Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

ବ୍ଲାଷ୍ଟ ଫର୍ଣ୍ଣେସର ନିଆଁ

ବ୍ଲାଷ୍ଟ ଫର୍ଣ୍ଣେସର ନିଆଁ

12 mins
7.4K


ରଙ୍ଗବତୀ ପାନ ମାଗେ “ହେ ପାନ୍ ବାଲା ସପନି ଭାଇ, ଆରେ ରଜ ପାନ ଖଣ୍ଡେ ଦେ’ନା” । ସପନି ଅଣ୍ଟାରୁ ପାନ ଖଣ୍ଡେ ବାହାରକରି ରଙ୍ଗବତୀର ହାତକୁ ବଢାଇ ଦିଏ । ଆଉ ତାର ଗାଲ ଟିକେ ଚିପିଦିଏ । ଲାଜକୁଳୀ ଲତାଟିଏ ପରି ରଙ୍ଗ ଝାଉଁଳି ପଡେ । ନାଚି ନାଚି ଡେଇଁ ଡେଇଁ ରଙ୍ଗବତୀ ·ଲିଯାଏ ଦୂରକୁ ଦୂରକୁ । ଦୂର ତାଳବଣ, ପାହାଡ ଆକାଶ, ଡେଣା ଝାଡି ଯାଉଥିବା ପକ୍ଷୀଦଳ କେହି ବି ପଲକ ପକାଇ ପାରନ୍ତିନି ସପନିର ଆଖିରେ । ତା ଆଖି ଆଗରେ ଖାଲି ନାଚୁଥାଏ ରଙ୍ଗବତୀର ରଙ୍ଗୀନ୍ ଛବି । କେମିତି କେଜାଣି ସପନିର ·ରି ପାଖରେ ଦୁନିଆଟା ହୋଇଉଠେ ରଙ୍ଗମୟ । ଶୟନେ, ସପନେ, ଜାଗରଣେ ମନଟା ଭିତରେ ଗଦା ହୋଇଯାଏ ଖାଲି ରଙ୍ଗୀନ୍ ଅନୁଭବ । ରଙ୍ଗୀନ୍ ରୋମାନ୍ସ ଆଉ ରଙ୍ଗବୋଳା ଶିହରଣ । ସତରେ ରଙ୍ଗବତୀ ଗୋଟିଏ ରଙ୍ଗୀନ୍ ପ୍ରଜାପତି । ଶ୍ୟାମଳ ସବୁଜିମା ଭରା ଏ ସୁନ୍ଦର ପୃଥିବୀଟାରେ ନିଦ ଆସେ ସ୍ୱପ୍ନ ଆସେ ଆଉ ରଙ୍ଗବତୀ ବି ଆସେ ତା’ର ରୂପ ରଙ୍ଗର ପସରା ନେଇ । ମନ ଓ ହୃଦୟର ମାଇଲ୍ ମାଇଲ୍ ଫସଲ କିଆରୀରେ ଲାଗିଯାଏ ପ୍ରେମ ଓ ପ୍ରଣୟର ପଟୁ । ବୁଣି ହୋଇଯାଏ ଭଲ ପାଇବାର ମଞ୍ଜି । ମଞ୍ଜିର ଅଙ୍କୁରୋଦଗମରୁ ଫୁଟିପଡେ ସ୍ନେହ, ଶ୍ରଦ୍ଧା, ପ୍ରେମ, ପ୍ରଣୟ ଆଉ ଭଲପାଇବାର ରଙ୍ଗୀନ ବୀଜପତ୍ର ଦୁଇଟି ।

ପ୍ରତିବର୍ଷ ପରି ଏ ବର୍ଷ ବି ରଜ ଆସିଛି ସୁଜନପୁର ଗାଁକୁ । ପୃଥିବୀ ରଜସ୍ୱଳା ହୋଇଛି । ରଙ୍ଗବତୀ ରଜ ପାଳିଛି । ମୁହଁ ସାରା ଟିପି ଟିପି ଚନ୍ଦନର ଧାଡି ଲାଗିଛି । ଗଭାରେ ରଜନୀ ଗନ୍ଧାର ମାଳ ଝୁଲୁଛି । ଆଖିରେ କଜଳର ଗାର ଟଣାହୋଇଛି । ଓଠରେ ରଜର ପାନ ରଙ୍ଗ ବୋଳିଛି । ଗାଁ ମୁଣ୍ଡ ବରଗଛରେ ସପନି ଦୋଳି ଲଗାଇଛି । ଦୋଳିରେ ରଙ୍ଗବତୀ ଝୁଲୁଛି । ଥୁ ଥୁ କରି ପାନପିକ ଫିଙ୍ଗି ଗୀତ ଗାଉଛି – “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ” । ସପନି ଦୋଳି ଠେଲେ । ରଙ୍ଗବତୀ ପିଙ୍ଗା ମାରେ । ଦୋଳି ଧିରେ ଧିରେ ଆକାଶକୁ ଉଠେ । ସପନିର ଛାତିଥରେ ... ରଙ୍ଗ ଖୁବ୍ ଜୋର୍ରେ ଅଣ୍ଟାକୁ ହଲାଏ । ସପନି ଆଖି ବୁଜିଦିଏ । ଭୟ, ଆନନ୍ଦ ଆଉ ସମ୍ମୋହନରେ ବିଭୋର ହୋଇଉଠେ ସପନିର ପ୍ରାଣ ଓ ହୃଦୟ ।

ଏବେ ରଙ୍ଗବତୀ ଆଉ ସପନିକୁ ନେଇ ଗାଁରେ ଚର୍ଚ୍ଚା ସପନି ରାଣ୍ଡିପୁଅ ଅନନ୍ତା, ଘରେ ହାଣ୍ଡି ମାଙ୍କଡ ଚିତି ମାରୁଛି । ପାନ ବରଜରେ ଖଟି ଖଟି ଜୀବନ ସରୁନି ସେଥିରେ ପୁଣି ମାଳ ମାଲୁଆଣି ଝିଅ ରଙ୍ଗ ସହିତ ପ୍ରେମ ..... ଗାଧୁଆ ତୁଠ, ଝାଡା ପଡିଆରେ ଗାଁ ମାଈପେ ମେଳି କଲାବେଳେ କହି ପକାନ୍ତି । ‘ଏ ରଙ୍ଗ ରହିଲେ ହେଲା’ ଈର୍ଷାର ନିଆଁରେ ମଣିଷ ହୁତୁ ହୁତୁ ହୋଇ ଜଳି ଉଠେ । ଈର୍ଷାର ନିଆଁ ଜାଳି ପୋଡି ପାଉଁଶ କରିଦିଏ ମଣିଷର ମନ ଓ ହୃଦୟକୁ ।

