Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Hati

Romance

4.5  

Manorama Hati

Romance

ଫେସବୁକ ପ୍ରେମ

ଫେସବୁକ ପ୍ରେମ

5 mins
709



ବାହାଘରର ବର୍ଣ୍ଣାଢ୍ୟ ପରିବେଶ, ରିସେପସନ୍,ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ଗହଳିଚହଳ ଇତ୍ୟାଦି କ୍ରମାନୟରେ ଧୀରେ ଧୀରେ ଫିକା ପଡ଼ି ଆସୁଥିଲା । ଅନିମେଷର ଘରର ସଦସ୍ୟ କହିଲେ ମାତ୍ର ଦୁଇ ଜଣ,ମାଆ ଓ ପୁଅ । କିନ୍ତୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଦୂରାଦୂରନ୍ତରୁ ଆସିଥିବା ବନ୍ଧୁ ପରିଜନଙ୍କ ପାଇଁ ଘରଟି ପରିପୂର୍ଣ୍ଣ ଲାଗୁଥିଲା । ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ଚାଲିଗଲେଣି । କାହିଁକି କେଜାଣି ଏବେ ଶୂନ୍ୟତା ଖାଇଯାଉଛି ଅପର୍ଣ୍ଣାକୁ,ଆଜି ପୁଣି ବାହାଘରର ପ୍ରଥମ ରାତି ।


  ଜୀବନର ସେଇ ଉତ୍କଣ୍ଠିତ ମୁହୂର୍ତ୍ତ ଏବେ ହାତ ପାହାନ୍ତାରେ, ଅଥଚ ଆଜି ପରି ଦିନରେ କାହିଁକି ଗ୍ରାସୁଛି ଅପର୍ଣ୍ଣାକୁ ଏ ଶୂନ୍ୟପଣ । ପ୍ରଥମ ଥର ପାଇଁ ଆଜି ଭେଟହେବ ତା' ମନର ମଣିଷ ସହ ଯାହାକୁ କେବେବି ସେ ଦେଖିନାହିଁ । କା' ହାତର ମୃଦୁ ସ୍ପର୍ଶରେ ପଛକୁ ଚାହିଁଲା ଅପର୍ଣ୍ଣା । ପଛରେ ଥିଲେ ଶାଶୂମା ସାରଦା ଦେବୀ । କହିଲେ-ଏଇ! ଏଠି କଣ କରୁଛୁ? ଅନେକ ରାତି ହେଲାଣି । ଯାଆ ରୁମ୍ କୁ ଯାଆ ।  


ଅପର୍ଣ୍ଣା ପାଦ ବଢେଇଲା ରୁମ୍ ଆଡକୁ । ଯେତିକି ଆଗକୁ ପାଦ ପକଉଥାଏ ସେତିକି ବଢୁଥାଏ ଛାତିରେ କୋହ । ଯଦି ଆୟାନର ମ୍ୟାରେଜ ଠିକ୍ ହେବା ପୂର୍ବରୁ ତାକୁ ତା ମନ କଥା କହି ଦେଇଥାନ୍ତା, ହୁଏତ ଆଜି ତା ଜୀବନର ଗତିପଥ ନିଜ ମନ ମୁତାବକ ହୋଇଥାନ୍ତା ।  


ଆୟାନ ଥିଲା ତା ଫେସବୁକ୍ ଫ୍ରେଣ୍ଡ । ପ୍ରଥମେ ଚାଟିଙ୍ଗ୍ ତା ପରେ ନମ୍ବର ଦିଆ ନିଆ । ଫୋନ୍ ରେ କଥାବାର୍ତ୍ତା ରେ ବିତିଲା ଘଣ୍ଟା ଘଣ୍ଟା । ଅନେକ ସମୟରେ ରାତି ବି ପାହିଯାଉଥିଲା ।  


