Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

4.5  

Rasmi Rekha Tripathy

Inspirational

ଅନ୍ୟ ପାଖ

ଅନ୍ୟ ପାଖ

2 mins
810


ଅନ୍ୟ ପାଖ

ମୁଁ ମୋ ନିଜ କାମ, ପଢାପଢି ଓ ଅନ୍ୟାନ୍ୟ କିଛି କାମକୁ ନେଇ ଏତେ ବ୍ୟସ୍ତ ଥାଏ ଯେ, ଅନ୍ୟ କିଛି ଭାବିବା ପାଇଁ ସମୟ ହିଁ ନ ଥାଏ ମୋ ପାଖରେ l ଅଫିସରେ ମୋ ଚ୍ୟାମ୍ବର୍ ଓ ଅଫିସ୍ ପରେ ମୋ ଘର ହିଁ ମୋର ଦୁନିଆଁ l ସେହି ଦୁନିଆଁ ଭିତରେ ସୀମିତ ହୋଇ ରହିଥାଏ ମୁଁ l ସେଥିପାଇଁ ବୋଧହୁଏ ମୁଁ ଆମ ଏହି କଲୋନିର ସମସ୍ତଙ୍କର ଜିଜ୍ଞାସାର ପରିଧି ଭିତରେ ରହିଅଛି l ସମସ୍ତେ ଚେଷ୍ଟା କରନ୍ତି ମୋ ସହ କୌଣସି ନା କୌଣସି ବାହାନାରେ କଥା ହେବା ପାଇଁ l ମୁଁ କିନ୍ତୁ ଏଡେଇ ଆସେ ସମସ୍ତଙ୍କ ନଜରକୁ l ଅନେକ ସମୟରେ ମୋତେ ଭୟ ଲାଗେ ମୋ ଚାରି ପାଖର ପୃଥିବୀକୁ ଦେଖି l ସବୁବେଳେ ମୋତେ ଲାଗେ, କିଛି ଗୋଟେ ଭୁଲ ହୋଇଯିବ କି ? ମୋ ଦ୍ୱାରା କିଏ ମାନସିକ ଭାବେ ଆଘାତ ପ୍ରାପ୍ତ ହେବ କି ? ଆଉ ବିରକ୍ତି ଲାଗେ ବି ମୋ ସହ କିଏ କଥାବାର୍ତ୍ତା କିମ୍ବା ଭାବ ଦୋସ୍ତି ବଢେଇବାକୁ ଚେଷ୍ଟା କଲେ l ପ୍ରଥମେ ଭାବ ଦୋସ୍ତି ବଢେଇବେ l ତା ପରେ.... ଛାଡ l ନ କହିଲେ ଭଲ l

ସେ ଦିନ ମୁଁ ଫେରିବା ବେଳକୁ ଅନେକ ରାତି l ମୋ ଫ୍ଲାଟର ସିଡି ରୁମ୍ ପୁରା ଅନ୍ଧାର l କୌଣସିମତେ ଗେଟ୍ ଭିତରେ ହାତ ଗଳେଇ ତାଲା ଖୋଲିଲି l ସିଡି ରୁମରେ ମଟରସାଇକେଲ୍ ଓ ସାଇକେଲ୍ ରହି ରାସ୍ତା ପାଉ ନ ଥାଏ ଯିବା ପାଇଁ l ହାତରେ ଟର୍ଚ୍ଚଟେ ବି ନାହିଁ l କଣ କରିବି ଚିନ୍ତା କଲା ବେଳକୁ ତଳ ଫ୍ଲାଟର କବାଟ ଖୋଲିଲା l ତାଙ୍କର ଝିଅ ଏମର୍ଜେନ୍ସି ଲାଇଟ୍ ଧରି ଚୁପ୍ ଚାପ୍ ସିଡି ପାଖରେ ଠିଆ ହୋଇ ରହିଲା l ଯେମିତି କି ନିରବରେ ମୋତେ ନିର୍ଦ୍ଦେଶ ଦେଉଥିଲା, ଉପରକୁ ଯିବା ପାଇଁ l ଅନେକ ସମୟରେ ମୁଁ ସେ ଝିଅ ଉପରେ ମନେ ମନେ ବିରକ୍ତ ହୁଏ, ମୋ ଯିବା ଆସିବା ସମୟରେ ଚାହିଁ ରହେ ବୋଲି l ସେ ଦିନ କିନ୍ତୁ ଇଚ୍ଛା ହେଉଥିଲା, ତାକୁ କିଛି କହିବା ପାଇଁ l ଅଭ୍ୟାସବଶତଃ କିଛି କହି ପାରିଲି ନାହିଁ l ଉପରକୁ ଆସି ମୋ ଫ୍ଲାଟର ଲାଇଟ୍ ଲଗେଇବା ପରେ ତଳ ଫ୍ଲାଟର କବାଟ ବନ୍ଦ ହେବା ଶବ୍ଦ ଶୁଣିଲି l


Rate this content
Log in

Similar oriya story from Inspirational