ସପନି ଭଲପାଏ ରଙ୍ଗବତୀକୁ, ରଙ୍ଗବତୀ ବି ପ୍ରେମକରେ ସପନିକୁ । ପ୍ରେମ ଗୋଟିଏ ପବିତ୍ର ଅନୁଭବ । ଗୋଟିଏ ସ୍ୱର୍ଗୀୟ ଅନୁଭୁତି । ପ୍ରେମର ଜାତି ନ ଥାଏ କି ଧର୍ମ ଓ ଗୋତ୍ର ନ ଥାଏ । ମନରେ ପ୍ରେମ ପକ୍ଷୀଟା ବସା ବାନ୍ଧିଲେ ଭାବନାର ଆକାଶରେ ଡେଣା ଝାଡି ଉଡିବାକୁ ଇଛାହୁଏ । ଯୋ÷ବନର ମହାସାଗରରେ ପହଁରି ସ୍ୱପ୍ନର ଉତ୍ତାଳ ଢେଉ ସବୁକୁ ଛୁଇଁବାକୁ ଇଛାହୁଏ । ପ୍ରେମର ମଧୁ ଟିକେ ·ଖିବା ପାଇଁ ମଧୁ ଉଡି ବୁଲେ ଫୁଲରୁ ଫୁଲକୁ । ଯେତେ କଷ୍ଟ ହେଲେ ବି ଟିକି ଘାସଫୁଲ ଜାବୁଡି ଧରିଥାଏ କାକର ଟୋପାକୁ । କୁମୁଦ ଅପେକ୍ଷା କରେ କୁମୁଦିନୀକୁ । ପଦ୍ମ ବିରହ ନିଆଁରେ ଜଳି ଜଳି ବି ଭଲପାଏ ତପନକୁ । ପଥରର କଠିନ ଛାତି ତଥା ବିଲ ବଣ ଡେଇଁ ନଦୀ ଧାଇଁଯାଏ ସାଗର ସହିତ ମିଶିବା ପାଇଁ । କିଏ ବା ତାକୁ ବାଧା ଦେଇପାରେ । କିଏ ବା ତାକୁ ଫେରାଇ ଆଣିପାରେ । ଏଇ ତ ଚିରନ୍ତନ ତଥା ଶାଶ୍ୱତ ପ୍ରେମର ବାସ୍ତବ ନମୁନା । ପ୍ରେମ ପ୍ରଣୟ ଓ ସ୍ନେହ ଶ୍ରଦ୍ଧାକୁ ନେଇ ମଣିଷ ଯେମିତି ବଞ୍ôଚପାରେ ଆଉ କେଉଁଥିରେ କାହିଁ ଏମିତି ବଞ୍ôଚ ହୁଏନା ।

ପାନ ବରଜର ଗାଁ ସୁଜନପୁର । ଘରେ ଘରେ ବାରି ଟେ ପାନ ବରଜ । ପାନ ବରଜ ଗାଁଲୋକଙ୍କର ଭାତ ହାଣ୍ଡି, ଘରର ରୋଜଗାରିଆ ପୁଅ । ରାତି ପାହିଲେ ପାନ ବରଜରେ କାମ, ମାଟି ପକା, ପାଣିଦିଆ ପିଡିଆ ଛିଞ୍ଚା, ପାଖୁଡି ବନ୍ଧା, ପାନତୋଳା କେତେ କଅଣ । ଆଉ ରାତି ହେଲେ ତେଲ, ଲୁଣ, ମାଛ ମାଉଁଶ, ଅଦା ସୋରିଷ ଆଉ ଠଣ୍ ଠଣ୍ ପଇସା ଆସେ ଘରକୁ । ବାପ ମଲାପରେ ପାନ ବରଜର ଦାୟିତ୍ୱ ସପନି ଉପରେ । ଘରେ ମା’ ପୁଅ ଦୁଇଜଣ । ରୋଗୀଣି ମା’ର ଔଷଧ ଖର୍ଚ୍ଚ ସାଥିକୁ ଘର ଖର୍ଚ୍ଚ । ସବୁ ଖର୍ଚ୍ଚ ସେଇ ପାନ ବରଜରୁ । ମୁଣ୍ଡରେ ଠେକା ଭିଡି ପାନ ବରଜରେ ମାଟି ହାଣୁ ହାଣୁ ରଙ୍ଗବତୀର କଥା ମନେପଡିଯାଏ ସପନିର । ମନଟା ଭିତରେ ଚେନାଏ ଖୁସି ଖୋସି ହୋଇଯାଏ । ଦେହଟା ଭିତରେ ସାତ ଶଗଡର ବଳ ଖୁନ୍ଦି ହୋଇଯାଏ ଆଉ କୋଡିଏ ପଚିଶ ଟୋକେଇ ମାଟି ଖୋଳି ହୋଇଯାଏ ବେଖିଆଲରେ ।

ନିର୍ଜ୍ଜନ, ଧୁ ଧୁ ଖରାବେଳଟାରେ ରଙ୍ଗବତୀ ·ଲିଆସେ ବରଜ ଭିତରକୁ । ଗେହ୍ଲେଇ ହୋଇ କୁହେ “ଏ ସପନି ଭାଇ କେତେ ଆଉ ଖଟିବୁ । ଗାଧୁଆ ବେଳ ଗଡିଗଲାଣି ପରା । ଖାଇବୁ କେତେବେଳେ” ।

