Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରତୀକ୍ଷା
ପ୍ରତୀକ୍ଷା
★★★★★

© ଶଶାଙ୍କ ଶେଖର ରାୟ

Tragedy

7 Minutes   14.3K    17


Content Ranking

ଶଶାଙ୍କ ଶେଖର ରାୟ

ରାତିର ନିର୍ଜନତା ଯେତେ ଯେତେ ଗାଢ ହେଉଥାଏ , ସମସ୍ତେ ବେଶ ଆରାମରେ ନିଘୋଡ ନିଦରେ ଶୋଇଗଲା ବେଳେ ମୁଁ କିନ୍ତୁ ଯନ୍ତ୍ରଣା ପାଉଥାଏ ଗୋଟିଏ ଅନ୍ତସ୍ଵତ୍ତା ନାରୀଟି ପରି ।ଶବ୍ଦମାନେ ଛାଟିପିଟି ହୁଅନ୍ତି ବାହାରି ଆସିବାକୁ ସଫେଦ କାଗଜ ଉପରକୁ ମୋର କଲମ ମୂନ ଦେଇ । ସବୁ ଅନୁଭବ ଗୁଡିକ ଖପ୍ ଖାପ୍ ହୋଇ ଡେଇଁପଡନ୍ତି ଛାତିର କୋମଳ ହୃଦୟ ଦେଇ ଟିକେ ନିରୋଳା ମୂହୂର୍ତ୍ତ ପାଇଲେ । କେତେବେଳେ ମୁଁ ହସୁଥାଏ ତ୍ ପୁଣି କାନ୍ଦୁଥାଏ ନହେଲେ ସ୍ଥାଣୁ ପାଲଟିଯାଉଥାଏ । ବହୁରୂପୀ ଏଣ୍ଡୁଅ ପରି ଜୀବନର ରଙ୍ଗ ବଦଳୁଥାଏ ।କେତେବେଳେ କେଉଁ ମୋଡ ନିଏ କିଏ ବା ଜାଣେ ।

କାଲି ସକାଳେ JNU ରେ ଓଡିଆ ଅଧ୍ୟାପକ ଭାବରେ ମୁଁ Join କରିବି ।ବାପାଙ୍କର ଅଧୁରା ସ୍ଵପ୍ନ ବି ସତ ହେବାକୁ ଯାଉଛି । ଆଜି କାହିଁକି ଏ ରାତିରେ ଅତୀତର ସ୍ମୃତିଗୁଡିକ ବୁଢୀଆଣୀ ପରି ବସା ବାନ୍ଧିବାରେ ଲାଗିଛି ମୋ ମନରେ । ଶୋଇବାକୁ ଚାହିଁଲେ ବି ଶୋଇପାରୁନଥିଲି ।ହାଲକା ଭାବରେ ବିଛଣାରେ ପଡିରହିଲି । ଆଦ୍ୟାଶାର କଥା ଆଜି ଭାରି ମନେ ପଡୁଛି ।ସେ ନିଶ୍ଚୟ ବାହା ହୋଇସାରିବନି । ସେ କଣ ଆଉ ଅପେକ୍ଷା କରିଥିବ ମୋତେ ।

ସେଇ ଆଦ୍ୟାଶା ପାଇଁ ମୁଁ ଆଜି ନିଜେ ନିଜ ଗୋଡରେ ଠିଆ ହୋଇପାରିଛି। ସେଇ ଦିନର ଘଟଣା ଅପମାନ ଆଜି ମୋ ଜୀବନରେ ଏକ ନୂଆ ମୋଡ ଆଣିଦେଇଛି ।

