Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚୋର ଓ ବ୍ରହ୍ମରାକ୍ଷାସ କଥା
ଚୋର ଓ ବ୍ରହ୍ମରାକ୍ଷାସ କଥା
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.2K    10


Content Ranking

ଅତି ପ୍ରାଚୀନ କାଳର କଥା । କୌଣସି ଏକ ପ୍ରାଚୀନତମ ନଗରୀ ଥିଲା । ସେହି ନଗରୀରେ ବାସ କରୁଥିଲା ଦ୍ରୋଣ ନାମ ଏକ ଦରିଦ୍ର ବ୍ରାହ୍ମଣ । କେବଳ ଦାନ ଗ୍ରହଣ ପୂର୍ବକ, ସେ ତା’ର ସମସ୍ତ ଗୁଜୁରାଣ ମେଣ୍ଟାଉଥିଲା । ଏହା ବ୍ୟତୀତ ବ୍ରାହ୍ମଣ ଅନ୍ୟ କୌଣସି ଜୀବିକା ନଥିଲା । ଜରାଜୀର୍ଣ୍ଣ ଗୃହ ଖଣ୍ଡିକ ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ନଥିଲା । ଅନ୍ୟ ଖାଦ୍ୟ ବସ୍ତ୍ର ତଥା ଅନ୍ୟ କୌଣସି ଭୋଗ୍ୟବସ୍ତୁ ସ୍ୱପ୍ନରେ ମଧ୍ୟ ସେ ଦେଖିବାକୁ ପାଇନଥିଲା । ଏ ସମସ୍ତ ଅଭାବରୁ ସେ ପାଲଟି ଯାଇଥିଲା କେବଳ ଅସ୍ତିମାର ମଣିଷ ଗୋଟିଏ । ସମସ୍ତ ଦୁଃଖରେ ହିଁ ବ୍ରାହ୍ମଣ ଅତି ଆପଣାର ଭାବରେ ତାହାକୁ ହିଁ ଜଗି ବସିଥିଲା ।

ଦିନକର କଥା ବ୍ରାହ୍ମଣର ଏପରି ଅବସ୍ଥାରେ ଜଣେ ଯଜମାନର ଦୃଷ୍ଟିରେ ଆସିବାରୁ ସେହି ଯଜମାନ ଜଣଙ୍କ ଦୟାପରବଶ ହୋଇ ଦରିଦ୍ର ବ୍ରାହ୍ମଣ ଦ୍ରୋଣକୁ ନିଜର ପାଖକୁ ଡାକିନେଇ ଦୁଇଗୋଟି ବାଛୁରୀକୁ ଦାନସ୍ୱରୂପରେ ପ୍ରଦାନ କଲା ।

ସଂସାର ମଧ୍ୟରେ ଯେଉଁ ବ୍ୟକ୍ତି ସଦା ଦରିଦ୍ରତାର କଷାଘାତରେ ବଞ୍ଚି ରହିଥିଲା ଅକସ୍ମାତ ଯେତେବେଳେ ଦୁଇଗୋଟି ଧନ ସ୍ୱରୂପ ବାଛୁରୀ ଦୁଇଟି ପାଇଲା ସେତେବେଳେ ସେ ସ୍ୱର୍ଗସମ ସୁଖ ଅନୁଭବ କରିବା ସହିତ ଯଜମାନଙ୍କୁ ପ୍ରାଣଭରି ଆଶୀର୍ବାଦ ଦେଲା ।

ଏହାପରେ ବ୍ରାହ୍ମଣଟି ବାଛୁରୀ ଦୁଇଗୋଟିକୁ ନିଜ ଗୃହକୁ ଆଣି ପ୍ରାଣପଣେ ସେମାନଙ୍କ ସେବାରେ ଲାଗିଗଲା । ସମସ୍ତ ଅଞ୍ଚଳରୁ ସଜତୃଣ ସଂଗ୍ରହକରି ବାଛୁରୀ ଯୋଡ଼ିକୁ ନିତ୍ୟ ଭୋଜନ କରିବାକୁ ଦିଅନ୍ତେ ଅଳ୍ପ ଦିନ ମଧ୍ୟରେ ବାଛୁରୀ ଯୋଡ଼ିକ ହୃଷ୍ଟପୁଷ୍ଟ ହୋଇଗଲେ । ସେମାନଙ୍କର ଏପରି ଚେହେରା ହୋଇଗଲେ ଯେ ରାସ୍ତା ଯିବା ଲୋକ ଘଣ୍ଟା ଘଣ୍ଟା ଧରି ଛଡ଼ାଯୋଡ଼ିକୁ ଦେଖିବାକୁ ଲାଗିଲେ । ଏଥି ସହିତ ଗୋପାଳର ପ୍ରକୃତ ଦକ୍ଷତାଲାଗି ବିପ୍ର ଦ୍ରୋଣକୁ ମଧ୍ୟ ପ୍ରଶଂସା କରିବାକୁ ଲାଗିଲେ ।