ଅପର୍ଣ୍ଣା କେବେ ତାକୁ ସାମନାରେ ଭେଟି ନ ଥିଲା ସିନା କିନ୍ତୁ ଅନୁଭବ କରି ପାରୁଥିଲା ସେ ଯେ ତା'ର ମନର ମଣିଷ । ଆଜି ଯାଏଁ ଯେଉଁ ଭଳି ପୁଅଟିର ସ୍ୱପ୍ନ ରେ ବିଭୋର ହେଉଥିଲା ଏ ଯେ ସେଇ ଟିକେ ବି ଦ୍ୱନ୍ଦ ରେ ନ ଥିଲା । ଦିନେ ସ୍ଥିର କଲା ଆୟାନକୁ ମନ କଥା କହିଦବ । ଅଥଚ ଭାଗ୍ୟକୁ ବୋଧେ ଆଉ କିଛି ମଞ୍ଜୁର ଥିଲା । ଯେବେ ସେ କଲ୍ କଲା କହିବାକୁ ସେପଟୁ ଆୟାନ କହିଲା-ଜାଣିଛ! ମୋ ମ୍ୟାରେଜ ଠିକ୍ ହେଇଯାଇଛି ।  


ସେ ଆଉ କିଛି କହିଥାନ୍ତା ତା ପୂର୍ବରୁ ଅପର୍ଣ୍ଣା ଫୋନ କାଟି ଦେଲା । ଆୟାନ ମ୍ୟାରେଜ ପାଇଁ ରାଜି ହେଇଯାଇଛି ମାନେ ତା ପ୍ରତି ତା'ର ଅନୁଭବ, ଆବେଗ କିଛି ବି ନାହିଁ । ଯେମିତି ତା ପାଇଁ ତା ମନରେ ସୃଷ୍ଟି ହୋଇଛି । ସେପରି ସ୍ଥଳେ ତାକୁ ନିଜ ମନ କଥା କହି ଲାଭ କଣ? 


ତା ପରେ ଆୟାନ ଯେତେ ବି କଲ୍ କରିଥିଲା ଆଉ ଫୋନ୍ ରିସିଭ୍ କରି ନ ଥିଲା । ବହୁତ ରାଗ ଆସୁଥିଲା ତା ଉପରେ । ନମ୍ବର କୁ ବ୍ଲକ୍ ଲିଷ୍ଟ ରେ ଆଡ୍ କରିଦେଲା ସାଙ୍ଗେ ସାଙ୍ଗେ ।  


ୟା ପରେ ଅନେକ ବଦଳି ଯାଇଥିଲା ତା ଜୀବନଟା । ନିଜ ଇଚ୍ଛାରେ ଜୀବନକୁ ଜୀଉଁଥିବା ଅପର୍ଣ୍ଣାର ଏବେ ଇଚ୍ଛା ଅନିଚ୍ଛା କିଛି ନ ଥିଲା । ଯୋଉଠି ବାହାଘର ପାଇଁ ବାପା ରାଜି ହେଲେ ହଁ ଭରିଦେଲା । ମା କହିଲେ -ଥରେ ତ ପୁଅକୁ ଦେଖି ନେ କଥା ପକ୍କା ହବା ପୂର୍ବରୁ । ସେ ପୁଅ କାଲି ଆସୁଛି ତତେ ଦେଖା କରିବାକୁ ।  


-ଦେଖିକି କଣ କରିବି? ମୁଁ ଯଦି ମନା କରି ଦିଏ ତମେ କଣ ବାହାଘର ଭାଙ୍ଗିଦବ! ହଁ ଭାଙ୍ଗି ବି ଦେଲ, ୟା ପରେ ମୋ ପାଇଁ ଆଉ ଏକ ପ୍ରସ୍ତାବ ଖୋଜିବାରେ ଲାଗିଯିବ । ମୁଁ ସେ ପ୍ରସ୍ତାବରେ ବି ରାଜି ହେବିନି । ମୁଁ କହିବି ଏବେ କିଛି ବର୍ଷ ପାଇଁ ମ୍ୟାରେଜ କରିବାକୁ ଚାହୁଁନି । ତା ପରେ କହିବି ସାରା ଜୀବନ ଏକା ରହିବାକୁ ଚାହୁଁଛି । ତମେ କଣ ରାଜି ହେଇଯିବ ମା? 