କଲେଜ ଜୀବନରୁ ଆରମ୍ଭ ହୁଏ ଆମର ପ୍ରେମ।ମୋର ଶାନ୍ତ ଶିଷ୍ଟ ସରଳ ସ୍ଵଭାବରେ ଆଦ୍ୟାଶା ମୋତେ ପ୍ରଥମେ ପ୍ରେମ ନିବେଦନ କରିଥିଲା ତା ନିଜ ଆଡୁ । ମୁଁ ବି କମ୍ ରୋମାଣ୍ଟିକ୍ ନଥିଲି । ଜଣେ ସୁନ୍ଦରୀ ଝିଅର ପ୍ରୋପଜାଲକୁ କିଏ ବା ହାତଛଡା କରିପାରେ ।ଓଡିଆ ଅନର୍ସର ଛାତ୍ର ଭାବରେ ମୁଁ ଭାରି କବିତାପ୍ରେମୀ ଥିଲି ।ଆଧୁନିକ ଓଡିଆ କବିତା ଉପରେ ଘଣ୍ଟାଘଣ୍ଟା ଧରି ଅନର୍ଗଳ ଭାଷଣ ଦେଇପାରୁଥିଲି ।କବିତା ସବୁ ଥିଲା ଯେମିତି ମୋ ମୁହଁରେ ।ନିଜେ ବି କିଛି ପ୍ରେମ ରୋମାଣ୍ଟିକ୍ କବିତା ଲେଖି ସେ ସମୟରେ ଅଧ୍ୟାପକ ମାନଙ୍କୁ ଚମକାଇଦେଇଥିଲି । ସମସ୍ତେ ପ୍ରଶଂସା କରୁଥିଲେ ।ବାପା କିନ୍ତୁ ଚାହୁଁନଥିଲେ ଓଡିଆ ବିଷୟ ନେଇ ପାଠ ପଢିବାକୁ । ବୋଉକୁ ସବୁବେଳେ କହୁଥିଲେ ଯାହାର କିଛି ବିଷୟ ଭଲ ନହୁଏ ସେ ହିଁ ଶେଷରେ ଏ ସହଜ ଶସ୍ତା ବିଷୟକୁ ନେଇ ପାଠ ପଢେ ।ଓଡିଆ ଅନର୍ସ ପିଲା କଣ ତା ଜୀବନରେ କରିପାରିବ । ଏ ପାଠ କଣ ତାର civil service ରେ ଲାଗିବ ନା କୌଣସି competitive exams ରେ ।ବାପାଙ୍କର ସ୍ଵପ୍ନ ଥିଲା ଭିନ୍ନ ପ୍ରକାରର ।ସେ ଛୋଟ ବେଳୁ ମୋତେ ନେଇ ସ୍ଵପ୍ନ ଦେଖିଥିଲେ IAS officer ଟିଏ କରାଇବାପାଇଁ ।ସବୁ ବାପା ମାଆ ମାନେ ସ୍ଵପ୍ନ ଦେଖିଥାନ୍ତି ଗୋଟିଏ ଉଚ୍ଚ ଅଭିଳାଷ ପାଇଁ , କିନ୍ତୁ ପିଲାଟିର ମନୋଭାବ ସେମାନେ କେବେ ପଢିବାକୁ ଚାହିଁ ନଥାନ୍ତି ।ପିଲାଟିର କେଉଁ ବିଷୟରେ ତାର ଇଚ୍ଛା ରହିଛି ।ସବୁ ଇଚ୍ଛାକୁ ମାରିଦିଆଯାଇ ସେମାନେ ତାଙ୍କ ଚଷମାରେ ଦୁନିଆଁକୁ ଦେଖାଇବାକୁ ଚାହିଁଥାନ୍ତି । ବାପା ଥିଲେ ଗାଁ ର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ତାଙ୍କୁ ଯିଏ ମୋ ପାଠପଢା କଥା ପଚାରନ୍ତି ସେ ମନମାରି କହନ୍ତି - କଣ କହିବି ଗୋଟେ ପିଲାକୁ ଆଜିକାଲି ଆଉ କିଛି କହିହେବନି ।ଓଡିଆ ଅନର୍ସ ନେଇ ପାଠ ପଢୁଛି ।କଣ ତାରଭବିଷ୍ୟତ । competitive ଯୁଗରେ ଚାକିରୀଟିଏ ମିଳିବାଟା ତ୍ ଭାରି କଷ୍ଟ ।ଯାହା ତାର ଭାଗ୍ୟରେ ଥିବ ।

