Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆମ ଜୀବନ କାହାଣୀ
ଆମ ଜୀବନ କାହାଣୀ
★★★★★

© ଵଳରାମ ତରାଈ

Tragedy

2 Minutes   107    0


Content Ranking

ଗୋଟେ ଯୁବକ ଦୀର୍ଘ କୋଡିଏ ବର୍ଷ ପରେ ବିଦେଶରୁ ନିଜ ଗାଁକୁ ଫେରିଥିଲା । ସେ ଗାଁ ପାଖରେ ଥିବା ବଜାରକୁ କୌଣସି ଏକ କାମରେ ଗଲା । ହଠାତ୍ ଯାଉଯାଉ ତାର ପାଦ ରାସ୍ତା କଡରେ ପରିବା ବିକ୍ରି କରୁଥିବା ଏକ ବୃଦ୍ଧକୁ ଦେଖି ଅଟକିଗଲା । ସେ ବୃଦ୍ଧଙ୍କୁ ବାରମ୍ବାର ନିଜ ଅଜାଣତରେ ଚାହିଁଲା । ତାକୁ ଲାଗୁଥିଲା ସେ ବୃଦ୍ଧକୁ ପୂର୍ବରୁ କେଉଁଠି ଦେଖିଛି । କିନ୍ତ ସମସ୍ତ ଚେଷ୍ଟା କରିବା ପରେ ବି ସେ ବୃଦ୍ଧକୁ ଚିହ୍ନିପାରିଲା ନାହିଁ । ଯୁବକର ଅଲକ୍ଷ୍ୟରେ ମଧ୍ୟ ବୃଦ୍ଧ ଯୁବକକୁ ଦେଖୁଥିଲା ଓ କିଛି ସମୟ ପରେ ବୃଦ୍ଧଙ୍କ ମୁହଁରେ ଖୁସିର ହସ ଥିଲା । ଏବେ ଯୁବକଟି ନିଶ୍ଚିନ୍ତ ହୋଇଗଲା ଯେ ସେ ବୃଦ୍ଧଙ୍କୁ ପୂର୍ବରୁ ଜାଣିଛି । ସେ ତାର ସମସ୍ତ ସ୍ନାୟୁ ଖଟାଇ ପୂର୍ବ କଥା ମନେ ପକାଇଲା । ହଠାତ୍ ଯୁବକକୁ ଲାଗିଲା ତାର ପାଦତଳୁ ମାଟି ଖସିପଡୁଛି । ଯେତେବେଳେ ଯୁବକ ସହର ଛାଡିଥିଲା, ଏହି ସହରରେ ଏକ ବଡ ଅଟାକଳ ଥିଲା ଓ ଏକ ବଡ ଗୋଦାମ । ଘରେ ଚାକର ବାକରଙ୍କ ଦ୍ବାରା ସବୁ କାମ ହେଉଥିଲା । ଅନ୍ୟର ଦୁଃଖ ସୁଖରେ ସର୍ବଦା ସହାୟ ହେଉଥିଲେ ସେ ମହାନ ପୁରୁଷ । ଲୋକମାନେ ତାଙ୍କୁ ଦାନବୀର ସମ୍ମାନ ଦେଇ ଡାକୁଥିଲେ । ଦୁଃଖିରଙ୍କିଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଥିବା ସେହି ମହାନ ବ୍ୟକ୍ତି ଥିଲେ ରାସ୍ତା କଡରେ ପରିବା ବିକ୍ରି କରୁଥିବା ବୃଦ୍ଧ । ଯୁବକଟି ତାଙ୍କୁ ସେ ସମୟରେ ଚାଚା ଡାକୁଥିଲା । 

ଆଜି ଏସବୁ କଣ ଦେଖୁଛି ? ସେଦିନର ଦାନବୀର ଆଜି ରାସ୍ତା କଡରେ ପରିବା ବିକ୍ରି କରୁଛନ୍ତି ପୁଣି ବୃଦ୍ଧ ବୟସରେ । ଯୁବକଟି ଭାବନା ଦୁନିଆରୁ ଫେରିଆସିଲା ଓ ବୃଦ୍ଧଙ୍କ ପାଖକୁ ଯାଇ ପାଦ ଛୁଇଁଲା । ଚାଚା ପଚାରିଲେ କେବେ ଆସିଲୁ ଓ ତୋର ସବୁ କୁଶଳ ତ ? ଯୁବକଟି ନିଜ କଥା ଶିଘ୍ର କହିସାରି ପଚାରିଲା, ଚାଚା ଆପଣ କ'ଣ ପରିବା ବିକ୍ରି କରୁଛନ୍ତି ? ଚାଚାଙ୍କ ଆଖିରୁ ଧାର ଧାର ଲୁହ ଗଡୁଥିଲା । ନିଜ ଆଖି ଲୁହକୁ ଚିରା ଗାମୁଛାରେ ପୋଛି ରୁଦ୍ଧ କଣ୍ଠରେ କେବଳ ଏତିକି କହିପାରିଥିଲେ -"ସନ୍ତାନମାନେ ବଡ ହୋଇଗଲେଣି' ।

ଆଖି ଲୁହ ବୃଦ୍ଧ ଯୁବକ ବିଦେଶ

Rate the content


Originality
Flow
Language
Cover design

Comments

Post

Some text some message..