ରଙ୍ଗବତୀ ସପନି ମୁଣ୍ଡରୁ ମାଟି ଟୋକେଇ ଓହ୍ଲାଏ, ସପନି ମଥାରୁ ଝାଳପୋଛେ । ସପନିର ଦେହ ହାତ ଲୁଗାକାନିଟାରେ ଝାଡି ପକାଏ । ସପନି କହେ ‘ଆଲୋ ରଙ୍ଗବତୀ ଦେଖିଲୁ ଏ ପାଖୁଡି କାଠିରେ ପାନ ଲତାଟା କେମିତି ଗୁଡେଇ ହୋଇଛି, ଫେଁ କିନା ହସିଦିଏ ରଙ୍ଗବତୀ, କୁହେ ସପନି ଭାଇ’ ତୁମେ ମୋର ପାଖୁଡି କାଠି ଆଉ ମୁଁ ତୁମର ପାନ ଲତା । ରଙ୍ଗ ଗୁଡେଇ ହୋଇଯାଏ ସପନିର ଦେହରେ । ପାନପତ୍ର ଗୁଡାକ ଝାଉଁଳି ପଡନ୍ତି ଲାଜରେ ସରମରେ ଆଉ ପାଖୁଡି କାଠି ଗୁଡିକ ହସି ଉଠନ୍ତି ଠୋ ଠୋ ହୋଇ ।

ସୁଜନପୁର ଗାଁରେ ଉଲ୍କା ପଡିଛି । ସରକାରୀ ଲୋକ ଗାଁରେ ଡେଙ୍ଗୁରା ପିଟିଛନ୍ତି । ମାସକ ଭିତରେ ଗାଁ ଛାଡିବାକୁ ହେବ । ବିଦେଶୀ କଂପାନୀ କାରଖାନା ବସାଇବ । ଗାଁର ଛାତିଟା ଉପରେ କେତେ କୋଠାବାଡି ତିଆରି ହେବ । ଟ୍ରକରେ ଲଦାହୋଇ ବଡ ବଡ ଯନ୍ତ୍ର ସବୁ ଆସିବ । ଗାଁ ଲୋକଙ୍କୁ ·କିରୀ ମିଳିବ । ପକେଟକୁ ଅହରହ ଟଙ୍କା ଆସିବ । ଗାଁରେ କଲୋନି ତିଆରି ହେବ । ଗାଁ ବାଲା ସବୁ ସେଇଠି ରହିବେ । ପାନବରଜ କ୍ଷତି ପାଇଁ ଗାଁ ଲୋକଙ୍କୁ ଲକ୍ଷେ ଟଙ୍କିଆ ଚେକ୍ ମିଳିବ । ସପନି ମୁଣ୍ଡରେ ବଜ୍ର ପଡିଲା । ରଙ୍ଗଟା ଏ ପର୍ଯ୍ୟନ୍ତ ନିଜର ହୋଇନି, କେତେଥର ରଙ୍ଗ କହିଛି । ସପନି ଭାଇ ଡାଆଣା ଭଳିଆ ଏତେ ଛଟପଟ ହେଉଛୁ କାହିଁକି? ଥରେ ଶଙ୍ଖା ସିନ୍ଦୁର ଦେଇ ନିଜର କରିଦେ । ମନଭରି ଖାଇବୁ, ନ ହେଲେ ଗୁଡହାଣ୍ଡି ପମ୍ପୁଡ଼ି ଲାଗିଯିବ ।

ଏ ପାନବରଜର କଦମ୍ବ ବନରେ କୃଷ୍ଣଲୀଳା ଆଉ କେତେଦିନ ? ସରକାର କହିଛି ପାନବରଜ ସବୁ ଭଙ୍ଗାହେବ ଆଉ ଭାଙ୍ଗିଯିବ ବୋଧେ ପାନବରଜର ଏ କଦମ୍ବବନ । ଆସିବନି ନୁପୂରର ରୁଣୁଝୁଣୁ ଶବ୍ଦ ତୋଳି ରଙ୍ଗବତୀ ରାଧା । ଶୁଭିବନି ମୁରଲୀର ବଇଁଶୀ । ଖାଁ ଖାଁ ଲାଗିବ ଏ ଗୋପପୁର । ଶୁଖିଯିବ ଜୀବନ ଯମୁନା । ଯନ୍ତ୍ରଣାରେ ବିଳପି ଉଠେ ସପନିର ମନ, ପ୍ରାଣ ଆଉ ହୃଦୟ । କଣ ବା ଦରକାର ଭିଟାମାଟିର ଛାତିଟାକୁ ଖୋଳି, ବଡ ବଡ ଯନ୍ତ୍ର ସବୁ ଠିଆକରି କାରଖାନା ବସାଇବାର ? କଣ ବା ଦରକାର ବାପ ଅଜା ଚଉଦ ପୁରୁଷ ଅମଳର ପାନବରଜ ସବୁକୁ ଧ୍ୱଂସକରି ଆମ ଥରିଲା ହାତରେ ଏକଲକ୍ଷ ଟଙ୍କିଆ ଚେକ୍ ଧରାଇବାର । ସବୁ ତ ସେଇ ଦୁନିଆ ଭିତରେ ଅଛି । ଯେଉଁଠି ରଙ୍ଗବତୀ ଅଛି ତାର ରଙ୍ଗୀନ ଓଠ ଅଛି । ସ୍ୱପ୍ନ ଅଛି ପ୍ରେମ ଅଛି ଆଉ ଜୀବନର ମାଧୁର୍ଯ୍ୟ ବି ଅଛି । ସପନିର ମନଟା ବେଳେ ବେଳେ ବିଦ୍ରୋହ କରେ । ପାନବରଜର ପାଣିକୂଅ ପାଖରେ ମାଠିଆକୁ ରଖି ନଥ୍ କିନା ବସି ଡେ । ଆଖି ଦିଟାରୁ କାହିଁକି ପାଣିଗୁଡାକ ଥପ୍ ଥପ୍ ହୋଇ ଝରି ପଡେ । ରଙ୍ଗ କୁହେ “ସପନି ଭାଇ ତୁ କାନ୍ଦୁଛୁ ଛିଃ” । ଲୁହ ପୋଛିଦେଇ ମଥାରେ ବୋକଟିଏ ବୋଳିଦିଏ । ଦୁଃଖସବୁ ଗ୍ଲେସିଅର୍ ଭଳି ତରଳିଯାଏ । ଶତ ରୋମାଞ୍ଚର ଟିକି ଟିକି କଳିକା ମାନ କେମିତି କେଜାଣି ଫୁଟି ପଡନ୍ତି ଦେହର ପ୍ରତିଟି ରକ୍ତବିନ୍ଦୁରେ । ସପନି କୁହେ ରଙ୍ଗ ଲୋ ମା’ଠାରୁ କ୍ଷୀର ଛାଡି ନଥିଲି