ବାପାଙ୍କ ମନକୁ ଵ ରି ବାଧିଥିଲା ଯେଉଁଦିନ କଲେଜରେ ଓଡିଆ ଅନର୍ସ ନେଇ ମୁଁ ପାଠ ପଢିଲି ।ବୋଉ ବାପାଙ୍କୁ ସେଦିନ ବୁଝାଇ କହିଥିଲା - ଆରେ ପିଲାଟିର ଇଚ୍ଛା ଅଛି ଯଦି ସେ ପଢୁ ।ଓଡିଆ କଣ ଗୋଟେ ବିଷୟ ନୁହେଁ ।ଖାଲି ଚାକିରୀ ପାଇଁ ପାଠପଢନ୍ତି ।ମୋ ପୁଅ ଚାକିରୀ ନ କଲା ନାହିଁ ଆମର ତ ଗୁଡାଏ ଜମିବାଡି ଅଛି ସେ ଚାଷ କରିବ କଣ ହୋଇଗଲା ସେଠୁ ଶୁଣେ ।ନଅ ଟା ନା ଛଅଟା ଆମର , ଗୋଟିଏ ବୋଲି ପୁଅ ,,

ବାପା ସେଦିନଠାରୁ ଚୁପ ହୋଇଯାଇଥିଲେ ।ବିଏ ପାସକରି ମୁଁ PG admission କଲି ବାଣୀବିହାରରେ ।ଆଦ୍ୟାଶା କିନ୍ତୁ ବିଏ ପାସ ପରେ ରହିଯାଇଥିଲା ଘରେ ।ଆମ ପ୍ରେମ ଏହାଭିତରେ ବହୁତ ଆଗେଇଯାଇଥିଲା । ଆମେ ଦୁହେଁ ଉଡିବାକୁ ଚାହୁଁଥିଲୁ ଏକ ଅଜଣା କଳ୍ପନାର ଦୁନିଆଁରେ।ଆଦ୍ୟାଶାକୁ ଜୀବନରେ ପାଇବାକୁ ମୁଁ ପାଗଳ ହୋଇଗଲି ।ତାକୁ ଦେଖା କରିବାକୁ ମୁଁ ବାଣୀବିହାରୁ ଛୁଟିଆସେ ମଝିରେ ମଝିରେ ଗାଆଁକୁ ।

ନଈପଠା ଆମ୍ଵବଗିଚାରେ ବସି ଆମେ ବହୁତ ଗପ କରୁ ।ମଜା ବି କରୁ ।ସେଦିନ ହଠାତ କାହିଁକି କେଜାଣି ଆଦ୍ୟାଶାର ମନ ଭଲ ନ ଥିଲା କାରଣ ବୁଝିବାରୁ ଆଦ୍ୟାଶା କହିଲା -,, ଜାଣିଛନା ମୋର ବାହାଘର କଥା ବାପା ବୋଉ କଥା ହେଉଥିଲେ ।ଏଇ ଫଗୁଣକୁ ବୋଧେ କରିବେ ।କଣ କରିବା ଆମେ ।ଆମ ପ୍ରେମ କଥା ବାପା ଭାଇ ସମସ୍ତେ ଜାଣିଗଲେଣି ।ବାପାଙ୍କର ତୁମେ ପସନ୍ଦ ନୁହଁ ।ବାପା ଭାରି ରାଗିଲୋକ ସେଥିପାଇଁ ବାହାଘର କରିଦେବାକୁ ବ୍ୟସ୍ତ ହେଲେଣି । ମୁଁ ଟିକେ ହସିଦେଇ ଥଟ୍ଟାକରି କହିଲି ,, ବାପା ବୁଝିବେନି ତ୍ ଆଉ କିଏ ବୁଝିବ ଝିଅ ହୋଇଛ କଣ ତୁମେ ବାହା ହେବନି , ମତେ ନ ହେଲେ ଆଉ କାହାକୁ ।,,

ମୋ କଥା ଶୁଣି ତୁମେ ମୁହଁ ଫୁଲାଇ କହିଲ ,,ଏଇ ତାହାହେଲେ ତୁମ ଭଲ ପାଇବା ,ଆଜିଠାରୁ ମୁଁ ଆଉ ତୁମ ସହ କଥା ହେବିନି । ଆଦ୍ୟାଶା ଅଭିମାନରେ ଚାଲି ଯାଉ ଯାଉ ମୁଁ ତାର ହାତ ଧରି ଟାଣି ଆଣି କହିଲି ,,କଣ ଏତିକିରେ ରାଗିଗଲ ପ୍ରାଣପ୍ରିୟା ମୋର ।ମୋତେ ଛାଡି ଏକା ରହିପାରିବ ।