-କଣ ହେଇଛି ତୋର? ୟାଡୁ ସ୍ୟାଡୁ କଣ କହୁଛୁ? କଣ ତୋ ମନରେ ଅଛି? ତୁ ଆଉ କାହାକୁ ଭଲପାଉ ?


ଅପର୍ଣ୍ଣା ମା ଙ୍କର ସିରିୟସନେସ୍ ଦେଖି ଜୋରରେ ହସିଲା । ଯଦିଓ ଭିତରଟା ଦୁଃଖର ଅଭିମାନ ରେ ଫାଟି ପଡୁଥିଲା ଆୟାନ ପାଇଁ । କହିଲା-ମା ତମେ ତ ଜାଣ, ମୁଁ ଥ୍ରୀଲର ମୁଭି ଦେଖିବାକୁ ଭଲପାଏ । ହେଲେ ଆଜି ଯାଏଁ ମୋ ଜୀବନରେ କିଛି ବି ରହସ୍ୟମୟ ଘଟଣା ଘଟି ନାହିଁ । ମୁଁ ଚାହୁଁଛି କମ୍ ସେ କମ୍ ମୋ ନୂଆ ଜୀବନ ଟା ଗୋଟେ ଥ୍ରୀଲର ସିନ୍ ରୁ ଆରମ୍ଭ ହେଉ । ୟା ମାନେ ମୁଁ ଯାହା ସହ ସାରା ଜୀବନ ବିତେଇବି ତାକୁ ମ୍ୟାରେଜ ପରେ ହିଁ ଦେଖିବି । ପ୍ଲିଜ୍ ମା ପ୍ଲିଜ୍ । ମୁଁ ଜାଣିଛି ନିଶ୍ଚିତ ମୋର ବି ପସନ୍ଦ ହେବ । ତମେ ତ କୁହନା ବାପ ଝିଅଙ୍କର ପସନ୍ଦ ଗୋଟିଏ ବୋଲି ।  


ହଉ ଯେମିତି ତୋ ଇଚ୍ଛା । ପୁଅଟି କିନ୍ତୁ ମୋର ବି ବହୁତ ପସନ୍ଦ । ତୋର ତା'ର ଯୋଡି ପୂରା କୋଟିଏରେ ଗୋଟିଏ ପରି ଲାଗିବ । ଦେଖିଲା ପରେ ଜାଣିବୁ କହି ହସିଦେଲେ ବର୍ଣ୍ଣନା ଦେବୀ ।  


ଅପର୍ଣ୍ଣା ବି ହସଟିଏ ଉପରକୁ ଫିଙ୍ଗିଦେଲା ଅନିଚ୍ଛା ସତ୍ତ୍ଵେ । ସେଇ ହସ ଭିତରେ ଲୁଚିଗଲା ଅନେକ କିଛି । ତା ଆଖିର ଲୁହ, ଛାତିର କୋହ ଆଉ ଆୟାନ ପାଇଁ ଅସରନ୍ତି ପ୍ରେମ ।  


ଏତେ ସବୁ ଭାବନା ଭିତରେ ଅପର୍ଣ୍ଣା ରୁମ୍ ପାଖରେ ପହଞ୍ଚି ସାରିଥିଲା । ଧୀରେ କି କବାଟ ଖୋଲିଲା । ଆଖି ପଡିଲା ବେଡ୍ ପାଖରେ ଥିବା ନାଲି ଗୋଲାପର ଫୁଲଦାନୀ ଉପରେ । ତା'ପରେ ଦେଖିଲା ଝର୍କା ପାଖରେ ଟଙ୍ଗା ଯାଇଥିବା ଲିଓନାର୍ଡ ଦା ଭିନିସଙ୍କର ମୋନାଲିସା ଚିତ୍ର । ଥାକରେ ସାଇତା ଯାଇଥିବା ତା ପ୍ରିୟ ରଙ୍ଗର ସବୁ ଟେଡି । ଆହୁରି ତା ପସନ୍ଦିତ ଅନେକ ଜିନିଷ ।