ବାପ ମୋର ସେ ପୁରକୁ ·ଲିଗଲା । ମା ମୋର ରୋଗରେ ଘୁଷୁରୁ ଥିଲା ହେଲେ ସେ ମୋ ପାଇଁ ସାହା ଥିଲା । ରାହା ଦେଖାଉଥିଲା ଅନ୍ଧାରରେ । ସରକାର ଗାଁ ଛାଡିବା ପାଇଁ ଯେଉଁଦିନ ତାଗିଦ୍ କଲା ସେଇଦିନୁ ମା ମୋର ନରମି ଗଲା । ଖିଆପିଆ ଛାଡିଦେଲା, ତୁ ଦେଖିଲୁଟି ତୋରି କୋଳରେ ମା ମୋର କେମିତି ଆଖିବୁଜି ଦେଲା । ମୁଁ ଛାଡିବିନି ରଙ୍ଗ ମୁଁ ଛାଡିବିନି । ପାଦତଳର ଭିଟାମାଟି, ପାନବରଜ ଆଉ ମୋ ରଙ୍ଗକୁ ଛାଡି ମୁଁ କୁଆଡେ ଯିବିନି ।

ସୁଜନପୁର ଗାଁରେ ଧ୍ୱଂସରେ ଲୀଳା ·ଲିଛି । ପାନବରଜ ପରେ ପାନବରଜ ଭଙ୍ଗା ହେଉଛି । ଲୁହାର ଯନ୍ତ୍ର ସବୁ ଲାଗି ଘରମାନ ତଡା ହେଉଛି । ଗାଁ ପଛପଟେ ବିରାଟ ଦଣ୍ଡା । ନାଆଁଟା ତାର ମଇଁଷୀ ଗୋଠ ଘଣଦଣ୍ଡା । ଘଣଦଣ୍ଡାରେ ତମ୍ବୁଘର ମାନ ତିଆରି ହୋଇଛି । ହାଣ୍ଡି କୁଣ୍ଡେଇ ସପ ତକିଆ ଧରି ଗାଁ ଲୋକେ ଦଳ ଦଳ ହୋଇ ·ଲିଯାଉଛନ୍ତି ସେଇ ତମ୍ବୁଘରକୁ । କାହାରି ପାଟିରୁ ଶବ୍ଦ ବାହାରୁନି । ପୋଲିସର ନାଲିଆଖି ଆଉ ଦୁଇନଳିଆ ବନ୍ଧୁକକୁ ସମସ୍ତଙ୍କର ଡର । ରଙ୍ଗବତୀ କେତେବେଳୁ ·ଲିଗଲାଣି ତମ୍ବୁଘରକୁ । ଏବେ ସପନିର ଘର ଆଗରେ ପୋଲିସ୍ । ଘର ଆଗରେ ତାଲା ଝୁଲୁଛି । ପୋଲିସ୍ ଘରର ପିଣ୍ଡା ପଟ ଦେଇ ବାରିକୁ ଗଲା । ବାରି ଙ୍ଗଟେ କାଚ କେନ୍ଦୁ ପାଣି ଭର୍ତ୍ତି ଛୋଟ ପୋଖରୀଟିଏ । ପୋଖରୀ ଉପରେ ପାନବରଜ । ପାନବରଜ କଡରେ ଅଜା ଗୋସିଁଆ ଅମଳର ବୁଢା ଆମ୍ବ ଗଛଟିଏ । କେଉଁଦିନୁ ସେମିତି ଛିଡା ହୋଇଛି କେହି ତାର ହିସାବ ରଖିନି । ଆମ୍ବଗଛର ଡାଳରେ କିଏ ଗୋଟେ ଝୁଲୁଛି । ପୋଲିସ୍ ପାଖକୁ ଗଲା, ଗାଁ ଲୋକେ ଚିହ୍ନିଲେ, “ଆରେ ଏ ଆମ ସପନି ପରା” ବିଚରାଟା ଆତ୍ମହତ୍ୟା କରିଦେଲା ଖବରଟା ·ରିଆଡେ

ବ୍ୟାପିଗଲା । ତମ୍ବୁ କଣରେ ଶୋଇ ରଙ୍ଗ ବହୁତ କାନ୍ଦିଲା । ରଙ୍ଗର ବୁଢିମାକୁ କଥାଟା ବହୁତ ବାଧିଲା । ସପନିଟା ଥିଲା ବୁଢୀର ଆଶା ଆଉ ଭରସା । ବାପା ମା ଛେଉଣ୍ଡ ପିଲାଟାକୁ ସପନିର ବେକରେ ବାନ୍ଧି ଦେଇଥିଲେ ବୁଢୀ ଶାନ୍ତିରେ ମରି ପାରିଥାନ୍ତା । ଛାଡ ଦଇବ ଦଉଡି ମଣିଷ ଗାଈ । ବୁଢୀ ଅନେକ ବୁଝାଇଲା ରଙ୍ଗକୁ । ରଙ୍ଗ ଛାତିଟାକୁ ପଥର କରିଦେଲା । ଦୁନିଆରେ କାହାପାଇଁ ନ ହେଲେ ବି ତା ବୁଢୀ ମା ପାଇଁ ବଞ୍ôଚବ । ମେହନତି କରିବା, କାରଖାନା ପାଇଁ ଖଟିବ । ପେଟ ଦୁଇଟା ପାଇଁ ଆଧାର ଯୋଗାଡ କରିବ । କିଛିଟା ଦିନ ତ ବଞ୍ôଚ ହୋଇଯିବ ।