ଭାରି ବ୍ୟସ୍ତ ହୋଇ ଆଦ୍ୟାଶା କହିଲା -,, କିଛି ଗୋଟେ କର pls ଆମ ଘରଲୋକ କେବେ ବି ରାଜିହେବେନାହିଁ କାହିଁକିନା ତୁମେ ବେକାର ଅଛ ବୋଲି ।ଚାଲ ଗୋଟେ କାମ କରିବା ଆଜିକାଲି ତ୍ ସମସ୍ତେ ଘରୁ ଲୁଚି ପଳାଉଛନ୍ତି ,ଆମେ ବି ଚାଲ କୁଆଡେ ପଳାଇବା ,କଣ କହୁଛ ।

ଆଦ୍ୟାଶାର କଥା ଶୁଣି ମୁଁ ଟିକେ ଗମ୍ଭୀର ହୋଇଗଲି ।ଘରୁ ଲୁଚିଚାଲିଯିବା କଥାଟା ମତେ କେମିତି କେମିତି ଲାଗିଲା ।ସଦାନନ୍ଦ ମାଷ୍ଟରର ପୁଅ ମୁଁ ନୀତି ଆଦର୍ଶ ସଂସ୍କାରର ପଘା ଖୁଣ୍ଟରେ ବନ୍ଧା ହୋଇଥିବା ମଣିଷଟିଏ ମୁଁ ।ସମାଜର ବାଡ ଭାଙ୍ଗିବାଟା ଯେ ମୋ ପାଇଁ କେତେ କଷ୍ଟକର ସେକଥା ଆଦ୍ୟାଶା ଜାଣି ନ ଥିଲା ।

,, ଏ କଣ ଭାବୁଛ କିଛି କହିଲନି ଯେ ମୋ ପ୍ରଶ୍ନର ଉତ୍ତର ଦିଅ ଆଦିତ୍ୟ ।-ମୋ କାନ୍ଧକୁ ହଲାଇ ଆଦ୍ୟାଶା କହିଉଠିଲା

ମୁଁ କେବେ ପାରିବିନି ଆଦ୍ୟାଶା ସମସ୍ତେ ଆଉ ମୋ ଭିତରେ ଅନେକ ଫରକ ।ମୁଁ ସବୁବେଳେ କାପୁରୁଷତାକୁ ଘୃଣା କରେ ।

-ତା ମାନେ ତୁମେ କହୁଛ ବାପା କଣ ରାଜିହେବେ ଆମ ବିବାହକୁ।କେବେ ନୁହେଁ ।ବାପା ତାଙ୍କ ଜିଦ୍ ରେ ଅଟଳ ମହାମେରୁ ।

ତୁମ ବାପାଙ୍କୁ ମୁଁ ବୁଝାଇବି ତୁମ ହାତ ମାଗିବି । ତୁମ ଦୁଆରର ସଦର ଦରଜା ଡେଇଁ ସମ୍ମାନର ସହ ଯିବି କିନ୍ତୁ କାପୁରୁଷ ହୋଇ ପଛ ଦୁଆରରେ କେବେ ନୁହେଁ ।

- ଓଃ ଆଦିତ୍ୟ ତୁମେ ପାଗଳ ହୋଇଯାଇଛ ଏ କବିର କଳ୍ପନା ରାଜ୍ୟ ନୁହେଁ ଏ ହେଉଛି ବାସ୍ତବତା ।

-କଳ୍ପନା ବି ବେଳେବେଳେ ବାସ୍ତବତାର ରୂପ ନିଏ ଆଦ୍ୟାଶା ଥରେ ମୁଁ ଚେଷ୍ଠା କରିବି ।

ସକାଳୁ ସକାଳୁ ସେଦିନ ମୁଁ ପହଁଚିଯାଇଥିଲି ଆଦ୍ୟଶାର ଘରେ ।ଆଦ୍ୟାଶାର ଭାଇ ମୋତେ ଦେଖି ଚମକିପଡିଲା ପରି ପଚାରିଲା ,, କୁଆଡେ ଆସିଛନ୍ତି କାହାକୁ ଖୋଜୁଛନ୍ତି ।- ବାପାଙ୍କ ସହ ଟିକେ କଥା ହେବାକୁ ଆସିଥିଲି ।