ଠିକ୍ ସେଇ ସେଇ ଜାଗାରେ ରଖା ଯାଇଥିଲା ଯେମିତି ତା ନିଜ ରୁମ୍ ରେ ଥିଲା । ଏମିତି କେମିତି ସମ୍ଭବ? ଅନିମେଷ ସହ ତା'ର ଆଦୌ ଦେଖା ବି ହେଇନି,ଆଉ ତା ରୁମ୍ ବିଷୟରେ ଏତେ ତଥ୍ୟ ଜାଣିବା ଅସମ୍ଭବ ।  


ପୁଣି ଦେଖିଲା ଡ୍ରେସିଂ ଟେବଲ ପାଖରେ ଅନେକଗୁଡାଏ କାର୍ଡ ରଖା ଯାଇଥିଲା । କାର୍ଡ଼ ତାର ବହୁତ ପସନ୍ଦ । ସେ ଯାହା ଉପରେ ଯେତେ ବି ରାଗିଥାଉ କେହି କାର୍ଡଟିଏ ଦେଇ ଦେଲେ ସାଙ୍ଗେ ସାଙ୍ଗେ ମାନିଯାଏ । କାର୍ଡଟିକୁ ଓଲଟାଇବାକୁ ଲାଗିଲା । ସବୁଥିରେ ଅଲଗା ଶୈଳୀରେ କିଛି କିଛି ଲେଖା ଯାଇଥିଲା । ଆଇ ଲଭ୍ ୟୁ, ମୁଁ କେବଳ ତମକୁ ଭଲପାଏ, ୟୁ ଆର୍ ମାଇଁ ଲାଇଫ୍ ଇତ୍ୟାଦି ଇତ୍ୟାଦି । ଶେଷ କାର୍ଡଟିକୁ ଉଠେଇ ପଢିଲା । ସେଥିରେ ଲେଖା ଥିଲା -ଇୟୋର ଫେସବୁକ୍ ଲଭ୍ ଆୟାନ ।  


ଅପର୍ଣ୍ଣା ନାଁଟି ଦେଖି ଚମକି ପଡିଲା । କାର୍ଡ଼ ଟିକୁ ବନ୍ଦ କରି ଦେଇ ପଛପଟକୁ ବୁଲି ଦେଖିଲା-କବାଟ ପାଖରେ ଆୟାନ ଠିଆ ହୋଇଛି । ବ୍ୟସ୍ତ ହେଇ ରାଗରେ କହିଲା-ତମେ! ତମେ ଏଠିକି କାହଁକି ଆସିଛ? 


-ଖାସ୍ ତମ ପାଇଁ । ତମର ତ ବହୁତ ଇଚ୍ଛା ଥିଲା ନା ମୋତେ ଥରେ ଦେଖିବା ପାଇଁ ।  


-କେବେ ଥିଲା । ଆଜି କିନ୍ତୁ ନାହିଁ । ଏବେ ଅନିମେଷ ମୋ ବର୍ତ୍ତମାନ ଆଉ ଭବିଷ୍ୟତ ,ସବୁ କିଛି ।  


-ଆଉ ମୁଁ? ମୁଁ ତମର କିଛି ବି ନୁହେଁ? ତାହେଲେ ରାତି ରାତି ତମ ସହ ବିତିଥିବା ସେ ମୁହୂର୍ତ୍ତଗୁଡାକର ମାନେ କଣ ଥିଲା? 