ପ୍ରଗତି ଆଗେଇ ଗଲା ତା ବାଟରେ । ପ୍ରଗତି ବୁଝେନା ଦୁଃଖ ସୁଖ କି ପ୍ରେମ ପ୍ରଣୟର ଭାଷା । ପ୍ରଗତି ଅନୁଭବ କରି ପାରେନା କାହାର ଯାତନା ଯନ୍ତ୍ରଣା ଆଉ ବ୍ୟଥା । ପ୍ରଗତିର ଚିରନ୍ତନ ଲକ୍ଷ ଆଗେଇ ଯିବ ଆଗକୁ ଆଉ ଆଗକୁ । ଜୀବନର ପଥ ପରେ ମାଇଲ୍ ଖୁଣ୍ଟ ପାଖରେ କିଏ ଅଟକି ଯାଇଛି କାହାକୁ ମୁହଁ ବୁଲାଇ ଦେଖିବାକୁ ସମୟ ବା କାହିଁ । ଭିଟାମାଟିର ମୋହରେ ସପନୀ ଆତ୍ମହତ୍ୟା କଲା ସିନା ଗାଁ ବାଲା କି ସରକାର କେହି ବି ଆହା ପଦେ କହିଲେ ନି । ଏମିତି ଦେଶରେ କେତେ କଳ କାରଖାନା ନଦୀବନ୍ଧ ଗଢା ହୋଇଛି । କେତେ କେତେ ପରିବାର ବିସ୍ଥାପିତ ହୋଇଛି । ବପି ୍ଲବର ବହ୍ନି ଜଳିଛି । କେତେ କେତେ ସପନୀ ପ୍ରାଣବଳି ଦେଇଛନ୍ତି । କେତେ କେତେ ମଣିଷମାନଙ୍କର ରକ୍ତ ଏ ମାଟି ·ଖିଛି । ହେଲେ ସମୟର ବଡ ଦାଣ୍ଡରେ ପ୍ରଗତିର ନନ୍ଦିଘୋଷ କେବେ ଅଟକି ଯାଇନି ।

ସପନି ମରିଗଲାନି ଯେ ତରିଗଲା । ଭିଟାମାଟି ପାନ ବରଜଟା ପାଦତଳୁ ଖସିଗଲା ପରେ ଦାଉ ଦାଉ ହୋଇ ଜଳୁଥିଲା ଯନ୍ତ୍ରଣାର ନିଆଁ ସପନିକୁ ଜାଳିପୋଡି ମାରିବାକୁ । ହେଲେ ସପନିଟା ଜିତିଗଲା । ଗାଁରେ କଂପାନୀ କାମ ଆରମ୍ଭ କରିଛି । ଗାଁ ଲୋକମାନଙ୍କୁ କଂପାନୀ କାମରେ ଲଗାଇଛି, ଘର ତୋଳା ହେଉଛି । ମାଟି ଖୋଳା ହେଉଛି, ଇଟା ପଥର, ବାଲି ଗୋଡି ସିମେଣ୍ଟ, ଲୁହା ରଡ୍ ସବୁ ବୁହାହେଉଛି । ସପନିର ପାନବରଜ ମାଟି ଉପରେ ତୋଳା ହେଉଛି ବ୍ଲାଷ୍ଟ ଫର୍ଣ୍ଣେସ୍ ଚୁଲା । ଏଇଠି ନିଆଁ ଜଳିବ ନିଆଁ । ଟକ୍ ମକ୍ ନିଆଁର ତତଲା ତେଲ କଡେଇରେ ଲୋ÷ହପିଣ୍ଡ ସବୁ ପାଣି ପରି ଡବ ଡବ ହୋଇଫୁଟିବେ । ଗୋଟାଏ ପରେ ଗୋଟାଏ ଇଟା ବଢାଇ ଦେଉଛି ରଙ୍ଗବତୀ । ଗଢା ·ଲିଛି ବ୍ଲାଷ୍ଟ ଫର୍ଣ୍ଣେସ୍ର କାନ୍ଥ । ପ୍ରତି ଇଟାକୁ ଯେପରି ଟାଣି ନେଉଛି ପାନବରଜର ମାଟି, ସପନିର ଆତ୍ମା । ପ୍ରତିଟି ଇଟାରୁ ଯେପରି ସେ ଶୁଣୁଛି ଏକ ଅତୃପ୍ତ ଆତ୍ମାର ବିରହ କାହାଣୀ । କଣ ବା ଆଉ କରି ।ରିବ ରଙ୍ଗବତୀ । ସପନୀ ଭାଇଟା ପ୍ରେତ ପାଲଟି ଗଲା । ପବନରେ ମିଶିଗଲା, ଅନ୍ଧାରରେ ନେଶି ହୋଇଗଲା । ପ୍ରତିଦିନ ନିସ୍ତବ୍ଦ ରାତିରେ ରଙ୍ଗବତୀ ଆସେ ଏହି ଅଧାଗଢା ବ୍ଲାଷ୍ଟ ଫର୍ଣ୍ଣେସ୍ ପାଖକୁ । କଇଁ କଇଁ ହୋଇ କେତେ କାନ୍ଦେ । ହାତଠାରି କାହାକୁ କେତେ କଣ କୁହେ ।