ବେଳ ଦ୍ୱିପ୍ରହର ପ୍ରାୟ । ବିପ୍ର ଦ୍ରୋଣଙ୍କର ଗୃହ ସନ୍ନିକଟ ଏକ ବୃକ୍ଷର ଛାୟାତଳେ ଦୁଇଟିଯାକ ଛଡ଼ା ବିଶ୍ରାମ ନେଉଥିବା ସମୟରେ ସେହି ପଥ ଦେଇ ଚୌର୍ଯ୍ୟବୃତ୍ତିରେ ଧୂର୍ତ୍ତଥିବା ଗୋଟିଏ ଚୋରର ଦୃଷ୍ଟିରେ ଛଡ଼ା ଦୁଇଗୋଟି ପଡ଼ିଗଲା । ସେ ଥିଲା ଚୋର ବୃତ୍ତିରେ ନିଖୁଣ ଖଣ୍ଟ।

ସେ କିପରି ଛଡ଼ା ଦୁଇଟିକୁ ସେଠାରୁ ଚୋରାଇ ନେବ, କିପରି ତାହା ନେଇଯିବାକୁ ସମ୍ଭବ ହେବ ସେହି ଯୋଜନା ସ୍ଥିର କରିବାକୁ ଲାଗିଲା ।

ଦିନକର କଥା ରାତି ହୋଇଛି, ଚୋରଟି ପଘାଧରି ବିପ୍ର ଦ୍ରୋଣଙ୍କର ଗୃହ ସମ୍ମୁଖକୁ ଆସିବା ସମୟରେ ତା’ର ସାକ୍ଷାତ ହୋଇଗଲା ବିକଟ ଦର୍ଶନଧାରୀ ଏକ ବ୍ରହ୍ମରାକ୍ଷାସ ସହ।

ଚୋର ଦେଖିଲା ସେହି ରାକ୍ଷାସର ଦାନ୍ତଗୁଡ଼ିକ ଥିଲା ଖୁବ୍ ତୀକ୍ଷ୍ଣ, ନେତ୍ର ଦୁଇଟି ଖୁବ୍ ଗାଢ଼, ରକ୍ତିମ, ତା’ର ଗଣ୍ଡଦେଶ ଥିଲା ଖୁବ୍ ଶୁଷ୍କ-ଏଭଳି ଏକ ବ୍ରହ୍ମରାକ୍ଷାସକୁ ଦେଖିବାପରେ ମଧ୍ୟ ଚୋର ସାହସବାଂଧି ରାକ୍ଷସର ସମ୍ମୁଖସ୍ଥ ହେଲା ।

ସେତେବେଳେ ବ୍ରହ୍ମରାକ୍ଷାସ ଚୋରର ସାହସକୁ ତାରିଫ କରିଲା, କାରଣ ଆଜିଯାଏ ଏପରି କେହି ଜୀବନକୁ ପାଣି ଛଡ଼ାଇ ସାହାସବାଂଧି ତା’ର ସମ୍ମୁଖ ହେବାର ସେ ଦେଖିନଥିଲା ।

ଏହାପରେ ବ୍ରହ୍ମରାକ୍ଷାସ ଚୋରକୁ ନିଜର ପ୍ରକୃତ ପରିଚୟ ପ୍ରଦାନ କରିବା ସହିତ ନିଜର ସମସ୍ତ ଉଦ୍ଧେଶ୍ୟ ବିଷୟରେ ମଧ୍ୟ ଜଣାଇ ଦେଲା ।