-ସେ କଥା ମୁଁ ଜାଣିନି । ୟା ଛଡା ତମେ ହିଁ ତ ପ୍ରଥମେ ତମ ନିଜ ରାସ୍ତା ବାଛି ନେଇଥିଲ । ତମେ କଣ ଚାହୁଁଥିଲ ,ସାରା ଜୀବନ ମୁଁ ତମ କଥା ଭାବି ଭାବି ମୋ ଜୀବନକୁ ଜାଳିପୋଡି ଛାରଖାର କରି ଦେଇଥାନ୍ତି?ଭଲ ହେବ ତାକୁ ଅତୀତ ଭାବି ଭୁଲିଯାଅ ।  


-ନା ନା ଜମା ନୁହେଁ । ଅପର୍ଣ୍ଣା ମୁଁ ତମକୁ ଭୁଲିଯିବି ଏଇଟା ହେଇପାରିବିନି । ଆଉ ତମେ ମୋତେ ଭୁଲିଯିବ ଏକଥା ହବାକୁ ବି ଦେବିନି ।  


-ଏ ଫିଲ୍ମ ସଂଳାପ ବନ୍ଦ କରି ଦୟା କରି ଏଠୁ ଚାଲିଯାଅ । ସେ ଏବେ ଆସୁଥିବେ ।  


-ସେ କିଏ କହି ଏକ ରହସ୍ୟମୟ ହସଟେ ହସିଲା ଆୟାନ ।  


ଅପର୍ଣ୍ଣା କିନ୍ତୁ ଆଉ ବରଦାସ୍ତ କରିବା ମୁଡ୍ ରେ ନ ଥିଲା । ଛାତି ଭିତରଟା ଅଜଣା ଭୟରେ ଥରି ଉଠୁଥିଲା । ଚିଲେଇକି ଶାଶୂମା ସାରଦା ଦେବୀ ଙ୍କୁ ଡାକିଲା-ମା! ମା! ମା! 


ସାରଦା ଆସି ପଚାରିଲେ -କଣ ହେଲା? ଏମିତି କାଇଁ ଚିଲଉଛୁ? 


-ମା! ଦେଖ ତ! ଇଏ କେମିତି ଜୋର ଜବରଦସ୍ତ ମୋ ରୁମ୍ ଭିତରକୁ ପଶି ଆସୁଛନ୍ତି! 


ସାରଦା ହସିଲେ । କଣ କହୁଛୁ ତୁ? ଇଏ ବା ମୋ ପୁଅ । ଯାହା ହାତ ଧରି ଏ ଘରକୁ ଆସିଛୁ । ଆଉ ତୋ ଫେସବୁକ୍ ପ୍ରେମ । ଯାହାକୁ ତୁ ମନେ ମନେ ଭଲପାଇ ବସିଥିଲୁ । ସେ ତ ତତେ ବାହାଘର ପୂର୍ବରୁ ସବୁ କହିଦବାକୁ ଚାହିଁଥିଲା । ହେଲେ ତୁ ତ ତା କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲୁ । ଦେଖା କରିବାକୁ ଚାହିଁଲା ,ସେଥିରେ ବି ଅରାଜି ହେଲୁ । ଆୟାନର ଭଲ ନାଁ ଟା ଅନିମେଷ ଯାହା ତୁ ବାହାଘର କାର୍ଡ଼ ରେ ପଢିବି ନ ଥିଲୁ । ଏତିକି କହି ଚାଲି ଆସିଲେ ସେଠାରୁ ।  


ଅପର୍ଣ୍ଣା ଏବେ ଖୁବ୍ ଜୋରରେ ହସୁଥିଲା । ତା ପ୍ରେମର ଜହ୍ନ ଟା ହାତ ପାପୁଲିରେ ଖସି ପଡିଥିଲା ସେ ବି ଖୁବ୍ ରହସ୍ୟମୟ ଭାବେ ।  


ଆୟାନ ତାକୁ ଚାହିଁ ରହିଥିଲା ଅପଲକ ନୟନରେ ।  



Rate this content
Log in

Similar oriya story from Romance