ରୁଟିନ୍ ବନ୍ଧା କାମ ଭିତରେ ରଙ୍ଗବତୀ ଆଉ ଭାବିବାକୁ ସମୟ ପାଉନି । ଯେତେବେଳେ ବା ସମୟଟିକେ ମିଳୁଛି ସପନିର ଛବି ନାଚି ଉଠୁଛି ଆଖି ଆଗରେ । ସପନି ଯିବା ବର୍ଷେ ପୁରିବ । ବୁଢି ମା’ର ସମୟ ମଧ୍ୟ ସରି ସରି ଆସିଲାଣି । କାରଖାନାର ତିଆରି କାମ ପ୍ରାୟ ସରିଆସିଲାଣି । ଏଣିକି କାରଖାନାର ପରିବେଶଟା ରଙ୍ଗକୁ କାହିଁକି କେମିତି କେମିତି ଲାଗୁଛି । ସମସ୍ତଙ୍କର ନଜର ତା ଉପରେ ପଡୁଛି । ମୁଲିଆ ମଜୁରୀଆଙ୍କଠାରୁ ଆରମ୍ଭକରି ମ୍ୟାନେଜର, କଣ୍ଟ୍ରାକ୍ଟର ସମସ୍ତଙ୍କର ଶାଗୃଣା ଆଖି ବୁଲୁଛି ଅହରହ ରଙ୍ଗବତୀ ଉପରେ । ଭୋକିଲା ଡାହାଳ କୁକୁର ପରି ମଣିଷମାନେ କାହିଁକି ଏମିତି ହୁଅନ୍ତି ଗୋଟିଏ ବଞ୍ôଚଥିବା ମଣିଷର ରକ୍ତ ହାଡ ମାଂସର ଶରୀରଟା ପାଇଁ । ·ଲିଗଲେ କିଏ ଲୋଭାଣିଆ ଆଖିରେ ଅନାଇ ରହୁଛି ତ କିଏ କମେଣ୍ଟ ପାସ୍ କରୁଛି । ମୂଲିଆ, ମଜୁରିଆ, ରାଜମିସ୍ତ୍ରୀଙ୍କର ଅନେକ ଥଟ୍ଟା ତାମସା ସେ ସହିଛି । ମ୍ୟାନେଜର୍ କଣ୍ଟ୍ରାକ୍ଟରଙ୍କର କେତେ ଅଶ୍ଲୀଳ ଇଶାରାକୁ ସେ ସାହସର ସହିତ ମୁକାବିଲା କରିଛି । ମନର ଦେବତା ସିନା ଆଜି ରଙ୍ଗ ପାଖରେ ନାହାଁନ୍ତି ହେଲେ ତାର ଦେହର ଦେଉଳର ତ ପବିତ୍ରଟା ବୋଲି ଗୋଟାଏ କିଛି ଅଛି । ସପନୀ ଭାଇ ଦିନେ କହିଥିଲା । ଇଜତ୍ ହିଁ ମଣିଷର ସବୁକିଛି । ମଣିଷ ଇଜତକୁ ନେଇ ବଞ୍ଚେ । ଭୋକ ଉପାସରେ ମରିଯିବା ପଛେ ଆମ ଇଜତରେ କଳା ଦାଗଟିଏ ଦେବାନି । କାରଖାନାର ମ୍ୟାନେଜର୍ ଭାରି ବଡ ଲୋକ । ରଙ୍ଗକୁ କହିଲେ ଘର ପାଇଟି କରିବା ପାଇଁ । ରଙ୍ଗ ସିଧା ସିଧା ମନା କରିଦେଲା । କଣ୍ଟ୍ରାକ୍ଟର ରାତିରେ ଖବର କଲା ରଙ୍ଗକୁ ହିସାବ ବୁଝି ପଇସା ନେବା ପାଇଁ । ରଙ୍ଗ କଣ୍ଟ୍ରାକ୍ଟରର ମା ଉଭଣୀ ନା ନେଇ ଅପମାନ ଦେଲା । ମ୍ୟାନେଜର, କଣ୍ଟ୍ରାକ୍ଟରଙ୍କ ରକ୍ତରେ ଆଜି ପ୍ରତିଶୋଧର ନିଆଁ ଜଳୁଛି । ଜିଦି ପକେଇଛନ୍ତି ଦିନେ ନା ଦିନେ ସେମାନେ ରଙ୍ଗବତୀର ରଙ୍ଗକୁ ବେରଙ୍ଗ କରିବେ ।

ଆଜି ଶୁଭ ଦିନ । ଶୁଭ ମୁହୂର୍ତ୍ତ ଉପନୀତ । ପବିତ୍ର ପୂଜା, ହୋମ ଆଉ ମନ୍ତ୍ରପାଠ ପରେ ଆସିଲା ଉଦ୍ଦଘାଟନର ମୁହୂର୍ତ୍ତ । ଅଗ୍ନି ସଂଯୋଗର ମୁହୂର୍ତ୍ତ । ଶିଳ୍ପ ମନ୍ତ୍ରୀ ମହୋଦୟ ବ୍ଲାଷ୍ଟ ଫରର୍ଣ୍ଣେସ୍ରେ ଅଗ୍ନି ସଂଯୋଗ କଲେ । ହୁତୁ ହୁତୁ ହୋଇ ଜଳି ଉଠିଲା ନିଆଁ, ତରଳି ଗଲା କଠିନ ଲୁହାପିଣ୍ଡ । ବିଭିନ୍ନ ଛାଞ୍ଚ ଉପରେ ତରଳ ଲୁହା ଢଳାଯାଇ ତିଆରି ହେଲା ଲୁହାର ଛଡ ଲୁହା ଚଦର । ଲୁହାର ବଡ ବଡ ଖୁମ୍ବ । ମନପ୍ରାଣ ହୃଦୟ ଏକକରି କାମ କରୁଛନ୍ତି ଶ୍ରମିକମାନେ । ସମସ୍ତଙ୍କୁ ଆଜି ମୋଟା ଅଙ୍କର ଅର୍ଥ ମିଳିଛି ଖୁସି ମନାଇବା ପାଇଁ । କାରଖାନାର ମାଲିକ କଣ୍ଟ୍ରାକ୍ଟରଙ୍କର ସବୁ ବିଲ୍ ପାସ୍ କରିଦେଇଛନ୍ତି । ମ୍ୟାନେଜର୍ ବି ଟଙ୍କାରେ ମାଲା ମାଲ । ଦିନଯାଇ ରାତି ହେଲାଣି । ଶ୍ରମିକମାନେ କିଏ କୁଆଡେ ·ଲିଗଲେଣି । କାରଖାନାଟା ନିରବତାକୁ ଆପଣେଇ ଶୋଇଗଲାଣି । ମ୍ୟାନେଜରଙ୍କ ଅଫିସ୍ ଖୋଲା ରହିଛି । ମ୍ୟାନେଜର୍ କଣ୍ଟ୍ରାକ୍ଟର ବ୍ୟୁହ ରଚନା କରୁଛନ୍ତି ରଙ୍ଗବତୀକୁ ଫସାଇବା ପାଇଁ । ଆଖିଗୁଡିକ ନିଶାରେ ଲାଲ୍ ହୋଇ ଉଠିଲାଣି । ତଥାପି ପିଆ ·ଲିଛି । ଅନେକ ଆଗରୁ ନିଷ୍ପତ୍ତି ନିଆଯାଇଛି ଆଜିର ରାତିହେବ ରଙ୍ଗୀନ୍ ରାତି । ରଙ୍ଗବତୀର ଦେହଟାକୁ ସେମାନେ ଖିନ୍ ଭିନ୍ କରିଦେବେ । ରଙ୍ଗବତୀର ଦେହର ନଈରେ ପହଁରି ସେମାନେ ଖୋଜି ବସିବେ ପିଇ ଯାଇଥିବା ନାଲି ପାଣିର ରଙ୍ଗସବୁକୁ । ରଙ୍ଗର ରଙ୍ଗଣୀ ଫୁଲଟା ମଉଳି ପଡିବ ସିନା ।