ବ୍ରହ୍ମରାକ୍ଷାସ କହିଲା – ସତ୍ୟବଚନ ବୋଲି ତାର ପରିଚିତ ନାମ । ପ୍ରତି ଛଅଦିନରେ ତାକୁ ଭୋଜନ କରିବାକୁ ହୋଇଥାଏ । ଆଉ ମଧ୍ୟ ସେହି ଛଅଦିନରେ କାହାକୁ ସେ ଭକ୍ଷଣ କରିବ ତାହା ମଧ୍ୟ ଆଗକୁ ସ୍ଥିର କରି ନେଇଥାଏ । ଆଜି ତା’ର ସେହି ଦରିଦ୍ରବ୍ରାହ୍ମଣ ଦ୍ରୋଣକୁ ଖାଦ୍ୟ ଭାବରେ ଗ୍ରହଣ କରିବାକୁ ଥିଲା ।

ଏବେ ଉଭୟ ଉଭୟଙ୍କର ମନକଥା ଜାଣିଯିବା ପରେ ସେମାନେ ଏକତ୍ର ହୋଇ ଦ୍ରୋଣଙ୍କର ଗୃହ ନିକଟକୁ ଗଲେ । ସେଠାରେ ପହଞ୍ଚିବାପରେ କିଏ ଆଗ ନିଜର କାର୍ଯ୍ୟ ସାଧନ କରିବ ସେଥି ନିମନ୍ତେ ଦୁହିଁଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଲା । ଏହା ସହଜରେ ନଛିଡ଼ିବାରୁ ନିଜ ନିଜ ମଧ୍ୟରେ ତର୍କ ବିତର୍କ ମଧ୍ୟ ହେଲା । ଏହି ବିତର୍କ ଯେତେବେଳେ ଶେଷ ଅବସ୍ଥାକୁ ଆସିଲା ଚୋର ଜିଦ୍ କଲା ଯେ ସେ ପ୍ରଥମ ଛଡ଼ା ଦୁଇଟିକୁ ନେଇ ସେଠାରୁ ଚାଲିଯିବ କିନ୍ତୁ ତା’ କଥାରେ ପ୍ରତିବାଦ କରି ବ୍ରହ୍ମରାକ୍ଷସ କହିଲା ସେ ଆଗ ବିପ୍ର ଦ୍ରୋଣକୁ ଖାଇ ସାରିବାପରେ ତୁ ନିର୍ଭୟ ହୋଇଯାଇ ଛଡ଼ା ଦୁଇଟିକୁ ନେଇ ଏଠାରୁ ଚାଲିଯିବୁ । ଏବେ ଦୁହିଁଙ୍କର ବିଚାର ସଂକଟ ଅବସ୍ଥାକୁ ଆସିଗଲା । ବିତର୍କ ତଥା କଥା କଟାକଟି ଶୀର୍ଷ ଅବସ୍ଥାରେ ପହଞ୍ଚିବାରୁ ସେ ସ୍ଥାନରେ ଦୁହିଁଙ୍କର ପାଟିଗୋଳ ଦୂରକୁ ଶୁଣାଗଲା ।

ସେତେବେଳେ ରାତ୍ରି ଖୁବ୍ ଗଭୀର ଅବସ୍ଥାକୁ ଆସିଯାଇଥାଏ। ରାତ୍ର କାଳରେ କଥା ଦୂରରେ ହେଉଥିଲେ ମଧ୍ୟ ସତେ ଯେପରି ପାଖରେ ହେଉଥିବାର ଜଣାଯାଏ । ବ୍ରାହ୍ମଣ ଦ୍ରୋଣର ନିଦ୍ରା ଭାଙ୍ଗିଗଲା । ସେ ଥିଲା ବିଚକ୍ଷଣ, ଏମାନଙ୍କ କଳିର ସୁ୍ଯୋଗନେଇ, ସେଠାରୁ ଖସି ପଳାଇଲା । ବ୍ରାହ୍ମଣ ଦ୍ରୋଣକୁ ନପାଇ ବ୍ରହ୍ମରାକ୍ଷସ ଚୋରଟିକୁ ଖାଇଦେଲା । କଥାରେ ଅଛି ଦୁଇଜଣଙ୍କର କଳିହେଲେ ଏଥିରେ ତୃତୀୟ ଜଣଙ୍କର ଲାଭ ହୋଇଥାଏ ।

ପ୍ରାଚୀନ ବ୍ରାହ୍ମଣ ଦ୍ରୋଣ

Rate the content


Originality
Flow
Language
Cover design

Comments

Post

Some text some message..