ହଉ ଏଠାରେ ବସନ୍ତୁ କହି ଆଦ୍ୟାଶାର ଭାଇ ଘର ଭିତରକୁ ଚାଲିଗଲା । ବେଶ ଉଚ୍ଚ ସମ୍ଭାନ୍ତର ଘର ଖାନଦାନୀର ବାସ୍ନା ଯେମିତି ବାରି ହୋଇପଡୁଥିଲା ଘରର ଚାକଚକ୍ୟ ସାଜସଜ୍ଜା ଦେଖି । ମୋ ଆସିବା ଦେଖି ଆଦ୍ୟାଶା ଘର କୋଣରେ ଲୁଚିଗଲା କିଛି ଗୋଟିଏ ବିସ୍ପୋରଣ ହେବାର ଡ଼ରରେ।

ଧଳା ଟ୍ରାଉଜର ପଞ୍ଜାବୀ ପିନ୍ଧା ଜଣେ ବୟସ୍କ ଗମ୍ଭୀର ସ୍ଵଭାବର ଲୋକ ଥିଲେ ଆଦ୍ୟାଶାର ବାପା । ମୋ ସାମ୍ନାରେ ଆସି ବସିଗଲେ ଓ ମୋଟା କଳା ନିଶରେ ଥରେ ହାତ ବୁଲାଇ ଆଣି କହିଲେ -,, କିଏ ତୁମେ କଣ ହେଲା କାହିଁକି ଖୋଜୁଥିଲେ ।

ମୁଁ ତାଙ୍କୁ ପ୍ରଣାମ ଜଣାଇ ଛେପ ଢୋକି ଢୋକି ଛାତିକୁ ଦୃଢ କରି ସାହାସର ସହ କହିଲି - ମଉସା ମୁଁ ଆଦିତ୍ୟ ପାଖ ଗାଁ ସଦାନନ୍ଦ ସାରଙ୍କ ପୁଅ ।ମୁଁ ଆପଣଙ୍କ ଝିଅ ଆଦ୍ୟାଶାକୁ ଭାରି ଭଲ ପାଏ ସେ ବି ମୋତେ ବହୁତ ଭଲ ପାଏ ।ମୁଁ ଶୁଣିଲି ଆପଣ ତାର ବିବାହ ଅନ୍ୟତ୍ର କରିବାକୁ ବସିଛନ୍ତି ।ଆପଣ ଆମ କଥା ଟିକେ ଚିନ୍ତା କରନ୍ତୁ ପ୍ରଥମେ pls ଏକା ନିଶ୍ଵାସରେ ମୁଁ ସବୁତକ କହିଗଲି ।

ଗୁରୁ ଗମ୍ଭୀର ସ୍ଵରରେ ଆଦ୍ୟାଶ ର ବାପା କହିଲେ ,ଓଃ ତୁମେ ସେଇ ପିଲା ତୁମର ତ୍ ସାହାସ କମ ନୁହେଁ ଦେଖୁଛି ।କଣ କରୁଛ ଏବେ ।

-ଏଇ ବର୍ଷ ଓଡିଆରେ PG ସରିଲା ,,

-- ଓଡିଆରେ! ଖୁବ ଜୋରରେ ହସିଉଠିଲେ ଆଦ୍ୟାଶାର ବାପା ,ସେ ହସ ଯେମିତି ମୋତେ ଅଟ୍ଟହାସ୍ୟ ଭଳି ଲାଗିଲା । ସେଦିନ ମୋତେ ଆଦ୍ୟାଶାର ବାପା ଭର୍ସନା କରି କହିଚାଲିଲେ ଆଉ ମୁଁ ପ୍ରତି ଉତ୍ତର ନ ଦେଇ ଅପରାଧୀଟିଏ ପରି ସବୁ ଶୁଣୁଥାଏ ନିରବରେ । ସେ କେଇପଦ କଥା ମୋ କାନରେ ପ୍ରତିଧ୍ଵନିତ ହେଉଥିଲା ସବୁବେଳେ ।