ରଙ୍ଗ ଇନ୍ଦ୍ରଧନୁର । ରଙ୍ଗ ଶ୍ୟାମଳ ସବୁଜିମାର । ରଙ୍ଗ ଧୂସର ଗୋଧୁଳିର । ରଙ୍ଗ ପ୍ରଜାପତିର ହେଲେ ରଙ୍ଗ ସ୍ୱଜନପୁର ଗାଁର । ଏତେ ରଙ୍ଗମାନଙ୍କ ଭିତରେ ରଙ୍ଗବତୀ ଭାରି ଲୋଭାଣିଆ ଆଉ ମନଛୁଆଁ ପରସ୍ତ ପରସ୍ତ ରଙ୍ଗର ରଙ୍ଗୀନ୍ ଆସ୍ତରଣଟିଏ । ରଙ୍ଗ ସୃଷ୍ଟିକଲା ଶିହରଣ । ନାଲି ପାଣିର ଦହକ ଆଖିରେ ଆଣିଦେଲା ରଙ୍ଗର ଚମକ । ଘଣ୍ଟାରେ ଠନ୍ ଠନ୍ ହୋଇ ବାଜିଉଠିଲା, ରାତି ଦି’ଟା । ନିଶାରେ ମ୍ୟାନେଜର୍ ଗାଇ ଉଠିଲେ “ରଙ୍ଗବତୀ ରଙ୍ଗବତୀ କନକ ଲତା” କଣ୍ଟ୍ରାକ୍ଟର ପାଳିଧରିଲେ ‘ହସି ପଦେ କହ ଲୋ କଥା’ ।

ଘର କବାଟରେ ଠକ୍ ଠକ୍ ଶବ୍ଦ ଶୁଣି ଉଠି ପଡିଲା ରଙ୍ଗବତୀ । ବୁଢୀ ମା କହିଲା ଇଲୋ ଝିଅ । ସପନି ତ ନାହିଁ । ଏତେ ରାତିରେ କିଏ ସେ ଆଇଲା । ରହ ରହ ମୁଁ ଯାଉଛି କବାଟ ଫିଟେଇବି । ବୁଢୀ କବାଟଟି ଫିଟାଇବା ପୂର୍ବରୁ ସେମାନେ କବାଟକୁ ଧକ୍କାମାରି ଘର ଭିତରକୁ ଧସେଇ ପଶିଆସିଲେ । ବୁଢୀକୁ ଠେଲି ଦେଇ ସେମାନେ ଧରି କାଇଲେ ରଙ୍ଗକୁ । ଟଣା ଓଟରା ଭିଡା ଭିଡି ଭିତରେ ରଙ୍ଗବତୀ ଅଣନିଃଶ୍ୱାସୀ ହୋଇ ପଡିଲା । ବୁଢୀର ପାଟି ଖନିମାରି ଯାଉଥିଲା । ସମସ୍ତ ବଳ ପ୍ରୟୋଗକରି ଶେଷକୁ ବଳିଷ୍ଠ ବାହୁଗୁଡିକୁ କାମୁଡି ରାମ୍ପୁଡ଼ି ରଙ୍ଗବତୀ ବାହାରକୁ ଦଉଡି ଆସିଲା ।

ସମୟଟା ଦୈାଡୁଛି ଘଣ୍ଟା କଣ୍ଟାରେ । ପୃଥିବୀ ଦୈାଡୁଛି ନିଜ କକ୍ଷ ପଥରେ । ଦିନ, ବର୍ଷ, ମାସ, ମୁହୂର୍ତ୍ତ ସମସ୍ତେ ଦୋ÷ଡୁଛନ୍ତି ଆଗକୁ ଆଗକୁ କର୍ତ୍ତବ୍ୟର ଆହ୍ୱାନ୍ ନେଇ । ହେଲେ ରଙ୍ଗବତୀ ଦୈାଡୁଛି ନିଜ ପାଇଁ ନିଜର ଇଜତ ପାଇଁ । ନିଜର ରକ୍ତ ହାଡ ମାଂସକୁ ବଞ୍ଚାଇବା ପାଇଁ । ସେମାନେ ବି ଦୈାଡୁଛନ୍ତି ଧମନୀ ତଳର ଗରମ ରକ୍ତର ଉଷ୍ମତାକୁ ନେଇ । ନାଲି ପାଣିର ନିଶା ଖୋଜୁଛି ରକ୍ତ ହାଡ ମାଂସର ଶରୀର ଛିନ୍ ଭିନ୍ କରିଦେବେ ରାମ୍ପୁଡ଼ି କାମୁଡି ପକାଇବେ । ଡାହାଳ କୁକୁର ପରି ଭିଣା ଭିଣା କରି କାମୁଡି ଖାଇଯିବେ । ବୋଧେ ଖୁବ୍ ପାଖରେ ସେମାନେ - ରଙ୍ଗବତୀ ପଛକୁ ·ହିଁଲା । କଣ ବା କରିପାରିବ ସେ । କିପରି ବା ସେ ଅମୁଣିହା ଭୋଗକୁ ସାଇତି ରଖିବ ଇହ ପରକାଳର ଦେବତା ସପନି ଭାଇ ପାଇଁ । ସପନି ଭାଇ କଥା ଦେଇଥିଲା ଏ ଜନମରେ ନ ହେଲେ ଆର ଜନମରେ ମଥାରେ ସିନ୍ଦୁର ପିନ୍ଧାଇବ ...... ରଙ୍ଗବତୀ ଦୋ÷ଡିଲା । ଖୁବ୍ ଜୋରରେ ଦୈାଡିଲା । ଆଗରେ ପଡିଲା ସପନି ଭାଇର ପାନବରଜ । ଦଉଡି ଦିଆ ବରଗଛ । ଏବର ବ୍ଲାଷ୍ଟ ଫର୍ଣ୍ଣେସ୍ । ଯେଉଁଠାକୁ ସେ ପ୍ରତିଦିନ ନିସ୍ତବ୍ଧ ରାତିରେ ଆସେ । ସପନି ଭାଇ ସହିତ କେତେ କଥାହୁଏ । ଜୀବନ ଯନ୍ତ୍ରଣାର ଗଜଲକୁ ପାଏ । ସେମାନେ ଝାମ୍ପି ଦେବା ଆଗରୁ ରଙ୍ଗବତୀ ଚିତ୍କାର କଲା ... ସପନି ଭାଇ ... ମୋ ଇଜତକୁ ଟିକେ ବଞ୍ଚେଇଦେ । ମୋତେ ରକ୍ଷାକର ସପନି ଭାଇ ମୋତେ ରକ୍ଷାକର । ଢୋ ଢୋ କରି ରଙ୍ଗବତୀ ମୁଣ୍ଡଟାକୁ ପିଟିଦେଲା ବ୍ଲାଷ୍ଟ ଫର୍ଣ୍ଣେସ୍ କାନ୍ଥରେ । ପ୍ରଚଣ୍ଡ ବିସ୍ଫୋରଣ କରି ଫାଟିଗଲା ବ୍ଲାଷ୍ଟ ଫର୍ଣ୍ଣେସ୍ ର କାନ୍ଥ । ଲେଲିହାନ୍ ଜିହ୍ୱା କାଢି ମାଡି ଆସିଲା ବ୍ଲାଷ୍ଟ ଫର୍ଣ୍ଣେସ୍ ର ନିଆଁ । ଜଳି ଉଠିଲା କାରଖାନା, ଗୋଦାମ ଘର । ସାଇରନ୍ ବାଜିଲା । କଲୋନୀରୁ ଧାଇଁ ଆସିଲେ ଶ୍ରମିକମାନେ । ହେଲେ କେହି ସେ ନିଆଁକୁ ଆୟତ କରିପାରିଲେ ନି । ଦମକଳ ଆସିଲା ବେଳକୁ କାରଖାନାଟା ଗୋଟାଏ ପାଉଁଶ ଗଦାରେ ପରିଣତ ହୋଇଯାଇଥିଲା ।

