗୋଟି ଗୋଟି କରି କହିବି, ସ୍ପଷ୍ଟ କହିବି, ନମ୍ର ଭାବେ କହିବି, ଶତ ପ୍ରତିଶତରୁ ଟିକେ ଅଧିକ ସତ୍ୟ କହିବି । ହଁ, ଶତ ପ୍ରତିଶତରୁ ଅଧିକ ମାନେ- ଗାନ୍ଧିଜୀତ ଶତ ପ୍ରତିଶତ ସତ୍ୟ କହୁଥିଲେ ମୁଁ ତାଙ୍କଠୁ ଟିକେ ଅଧିକ ସତ୍ୟ କହିବି । ହୁଏତ ଆଜିର ବୁଲେଟ ଟ୍ରେନ ବେଗରେ କହିପାରିବି ନାହିଁ ସତ କିନ୍ତୁ କହିପାରିବି ମୁଁ ମୋ ସମୟର ଶଗଡ଼ ଗାଡ଼ି ବେଗରେ, ନିଶ୍ଚିତ ପାରିବି କାହିଁକିନା ମୁଁ ଗୋଟିଏ ଆତ୍ମା ।

ମୋ ଦୃଷ୍ଟିକୋଣରୁ ଯଦିବା ମୁଁ ଭୁଲ କରିନାହିଁ ତଥାପି ମୁଁ ଭୁଲ କରିଛି ମୁଁ ମୋ କୋଟି କୋଟି ଭାଇଭଉଣୀଙ୍କ ଦୃଷ୍ଟିକୋଣରେ, କରିଛି ମହାପାପରୁ ମଧ୍ୟ ବଡ ପାପ । ଏବଂ ମୁଁ ଯେଉଁ ପାପ କରିଛି ତା’ର ପ୍ରାୟଶ୍ଚିତ ମଧ୍ୟ କରୁଛି । ହଁ ପ୍ରାୟଶ୍ଚିତ କରୁଛି, ନ ହେଲେ କଣ ଦୀର୍ଘ ୬୮ବର୍ଷ ହେଲା ଘୁରିବୁଲନ୍ତି, ନା ଯାଇପାରୁଛି ସ୍ୱର୍ଗକୁ ନା ପାରୁଛି ଯାଇ ନର୍କକୁ । ନା ପାରିଛି ମରି ନା ପାରିଛି ମୁଁ ବଞ୍ଚି । ତଥାପି ହୋଇନାହିଁ ମୁଁ ବ୍ୟସ୍ତ, ହୋଇନି ବିଚଳିତ, ଭାଙ୍ଗିନାହିଁ ସେହି ଆଶା କମିନାହିଁ ମଧ୍ୟ ସେ ଆଶା ବରଂ ଦିନକୁ ଦିନକୁ ବଢ଼ି ବଢ଼ି ଚାଲିଛି ଜୁଆରର ଢେଉ ପରି, ଫୁଲି ଫୁଲି ଉଠୁଛି ସତେକି ଆକାଶ ଛୁଇଁବ ।

ସବୁକିଛି କହିବି କିନ୍ତୁ ପ୍ରଥମେ କହିବି ମୋ ଶେଷ ଅଭିଳାଷ ଯାହାକି ମୃତ୍ୟୁ ପୂର୍ବରୁ ଭାଇକୁ ଜଣାଇଥିଲି ।

ମୋ ଶେଷ ଅଭିଳାଷ-

ସ୍ନେହର ଭାଇ ଦତ୍ତାତ୍ରେୟ,

ଭାଇ ମୋ ଶେଷ ଇଚ୍ଛା ପୂରଣ କରିବ- “ସିନ୍ଧୁନଦୀ କୂଳ ଆମ ହିନ୍ଦୁ ମାନଙ୍କର ପୁଣ୍ୟକ୍ଷେତ୍ର କାରଣ ଏଠାରେ ଆମ ଋଷିଗଣ ବେଦମନ୍ତ୍ର ରଚନା କରିଥିଲେ ଏଣୁ ଏହା ଆମ ହିନ୍ଦୁସ୍ଥାନର (ଅଖଣ୍ଡ ଭାରତବର୍ଷର) । ଯେବେ ପୁନର୍ବାର ଏହି ସିନ୍ଧୁନଦୀ କୂଳରେ ତ୍ରିରଙ୍ଗା ପତାକା ବିନା ଭୟରେ ଫର୍ ଫର୍ ହୋଇ ଉଡିବ ସେ ଦିନ ହିନ୍ଦୁମାନଙ୍କ ପାଇଁ ହେବ ଏକ ପବିତ୍ରଦିନ ଏବଂ ଏହି ପବିତ୍ର ପୁଣ୍ୟତିଥିରେ ହିଁ ମୋ ଚିତାଭସ୍ମକୁ ସିନ୍ଧୁନଦୀରେ ବିସର୍ଜନ କରିବ । କିଛି ଅବଶୋଷ ନାହିଁ ମୋର ଯଦି ଏ ସମୟ ଆସିବାପାଇଁ ମୋତେ ଅପେକ୍ଷା କରିବାକୁ ପଡେ କେତେ ପୁରୁଷ । କିନ୍ତୁ ପିଢି ପରେ ପିଢି ସମର୍ପଣ କରି ଚାଳୁଥିବ ନିଶ୍ଚିତ ଏ ସମ୍ଭବ ହେବ ।

(ଇତି)

ଆପଣଙ୍କ ସ୍ନେହର ଭାଇ

୰ମହାତ୍ମା ଆତ୍ମା ଶେଷ ଅଭିଳାଷ

Rate the content


Originality
Flow
Language
Cover design

Comments

Post

Some text some message..