ଓଡିଆ ଗୋଟେ subject ତାକୁ ପଢି ତୁମେ ଚାକିରୀ କରିବ ବଞ୍ଚିବାକୁ ହେଲେ ଅର୍ଥ ଦରକାର କଳ୍ପନା ନୁହେଁ । ମୋ ଝିଅକୁ ତୁମେ କଣ ଦେଇପାରିବ ,କେତେ ଟଙ୍କାର ଶାଢୀ ଗହଣା ଦେଇପାରିବ ,ଭଲରେ ଗଣ୍ଡେ ଖାଇବାକୁ ଦେବାକୁ ତ୍ ତୁମର ସାମର୍ଥ୍ୟ ନାହିଁ ।ଭୁଲିଯାଅ ତାକୁ ଜାଣୁ ଜାଣୁ ଗୋଟେ ବେକାରୀ ହାତରେ କଦାପି ମୋ ଝିଅକୁ ଛନ୍ଦିଦେବିନି ।Be careful ଆଉ ଥରେ କେବେ ବି ଏ ଦୁଆର ମାଡିବନି । ତୁମ ବାଟ ତୁମେ ବାଛି ନିଅ ଆଗ ନିଜେ ନିଜକୁ ଦେଖ ,ତୁମେ କଣ I say gate out from my house ,,,,

ରାଗ ଘୃଣା ଅପମାନରେ ମୁଁ ଏକ ମୁହାଁ ହୋଇ ଚାଲିଆସିଲି ନଈପଠାକୁ । ଅନେକ ଭାବିଲି ଆକାଶକୁ ଚାହିଁ ଚାହିଁ । ଆଦ୍ୟାଶା ଠାରୁ ଦୁରେଇ ରହିବାକୁ ସଂକଳ୍ପ କଲି ।ଓଡିଆ ଭାଷା ପଢି କଣ ମୁଁ ସତରେ ଭୁଲ କରିଦେଇଛି ।ବେକାରୀଟିଏ ମୁଁ ମୋ ଆଜିର ଦୁନିଆଁରେ ଯାହା ପାଖରେ ଅର୍ଥ ଅଛି ତା ପାଖରେ ସବୁକିଛି ଅଛି ।ମୁଁ ନିସ୍ଵଃ କାଙ୍ଗାଳ ମଣିଷଟିଏ ।ବାପାଙ୍କର ଅର୍ଥରେ ପ୍ରତିପାଳିତ ।

ଫେରିଆସିଲି ଭୂବନେଶ୍ଵରକୁ । ମନଟା ଆଦ୍ୟାଶ କୁ ଜମା ଭୁଲିପାରୁନଥିଲା ।କିଛି ସାଙ୍ଗମାନେ କହିଲେ -ଆରେ ବେକାଟା କିରେ ଝିଅ ଯଦି କହୁଛି ତାକୁ ଉଠାଇ ନେଇ ଯା ଏ ସୁଯୋଗ କିଏ ଛାଡେ ।

ଆଉ କିଛି କହିଲେ -ଆରେ ତୁ ଆଗ established ହୋଇଯାଆ କେତେ କେତେ ଆଦ୍ୟାଶା ତୋ ଗୋଡତଳକୁ ଆସିବେ.

। ନା ମୋର କିନ୍ତୁ ନୀତି ଅଲଗା ଆଦ୍ୟାଶା ବାପାଙ୍କ କେଇପଦ କଥା ମୋ ଜୀବନରେ ଗୋଟିଏ ନୂଆ ଆଲୋଡନ ଆଣିଲା । କିଏ ଯେମିତି ମୋ ମୁଣ୍ଡରେ ହାତୁଡିରେ ଶକ୍ତପ୍ରହାର କରିବାକୁ ଲାଗିଲା । ମୋ ଭିତରେ ସୁପ୍ତଥିବା ଅସୁମାରୀ ଶକ୍ତି ଜାଗ୍ରତ ହେଲା । MPhil କଲାପରେ ମୁଁ ଆଧୁନିକ କବିତା ସାହିତ୍ୟରେ PhD କଲି ।ରାତିରାତି ଉଜାଗର ରହି competitive exams ପାଇଁ ନିଜକୁ ପ୍ରସ୍ତୁତ କଲି ।