ସକାଳ ହେଲା, କାରଖାନାର କର୍ମଚାରୀ ମୁହଁରେ ପଟିବାନ୍ଧି ଠୁଳ କରୁଥିଲେ ଦୁଇଜଣ ମଣିଷଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ । ପୋଲିସ୍ ଆସିଲା, କାରଖାନାର ସି.ସି. କ୍ୟାମେରାର ଫଟୋକୁ ଅନୁଧ୍ୟାନ କଲା । ଜଣେ ଯୁବତୀ ପଛରେ ଦୈାଡୁଥିଲେ ଦୁଇଜଣ ଯୁବକ । ସବୁ ସ୍ପଷ୍ଟ ହୋଇଯାଇ ଥିଲା । ମୃତ ମ୍ୟାନେଜର୍ ଆଉ କଣ୍ଟ୍ରାକ୍ଟରଙ୍କଠାରୁ କୌଣସି କଥା ଆଦାୟ କରିବା ସମ୍ଭବ ନ ଥିଲା । ବ୍ଲାଷ୍ଟ ଫର୍ଣ୍ଣେସ୍ କେମିତି ଫାଟିଲା, ଏପରି ଭୟଙ୍କର ଅଗ୍ନିକାଣ୍ଡ କି ରି ଘଟିଲା । ସେ ବିଷୟରେ ପୋଲିସ୍ କିଛି ବି ପ୍ରମାଣ ପାଇପାରିଲା । ହେଲେ ରଙ୍ଗବତୀର ନିରୁଦ୍ଦିଷ୍ଟ ଖବର ପୋଲିସକୁ ସନ୍ଦିହାନ୍ କଲା । ପୋଲିସ୍ ଟିମ୍ ଗଲା ରଙ୍ଗବତୀର ଘରକୁ । ବୁଢୀକୁ ଧମକଦେଇ ପୋଲିସ୍ ପଚାରିଲା ରଙ୍ଗବତୀ କାହିଁ । ଥରିଲା ଥରିଲା ପାଟିରେ ବୁଢୀ କହିଲା । କାଲି ରାତିରେ ସେମାନେ ମୋ ରଙ୍ଗକୁ ଟେକିନେଲେ, ଝିଅଟା ମୋର କେତେ ଛଟପଟ ହେଲା, କେତେ ନେହୁରା ହେଲି । ସେମାନଙ୍କ ଗୋଡହାତ ଧରି । ହେଲେ ସେମାନେ ମୋ ରଙ୍ଗକୁ ଛାଡିଲେ ନାହିଁ । କିଛି ସମୟ ପରେ ସପନି ମୋ ରଙ୍ଗକୁ ଆଣି ଘରକୁ ଆସିଲା । ତା ମଥାରେ ସିନ୍ଦୁର ପିନ୍ଧାଇଲା ଘର ଠାକୁରାଣୀଙ୍କଠାରୁ ଶଙ୍ଖା ଆଣି ପିନ୍ଧାଇଲା । ଦିହେଁ ମୋତେ ମୁଣ୍ଡିଆ ମାରିଲେ । କାରଖାନାରେ ନିଆଁ ଲାଗିଲା ବୋଲି କଲୋନୀ ଲୋକେ କାରଖାନାକୁ ଧାଇଁଲେ । ଅନ୍ଧାର ଆଉ ଗହଳି ଭିତରେ ସପନି ଆଉ ରଙ୍ଗବତୀ କୁଆଡେ ଗଲେ ମୁଁ ଜାଣିନି ।

ସପନି ଆସିଥିଲା ...... ସପନି ଆସିଥିଲା ...... ସପନି ଆସିଥିଲା ।

ପୋଲିସ୍ ଅନେକ କିଛି ଚିନ୍ତାକଲା, ଡାଏରୀ ଖୋଲି ନୋଟ୍ କଲା ବୁଢୀର କଥାକୁ ।


Rate this content
Log in