ଆଦ୍ୟାଶା ସହ ସଂପର୍କ ନଥିଲେ ବି ତାର ଫଟୋଟିକୁ ମୋ ମନିପର୍ସରେ ସବୁଦିନ ରଖିଥାଏ ।ବେଳେବେଳେ ରାତିରେ ତାକୁ ମନେ ପକାଇ ବହୁତ କାନ୍ଦେ । ନିଜ ଗୋଡ଼ରେ ଠିଆ ହେବାପାଇଁ ମୁଁ ତା ଠାରୁ ଯେମିତି ଶକ୍ତି ପାଏ ।ସବୁବେଳେ ମୋ ସହ ସେ ସ୍ଵପ୍ନରେ ଆସି କଥା ହୁଏ ।ମୁଁ ତୁମକୁ ଅପେକ୍ଷା କରିଛି ଆଦିତ୍ୟ ,ଆଦ୍ୟାଶା ଆଉ କାହାର ହୋଇ ନ ପାରେ । ସେ କେବଳ ହିଁ ଆଦିତ୍ୟର। ତମ ସଚ୍ଚୋଟତା ଉଦାର ମହାନ ଗୁଣ ଦିନେ ତୁମକୁ ଉଚ୍ଚ ସ୍ଥାନରେ ନିଶ୍ଚୟ ପହଁଞ୍ଚାଇବ ।ମନ ଦୁଃଖ କରନି ମୁଁ ଅଛି ତୁମ ପାଖରେ ସବୁବେଳେ ତୁମ ଛାତିର ସ୍ପନ୍ଦନ ହୋଇ ।

ସବୁ ରାତିର ଏକ ସକାଳ ଥାଏ ।ଠିକ୍ ସେମିତି ମୋ ଭାଗ୍ୟର ସକାଳ ହେବାକୁ ଆଉ କିଛି ସମୟ ବାକି ମାତ୍ର ।କାଉର କା କା ଶବ୍ଦରେ ମୁଁ ପ୍ରକୃତିସ୍ଥ ହୋଇଉଠିଲି । ଝରକା ଖୋଲି ଦେଖିଲି ସୁନ୍ଦର ସକାଳଟିଏ ଅଭିନନ୍ଦନ ଜଣାଇବାକୁ ମୋ ଅପେକ୍ଷାରେ । ମୋତେ ସହଳ ସହଳ ପ୍ରସ୍ତୁତ ହେବାକୁ ହେବ ଆଜି JNUରେ Join କରିବାର ଦିନ । ହଠାତ ମୋ ମୋବାଇଲ ଫୋନଟି ବାଜିଉଠିଲା ।ଫୋନ ସେପଟୁ ଗମ୍ଭୀର ସ୍ଵରରେ କେହିଜଣେ congratulations ଜଣାଇ କହିଲେ --ସରି ଆଦିତ୍ୟ ତୁମକୁ ଏବେ ବି ଆଦ୍ୟାଶା ଅପେକ୍ଷା କରିଛି ତୁମ ମହାନ ପ୍ରେମ ଆଗରେ ମୋର ସବୁ ଗର୍ବ ଅହଂକାର ଭାଙ୍ଗି ଚୁର୍ ମାର୍ ହୋଇଯାଇଛି ।ମୋତେ କ୍ଷମା କର ସେଦିନ ଦେଇଥିବା ସେ ଅପମାନ ପାଇଁ ।

କଣ୍ଠସ୍ଵରଟି ପରିଚିତ ପରିଚିତ ଲାଗୁଥିଲା । ସେ ଆଉ କେହି ନ ଥିଲେ ସେ ଥିଲେ ଆଦ୍ୟାଶାଙ୍କ ବାପା । ଆଖିରୁ ମୋର ଟପ୍ ଟପ୍ ଲୁହ ଝରିପଡିଲା ଅଜଣାତରେ ହାତ ଦୁଇଟି ଯୋଡିହୋଇଗଲା ସେହି ମହାନ ଆତ୍ମାଙ୍କ ଉଦ୍ଦେଶ୍ୟରେ ।

Mob-7377197999

ଅଧ୍ୟାପକ ଆଦ୍ୟାଶା ବାହାଘର

Rate the content


Originality
Flow
Language
Cover design

Comments

Post

Some text some message..